ETV Bharat / international

ଭୟଙ୍କର ସଡକ ଦୁର୍ଘଟଣା; ନଦୀରେ ଖସି ପଡିଲା ବସ୍, 17 ମୃତ

ରବିବାର ବିଳମ୍ବିତ ରାତି ଅର୍ଥାତ 1.30ରେ ଏକ ଯାତ୍ରୀବାହୀ ବସ ପୋଖରାରୁ କାଠମାଣ଼୍ଡୁ ଆସୁଥିଲା । କାଠମାଣ୍ଡୁଠାରୁ 90 କିମି ପଶ୍ଚିମରେ ପୃଥ୍ୱୀ ହାଇୱେ ଉପରେ ବସଟି ତ୍ରିଶୁଳି ନଦୀକୁ ଖସି ପଡିଥିଲା ।

Representational Image
Representational Image (IANS)
author img

By ETV Bharat Odisha Team

Published : February 23, 2026 at 11:55 AM IST

1 Min Read
Choose ETV Bharat

କାଠମାଣ୍ଡୁ(ନେପାଳ): ନେପାଳର ଧାଡିଂ ଜିଲ୍ଲାରେ ସୋମବାର ସକାଳୁ ସକାଳୁ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ ତ୍ରିଶୁଳୀ ନଦୀ ଗର୍ଭକୁ ଖସି ପଡିବାରୁ 17 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ ପ୍ରାୟ 27ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ଆର୍ମଡ ପୋଲିସ ଫୋର୍ସ ମୁଖପାତ୍ରଙ୍କ କହିବା ଅନୁଯାୟୀ, ରବିବାର ବିଳମ୍ବିତ ରାତି ଅର୍ଥାତ 1.30ରେ ଏକ ଯାତ୍ରୀବାହୀ ବସ ପୋଖରାରୁ କାଠମାଣ଼୍ଡୁ ଆସୁଥିଲା । କାଠମାଣ୍ଡୁଠାରୁ 90 କିମି ପଶ୍ଚିମରେ ପୃଥ୍ୱୀ ହାଇୱେ ଉପରେ ବସଟି ତ୍ରିଶୁଳି ନଦୀ ଗର୍ଭକୁ ଖସି ପଡିଥିଲା ।

ଦୁର୍ଘଟଣାସ୍ଥଳରୁ ପ୍ରାୟ 17 ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । 27 ଜଣ ଯାତ୍ରୀଙ୍କୁ ବସ ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନେପାଳ ଆର୍ମି, ଆର୍ମଡ ପୋଲିସ, ନେପାଳ ପୋଲିସ ଫୋର୍ସ ଉଦ୍ଧାର କାମରେ ଲାଗିଛନ୍ତି । ଅନ୍ଧାର ଥିବାରୁ ପ୍ରାଥମିକ ଅବସ୍ଥାରେ ଉଦ୍ଧାର କାମରେ ସମସ୍ୟା ଦେଖା ଦେଇଥିଲା । ସକାଳ ପ୍ରାୟ ସାଢେ 6ଟାରେ ପ୍ରଥମ ପର୍ଯ୍ୟାୟ ଉଦ୍ଧାର କାମ ଶେଷ ହୋଇଥିଲା ।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ବସରେ ମୋଟ 44 ଜଣ ଯାତ୍ରୀ ଥିଲେ । ରାତି ପ୍ରାୟ ସାଢେ ଗୋଟେରେ 300 ଫୁଟ ତଳକୁ ବସଟି ଖସି ନଦୀ କୂଳରେ ପଡିଥିଲା । 17 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 27ଜଣଙ୍କୁ କାଠମାଣ୍ଡୁ ସ୍ଥିତ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମୃତକଙ୍କ ମଧ୍ୟରେ ଜଣେ ନ୍ୟୁଜଲାଣ୍ଡର ବ୍ୟକ୍ତି ଥିବା ଜଣାଯାଇଛି । ସେହିପରି ଆହତଙ୍କ ମଧ୍ୟରେ ଜଣେ ଜାପାନୀ ମହିଳା ଏବଂ ଜଣେ ଡଚ ମହିଳା ଅଛନ୍ତି । ବସ ଦୁର୍ଘଟଣାର କାରଣ ଜଣା ପଡିନାହିଁ । ଦ୍ରୁତ ଗତି ଯୋଗୁ ନିୟନ୍ତ୍ରଣ ହରାଇ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପୋଲିସ ଅନୁମାନ କରୁଛି ।

ନେପାଳ ଟ୍ରାଫିକ ପୋଲିସ ଅଫିସ ସୂତ୍ରରୁ ଜଣାଯାଇଛି, ଦେଶରେ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । 2024-25ରେ ନେପାଳରେ 7,669ଟି ସଡକ ଦୁର୍ଘଟଣା ଘଟିଥିଲା । ଏଥରେ ମୋଟ 190 ଜଣଙ୍କର ମୃତ୍ୟୁ ଘଟିଛି ।

ଏହା ମଧ୍ୟ ପଢନ୍ତୁ ଉତ୍ତରାଖଣ୍ଡ ସୀମାରେ 150 ଫୁଟ ଖାଇକୁ ଖସି ପଡିଲା ବସ୍; 13 ମୃତ, 34 ଗୁରୁତର