ETV Bharat / international

ପୁଣି ଟ୍ରମ୍ପଙ୍କ ଟାରିଫ୍‌ ବୋମା: 15 ପ୍ରତିଶତକୁ ବୃଦ୍ଧି, ବିଶ୍ବ ବଜାରରେ କିପରି ପ୍ରଭାବ ପଡିବ ?

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅବମାନନା । ୧୦ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କଲେ ଟାରିଫ୍।

US GLOBAL TARIFF HIKE
ପୁଣି ଟାରିଫ୍ ବୃଦ୍ଧି କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (AFP)
author img

By ETV Bharat Odisha Team

Published : February 22, 2026 at 12:03 PM IST

1 Min Read
Choose ETV Bharat

ୱାଶିଂଟନ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅବମାନନା, ପୁଣି ଟାରିଫ୍ ବୃଦ୍ଧି କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପୁଣି ଥରେ ୫ ପ୍ରତିଶତ ଗ୍ଲୋବାଲ ଟାରିଫ ବୃଦ୍ଧି କରିଛନ୍ତି ଟ୍ରମ୍ପ । ଯାହା ଦ୍ଵାରା ସମଗ୍ର ବିଶ୍ୱ ଶୁଳ୍କ ହାର ୧୫ ପ୍ରତିଶତକୁ ବୃଦ୍ଧି ହୋଇଛି । ପୂର୍ବରୁ ଟ୍ରମ୍ପ ପ୍ରଶାସନ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା । ଆମେରିକା ସୁପ୍ରିମକୋର୍ଟଙ୍କ ପୂର୍ବ ଶୁଳ୍କ ଆଦେଶକୁ ଅବୈଧ ଘୋଷଣା କରିବା ପରେ ଏହି ପଦକ୍ଷେପ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଯାହା ବିଶ୍ୱ ବାଣିଜ୍ୟ ଏବଂ ଅନ୍ତର୍ଜାତୀୟ ବଜାରରେ ବ୍ୟାପକ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।

ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ‘ଆମେରିକାରେ ପ୍ରବେଶ କରୁଥିବା ସାମଗ୍ରୀ ଉପରେ ଗ୍ଲୋବାଲ ଶୁଳ୍କକୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଯାହା ତୁରନ୍ତ କାର୍ଯ୍ୟକାରୀ ହେବ । ଗତ ଶୁକ୍ରବାର ଦିନ କୋର୍ଟଙ୍କ ନିଷ୍ପତ୍ତିର ଏକ ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ଆମଦାନୀ ଶୁଳ୍କକୁ ସମ୍ପୂର୍ଣ୍ଣ ଅନୁମୋଦିତ ଏବଂ ଆଇନଗତ ଭାବରେ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି ।"

ଟାରିଫକୁ ନେଇ କଣ କହିଲେ ଟ୍ରମ୍ପ ?

ପୂର୍ବରୁ, ସୁପ୍ରିମକୋର୍ଟ ଟାରିଫକୁ ଅବୈଧ ଘୋଷଣା କରିବାର କିଛି ସମୟ ପରେ ପ୍ରତିକ୍ରିୟା ରଖିଥିଲେ ଟ୍ରମ୍ପ । ସେ କହିଥିଲେ," ମୁଁ ଭାବୁଛି ଭାରତ ସହିତ ମୋର ସମ୍ପର୍କ ଚମତ୍କାର ଏବଂ ଆମେ ଭାରତ ସହିତ ବ୍ୟବସାୟ କରୁଛୁ । ଭାରତ ଋଷ ଠାରୁ ଅଲଗା ହୋଇଗଲା । ଭାରତ ଋଷ ଠାରୁ ତେଲ ଆଣୁଥିଲା । ମୋର ଅନୁରୋଧରେ ସେମାନେ ପଛକୁ ହଟିଗଲେ, କାରଣ ଆମେ ଏହି ଭୟଙ୍କର ଯୁଦ୍ଧକୁ ସମାପ୍ତ କରିବାକୁ ଚାହୁଁଛୁ । ଯାହା ପ୍ରତି ମାସରେ 25,000 ଲୋକଙ୍କୁ ହତ୍ୟା କରୁଛି ।"

ସେ ଆହୁରି ମଧ୍ୟ କହିଥିଲେ ,"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମୋର ସମ୍ପର୍କ ବହୁତ ଭଲ । ଗତ ଗ୍ରୀଷ୍ମ ଋତୁରେ ଶୁଳ୍କ ବ୍ୟବହାର କରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ବନ୍ଦ କରାଯାଇଥିଲା । ମୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିଥିଲି । ଆପଣ ଜାଣନ୍ତି ଯେ, ଏହି ଯୁଦ୍ଧରେ 10ଟି ବିମାନ ଖସାଇ ଦିଆଯାଇଥିଲା । ଏହି ଯୁଦ୍ଧ ଏକ ପରମାଣୁ ଯୁଦ୍ଧରେ ପରିଣତ ହୋଇଥାନ୍ତା । "

ଏହା ମଧ୍ୟ ପଢନ୍ତୁ... ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ବେ ଟାରିଫ୍ ନିଷ୍ପତ୍ତିରେ ଅଟଳ ଟ୍ରମ୍ପ; କହିଲେ 'ଭାରତ ସହ ବାଣିଜ୍ୟ ଚୁକ୍ତିରେ ହେବନି ପରିବର୍ତ୍ତନ'

ଏହା ମଧ୍ୟ ପଢନ୍ତୁ...ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସୁପ୍ରିମ ଝଟକା; ଟ୍ରମ୍ପଙ୍କ ଗ୍ଲୋବାଲ ଟାରିଫକୁ ବେଆଇନ କହିଲେ ଆମେରିକାର ସୁପ୍ରିମକୋର୍ଟ