ଖାମନେଇଙ୍କ ମୃତ୍ୟୁ ପରେ କିଏ ହେବ ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତା ?
ଇରାକ ସହ 8 ବର୍ଷର ରକ୍ତାକ୍ତ ସଂଘର୍ଷର ନେତୃତ୍ୱ ନେଇ ଇରାନକୁ ସ୍ୱତନ୍ତ୍ର କରିଥିବା ଖୋମେନି 86 ବର୍ଷରେ ମୃତ୍ୟୁ ବରଣ କରିବା ପରେ 2ୟ ଥର ପାଇଁ କ୍ଷମତା ହସ୍ତାନ୍ତର ହୋଇଥିଲା ।


Published : March 1, 2026 at 5:43 PM IST
ନୂଆଦିଲ୍ଲୀ: ସାରା ଇରାନରେ ଛାଇଯାଇଛି ଶୋକର ଲହରୀ । ତେହେରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲାହ ଖାମେନେଇଙ୍କ ପ୍ରାଣ ହରାଇଛନ୍ତି ।
ଖାମେନେଇଙ୍କ ମୃତ୍ୟୁ ପରେ କିଏ ହେବେ ଇରାନର ସର୍ବୋଚ୍ଚ ନେତା । ଏ ନେଇ ଚାଲିଛି କଳ୍ପନାଜଳ୍ପନା । ଇରାନର ସରାକାରୀ ଟେଲିଭିଜନ ଅନୁଯାୟୀ, ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଏବଂ ଅନ୍ୟ ଦୁଇଜଣ ବରିଷ୍ଠ ଅଧିକାରୀ ଖାମନେଇଙ୍କ ପରେ ଇରାନର ନେତୃତ୍ୱ ନେଇ ପାରନ୍ତି । 1979ରେ ଇସଲାମିକ ବିପ୍ଳବ ପରେ ଆୟୋତୁଲ୍ଲା ରୁହୋଲ୍ଲା ଖୋମେନି ଇରାନର ସର୍ବୋଟ୍ଟ ନେତା ଥିଲେ । 1989ରେ ତାଙ୍କ ପରେ ଥରେ ମାତ୍ର ଶାସନ କ୍ଷମତା ସ୍ଥାନାନ୍ତର ହୋଇଥିଲା । ଇରାକ ସହ 8 ବର୍ଷର ରକ୍ତାକ୍ତ ସଂଘର୍ଷର ନେତୃତ୍ୱ ନେଇ ଇରାନକୁ ସ୍ୱତନ୍ତ୍ର କରିଥିବା ଖୋମେନି 86 ବର୍ଷରେ ମୃତ୍ୟୁ ବରଣ କରିବା ପରେ 2ୟ ଥର ପାଇଁ କ୍ଷମତା ହସ୍ତାନ୍ତର ହୋଇଥିଲା ।
1989ରେ ଆୟାତୋଲ୍ଲାହ ଖାମେନେଇ ହାୟିତ୍ୱ ଗ୍ରହଣ କରିବା ପରେ ଦେଶର ସମସ୍ତ ବିଷୟରେ ସେ ଚୂଡାନ୍ତ ନିଷ୍ପତ୍ତି ନେଉଥିଲେ । ଇରାନର ଆଇନ ଅନୁଯାୟୀ, ଆସେମ୍ବ୍ଲି ଅଫ ଏକ୍ସପର୍ଟକୁ ଯେତେ ଶୀଘ୍ର ସମ୍ଭବ ଜଣେ ନୂତନ ସର୍ବୋଚ୍ଚ ନେତାଙ୍କୁ ଚୟନ କରିବାକୁ ପଡିବ । କିନ୍ତୁ ସେ ପର୍ଯ୍ୟନ୍ତ ଲିଡରସିପ କାଉନସିଲ ଅସ୍ଥାୟୀ ଭାବେ ସର୍ବୋଚ୍ଚ ନେତୃତ୍ୱଙ୍କର ସମସ୍ତ ଦାୟିତ୍ୱ ନେଇପାରନ୍ତି ।
ଇରାନର ଏଇ ଲିଡରସିପ କାଉନସିଲରେ ବର୍ତ୍ତମାନର ରାଷ୍ଟ୍ରପତି, ଦେଶର ନ୍ୟାୟପାଳିକା ମୁଖ୍ୟ ଏବଂ ଇରାନର ଏକ୍ସପେଡିଏନ୍ସି କାଉନସିଲ ଦ୍ୱାରା ମନୋନୀତ ଗାର୍ଡିଆନ କାଉନସିଲର ସଦସ୍ୟ ଅଛନ୍ତି ଯେଉଁମାନେ ସର୍ବୋଚ୍ଚ ନେତାଙ୍କୁ ପରାମର୍ଶ ଦେଇଥାନ୍ତି ଏବଂ ସଂସଦର ବିବାଦକୁ ସମାଧାନ କରନ୍ତି ।
ଖାମନେଇଙ୍କର ଜଣେ ପରାର୍ଶଦାତାଙ୍କ ଉକ୍ତିକୁ ଉଦ୍ଧୃତ କରି ଇରାନ ସରାକାରୀ ଟେଲିଭିଜନ କହିଛି, ପେଜେଶକିଆନଙ୍କ ବ୍ୟତୀତ ଇରାନର ନ୍ୟାୟପାଳିକା ମୁଖ୍ୟ ଘୋଲାମହୋସେନ ମୋହଶେନି ଏଜେଇ ଏବଂ ଦେଶର ଆଇନ ପରିଷଦର ଅନ୍ୟ ଜଣେ ଅଧିକାରୀ ଏହି ଦେଶର ସର୍ବୋଚ୍ଚ ନେତାଙ୍କ ଅନୁପସ୍ଥିତିରେ ଦାୟିତ୍ୱ ନେବେ ।
କୁହାଯାଉଛି, ଖାମନେଇଙ୍କ ପୁଅ 56 ବର୍ଷ ବୟସ୍କ ଶିଆ ମୌଲବୀ ମୋଜତବା ସମ୍ଭାବିତ ପ୍ରାର୍ଥୀ ହୋଇ ପାରନ୍ତି । କିନ୍ତୁ ସେ ପୂର୍ବରୁ କେବେ ସରକାରୀ ପଦବୀ ସମ୍ଭାଳି ନାହାନ୍ତି । ତା ଛଡା ତାଙ୍କୁ ସୁପ୍ରିମ ଲିଡର କରାଇଲେ ଦେଶରେ ଉତ୍ତେଜନା ଦେଖା ଦେଇ ପାରେ । କାରଣ ଏହି ପଦ ବଂଶାନୁକ୍ରମିକ ହୋଇଯିବ । ଯେଉଁମାନେ ମୌଲବୀ ଶାସକକୁ ବିରୋଧ କରୁଥିଲେ ସେମାନେ ଏହାର ବିରୋଧ କରିପାରନ୍ତି ।
ତା ଛଡା ଖାମନେଇ ପୂର୍ବରୁ ତାଙ୍କ ଫଲୋଅର୍ସଙ୍କୁ କହି ସାରିଛନ୍ତି, ସୁପ୍ରିମ ଲି଼ଡର ପଦ ଖାନଦାନୀ ପରମ୍ପରା ହେଉ ସେ ଚାହାନ୍ତି ନାହିଁ । ଇସ୍ରାଏଲ ସହ ଯେତେବେଳେ 12 ଦିନିଆ ଯୁଦ୍ଧ ହୋଇଥିଲା ସେତେବେଳେ ସେ ତିନିଜଣ ପ୍ରାର୍ଥୀଙ୍କ ସୂଚନା ଦେଇଥିଲେ । ସେମାନଙ୍କ ମଧ୍ୟରୁ କାହାକୁ ନିଯୁକ୍ତି ଦିଆଯାଇ ପାରେ ।
ଏହା ମଧ୍ୟ ପଢନ୍ତୁ ଦୁବାଇ ଉପରେ ଇରାନର ଆକ୍ରମଣ: ବିମାନବନ୍ଦରରେ ଫସିଛନ୍ତି ଷ୍ଟାର ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ
ଏହା ମଧ୍ୟ ପଢନ୍ତୁ ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ; ଆୟାତୋଲ୍ଲା ଅଲ୍ଲୀରେଜ ଆରାଫି ଇରାନର ଅନ୍ତରୀଣ ସର୍ବୋଚ୍ଚ ନେତା, ଆକ୍ରମଣକୁ ଚୀନର ନିନ୍ଦା

