ଇରାନ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ, ଦୋହଲିଲା ରାଜଧାନୀ ତେହେରାନ
ଇରାନ ଉପରେ ପୁଣି ଥରେ ବଡ଼ ଆକ୍ରମଣ କରିଛି ଇସ୍ରାଏଲ । ଇରାନ ଶାସକ ଆୟାତୋଲ୍ଲାହ ଖମିନୀଙ୍କ କାର୍ଯ୍ୟାଳୟ ନିକଟରେ ଆକ୍ରମଣ । ତେହେରାନ ଧୂଆଁମୟ ।

Published : February 28, 2026 at 12:29 PM IST
|Updated : February 28, 2026 at 12:54 PM IST
ISRAEL ATTACK ON IRAN, ଦୁବାଇ : ଇରାନର ରାଜଧାନୀ ତେହେରାନ ଉପରେ ଇସ୍ରାଏଲ ଓ ଆମେରିକାର ଘମାସାନ ଆକ୍ରମଣ । ଆଜି (ଶନିବାର) ଇରାନର 30ଟି ସ୍ଥାନ ଉପରେ ମିଶାଇଲ ମାଡ଼ ହୋଇଛି । ଇରାନର ଶାସକ ଆୟାତୋଲ୍ଲାହ ଖମିନୀଙ୍କ କାର୍ଯ୍ୟାଳୟ ନିକଟରେ ମଧ୍ୟ ଆକ୍ରମଣ ହୋଇଥିବା ଖବର ମିଳିଛି । ଆକ୍ରମଣ ପରେ ତେହେରାନ ଧୂଆଁମୟ ହୋଇଯାଇଛି । ପ୍ରତି ଆକ୍ରମଣ ପାଇଁ ଇସ୍ରାଏଲ ମଧ୍ୟ ପ୍ରସ୍ତୁତ ରହିଛି । ଏଥିପାଇଁ ଇସ୍ରାଏଲ ନିଜର ଏୟାର ସ୍ପେସ୍ରେ (Air Space) ସାଧାରଣ ନାଗରିକଙ୍କ ପ୍ରବେଶକୁ ବାରଣ କରିଛି ।
#BREAKING Israel closes its airspace to civilian flights: ministry pic.twitter.com/vx4TjioqcF
— AFP News Agency (@AFP) February 28, 2026
ଆକ୍ରମଣ ପରେ ଧୂଆଁମୟ ତେହେରାନ:
ଇରାନ ରାଜଧାନୀ ତେହେରାନରେ ବଡ଼ ଧମାକା । ଇରାନ ଓ ଆମେରିକା ମଧ୍ୟରେ ନ୍ୟୁକ୍ଲିଅର ପ୍ରୋଗ୍ରାମକୁ ନେଇ ତିକ୍ତତା ଲାଗି ରହିଥିଲା । ଏହାରି ମଧ୍ୟରେ ଇରାନ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛି ଇସ୍ରାଏଲ । ଆକ୍ରମଣ ନେଇ ଇରାନ ପକ୍ଷରୁ କୌଣସି ପ୍ରତିକ୍ରିୟା ଜାରି କରାଯାଇନାହିଁ । ଆକ୍ରମଣ ପରେ ତେହେରାନରୁ ଭୟଙ୍କର ଧୂଆଁ ଉଠୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
#WATCH | Tehran, Iran | Israel has launched a preventative missile attack against Iran, the Israeli defence minister said; visuals of the aftermath of the strike in Iran as a plume of smoke billows into the sky
— ANI (@ANI) February 28, 2026
The U.S. participated in the (Iran) attack and was also carrying out… pic.twitter.com/tzfR1WnDhO
ଇରାନ ଉପରେ ଆମେରିକାର ଚାପ:
ତେହେରାନରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ସମୟରେ 86 ବର୍ଷୀୟ ସୁପ୍ରିମ ଲିଡର ଆୟାତୋଲ୍ଲା ଖମିନୀ ମଧ୍ୟ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ । ଆମେରିକା ଓ ଇରାନର ବିବାଦ ପାଇଁ ବହୁ ଦିନ ଧରି ଗଣମାଧ୍ୟମ ଠାରୁ ଦୂରେଇ ରହିଥିଲେ । ଆମେରିକା ନିଜର ସାମରିକ ଶକ୍ତି ପ୍ରଦର୍ଶନ ସହିତ ଇରାନ ଉପରେ ଚାପ ପକାଇବା ପାଇଁ ବହୁ ଲଢୁଆ ବିମାନ ଓ ଯୁଦ୍ଧ ଜାହାଜ ଆଦି ଇରାନର ନିକଟବର୍ତ୍ତୀ ଅଞ୍ଚଳରେ ନିୟୋଜିତ କରିଥିଲା । ଏପରି କରି ସେ ଇରାନର ନ୍ୟୁକ୍ଲିୟର ପ୍ରୋଗ୍ରାମକୁ ମାତ୍ ଦେବାକୁ ଚେଷ୍ଟା କରିଥିଲା ।
Following a situational assessment, it was determined that as of today (Saturday), at 08:00, immediate changes will be made to the Home Front Command Guidelines.
— Israel Defense Forces (@IDF) February 28, 2026
As part of the changes, it was decided to shift all areas of the country from Full Activity to Essential Activity.
The…
ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାର୍ଟସ୍ କହିଛନ୍ତି,"ଇସ୍ରାଏଲ ଇରାନ ବିପକ୍ଷରେ ଏକ ପ୍ରତିରୋଧକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି ।" ଇରାନରେ ଆକ୍ରମଣ ପରେ ସେଠାକାର ଦୃଶ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏହି ଆକ୍ରମଣରେ ଆମେରିକା ମଧ୍ୟ ସାମିଲ ରହିଛି ବୋଲି ଜଣେ U.S. ଅଧିକାରୀ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ ପ୍ରତିକ୍ରିୟା ଦେଇଛନ୍ତି ।
Following a situational assessment, it was determined that as of today (Saturday), at 08:00, immediate changes will be made to the Home Front Command Guidelines.
— Israel Defense Forces (@IDF) February 28, 2026
As part of the changes, it was decided to shift all areas of the country from Full Activity to Essential Activity.
The…
ଏୟାର ସ୍ପେସ୍ ବନ୍ଦ କରିଲା ଇରାନ:
ଇରାନ ଉପରେ ଆକ୍ରମଣ ପରେ ଏହା ନିଜର ଏୟାର ସ୍ପେସ୍କୁ (Air Space) ବନ୍ଦ କରିଛି । ତେହେରାନରେ ଧମାକା ପରେ ଇରାନ ଏପରି ଚେତାବନୀ ଜାରି କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନାଗରିକ ମୃତାହତ ହୋଇଥିବା ସୂଚନା ହସ୍ତଗତ ହୋଇନାହିଁ । ଏହି ଘଟଣା ପରେ ଆମେରିକା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଇସ୍ରାଏଲରେ ବାଜିଲା ସାଇରନ୍:
ଆକ୍ରମଣ ପରେ ଇସ୍ରାଏଲ ରାଜଧାନୀ ତେଲ ଅଭିଭ୍ରେ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଇରାନର ପ୍ରତିଆକ୍ରମଣ ପାଇଁ ବିଗତ କିଛି ମିନିଟ ମଧ୍ୟରେ ଇସ୍ରାଏଲରେ ସାଇରନ ବଜାଯାଇଛି । ନିଜର ସେଲ୍ୟୁଲାର ଯନ୍ତ୍ରକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଆଗୁଆ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀକାଳୀନ କାର୍ଯ୍ୟ ବ୍ୟତୀତ ବାହାରେ କୌଣସି ପ୍ରକାର ଏକତ୍ରିକରଣ ଉପରେ ରୋକ ଲଗାଯାଇଛି । ସ୍କୁଲ, ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ଆଦିକୁ ବନ୍ଦ ରଖାଯାଇଛି ।

