ETV Bharat / international

ଋଷରୁ ଅଧିକ ଅଶୋଧିତ ତୈଳ କିଣିବାକୁ ଆଗ୍ରହ ଦେଖାଇଛି ଭାରତ: ଋଷିଆ ଉପପ୍ରଧାନମନ୍ତ୍ରୀ

ହରମୁଜ୍ ଷ୍ଟ୍ରିଟ୍‌ ଉପରେ ଇରାନ କଟକଣା ଲଗାଇବା ପରେ ଭାରତ ଋଷିଆ ଠାରୁ ଅଶୋଧିତ ତୈଳ କିଣିବା ପାଇଁ ପୁନଶ୍ଚ ଆଗ୍ରହ ପ୍ରକାଶ କରିଛି ବୋଲି ଋଷିଆର ଉପପ୍ରଧାନମନ୍ତ୍ରୀ କହିଛନ୍ତି ।

Representional image
ପ୍ରତୀକାତ୍ମକ ଚିତ୍ର (IANS)
author img

By ETV Bharat Odisha Team

Published : March 4, 2026 at 7:29 AM IST

1 Min Read
Choose ETV Bharat

ମସ୍କୋ (ଋଷିଆ): ଇସ୍ରାଏଲ ଓ ଇରାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଭାରତର ତୈଳ ବଜାର ଉପରେ ସଙ୍କଟ ସୃଷ୍ଟି ହୋଇଛି । ଏହି ସମୟରେ ଋଷିଆ ଏକ ବଡ଼ ବୟାନ ଦେଇଛି । ଇରାନର ହରମୁଜ୍ ଷ୍ଟ୍ରିଟ୍‌ ଉପରେ ଇରାନ କଟକଣା ଲଗାଇବା ପରେ ଭାରତ ଋଷିଆ ଠାରୁ ଆହୁରି ଅଧିକ ପରିମାଣର ଅଶୋଧିତ ତୈଳ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଛି ବୋଲି ଋଷିଆର ଉପପ୍ରଧାନମନ୍ତ୍ରୀ କହିଛନ୍ତି ।

ଭାରତର ପୁନଃ ଆଗ୍ରହ ପ୍ରକାଶ:
ଇରାନର ହରମୁଜ୍ ଷ୍ଟ୍ରିଟ୍‌ ତୈଳ କାରବାର ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଓ ପ୍ରମୁଖ ସ୍ଥାନ ଅଟେ । ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଯୋଗୁଁ ଏହାର କାର୍ଯ୍ୟକାରିତା ଉପରେ ପ୍ରଭାବ ପଡିଛି । ଏହି ସମୟରେ ଋଷିଆ ଉପପ୍ରଧାନମନ୍ତ୍ରୀ ଆଲେକଜାଣ୍ଡାର ନୋଭାକ ଦେଶର ଜାତୀୟ ଟିଭିରେ ବୟାନ ଦେଇ କହିଛନ୍ତି, 'ହଁ, ଆମେ ଭାରତ ଠାରୁ ନୂତନ ଆଗ୍ରହର ସଙ୍କେତ ପାଉଛୁ ।'

କେତେ ଗୁରୁତ୍ବପୂର୍ଣ୍ଣ ହରମୁଜ୍ ଷ୍ଟ୍ରିଟ:
ସାରା ବିଶ୍ବର ପଞ୍ଚମାଂଶ ତୈଳ କାରବାର ଓ ତରଳ ପ୍ରାକୃତିକ ଗ୍ୟାସ ଏହି ସଂକୀର୍ଣ୍ଣ ହରମୁଜ୍ ଷ୍ଟ୍ରିଟ ଦେଇ ବିଶ୍ବର ବଡ଼ ବଡ଼ ଦେଶରେ ପହଞ୍ଚିଥାଏ । ଏହି ଜଳପଥ ପର୍ସିଆନ ଗଲ୍ଫ ଅଞ୍ଚଳକୁ ବିଶ୍ବର ବଜାର ସହିତ ସଂଯୋଜିତ କରିଥାଏ । ଏହି ସଂକୀର୍ଣ୍ଣ ଜଳପଥରେ ସାମାନ୍ୟ ଚାପ ସାରା ବିଶ୍ବରେ ପ୍ରତିଫଳିତ ହୋଇପାରେ । ଏଠାରେ କାରବାର ଉପରେ କଟକଣା ଯୋଗୁଁ ବିଭିନ୍ନ ଇନ୍ଧନ ଆମଦାନୀ କରୁଥିବା ଦେଶ ଯଥା: ଭାରତ, ଚୀନ ଓ ଜାପାନ ଭଳି ବୃହତ୍ତ ଅର୍ଥନୀତିରେ ଇନ୍ଧନ ଯୋଗାଣ ପ୍ରଭାବିତ ହେବା ସହିତ ବିଶ୍ବ ସ୍ତରରେ ଅଶୋଧିତ ତୈଳର ଦରରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳେ ।

ଭାରତ ସହିତ ୟୁରୋପୀୟ ସଂଘକୁ ନିମନ୍ତ୍ରଣ:
ସାରା ବିଶ୍ବରେ ବିଭିନ୍ନ କ୍ଷେତ୍ରରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଶକ୍ତି ଓ ଇନ୍ଧନ କ୍ଷେତ୍ରରେ କାରବାର ପ୍ରଭାବିତ ହେଉଛି । ବିଭିନ୍ନ ଦେଶ ଏହାର ବିକଳ୍ପ ଖୋଜୁଛନ୍ତି । ଏହି ସମୟରେ ଋଷିଆ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଜାରି ହୋଇଛି । ଭାରତ ସହିତ ୟୁରୋପୀୟ ସଂଘ ବୃଦ୍ଧି ପାଉଥିବା ଶକ୍ତି ସଙ୍କଟକୁ ଦୃଷ୍ଟିରେ ରଖି ଋଷିଆ ଠାରୁ ମଧ୍ୟ ହାଇଡ୍ରୋକାର୍ବନ ଆମଦାନୀ କରିପାରିବେ । ପୂର୍ବରୁ ଏହା ଉପରେ କଟକଣା ଲଗାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:

ଲାଇଭ ଜଳୁଛି ମଧ୍ୟପ୍ରାଚ୍ଯ; ଇସ୍ରାଏଲ-ଆମେରିକାର ଆକ୍ରମଣ, ଇରାନ ଆଖିରେ ପ୍ରତିଶୋଧର ନିଆଁ

'ଏକ କୋଟି ଭାରତୀୟଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା':- MEA

ଋଷିଆର NTV କହିଛି ଯେ, ଯୁଦ୍ଧ ଓ ଅସ୍ଥିରତାରେ ବୃଦ୍ଧି ଏବଂ ଇରାନର ଅନ୍ୟ ତୈଳ ଉତ୍ପାଦନକାରୀ ଦେଶଙ୍କ ଉପରେ ଆକ୍ରମଣ ଯୋଗୁଁ ଏସିଆ ଓ ଭାରତ ଭଳି ଦେଶ ମାନେ ପ୍ରଭାବିତ ହେବେ । ବିଶ୍ବରେ ଅନିଶ୍ଚତତା ଯୋଗୁଁ ତୈଳ କାରବାର କ୍ଷେତ୍ରରେ ଋଷିଆ, ଭାରତ ସହିତ ଏସିଆ ଦେଶ ମାନଙ୍କୁ ଦେଉଥିବା ଅତ୍ୟଧିକ ରିହାତି ହ୍ରାସ ପାଇପାରେ ।