ବାଂଲାଦେଶରେ ପୁଣି ତେଜିଲା ହିଂସା: ବିଏନପି ନେତାଙ୍କୁ ଢାକାରେ ଗୁଳି କରି ହତ୍ୟା
ମୁସବ୍ବିର କିଛି ଲୋକଙ୍କ ସହ ମିଶି ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ପରେ ମୁସବ୍ବିର, ମସୁଦ ଚାଲିଚାଲି ଯାଉଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଗୁଳିମାରି ପଳାଇ ଯାଇଥିଲେ ।

Published : January 8, 2026 at 7:09 PM IST
ଢାକା: ବଂଲାଦେଶରେ ଥମୁନି ରାଜନୈତିକ ହିଂସା । ବାଂଲାଦେଶ ନାଶନାଲ ପାର୍ଟି (ବିଏନପି) ନେତା ଅଜିଜୁର ରେହମାନ ମୁସବ୍ବିରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏଥିରେ କାରବା ବଜାର ଭ୍ୟାନ ଆସୋସିଏସନର ସାଧାରଣ ସମ୍ପାଦକ ଅବୁ ସୁଫିଆନ ମସୁଦ ଆହତ ହୋଇଛନ୍ତି ।
ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ମୁସବ୍ବିର ବାଂଲାଦେଶ ନାଶନାଲ ପାର୍ଟିର ଭଲ୍ୟୁଣ୍ଟିଅର ୱିଙ୍ଗ ଢାକା ସିଟି ନର୍ଥ ସ୍ୱେଚ୍ଛିକ ଦଳର ପୂର୍ବତନ ସାଧାରଣ ସମ୍ପାଦକ ଥିଲେ । ଏହି ଘଟଣା ବୁଧବାର ରାତି ପ୍ରାୟ 8.40ରେ ରାଜଧାନୀର ବସୁନ୍ଧରା ମାର୍କେଟ ପଛପାଖ ତେଜତୁୁରୀ ବଜାର ନିକଟରେ ଘଟିଥିଲା । କେତେଜଣ ଅଜଣା ଆତତାୟୀ ତାଙ୍କୁ ଟାର୍ଗେଟ କରି ଗୁଳି ବର୍ଷା କରିଥିଲେ ।
ଗୁଳିମାଡରେ ତେଜଗାଓଁ ଡିଭିଜନର ଆଡିସନାଲ ପୋଲିସ କମିଶନର ଫଜଲୁଲ କରିମ ମୁସବ୍ବିରଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି । ତାଙ୍କର ସୂଚନା ଅନୁଯାୟୀ ଦୁର୍ବୃତ୍ତମାନେ ଦୁଇଜଣଙ୍କୁ ଗୁଳି କରିଥିଲେ । ଏଥିରେ ମୁସବ୍ବିରଙ୍କର ମ଼ୃତ୍ୟୁ ଘଟିଥିଲା । ଅନ୍ୟଜଣେ ବ୍ୟକ୍ତିଙ୍କୁ ଢାକା ମେଡିକାଲ କଲେଜକୁ ପଠାଇ ଦିଆଯାଇଛି ।
ଦ ଡେଲି ଷ୍ଟାରର କହିବା ଅନୁଯାୟୀ, ମୁସବ୍ବିର ସନ୍ଧ୍ୟାରେ କିଛି ଲୋକଙ୍କ ସହ ମିଶି ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଶେଷ ହେବା ପରେ ମୁସବ୍ବିର ଏବଂ ମସୁଦ ନିକଟସ୍ଥ ଏକ ଗଳିରେ ଚାଲି ଚାଲି ଯାଉଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଗୁଳି ମାରି ଫେରାର ହୋଇ ଯାଇଥିଲେ ।
ମାସୁଦଙ୍କର ବାମ ପଟ ପେଟରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ପେଟର ବାମ ପଟେ ଗୁଳି ବାଜିଛି । ଏମର୍ଜେନ୍ସି ବିଭାଗରେ ତାଙ୍କର ଚିକିତ୍ସା ଚାଲିଛି ।
ପରବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ମୁସବ୍ବିର ଆୱାମୀ ଲିଗ ଶାସନ ସମୟରେ ଜେଲରେ ଥିଲେ । ରାଜନୈତିକ ବିବାଦକୁ ନେଇ ତାଙ୍କୁ ଅନେକ ବାର ଜେଲ ଯିବାକୁ ପଡିଥିଲା । ତାଙ୍କର ମୃତ୍ୟୁ ପରେ ଉତ୍ତେଜନା ଦେଖିବାକୁ ମିଳିଛି । ଶତାଧିକ ଲୋକ ଏହି ଘଟଣାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ପଡିଛି । ଏଥିରେ ଲୋକାଲ ବିଏନପି କର୍ମୀ ସାମିଲ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା, ଗୁଳି ଫୁଟାଇ ଗଳା କାଟି ଦେଲେ ଦୁର୍ବୃତ୍ତ
ଏହା ମଧ୍ୟ ପଢନ୍ତୁ ବାଂଲାଦେଶରେ ପୁଣି ଜଣେ ଛାତ୍ରନେତାଙ୍କୁ ଗୁଳି କରି ହତ୍ୟା

