80 ବର୍ଷ ବୟସରେ ଆଖି ବୁଜିଲେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିଆ
ନଭେମ୍ବର 23ରୁ ଖାଲିଦା ଜିଆଙ୍କର ଢାକାସ୍ଥିତ ଏଭରକେୟାର ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ଡିସେମ୍ବର 11ରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖା ଯାଇଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଲଣ଼୍ଡନ ମଧ୍ୟ ପଠାଯାଇଥିଲା ।


Published : December 30, 2025 at 10:12 AM IST
|Updated : December 30, 2025 at 10:32 AM IST
ଢାକା:ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ନାଶନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ବେଗମ ଖାଲିଦା ଜିଆଙ୍କର ମଙ୍ଗଳବାର ସକାଳ 6ଟାରେ ନିଧନ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ବୟସ ହୋଇଥିଲା । ଖାଲିଦା ଜିଆଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ସେ ବାର୍ଦ୍ଧକ୍ୟ ଜନିତ ଏକାଧିକ ରୋଗରେ ପୀଡିତ ଥିଲେ । ଲିଭର ଜନିତ ରୋଗ, ଆର୍ଥାଇଟିସ, ଡାଇବେଟିସ ଏବଂ ଛାତି ତଥା ହାର୍ଟ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ବାଂଲାଦେଶ ନାଶନାଲ ପାର୍ଟି ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି । ବିଏନପି ସୋସିଆଲ ମିଡିଆର ଏକ ପୋଷ୍ଟ ସେୟାର କରି ଲେଖିଛି, ସକାଳ ପାଖାପାଖି 6ଟାରେ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
ମିଡିଆ ରିପୋର୍ଟ ଅନୁଯାୟୀ, ନଭେମ୍ବର 23 ତାରିଖରୁ ଖାଲିଦା ଜିଆଙ୍କର ଢାକାସ୍ଥିତ ଏଭରକେୟାର ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ଡିସେମ୍ବର 11 ତାରିଖରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖା ଯାଇଥିଲା। ଏହା ପୂର୍ବରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଲଣ଼୍ଡନ ମଧ୍ୟ ପଠାଯାଇଥିଲା । ତାଙ୍କର ପୁଅ ତାରିକ ରେହମାନ 17 ବର୍ଷ ଦେଶାନ୍ତର ହେବା ପରେ ବାଂଲାଦେଶ ନିଜ ମାଙ୍କ ପାଖକୁ ଫେରି ଆସିଥିଲେ ।
The BNP Chairperson and former Prime Minister, Begum Khaleda Zia, passed away today at 6:00 a.m., shortly after the Fajr prayer. Inna lillahi wa inna ilayhi raji‘un. We pray for the forgiveness of her soul and request everyone to offer prayers for her departed soul. pic.twitter.com/KY2948UPD5
— Bangladesh Nationalist Party-BNP (@bdbnp78) December 30, 2025
ବିଏନପିର ଫେସବୁକ ପେଜରେ ଏକ ପୋଷ୍ଟରେ କୁହାଯାଇଛି, ଖାଲିଦା ଜିଆଙ୍କ ମୃତ୍ୟୁ ସକାଳ 6ଟାରେ ଫଜ୍ର ନମାଜ ପରେ ପରେ ହୋଇଥିଲା । ଦଳ ପକ୍ଷରୁ କୁହାଯାଇଛି, ଆମେ ତାଙ୍କର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛୁ ଏବଂ ସମସ୍ତଙ୍କୁ ତାଙ୍କର ଦିବଙ୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରୁଛୁ ।
Reuters reports, Bangladesh's first female Prime Minister, Khaleda Zia, dies at 80.
— ANI (@ANI) December 30, 2025
କିଏ ଏହି ଖାଲିଦା ଜିଆ
1945 ଅଗଷ୍ଟ 15 ତାରିଖରେ ଖାଲିଦା ଜିଆଙ୍କ ଜନ୍ମ ପୂର୍ବ ବଙ୍ଗର ଦିନାଜପୁର(ସେତେବେଳେ ଭାରତରେ ଥିଲାସ ଏବେ ବାଂଲାଦେଶରେ)ରେ ହୋଇଥିଲା । ଦୀର୍ଘ ବର୍ଷ ଧରି ସେ ବାଂଲାଦେଶ ରାଜନୀତିରେ ରହି ଆସିଥିଲେ । ଅନେକ ଥର କାରାବରଣ ମଧ୍ୟ କରିଥିଲେ । ସେ ଥିଲେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ।
#WATCH | From ANI archives - The life and times of Bangladesh's first female Prime Minister, Khaleda Zia, who died earlier today at the age of 80. pic.twitter.com/g8UwRrWzjo
— ANI (@ANI) December 30, 2025
ସେ 1991ରୁ 1996 ଏବଂ 2001ରୁ 2006 ଯାଏ ଦେଶର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ । ତାଙ୍କର ବିବାହ ଜିଆ ଉର ରେହମାନଙ୍କ ସହ ହୋଇଥିଲା । ତାଙ୍କର ଦୁଇ ପୁଅ ତାରିକ ରେହମାନ(60) ଏବଂ ଅରଫାନ ରେହମାନ । ତାରିକ ରେହମାନ ବିଏନପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି । ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନରେ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ମୁଖ୍ୟ ଦାବିଦାର ଅଛନ୍ତି ।
ଜିଆ ଉର ରେହମାନ ବାଂଲାଦେଶ ସ୍ୱାଧୀନତା ସଂଗ୍ରାମରେ ଜଣେ ପ୍ରମୁଖ ନେତା ଥିଲେ । ବାଂଲାଦେଶ ସେତେବେଳେ ପାକିସ୍ତାନର ଅଂଶ ଥିଲା । ଜିଆ ଉର ରେହମାନ 1977ରେ ବାଂଲାଦେଶର ରାଷ୍ଟ୍ରପତି ହୋଇଥିଲେ । 1981ରେ ତାଙ୍କୁ ହତ୍ୟା କରାଯାଇଥିଲା । ଜିଆ ଉର ରେହମାନ 1978ରେ ବାଂଲାଦେଶ ନାଶନାଲ ପାର୍ଟି ଗଠନ କରିଥିଲେ ।1979ରେ ତାଙ୍କ ଦଳ ବମ୍ପର ବିଜୟ ହାସଲ କରିଥିଲା । ଏହା ପରେ ସେ ଦେଶର ପ୍ରଥମ ନିର୍ବାଚିତ ରାଷ୍ଟ୍ରପତି ହୋଇଥିଲେ ।
#WATCH | From ANI archives - The life and times of Bangladesh's first female Prime Minister, Khaleda Zia, who died earlier today at the age of 80. pic.twitter.com/bGWbbNcwmX
— ANI (@ANI) December 30, 2025
ଏହା ମଧ୍ୟ ପଢନ୍ତୁ ରାଜପକ୍ଷେ, ଶେଖ ହସିନା ଏବଂ ଓଲି ତିନିହେଁ ଥିଲେ ପାଶ୍ଚତ୍ୟ ବିରୋଧୀ; ଚୀନ ସହ ବନ୍ଧୁତା ବଢାଉଥିଲେ , ସମସ୍ତଙ୍କ ହାତରୁ ଚାଲିଗଲା କ୍ଷମତା
ଏହା ମଧ୍ୟ ପଢନ୍ତୁ ବାଂଲାଦେଶ ହିଂସାରେ ବଡ ରାୟ: ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

