ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ, ସ୍ପଷ୍ଟ କଲା ଇରାନ
ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲାହ ଖାମେନେଇଙ୍କ ମୃତ୍ୟୁ । ଇରାନର ପରମାଣୁ କ୍ଷମତାକୁ ନିଷ୍କ୍ରିୟ କରିବା ପାଇଁ "ଭାରୀ ଏବଂ ଲକ୍ଷ୍ୟଭେଦି ବୋମା ମାଡ଼" କରାଯିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି ।

Published : March 1, 2026 at 7:13 AM IST
Iran Supreme Leader Ayatollah Khomeini Dead, ଦୁବାଇ: ତେହେରାନ ଉପରେ ଆମେରିକା ଓ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଇରାନର ସୁପ୍ରିମ୍ ଲିଡର ଆୟାତୋଲ୍ଲାହ ଖାମେନେଇଙ୍କ ପ୍ରାଣ ହରାଇଛନ୍ତି । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଘୋଷଣା କରିଛନ୍ତି । ଏହାର କିଛି ସମୟ ପରେ ଇରାନ ପକ୍ଷରୁ ଏହି ଖବରକୁ ପୁଷ୍ଟି କରାଯାଇଛି । ନିଜର ସୋସିଆଲ ମିଡିଆରେ ଟ୍ରମ୍ପ ଖାମେନେଇଙ୍କୁ ଇତିହାସର ସବୁଠାରୁ ଖଳ ଲୋକ ଭାବେ ଅଭିହିତ କରିଛନ୍ତି । ସେ କହିଛନ୍ତି ଚଳିତ ସପ୍ତାହ ଇରାନର ନ୍ୟୁକ୍ଲିୟର ପ୍ରୋଗ୍ରାମକୁ ଶେଷ କରିବା ପାଇଁ ବିଭିନ୍ନ ସ୍ଥାନରେ ଆହୁରି ପ୍ରବଳ ଓ ଲକ୍ଷ୍ୟ ଭେଦି ବୋମାମାଡ଼ କରାଯିବ ।
ସ୍ପଷ୍ଟ କରିଲା ଇରାନର ଜାତୀୟ ଟିଭି:
ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଅଶାନ୍ତ ହୋଇପଡିଛି ମଧ୍ୟପ୍ରାଚ୍ୟ । ଏହି ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲାହ ଖାମେନେଇଙ୍କ ମୃତ୍ୟୁ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ନିଜର ସୋସିଆଲ ମିଡିଆରେ ଦାବି କରିଥିଲେ । ଏହାକୁ ବର୍ତ୍ତମାନ ଇରାନର ଜାତୀୟ ଟେଲିଭିଜନ ପକ୍ଷରୁ ସତ୍ୟ ଭାବେ ଘୋଷଣା କରାଯାଇଛି ।
'ଇତିହାସର ସବୁଠାରୁ ଖଳ ଲୋକ ମୃତ'
"ଇତିହାସର ସବୁଠାରୁ ଖଳ ଲୋକଙ୍କ ମଧ୍ୟରୁ ଜଣେ ଖାମେନେଇ ମୃତ୍ୟୁବରଣ କରିଛନ୍ତି", ବୋଲି ଡୋନାଲ୍ଡ ଟ୍ରମ୍ପ ନିଜର ସୋସିଆଲ ମିଡିଆ ଟ୍ରୁଥରେ ଏହା ଉଲ୍ଲେଖ କରିଛନ୍ତି । ଆମେରିକାର ଇରାନ ଉପରେ ଏହି ଆକ୍ରମଣ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଅସ୍ଥିରତା ଓ ବିଶାଳ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି ।
Donald J. Trump Truth Social Post 04:37 PM EST 02.25.26
— Commentary Donald J. Trump Posts From Truth Social (@TrumpDailyPosts) February 28, 2026
Khamenei, one of the most evil people in History, is dead. This is not only Justice for the people of Iran, but for all Great Americans, and those people from many Countries throughout the World, that have been killed or…
ଇରାନରେ ଆତଙ୍କ:
ଗତକାଲି ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ତେହେରାନରେ ଧ୍ବଂସଲୀଳା ରଚିଛି । ଇରାନର ମିନାବରେ ଥିବା ଏକ ସ୍କୁଲର 108 ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନ ଉପରେ କରିଥିବା ଏହି ସାମରିକ କାର୍ଯ୍ୟାନୁଷ୍ଠାନକୁ "ପ୍ରତିରୋଧକ ଆକ୍ରମଣ" ଭାବେ ବର୍ଣ୍ଣନା କରିଛି । ଇରାନର ରାଜଧାନୀ ତେହେରାନ ସମେତ ଅନେକ ସହରରେ ବୋମା ବିସ୍ଫୋରଣ ଆତଙ୍କ ଖେଳାଇଥିଲା । ଏହା ସହିତ ସମ୍ଭାବିତ ବିମାନ ଆକ୍ରମଣ ସାଇରନ ବାଜିଥିଲା ।
ବଢୁଛି ମୃତ୍ୟୁ ସଂଖ୍ୟା:
ଇରାନୀ ରେଡ କ୍ରେସେଣ୍ଟ ଶନିବାର ସନ୍ଧ୍ୟାରେ କହିଛି ଯେ, ଇରାନ ଉପରେ ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣରେ ଅତି କମରେ 201 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 747 ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦକ୍ଷିଣ ସହର ମିନାବରେ ଥିବା ଏକ ସ୍କୁଲର 108 ଜଣ ଛାତ୍ର ଅଛନ୍ତି, ଯାହା ଆକ୍ରମଣରେ ପ୍ରଭାବିତ ହୋଇଥିଲା । "ମିନାବ ସ୍କୁଲରେ ମୃତ ଛାତ୍ରଙ୍କ ସଂଖ୍ୟା 108ରେ ପହଞ୍ଚିଛି । ରିଲିଫ୍ ଏବଂ ଭଗ୍ନାବଶେଷ ଅପସାରଣ କାର୍ଯ୍ୟ ଏବେ ବି ଜାରି ରହିଛି," ସଂଗଠନର ଜଣେ ମୁଖପାତ୍ର କହିଛନ୍ତି ।

