ETV Bharat / international

ଉତ୍ତର ନାଇଜେରିଆରେ ବନ୍ଧୁକଧାରୀଙ୍କ ଆକ୍ରମଣ; 30 ମୃତ, ଏକାଧିକଙ୍କୁ ଅପହରଣ

ନାଇଜର ରାଜ୍ୟର ଏକ ଗାଁରେ କେତେଜଣ ବନ୍ଧୁକଧାରୀ ଅତର୍କିତ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଅତିକମରେ 30 ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ନାଗରିକଙ୍କୁ ଅପହରଣ କରି ନେଇଛନ୍ତି ।

Several people were killed in an attack by gunmen in northern Nigeria
ଉତ୍ତର ନାଇଜେରିଆରେ ବନ୍ଧୁକଧାରୀଙ୍କ ଆକ୍ରମଣରେ 30 ମୃତ ((Representative photo - IANS))
author img

By ETV Bharat Odisha Team

Published : January 4, 2026 at 8:10 PM IST

1 Min Read
Choose ETV Bharat

ମୀନା(ନାଇଜେରିଆ)-ଉତ୍ତର ନାଇଜେରିଆର ନାଇଜର ରାଜ୍ୟର ଏକ ଗାଁରେ କେତେଜଣ ବନ୍ଧୁକଧାରୀ ଅତର୍କିତ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଅତିକମରେ 30 ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ନାଗରିକଙ୍କୁ ଅପହରଣ କରି ନେଇଛନ୍ତି ହୁର୍ବୃତ୍ତ। ନାଇଜେରିଆ ପୋଲିସ ରବିବାର ଦିନ ଏହି ସୂଚନା ଦେଇଛି ।

ନାଇଜର ରାଜ୍ୟର ପୋଲିସ ପ୍ରବକ୍ତା ବିସିଓ ଅବିଓଦୁନ ଏକ ବୟାନ ଦେଇ କହିଛନ୍ତି, ବନ୍ଧୁକଧାରୀମାନେ ଶନିବାର ସନ୍ଧ୍ୟାରେ ଶାମ ରାଜ୍ୟର ବୋର୍ଗୁର କସୁଆନ-ଦାଜୀ ଗାଁକୁ ଘେରାଉ କରିଥିଲେ । ତା ପରେ ସ୍ଥାନୀୟ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । ଏଥିସହିତ ଆତତାୟୀମାନେ ସ୍ଥାନୀୟ ବଜାର ଏବଂ ଅନେକ ଘର ଜାଳି ଦେଇଥିଲେ ।

ଏହି ଘଟଣାରେ 37ଜଣଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଅଶଙ୍କା ରହିଛି । କାରଣ ରବିବାର ସୁଦ୍ଧା ଏହି ଗାଁର ଅନେକ ଲୋକ ନିଖୋଜ ଅଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯା଼ୟୀ ସୁରକ୍ଷା ବଳ ଏ ଯାଏ ଗାଁକୁ ଆସି ନାହାଁନ୍ତି । ତେବେ ପୋଲିସ ଏପରି ଅଭିଯୋଗକୁ ଖଣ଼୍ଡନ କରିଛି । ପୋଲିସର କହିବା ଅନୁଯାୟୀ, ଅପହୃତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି ।

ନାଇଜେରିଆରେ ଏପରି ଆକ୍ରମଣ ସାଧାରଣ ଘଟଣା । ଏଠାରେ ଦୁର୍ବୃତ୍ତମାନେ ସୁରକ୍ଷା କର୍ମୀ ନ ଥିବା ବିଭିନ୍ନ ଇଲାକାକୁ ନିଜ କବ୍ଜାକୁ ନେଇ ଯାଇଥାନ୍ତି । ସରକାରୀ ନଜରରୁ ଦୂରରେ ଥିବା ବସତିକୁ ଟାର୍ଗେଟ କରିଥାନ୍ତି। ଶନିବାର ଦିନ କାସୁଆନ-ଦାଜି ଗାଁରେ ହୋଇଥିବା ଏହି ଆକ୍ରମଣ ପାପିରି ସମ୍ପ୍ରଦାୟ ରହୁଥିବା ଇଲାକା ନିକଟରେ ଘଟିଥିଲା, ଯେଉଁଠାରେ ନଭେମ୍ବର ମାସରେ ଏକ କ୍ୟାଥୋଲିକ ସ୍କୁଲରୁ 300 ରୁ ଅଧିକ ସ୍କୁଲ ପିଲା ଏବଂ ସେମାନଙ୍କ ଶିକ୍ଷକଙ୍କୁ ଅପହରଣ କରାଯାଇଥିଲା।

ପୋଲିସ ସୂଚନା ଅନୁସାରେ, କାସୁଆନ-ଦାଜି ଗାଁରେ ଆକ୍ରମଣ କରିଥିବା ଆକ୍ରମଣକାରୀମାନେ କାବେ ଜିଲ୍ଲାର ନିକଟବର୍ତ୍ତୀ ଜାତୀୟ ଉଦ୍ୟାନ ଜଙ୍ଗଲରୁ ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ ନାଇଜେରିଆରେ ହିଂସା: ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡ, 50ରୁ ଊର୍ଦ୍ଧ୍ୱ ମୃତ

ଏହା ମଧ୍ୟ ପଢନ୍ତୁ ଭେନେଜୁଏଲା ଉପରେ USର ଏୟାର ଷ୍ଟ୍ରାଇକ୍: 'ରାଷ୍ଟ୍ରପତି ନିକୋଲାସ୍ ଓ ପତ୍ନୀଙ୍କୁ ଉଠାଇ ନେଲା ଆମେରିକା'- ଟ୍ରମ୍ପ