ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ; ଇରାନ ଯୁଦ୍ଧ ନେଇ ଟ୍ରମ୍ପ ଦେଲେ ବଡ ବୟାନ, ଆମେରିକା-ଇସ୍ରାଏଲ ଆକ୍ରମଣରେ 48 ଇରାନୀ ନେତାଙ୍କ ମୃତ୍ୟୁ

Published : March 1, 2026 at 7:31 AM IST
|Updated : March 2, 2026 at 12:10 AM IST
ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ । ଇରାନ-ଇସ୍ରାଏଲ ଓ ଆମେରିକା ମଧ୍ୟରେ ତିକ୍ତତା ବଢ଼ୁଛି । ଇରାନ ଉପରେ ମିଳିତ ଭାବରେ ଏୟାର ଷ୍ଟ୍ରାଇକ କରିଛନ୍ତି ଇସ୍ରାଏଲ ଓ ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଛି । ଟ୍ରମ୍ପ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, "ଇତିହାସର ସବୁଠାରୁ ଦୁଷ୍ଟ ଲୋକଙ୍କ ମଧ୍ୟରୁ ଜଣେ ଖାମେନେଇଙ୍କ ମୃତ୍ୟୁ ହୋଇଛି" । ସେହପିର ଟ୍ରମ୍ପ "ଭାରୀ ଏବଂ ସ୍ପଷ୍ଟ ବୋମାମାଡ଼" ଚେତାବନୀ ଦେଇ କହିଛନ୍ତି ଯେ, ଏହା ସପ୍ତାହ ସାରା ଏବଂ ତା'ପରେ ମଧ୍ୟ ଜାରି ରହିବ ।
ସେପଟେ AFP ରିପୋର୍ଟ ଅନୁଯାୟୀ, ଇରାନର ସରକାରୀ ଟିଭି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ।
LIVE FEED
ଓମାନ ଉପସାଗରରେ ଇରାନୀ ଯୁଦ୍ଧଜାହାଜ ବୁଡାଇଲା ଆମେରିକା
ଇରାନକୁ ଯୁଦ୍ଧରେ ବଡ କ୍ଷତି ସହିବାକୁ ପଡିଛି । କାରଣ ଆମେରିକୀୟ ସେନା ମୁତାବକ ଓମାନ ଉପସାଗରରେ ଇରାନୀ ଯୁଦ୍ଧଜାହାଜ ଧ୍ୱଂସ ହୋଇଛି । ଆମେରିକୀୟ ସେନା ରବିବାର କହିଛି ଯେ ଇସଲାମିକ୍ ଗଣରାଜ୍ୟ ବିରୁଦ୍ଧରେ ଆକ୍ରମଣରେ ଏକ ଇରାନୀ ଯୁଦ୍ଧଜାହାଜକୁ ଆକ୍ରମଣ କରି ବୁଡ଼ାଇ ଦିଆଯାଇଛି । "ଅପରେସନ୍ ଏପିକ୍ ଫ୍ୟୁରି ଆରମ୍ଭ ସମୟରେ ଏକ ଇରାନୀ ଜର୍ମାନ-କ୍ଲାସ୍ କର୍ଭେଟ୍ ଆମେରିକା ସେନା ଦ୍ୱାରା ଆକ୍ରମଣ କରାଯାଇଥିଲା। ଜାହାଜଟି ବର୍ତ୍ତମାନ ଚାବାହାର ଘାଟରେ ଓମାନ ଉପସାଗରର ତଳ ଭାଗରେ ବୁଡ଼ିଛି," ବୋଲି ଆମେରିକା କେନ୍ଦ୍ରୀୟ କମାଣ୍ଡ ଏକ୍ସରେ ପୋଷ୍ଟ କରିଛି ।
ଇରାନର ନୂଆ ନେତା ଆଲୋଚନା ପାଇଁ ରାଜି
ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ । ଆଲୋଚନା ପାଇଁ ଇରାନ ରାଜି । ଇରାନର ନୂଆ ନେତା ଆଲୋଚନା ପାଇଁ ରାଜି ବୋଲି କହିଛନ୍ତି ଟ୍ରମ୍ପ ।
ଇରାନ ସମର୍ଥନରେ ପ୍ରତିବାଦ; 7 ମୃତ
ପାକିସ୍ତାନର ଉତ୍ତର ସହର ଗିଲଗିଟରେ ଇରାନ ସମର୍ଥକ ପ୍ରତିବାଦରେ ଅତି କମରେ 7 ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ ପ୍ରକାଶ । ରବିବାର ଦିନ ଉତ୍ତର ପାକିସ୍ତାନର ଗିଲଗିଟରେ ଇରାନ ସମର୍ଥକଙ୍କ ପ୍ରତିବାଦରେ ଅତି କମରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ଜଣେ ପାକିସ୍ତାନୀ ଅଧିକାରୀ ଏଏଫପିଙ୍କୁ କହିଛନ୍ତି । "ଗିଲଗିଟରେ ଆଜିର ସଂଘର୍ଷରେ ଅତି କମରେ 7 ଜଣଙ୍କର ମୃତ୍ୟୁ ହୋଇଛି," ଜଣେ ଉଦ୍ଧାର ଅଧିକାରୀ ଜାହିର ଶାହ ଏଏଫପିଙ୍କୁ ଏକ ଫୋନ୍ କଲ୍ ମାଧ୍ୟମରେ କହିଛନ୍ତି । ତେବେ ଆହୁରି ଅନେକ ଆହତ ହୋଇଥିବା ସୂଚନା ରହିଛି ।
ଆମେରିକା-ଇସ୍ରାଏଲ ଆକ୍ରମଣରେ 48 ଇରାନ ନେତା ନିହତ
ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଜାରି ରହିଛି । ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, 48 ଜଣ ଇରାନୀ 'ନେତା' ନିହତ ହୋଇଛନ୍ତି । ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର କହିଛନ୍ତି ଯେ ଇରାନ ଉପରେ ଆମେରିକା-ଇସ୍ରାଏଲର ବୋମାମାଡ଼ରେ 48 ଜଣ ଇରାନୀ ନେତା ନିହତ ହୋଇଛନ୍ତି । "ଆମେ ଯେଉଁ ସଫଳତା ପାଉଛୁ ତାହା କେହି ବିଶ୍ୱାସ କରିପାରିବେ ନାହିଁ, 48 ଜଣ ଇରାନୀ ନେତା ନିହତ ହୋଇଛନ୍ତି," ଫକ୍ସ ନ୍ୟୁଜ୍ ଟ୍ରମ୍ପଙ୍କୁ ଉଦ୍ଧୃତ କରି କହିଛି ।
ଇରାନୀ ଆକ୍ରମଣ ପରେ ନେତାନ୍ୟାହୁ କହିଛନ୍ତି 'ବେଦନାଦାୟକ ଦିନ'
ଇରାନୀ ଆକ୍ରମଣରେ ମୃତକଙ୍କ ପରିବାରକୁ ରବିବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସମବେଦନା ଜଣାଇଛନ୍ତି । ଏହା ତାଙ୍କ ଦେଶ "ବେଦନାଦାୟକ ଦିନ" ବୋଲି କହିଛନ୍ତି ନେତାନ୍ୟାହୁ । ଇସ୍ରାଏଲବାସୀ କହିଛନ୍ତି ରବିବାର ଦିନ ଏକ ଇରାନୀ କ୍ଷେପଣାସ୍ତ୍ର ଆକ୍ରମଣରେ ଇସ୍ରାଏଲୀ ସହର ବେଇଟ୍ ଶେମେଶରେ ଅତି କମରେ ନଅ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହା ଯୁଦ୍ଧ ଆରମ୍ଭ ହେବା ପରଠାରୁ ଦେଶର ସବୁଠାରୁ ଘାତକ ଆକ୍ରମଣ ଥିଲା ।
ଯୁଦ୍ଧପୋତକୁ ମିସାଇଲ୍ ଆଟାକ୍ ଦାବିକୁ ଖଣ୍ଡନ କରିଛି ପେଣ୍ଟାଗନ
ଆମେରିକା ଉପରେ ହମଲା ପରେ ହମଲା କରୁଛି ଇନାନ୍ । ଆବ୍ରାହମ ଲିଙ୍କନ ଏୟାରକ୍ରାଫ୍ଟ କ୍ୟାରିୟର ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛି ଇରାନ । ମିସାଇଲ୍ ମାଡ଼ କରିଥିବା ଦାବି କରିଛି ଇରାନ୍ ତେବେ ଇରାନ ଚାରିଟି ବାଲିଷ୍ଟିକ୍ ମିସାଇଲ୍ ଆଟାକ୍ କରିଥିବା ଦାବିକୁ ଖଣ୍ଡନ କରିଛି ପେଣ୍ଟାଗନ । ଯୁଦ୍ଧପୋତ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଛି ପେଣ୍ଟାଗନ ।
3400ଟି ବେସାମରିକ ବିମାନ ବାତିଲ
ଘନ ଘନ ଯୁଦ୍ଧ ଭିତରେ ମଧ୍ୟପ୍ରାଚ୍ୟରେ ଏଯାବତ 3400ଟି ବେସାମରିକ ବିମାନ ବାତିଲ କରାଯାଇଛି । ଏକାଧିକ ଦେଶ ସେମାନଙ୍କର ଆକାଶ ପଥ ବନ୍ଦ କରିବା ପରେ ବିମାନ ଚଳାଚଳ ଉଡାଣରେ ବାଧା ଉପୁଜିଛି ।
ଏୟାରକ୍ରାଫ୍ଟ କ୍ୟାରିୟର ଉପରେ ହମ୍ଲା ନେଇ ଦାବି କରିଛି ଇରାନ
ଆମେରିକାର ବଡ ଏୟାରକ୍ରାଫ୍ଟ କ୍ୟାରିୟର ଉପରେ ଇରାନର ହମ୍ଲା । ଆମେରିକାର ବଡ଼ ଏୟାରକ୍ରାଫ୍ଟ କ୍ୟାରିୟର ଉପରେ ଇରାନ୍ର ହମ୍ଲା ହୋଇଥିବା ଅନ୍ତର୍ଜାତୀୟ ମିଡିଆରେ ଖବର ପ୍ରସାରଣ ହେଉଛି । ଆବ୍ରାହମ ଲିଙ୍କନ ଯୁଦ୍ଧ ପୋତ ଉପରେ ହମ୍ଲା ହୋଇଛି । ଏୟାରକ୍ରାଫ୍ଟ କ୍ୟାରିୟର ଉପରେ ହମ୍ଲା ନେଇ ଦାବି କରିଛି ଇରାନ ।
ଆୟାତୋଲ୍ଲା ଅଲ୍ଲୀରେଜ ଆରାଫି ଇରାନର ଅନ୍ତରୀଣ ସର୍ବୋଚ୍ଚ ନେତା
ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ପରେ ଅନ୍ତରୀଣ ସର୍ବୋଚ୍ଚ ନେତା ହେଲେ ଆୟାତୋଲ୍ଲା ଅଲ୍ଲୀରେଜ ଆରାଫି । ISNA ନେଇ ରିପୋର୍ଟ ପ୍ରକାଶ କରିଛି । ସର୍ବୋଚ୍ଚ ନେତାର ଦାୟିତ୍ବ ନେବେ ଆରାଫି । ଏକ୍ସପେଡିଆନ୍ସି ଡିସର୍ନମେଣ୍ଟ୍ କାଉନସିଲ୍ ‘ଆୟାତୋଲ୍ଲା ଅଲ୍ଲୀରେଜା ଆରାଫିଙ୍କୁ ଅନ୍ତରୀଣ ନେତୃତ୍ୱ ପରିଷଦର ସଦସ୍ୟ ଭାବରେ ମନୋନୀତ କରିଥିବା, ଏକ୍ସପେଡିଆନ୍ସି ପରିଷଦର ମୁଖପାତ୍ର ମୋହସେନ୍ ଦେହନାଭି Xରେ ଏକ ପୋଷ୍ଟରେ କହିଛନ୍ତି ।
ତେହେରାନରେ ବିସ୍ଫୋରଣ
ତେହେରାନରେ ବିସ୍ଫୋରଣ କଲା ଇସ୍ରାଏଲ । ତେବେ ଇରାନର ହାର୍ଟ ଉପରେ ଆକ୍ରମଣ କରାଯାଇଥିବା ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି । ଆସୋସିଏଟେଡ୍ ପ୍ରେସ୍ ରିପୋର୍ଟ ଅନୁଯାୟୀ, ‘ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଆକାଶ ଧୂଆଁମୟ ହୋଇଯାଇଥିଲା । ପ୍ରଚଣ୍ଡ ଶବ୍ଦରେ ଥର ଥର ହୋଇଉଠିଥିଲା ସମଗ୍ର ଅଞ୍ଚଳ ।ଏହି ଆକ୍ରମଣ ପରେ ଇସ୍ରାଏଲ ସେନା କହିଛି, ତେହେରାନକୁ ପଥ ପରିଷ୍କାର, ଦ୍ବିତୀୟ ଦିନରେ ତେହରାନର କେନ୍ଦ୍ରକୁ ଆକ୍ରମଣ କରାଯାଇଛି ।
'ତୁମର ଯୁଦ୍ଧ ତୁମର ପଡ଼ୋଶୀଙ୍କ ସହିତ ନୁହେଁ': ୟୁଏଇର ବରିଷ୍ଠ ଅଧିକାରୀ
UAEର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଇରାନର ଉପସାଗରୀୟ ଆକ୍ରମଣ ଦେଶକୁ ଅଲଗା କରିଦେଇଛି, ସେ ତେହେରାନକୁ ତା'ର ପଡ଼ୋଶୀମାନଙ୍କୁ ଟାର୍ଗେଟ ନକରିବାକୁ ଚେତାବନୀ ଦେଇଛନ୍ତି, କାରଣ ଏହି ଅଞ୍ଚଳରେ ଏହାର ପ୍ରତିଶୋଧମୂଳକ ଅଭିଯାନ ଦ୍ୱିତୀୟ ଦିନରେ ପ୍ରବେଶ କରିଛି ।
"ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ବିରୁଦ୍ଧରେ ଇରାନର ଆକ୍ରମଣ ଏକ ଭୁଲ ଆକଳନ । ତୁମର ଯୁଦ୍ଧ ତୁମର ପଡ଼ୋଶୀମାନଙ୍କ ସହିତ ନୁହେଁ ।" ବୋଲି ସେ କହିଛନ୍ତି
ସେପଟେ ଦୁବାଇ କର୍ତ୍ତୃପକ୍ଷ କହିଛନ୍ତି ଯେ, ବାୟୁ ପ୍ରତିରକ୍ଷା ଦ୍ୱାରା ଖସାଇ ଦିଆଯାଇଥିବା ଇରାନ ଡ୍ରୋନର ଭଗ୍ନାବଶେଷ ସହରର ଦୁଇଟି ଘର ଉପରେ ପଡ଼ିବାରୁ ଦୁଇଜଣ ଆହତ ହୋଇଛନ୍ତି । ଦୁବାଇରେ ବିସ୍ଫୋରଣ ପରେ, ଆନ୍ତର୍ଜାତୀୟ ଯାତ୍ରା ପାଇଁ ବିଶ୍ୱର ସବୁଠାରୁ ବ୍ୟସ୍ତ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନଗର-ରାଜ୍ୟର ଜେବେଲ୍ ଅଲି ବନ୍ଦର ଅଞ୍ଚଳରେ ଧୂଆଁ ଉଠିଥିବା ଦେଖାଯାଇଛି ।
ଦୁବାଇରେ ଫସି ରହିଥିବା ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କଂଗ୍ରେସ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛି
ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଏବଂ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଦୁବାଇ ଏବଂ ସାରଜାହା ବିମାନବନ୍ଦରରେ ଫସି ରହିଥିବା ମଧ୍ୟପ୍ରଦେଶର 100ରୁ ଅଧିକ ନାଗରିକଙ୍କ ସମେତ ସମସ୍ତ ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କଂଗ୍ରେସ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛି ।
କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଫସି ରହିଥିବା ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛି, ଏବଂ ସେମାନଙ୍କ ଶୀଘ୍ର ଘରକୁ ଫେରିବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଛି । କଂଗ୍ରେସର ରାଜ୍ୟ ମୁଖ୍ୟ ୟୁନିଟ୍ ଜିତୁ ପଟୱାରୀ ତାଙ୍କ 'X' ହ୍ୟାଣ୍ଡେଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ସ୍ୱଦେଶକୁ ଫେରାଇବା ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି ।
ଜିତୁ ପଟୱାରୀ କହିଛନ୍ତି,"ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ମଧ୍ୟପ୍ରଦେଶର 100ରୁ ଅଧିକ ନାଗରିକ ଦୁବାଇ ଏବଂ ସାରଜାହା ବିମାନବନ୍ଦରରେ ଫସି ରହିଛନ୍ତି । ମହିଳା, ପିଲା ଏବଂ ପରିବାର ସଦସ୍ୟମାନେ କିଛି ଘଣ୍ଟା ଧରି ଅସୁବିଧାରେ ପଡ଼ିଛନ୍ତି, ଏବଂ ସେମାନଙ୍କର ବିମାନ ବାତିଲ ହେବା ପରେ ସେମାନଙ୍କର ଚିନ୍ତା ବୃଦ୍ଧି ପାଇଛି ।"
ଆୟାତୋଲ୍ଲା ଖାମେନେଇଙ୍କ ହତ୍ୟାକୁ ନେଇ ପାକିସ୍ତାନରେ ଆମେରିକୀୟ କନସୁଲେଟ୍ ଉପରେ ବିକ୍ଷୋଭକାରୀଙ୍କ ଆକ୍ରମଣ, 8 ଜଣ ମୃତ
ପାକିସ୍ତାନର ପୋର୍ଟସିଟି କରାଚୀରେ ଥିବା ଆମେରିକୀୟ କନସୁଲେଟ୍ ଉପରେ ଶହ ଶହ ସିଆ ମୁସଲମାନ ଆକ୍ରମଣ କରିଛନ୍ତି । ପରେ ଇରାନ ସମର୍ଥକ ପ୍ରତିବାଦରେ ପୋଲିସ ସହିତ ସଂଘର୍ଷ ହେବା ଫଳରେ ପାଖାପାଖି 8 ଜଣଙ୍କର ମୃତ୍ୟୁ ହୋଇଥିବା AFP ରିପୋର୍ଟ କରିଛି।
"ଆମେ ଅତି କମରେ 8 ଜଣଙ୍କ ମୃତଦେହ କରାଚୀର ସିଭିଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରିଛୁ । କନସୁଲେଟ୍ ଆକ୍ରମଣ ଘଟଣାରେ ଅନ୍ୟ 20 ଜଣ ଆହତ ହୋଇଛନ୍ତି ।" ବୋଲି ଏଧି ଫାଉଣ୍ଡେସନ୍ ଉଦ୍ଧାର ସେବାର ମୁଖପାତ୍ର ମହମ୍ମଦ ଅମିନ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଧିକାଂଶ ଲସୋକଙ୍କ ଦେହରେ ଗୁଳି ବାଜିଛି ।

ଇରାନର ସେନା ମୁଖ୍ୟ ଜେନେରାଲ ଅବଦୋଲ ରହିମ ମୁସାଭି, ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଅଜିଜ ନାସିରଜାଦେହ ନିହତ
ଇରାନୀୟାନ ଷ୍ଟେଟ ଟେଲିଭିଜନ ରବିବାର ରିପୋର୍ଟ କରିଛି ଯେ, ଦେଶର ପ୍ରତିରକ୍ଷା ପରିଷଦର ଏକ ବୈଠକକୁ ଟାର୍ଗେଟ କରି ଆମେରିକା-ଇସ୍ରାଏଲର ବିମାନ ଆକ୍ରମଣରେ ଦେଶର ସେନା ମୁଖ୍ୟ ଏବଂ ପ୍ରତିରକ୍ଷା ମନ୍ତ୍ରୀ ପ୍ରାଣ ହରାଇଛନ୍ତି ।
ଇରାନର ରିଭୋଲ୍ୟୁସନରୀ ଗାର୍ଡର କମାଣ୍ଡର ମହମ୍ମଦ ପାକପୁର ଏବଂ ଇରାନର ପ୍ରତିରକ୍ଷା ପରିଷଦର ସଚିବ ଏବଂ ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନେଇଙ୍କ ଘନିଷ୍ଠ ପରାମର୍ଶଦାତା ଅଲି ଶାମଖାନିଙ୍କ ସହିତ ଜେନେରାଲ ଅବଦୋଲ ରହିମ ମୁସାଭି ଏବଂ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଅଜିଜ ନାସିରଜାଦେହଙ୍କ ମୃତ୍ୟୁ ହୋଇଛି । ଯାହାଙ୍କ ମୃତ୍ୟୁ ରବିବାର ସକାଳେ ଇରାନ ଘୋଷଣା କରିଛି ।

ଲକ୍ଷ୍ନୌରେ ସିଆ ମୁସଲମାନଙ୍କ ପ୍ରତିବାଦ
ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣରେ ନିହତ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ବିରୋଧରେ ଲକ୍ଷ୍ନୌରେ ସିଆ ମୁସଲମାନମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି।
ଦୁବାଇରେ ଫସି ରହିଛନ୍ତି ପୁଣେର 84 ଜଣ MBA ଛାତ୍ର
ଆକାଶମାର୍ଗ ବନ୍ଦ ହେବା ପରେ ପୁଣେର ଏକ ପ୍ରତିଷ୍ଠାନର ପାକାପାଖି 84 ଜଣ MBA ଛାତ୍ର ଦୁବାଇରେ ଫସି ରହିଛନ୍ତି ।, । ଇନ୍ଦିରା ସ୍କୁଲ ଅଫ୍ ବିଜନେସ୍ ଷ୍ଟଡିଜ୍ (ISBS)ର ଛାତ୍ରମାନେ ବାର୍ଷିକ ପାଞ୍ଚ ଦିନିଆ ଷ୍ଟଡିଟୁରରେ ଦୁବାଇ ଯାଇଥିଲେ । ସେମାନଙ୍କୁ ସୁରକ୍ଷିତ ଭାବରେ ଏକ ହୋଟେଲକୁ ସ୍ଥାନାନ୍ତରିତ କରାଯାଇଥିବା ISBS ଅଧିକାରୀମାନେ କହିଛନ୍ତି ।
ଶନିବାର ଦିନ 40 ଜଣ ଛାତ୍ର ପୁଣେ ଫେରିବାର କାର୍ଯ୍ୟକ୍ରମ ଥିବା ବେଳେ, ଅନ୍ୟ 44 ଜଣ ରବିବାର ଦିନ ଏକ ବିମାନରେ ଯିବାର ଥିଲା । ପରବର୍ତ୍ତୀ ସମୟରେ ଆକାଶପଥ ବନ୍ଦ ହେବା ଯୋଗୁଁ ସେମାନେ ଯାତ୍ରା କରିପାରି ନଥିଲେ ବୋଲି ଅଧିକାରୀମାନେ କହିଛନ୍ତି । ISBS ଡିନ୍ ଜନାର୍ଦ୍ଦନ ପାୱାର କହିଛନ୍ତି, "ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ଏକ ହୋଟେଲକୁ ସ୍ଥାନାନ୍ତର କରାଯାଇଛି ।"
ସେପଟେ ବିମାନ ଚଳାଚଳ ବାଧାପ୍ରାପ୍ତ ହେବାରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (IGI) ବିମାନବନ୍ଦରରେ ଶହ ଶହ ଯାତ୍ରୀ ଫସି ରହିଛନ୍ତି ।

ମୃତ୍ୟୁ ସଂଖ୍ୟା 148କୁ ବୃଦ୍ଧି
ଦକ୍ଷିଣ ଇରାନର ମିନାବ କାଉଣ୍ଟିରେ ଏକ ବାଳିକା ବିଦ୍ୟାଳୟ ଉପରେ ଆମେରିକା ଏବଂ ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ସଂଖ୍ୟା 148ରେ ପହଞ୍ଚିଛି । 95 ଜଣ ଆହତ ହୋଇଛନ୍ତି । ଶନିବାର ସନ୍ଧ୍ୟାରେ, ଇରାନୀ ରେଡ କ୍ରେସେଣ୍ଟ କହିଥିଲା ଯେ, ଇରାନ ଉପରେ ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣରେ ଅତି କମରେ 201 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 747 ଜଣ ଆହତ ହୋଇଛନ୍ତି ।

ଇରାନକୁ ଟ୍ରମ୍ପଙ୍କ ଚେତାବନୀ ଦେଇଛନ୍ତି
ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ଘାଟି ଉପରେ ଆକ୍ରମଣ କରିବା ପରେ ପୁଣି ଇରାନକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରବିବାର ସକାଳେ (ଭାରତୀୟ ସମୟ) ତାଙ୍କର ଟ୍ରୁଥ ସୋସିଆଲ ପୋଷ୍ଟରେ ଟ୍ରମ୍ପ କହିଛନ୍ତି ଯେ, ଇରାନ କହିଛି ଯେ "ସେମାନେ ଆଜି ବହୁତ ବଡ଼ ଆକ୍ରମଣ କରିବାକୁ ଯାଉଛନ୍ତି, ପୂର୍ବ ଅପେକ୍ଷା ଅଧିକ ବଡ଼"।
ଟ୍ରେମ୍ପ ଲଖିଛନ୍ତି, "ସେମାନେ ଏପରି ନ କରିବା ଭଲ, କିନ୍ତୁ, ଯଦି ସେମାନେ କରନ୍ତି, ତେବେ ଆମେ ସେମାନଙ୍କୁ ଏପରି ଆଘାତ କରିବୁ ଯାହା ପୂର୍ବରୁ କେବେ ଦେଖାଯାଇ ନାହିଁ !"

କେରଳ ବିମାନବନ୍ଦରରୁ ଗଲ୍ଫ-ବାଉଣ୍ଡ ବିମାନ ବାତିଲ
ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ କେରଳର ଚାରୋଟି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉପସାଗରୀୟ (Gulf) ଅଞ୍ଚଳକୁ ଉଡ଼ାଣ ବାତିଲ ରହିଛି । ଶନିବାର ଅପରାହ୍ନରୁ ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (TIAL)ରୁ ବିଭିନ୍ନ ଉପସାଗରୀୟ ଦେଶକୁ ଉଡ଼ାଣ କରିବାକୁ ଥିବା 37ଟି ଅନ୍ତର୍ଜାତୀୟ ବିମାନ ବାତିଲ କରାଯାଇଛି ।
ଆଜି 26ଟି ଉଡ଼ାଣ ବାତିଲ କରାଯାଇଛି । ଏହା ସହିତ, କନ୍ନୁର ଆନ୍ତର୍ଜାତୀୟ ବିମାନବନ୍ଦରରୁ ବିଭିନ୍ନ ଉପସାଗରୀୟ ସ୍ଥାନକୁ ଯାଉଥିବା 6ଟି ଉଡ଼ାଣ ମଧ୍ୟ ବାତିଲ କରାଯାଇଛି । କୋଚିନ୍ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (CIAL)ରେ, ସରକାରୀ ୱେବସାଇଟର ସମୟସୂଚୀରେ ସୂଚିତ ହୋଇଥିବା ଅନୁସାରେ, ଉପସାଗରୀୟ ଅଞ୍ଚଳକୁ 35ଟି ଉଡ଼ାଣ ବାତିଲ କରାଯାଇଛି । କୋଚିରୁ ମସ୍କଟକୁ ଓମାନ ଏୟାରର ଏକ ଉଡ଼ାଣ ସକାଳ 8.10ରେ ଚଳାଚଳ କରିଥିଲା ।
ସେହିପରି, ଜେଦ୍ଦାହକୁ ସାଉଦିଆ ଏୟାରଲାଇନ୍ସର ଏକ ବିମାନ, ଓମାନ ଏୟାରର ମସ୍କଟକୁ ବିମାନ, ଦୁବାଇକୁ ଇଣ୍ଡିଗୋ ବିମାନ, ସାରଜାହ ଏବଂ ଆବୁଧାବିକୁ ଏୟାର ଆରବିଆ ବିମାନ, ଆବୁଧାବିକୁ ଏତିହାଦ ବିମାନ ଏବଂ ଦୁବାଇକୁ ସ୍ପାଇସଜେଟ୍ ବିମାନ ୱେବସାଇଟରେ ସୂଚୀବଦ୍ଧ ଭାବରେ ତାଲିକାଭୁକ୍ତ କରାଯାଇଛି । କଲିକଟ ଅନ୍ତର୍ଜାତୀୟ ବିମାନବନ୍ଦରରେ, ଗଲ୍ଫ ଅଞ୍ଚଳକୁ ପ୍ରାୟ 10ଟି ବିମାନ ବାତିଲ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି । ରିୟାଦରୁ ସାଉଦିଆ ଏୟାରଲାଇନ୍ସର ଏକ ବିମାନ ସକାଳ 8.15 ସମୟରେ ବିମାନବନ୍ଦରରେ ପହଞ୍ଚିଥିଲା । ଯାତ୍ରୀମାନଙ୍କୁ ସହାୟତା କରିବା ପାଇଁ ଏୟାରଲାଇନ୍ସ ସମସ୍ତ 4ଟି ବିମାନବନ୍ଦରରେ ସହାୟତା ଡେସ୍କ ଖୋଲିଛି ।
ଇରାକ ବିମାନବନ୍ଦର ନିକଟରେ ବିସ୍ଫୋରଣ
ସେପଟେ ଇରାକର ସ୍ୱାୟତ୍ତ କୁର୍ଦିସ୍ତାନ ଅଞ୍ଚଳର ଏରବିଲ ବିମାନବନ୍ଦର ନିକଟରେ ବିସ୍ଫୋରଣ ଶୁଣାଯାଇଛି । ଯେଉଁଠାରେ ଆମେରିକା ନେତୃତ୍ୱାଧୀନ ସୈନିକମାନେ ବାସ କରନ୍ତି । AFP ରିପୋର୍ଟ କରିଛି ଯେ, ବିମାନବନ୍ଦର ଅଞ୍ଚଳରୁ ଘନ କଳା ଧୂଆଁ ଉଠୁଛି । ଆମେରିକା ନେତୃତ୍ୱାଧୀନ ମେଣ୍ଟ ସେନା ଏରବିଲ ଉପରେ କିଛି କ୍ଷେପଣାସ୍ତ୍ର ଏବଂ ବିସ୍ଫୋରକ ଭର୍ତ୍ତି ଡ୍ରୋନକୁ ଖସାଇ ଦେବାର ଗୋଟିଏ ଦିନ ପରେ ଏହି ନୂଆ ବିସ୍ଫୋରଣ ଘଟିଛି ।
ନିହତ ଲୋକଙ୍କ ମଧ୍ୟରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର ମୁଖ୍ୟ, ଶୀର୍ଷ ସୁରକ୍ଷା ପରାମର୍ଶଦାତା
ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ଆୟାତୋଲ୍ଲା ଅଲି ଖାମେନେଇ ସହ ଇରାନର ରିଭୋଲ୍ୟୁସନାରୀ ଗାର୍ଡର ମୁଖ୍ୟ ଏବଂ ଦିବଂଗତ ସର୍ବୋଚ୍ଚ ନେତାଙ୍କ ଜଣେ ଶୀର୍ଷ ସୁରକ୍ଷା ପରାମର୍ଶଦାତା ମଧ୍ୟ ପ୍ରାଣ ହରାଇଛନ୍ତି ।
ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ, ଷ୍ଟେଟ-ରନ IRNA ନ୍ୟୁଜ ଏଜେନ୍ସି, ମେଜର ଜେନେରାଲ ମହମ୍ମଦ ପାକପୁରଙ୍କୁ ମୃତ୍ୟୁ ଘୋଷଣା କରିଛି, ଯିଏ ଜୁନ୍ 12 ଦିନିଆ ଯୁଦ୍ଧରେ ଇସ୍ରାଏଲ ଏହାର ପୂର୍ବତନ କମାଣ୍ଡରଙ୍କୁ ହତ୍ୟା କରିବା ପରେ ଗାର୍ଡର ଶୀର୍ଷ କମାଣ୍ଡର ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । IRNA କହିଛି ଯେ, ଇରାନର ସୁରକ୍ଷା ପ୍ରତିଷ୍ଠାନରେ ଦୀର୍ଘ ଦିନ ଧରି ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିବା ଅଲି ଶାମଖାନି ମଧ୍ୟ ନିହତ ହୋଇଛନ୍ତି । ଶାମଖାନି ଜୁନ୍ ଯୁଦ୍ଧରେ ଆହତ ହୋଇଥିଲେ ।

ଖାମେନିଙ୍କ ହତ୍ୟା ବିରୋଧରେ କାଶ୍ମୀରରେ ପ୍ରତିବାଦ
ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ବିରୋଧରେ କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ସିଆ ଜନସଂଖ୍ୟା ବହୁଳ ଥିବା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶହ ଶହ ପ୍ରତିବାଦ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇନ୍ତି । ତେବେ କାଶ୍ମିର ଉପତ୍ୟାକରେ ଅଧିକ ସିଆ ଜନସଂଖ୍ୟା ରହିଛି ।
ପ୍ରତିବାଦକାରୀମାନେ ଶାନ୍ତିପୂର୍ଣ୍ଣ ଭାବରେ ରାସ୍ତାରେ ଶୋଭାଯାତ୍ରା କରିଛନ୍ତି । ଏହାସହ ଆମେରିକା ଏବଂ ଇସ୍ରାଏଲ ବିରୋଧୀ ସ୍ଲୋଗାନ ଦେଉଛନ୍ତି । ଶ୍ରୀନଗର ସହର ମଧ୍ୟଭାଗରେ ଥିବା ଲାଲ ଚୌକରେ ମଧ୍ୟ ଏକ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଖାମେନିଙ୍କ ହତ୍ୟା ବିରୋଧରେ ନିକଟବର୍ତ୍ତୀ ସୈଦା କଦଲ ଅଞ୍ଚଳରେ ମଧ୍ୟ ପ୍ରତିବାଦ କରାଯାଇଛି ।
ଖାମେନେଇଙ୍କ ହତ୍ୟା ପରେ ଇରାନକୁ ଶାସନ କରିବା ପାଇଁ ପରିଷଦ ଗଠନ
ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ପରେ ଇରାନକୁ ଶାସନ କରିବା ପାଇଁ ଏକ ପରିଷଦ ଗଠନ କରାଯାଇଛି । ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ, ଏହି ପରିଷଦ, ଇରାନର କାର୍ଯ୍ୟରତ ରାଷ୍ଟ୍ରପତି, ଦେଶର ନ୍ୟାୟପାଳିକାର ମୁଖ୍ୟ ଏବଂ ଇରାନର ଏକ୍ସପେଡିଏନ୍ସି ପରିଷଦ ଦ୍ୱାରା ମନୋନୀତ ଗାର୍ଡିଆନ ପରିଷଦର ସଦସ୍ୟଙ୍କୁ ନେଇ ଗଠିତ, ଯାହା ସର୍ବୋଚ୍ଚ ନେତାଙ୍କୁ ପରାମର୍ଶ ଦିଏ ଏବଂ ସଂସଦ ସହିତ ବିବାଦର ସମାଧାନ କରେ ।
ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନ ଏବଂ କଠୋରପନ୍ଥୀ ନ୍ୟାୟପାଳିକା ମୁଖ୍ୟ ଘୋଲାମହୋସେନ ମୋହସେନି ଏଜେଇ ଏଥିରେ ସାମିଲ ଅଛନ୍ତି । ଇରାନର ଆଇନ ଅନୁଯାୟୀ ବିଶେଷଜ୍ଞ ପରିଷଦ "ଯେତେଶୀଘ୍ର ସମ୍ଭବ" ଜଣେ ନୂତନ ସର୍ବୋଚ୍ଚ ନେତା ବାଛିବା ଆବଶ୍ୟକ ।
ମଧ୍ୟପ୍ରାଚ୍ୟ ଆକାଶମାର୍ଗରେ କଟକଣା ଯୋଗୁଁ 444ଟି ଅନ୍ତର୍ଜାତୀୟ ବିମାନ ବାତିଲ ହେବାର ସମ୍ଭାବନା: ଭାରତର ବିମାନ ଚଳାଚଳ ମନ୍ତ୍ରଣାଳୟ
ବିଭିନ୍ନ ଦେଶରେ ଥିବା ଆମେରିକୀୟ ଘାଟି ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଆକାଶମାର୍ଗରେ ପ୍ରତିବନ୍ଧକ ଯୋଗୁଁ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ଆଜି 444ଟି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ କରିବାର ସମ୍ଭାବନା ରହିଛି ।
'X'ରେ ଏକ ପୋଷ୍ଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି, "ଇରାନ ଏବଂ ମଧ୍ୟପ୍ରାଚ୍ୟର କିଛି ଅଂଶ ଉପରେ ଆକାଶ ମାର୍ଗ ପ୍ରତିବନ୍ଧକ ଯୋଗୁଁ, 28 ଫେବୃଆରୀରେ 410ଟି ବିମାନ ଉଡ଼ାଣ ବାତିଲ କରାଯାଇଥିଲା । ଆଜି (1 ମାର୍ଚ୍ଚ)ରେ 444ଟି ଉଡ଼ାଣ ବାତିଲ ହେବାର ସମ୍ଭାବନା ରହିଛି ।"
ଆମେରିକା ଏବଂ ଇସ୍ରାଏଲ 'ଯୁଦ୍ଧ ଅପରାଧ' କରିଛନ୍ତି: ଇରାନର ରାଷ୍ଟ୍ରଦୂତ
ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣକୁ ନେଇ ସଂଯୁକ୍ତରାଷ୍ଟ୍ର (UN)ରେ ଇରାନର ଆମ୍ବାସାଡର ସୈଦ ଇରାୱାନୀ ଅଭିଯୋଗ ଆଣିଛନ୍ତି । ଆମେରିକା ଏବଂ ଇସ୍ରାଏଲ 'ଯୁଦ୍ଧ ଅପରାଧ' କରିଛନ୍ତି ବୋଲି କହିଛନ୍ତି । ସଂଯୁକ୍ତରାଷ୍ଟ୍ରର ସୁରକ୍ଷା ପରିଷଦର ଏକ ଜରୁରୀକାଳୀନ ବୈଠକରେ କହିଛନ୍ତି,"ନିରୀହ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଏହା କେବଳ ଏକ ଆକ୍ରମଣ ନୁହେଁ, ବରଂ ଏକ ଯୁଦ୍ଧ ଅପରାଧ ଏବଂ ମାନବତା ବିରୁଦ୍ଧରେ ମଧ୍ୟ ଅପରାଧ ଅଟେ ।"
ଆକ୍ରମଣରେ 108 ଛାତ୍ରୀଙ୍କ ସମେତ 201 ଜଣ ନିହତ, 700 ରୁ ଅଧିକ ଆହତ: ଇରାନୀ ରେଡ କ୍ରିସେଣ୍ଟ
ଇରାନୀ ରେଡ କ୍ରେସେଣ୍ଟ ଶନିବାର ସନ୍ଧ୍ୟାରେ କହିଛି ଯେ, ଇରାନ ଉପରେ ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣରେ ଅତି କମରେ 201 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 747 ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦକ୍ଷିଣ ସହର ମିନାବରେ ଥିବା ଏକ ସ୍କୁଲର 108 ଜଣ ଛାତ୍ର ଅଛନ୍ତି, ଯାହା ଆକ୍ରମଣରେ ପ୍ରଭାବିତ ହୋଇଥିଲା ।
"ମିନାବ ସ୍କୁଲରେ ମୃତ ଛାତ୍ରଙ୍କ ସଂଖ୍ୟା 108ରେ ପହଞ୍ଚିଛି । ରିଲିଫ୍ ଏବଂ ଭଗ୍ନାବଶେଷ ଅପସାରଣ କାର୍ଯ୍ୟ ଏବେ ବି ଜାରି ରହିଛି," ସଂଗଠନର ଜଣେ ମୁଖପାତ୍ର କହିଛନ୍ତି ।
ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିୟାନ କହିଛନ୍ତି "ଏହି ବର୍ବର କାର୍ଯ୍ୟ ଆକ୍ରମଣକାରୀଙ୍କ ଦ୍ୱାରା କରାଯାଇଥିବା ଅଗଣିତ ଅପରାଧର ରେକର୍ଡରେ ଆଉ ଏକ କଳା ପୃଷ୍ଠା ।" ଇସ୍ରାଏଲ ଏବଂ ଆମେରିକା ଶନିବାର ସକାଳେ ଆକ୍ରମଣ ଆରମ୍ଭ କରିଥିଲେ, ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇ, ତାଙ୍କ ପରିବାରର ଅନେକ ସଦସ୍ୟ ଏବଂ ଇରାନ ସରକାରଙ୍କ ଅନ୍ୟ ନେତାମାନେ ପ୍ରାଣ ହରାଇଛନ୍ତି ।
ଖାମେନେଇଙ୍କ 'ହତ୍ୟାକାରୀ'ଙ୍କ ପାଇଁ 'କଠୋର' ଦଣ୍ଡ ଦେବାକୁ ଇରାନ ଗାର୍ଡସଙ୍କ ଶପଥ
ଜାତୀୟ ଟେଲିଭିଜନ ଦ୍ୱାରା ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ମୃତ୍ୟୁ ନିଶ୍ଚିତ ହେବା ପରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡସ ରବିବାର ଦିନ ତାଙ୍କ "ହତ୍ୟାକାରୀମାନଙ୍କୁ" ଦଣ୍ଡ ଦେବାକୁ ପ୍ରତିଜ୍ଞା କରିଛି । AFP ଅନୁଯାୟୀ, ଏକ ବିବୃତ୍ତିରେ ଗାର୍ଡସ କହିଛି, "ଉମ୍ମାର ଇମାମଙ୍କ ହତ୍ୟାକାରୀଙ୍କ ପାଇଁ ଏକ କଠୋର, ନିର୍ଣ୍ଣାୟକ ଏବଂ ଦୁଃଖଦ ଦଣ୍ଡ ପାଇଁ ଇରାନ ପ୍ରତିଶୋଧ ନେବ"
'ମୁଁ ଏବେ ସୁରକ୍ଷିତ': ବିମାନ ଚଳାଚଳ ବନ୍ଦ ରହିଥିବାରୁ ପିଭି ସିନ୍ଧୁ ଦୁବାଇରେ ଫସି ରହିଛନ୍ତି
ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ଯୋଗୁଁ ବିମାନ ଚଳାଚଳ ବନ୍ଦ କରାଯିବା ପରେ ଡବଲ ଅଲିମ୍ପିକ୍ ପଦକ ବିଜୟୀ ପିଭି ସିନ୍ଧୁ ଶନିବାର ପ୍ରତିଷ୍ଠିତ ଅଲ୍ ଇଂଲଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଯୋଗଦେବା ପାଇଁ ଦୁବାଇ ବିମାନବନ୍ଦରରେ ଫସି ରହିଛନ୍ତି ।
ସିନ୍ଧୁ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ କ୍ୟାପସନ ଦିଆଯାଇଛି: "ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସମସ୍ତ ବିମାନ ଉଡ଼ାଣ ବନ୍ଦ ।" ପରେ, ସେ କହିଛନ୍ତି ଯେ, ସେ ସୁରକ୍ଷିତ ଅଛନ୍ତି କିନ୍ତୁ ତାଙ୍କ ଟିମ୍ ସହିତ ଫସି ରହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଯେଉଁ ଗତିରେ ଉତ୍ତେଜନା ବୃଦ୍ଧି ପାଉଛି ତାହା "ଭୟଙ୍କର" । ସିନ୍ଧୁ 'X'ରେ ଲେଖିଛନ୍ତି, "ବର୍ତ୍ତମାନ କ'ଣ ଘଟୁଛି ତାହା ପ୍ରକ୍ରିୟାନ୍ୱିତ କରିବା କଷ୍ଟକର ।"
"ଏତେ ବିବ୍ରତକର ଭିଡିଓ ସାମ୍ନାକୁ ଆସୁଛି, ଏବଂ ଏହା ଦୁଃଖର ବିଷୟ ଯେ କ'ଣ ଘଟୁଛି ଏହା ତାହାର ବାସ୍ତବତା । ଦୁବାଇ ହେଉଛି ଏପରି ଏକ ସହର ଯାହାକୁ ମୁଁ ଗଭୀର ଭାବରେ ଭଲ ପାଏ, ଏପରି ଏକ ସ୍ଥାନ ଯାହା ସର୍ବଦା ସୁରକ୍ଷିତ ଏବଂ ଜୀବନରେ ପରିପୂର୍ଣ୍ଣ ଅନୁଭବ କରିଛି, ଯାହା ଏହି ମୁହୂର୍ତ୍ତକୁ ବୁଝିବା ଆହୁରି କଷ୍ଟକର । ମୁଁ ଏବେ ସୁରକ୍ଷିତ, ମୋ ଦଳ ସହିତ ଏଠାରେ ଫସି ରହିଛି । ଆମେ ଠିକ୍ ଅଛୁ ।"
ପାମ୍ ଜୁମେରାହ ଉପରେ କ୍ଷେପଣାସ୍ତ୍ର ମାଡ଼
ଶନିବାର ଦିନ ଇରାନୀ ୟୁଏଇକୁ ଟାର୍ଗେଟ କରିବା ସହିତ ଦୁବାଇର ପାମ୍ ଜୁମେରାହ ମାନବ ନିର୍ମିତ ଦ୍ୱୀପରେ ବିସ୍ଫୋରଣ ଏବଂ ଡ୍ରୋନ୍ ଭଗ୍ନାବଶେଷ ବୁର୍ଜ ଅଲ୍ ଆରବ ଅତ୍ୟାଧୁନିକ ହୋଟେଲରେ ନିଆଁ ଲଗାଇ ଦେଇଛି । ଆନ୍ତର୍ଜାତୀୟ ଯାତାୟାତ ପାଇଁ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ଦୁବାଇ ବିମାନବନ୍ଦର ଏବଂ ଜେବେଲ୍ ଅଲି ବନ୍ଦର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କାରଣ ଏହି ଆକ୍ରମଣ ସହରର କିଛି ପ୍ରମୁଖ ସ୍ଥାନ ଏବଂ ରାଜସ୍ୱ ଅର୍ଜନକାରୀ ସଂସ୍ଥାକୁ ପ୍ରଭାବିତ କରିଛି ।
ୟୁନାଇଟେଡ୍ ଆରବ ଏମିରେଟ୍ସ କହିଛି ଯେ, ଇରାନ ଦ୍ୱାରା ଏହାର ଅଞ୍ଚଳରେ 137ଟି ମିସାଇଲ ଏବଂ 209ଟି ଡ୍ରୋନ୍ ମାଡ଼ କରାଯାଇଛି । ୟୁଏଇର ରାଜଧାନୀ ଆବୁଧାବିରେ, ଜାଏଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ସାତ ଜଣ ଆହତ ହୋଇଛନ୍ତି ବୋଲି ଏହାର ପରିଚାଳନା ସଂସ୍ଥା କହିଛି ।
ବୋମା ମାଡ଼ ସପ୍ତାହେ କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ ଜାରି ରହିବ:ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ଇରାନର ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ମୃତ୍ୟୁ ଆମେରିକା ଏବଂ ଇସ୍ରାଏର ମିଳିତ ଆକ୍ରମଣର ଅନ୍ତ କରିବ ନାହିଁ ।
ଟ୍ରମ୍ପ କହିଛନ୍ତି, "ମଧ୍ୟପ୍ରାଚ୍ୟ ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠାର ଆମର ଲକ୍ଷ୍ୟ ହାସଲ କରିବା ପାଇଁ ସପ୍ତାହ ସାରା କିମ୍ବା ଆବଶ୍ୟକ ପଡ଼ିଲା ପର୍ଯ୍ୟନ୍ତ ପ୍ରବଳ ବୋମା ମାଡ଼ ଜାରି ରହିବ !"
ଟ୍ରମ୍ପ ତାଙ୍କ ପୋଷ୍ଟରେ ଖାମେନିଙ୍କୁ "ଇତିହାସର ସବୁଠାରୁ ଦୁଷ୍ଟ ଲୋକଙ୍କ ମଧ୍ୟରୁ ଜଣେ" ବୋଲି କହିଛନ୍ତି ।
ଖାମେନିଙ୍କ ମୃତ୍ୟୁରେ ଇରାନ 40 ଦିନିଆ ଶୋକ ଏବଂ 7 ସାର୍ବଜନୀନ ଛୁଟି ଘୋଷଣା
ଶନିବାର ଦିନ ଆମେରିକା, ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପାଇଁ ଇରାନ 40 ଦିନିଆ ଶୋକ ଏବଂ 7ଟି ସରକାରୀ ଛୁଟି ଘୋଷଣା କରିଛି ।
ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁକୁ ସ୍ପଷ୍ଟ କରିଛି ଇରାନର ସରକାରୀ ଟିଭି
AFP ରିପୋର୍ଟ ଅନୁଯାୟୀ, ଇରାନର ସରକାରୀ ଟିଭି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁର ସ୍ପଷ୍ଟ କରିଛି । ଆଜି ସକାଳେ, ଇରାନର ସରକାରୀ ଟେଲିଭିଜନ ଏବଂ ସରକାରୀ ପରିଚାଳିତ IRNA ନ୍ୟୁଜ୍ ଏଜେନ୍ସି କୌଣସି କାରଣ ବିଷୟରେ ସ୍ପଷ୍ଟ ଭାବରେ ଉଲ୍ଲେଖ ନକରି 86 ବର୍ଷୀୟ ଖାମେନିଙ୍କ ମୃତ୍ୟୁ ହୋଇଥିବା କହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ଘଣ୍ଟା ପୂର୍ବରୁ କହିଥିଲେ ଯେ, ଇରାନକୁ ଆମେରିକା-ଇସ୍ରାଏଲ ମିଳିତ ଟାର୍ଗେଟ କରିରେ ଖାମେନିଙ୍କ ମୃତ୍ୟୁ ହୋଇଛି ।
ଖାମେନିଙ୍କ ଝିଅ, ଜ୍ୱାଇଁ ଏବଂ ନାତୁଣୀଙ୍କ ମୃତ୍ୟୁ
ଫାର୍ସ ନ୍ୟୁଜ୍ ଏଜେନ୍ସି ଏବଂ ଅନ୍ୟାନ୍ୟ ଇରାନୀ ଗଣମାଧ୍ୟମ ରବିବାର ରିପୋର୍ଟ କରିଛନ୍ତି ଯେ, ଆମେରିକା ଏବଂ ଇସ୍ରାଏଲ ଆକ୍ରମଣରେ ଇରାନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଝିଅ, ଜ୍ୱାଇଁ ଏବଂ ନାତୁଣୀଙ୍କ ମୃତ୍ୟୁ ହୋଇଛି।
ତେହେରାନରେ ଜୋରଦାର ବିସ୍ଫୋରଣ:
ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଦାବି କରିବାର କିଛି ଘଣ୍ଟା ପରେ, ରବିବାର ସକାଳେ ତେହେରାନରୁ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା । AFP ରିପୋର୍ଟ ଅନୁଯାୟୀ, ଇରାନର ରାଜଧାନୀରେ ଭୋର ପ୍ରାୟ 4ଟା (ଭାରତୀୟ ସମୟ ସକାଳ 6ଟା) ସମୟରେ ଅତି କମରେ ତିନୋଟି ବିସ୍ଫୋରଣର ଶବ୍ଦ ଶୁଣାଯାଇଛି ।

