ପୁଣି ନେପାଳରେ ମାଡ଼ି ଆସିଲା ପ୍ରଳୟଙ୍କରୀ ବନ୍ୟା; ବୁଢୀ ଗଣ୍ଡକୀ ନଦୀ ସ୍ରୋତରେ ଭାସିଗଲା ଘର, ବ୍ରିଜ
ସକାଳ ପ୍ରାୟ 4ଟାରେ ବୁଢୀ ଗଣ୍ଡକୀ ନଦୀରେ ଆସିଥିଲା ଅଚାନକ ବନ୍ୟା । ନଦୀର ପାଣି କ୍ରମାଗତ ବୃଦ୍ଧି ପାଉଛି । ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟରର ସାହାଯ୍ୟ ନିଆ ଯାଇଛି ।

Published : October 11, 2026 at 3:15 PM IST
କାଠମାଣ୍ଡୁ: ନେପାଳର ପୁଣି ଦେଖା ଦେଇଛି ପ୍ରଳୟଙ୍କରୀ ବନ୍ୟା । ରବିବାର ନେପାଳର ଗୋର୍ଖା ଜିଲ୍ଲା ବୁଢୀ ଗଣ୍ଡକୀ ନଦୀରେ ଅଚାନକ ମାଡି ଆସିଥିଲା ଆବର୍ଜନା ମିଶା ବନ୍ୟାଜଳ । ଏଥିରେ 35ରୁ ଅଧିକ ଘର, ସେତୁ ଏବଂ ଏକ ଜଳ ବିଦ୍ୟୁତ ପ୍ରକଳ୍ପ ଭାସି ଯାଇଛି । ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ନଦୀକୂଳରେ ରହିଥିବା ଲୋକମାନଙ୍କୁ ଉଚ୍ଚସ୍ଥାନକୁ ଚାଲି ଯିବାକୁ ଅନୁରୋଧ କରାଯାଇଛି ।
ଗୋର୍ଖା ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟର ସହାୟକ ମୁଖ୍ୟ ଜିଲ୍ଲା ଅଧିକାରୀ ନେତ୍ର ପ୍ରସାଦ ଶର୍ମା କହିଛନ୍ତି, ଗୋର୍ଖା ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀକୂଳରେ ରହୁଥିବା ଲୋକଙ୍କୁ ସତର୍କ ରହିବା ପାଇଁ ଏବଂ ସୁରକ୍ଷିତ ସ୍ଥାନକୁ ଚାଲି ଯିବା ପାଇଁ ଅନୁରୋଧ କରିଛନ୍ତି ।
At least 10 people are missing, according to local media, and 150 homes have been destroyed after devastating flash floods along the Budhi Gandaki River washed away multiple bridges in Gorkha District, Nepal. (H/t @AZ_Intel_ )
— Weather Monitor (@WeatherMonitors) October 11, 2026
କାଠମାଣ୍ଡୁ ପୋଷ୍ଚ ସୂଚନା ଅନୁଯାୟୀ, ଗଣ୍ଡକୀ ପ୍ରଦେଶରେ ଆସିଥିବା ବନ୍ୟା ସାଲେରି, ପୈୟୁକା ଏବଂ ଜଗତ ଅଞ୍ଚଳରେ ନଦୀକୂଳରେ ଥିବା ଘରଗୁଡିକୁ ସଂଯୋଗ କରୁଥିବା ଏକ ଝୁଲା ପୋଲକୁ ଭସେଇ ନେଇଛି । ତେବେ ଏ ପର୍ଯ୍ୟନ୍ତ କୌଣସି ମୃତାହତର ଖବର ମିଳି ନ ଥିବା ଏଥରେ କୁହାଯାଇଛି ।
ତେବେ ହଠାତ୍ ବନ୍ୟା ଆସିବାର କାରଣ ସଂପର୍କରେ ଜଣା ପଡିନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଚୁମନୁବରୀ-6ରେ ଲୋକପା ଏବଂ ଚୁମଲିଙ୍ଗ ମଝିରେ ବୁଢୀ ଗଣ୍ଡକୀ ନଦୀର ଏକ ଶାଖା ନଦୀ ସିଆର ଏହାର ପ୍ରବାହକୁ ଅବରୋଧ କରିଥାଇପାରେ । ଯାହା ଫଳରେ ଏପରି ବନ୍ୟା ସୃଷ୍ଟି ହୋଇଛି । ବନ୍ୟାରେ ଜିଲ୍ଲାର ଚୁମନୁବରୀ ଗ୍ରାମୀଣ ପୌରପାଳିକାରେ ଥିବା ପ୍ରାୟ ତିନି ଡଜନ ଘର ଭାସି ଯାଇଛି।
ବୁଢୀ ଗଣ୍ଡକୀ ନଦୀର ଏହି ବନ୍ୟା ରସୁୱାର ଭୋଟେକୋଶୀ ବନ୍ୟାକୁ ମନେ ପକେଇ ଦେଇଛି । ତେବେ ଏଥର ବୁଢୀ ଗଣ୍ଡକୀ ନଦୀର ଫ୍ଲାସ ଫ୍ଲଡ କ୍ଷୟକ୍ଷତି ବିଷୟରେ ସଠିକ ଜଣାପଡି ନାହିଁ ।
ଏହି ବନ୍ୟା ସକାଳ ପ୍ରାୟ 4ଟାରେ ଆସିଥିଲା । ଯାହା ଫଳରେ ସ୍ଥାନୀୟ ଲୋକେ ସୁରକ୍ଷିତ ଜାଗାକୁ ପଳାଇ ଯିବାରେ ସକ୍ଷମ ହୋଇଥିଲେ । ଗୃହମନ୍ତ୍ରୀ ସୁଦାନ ଗୁରୁଙ୍ଗଙ୍କ କହିବା ଅନୁଯାୟୀ, ବନ୍ୟା ଯୋଗୁ ଚୁମନୁବରୀ ଗ୍ରାମୀଣ ମ୍ୟୁନିସିପାଲିି଼ଟି-3 ମାର୍କେଟର ବ୍ୟାପାକ କ୍ଷୟକ୍ଷତି ହୋଇଛି। ନଦୀର ପାଣି କ୍ରମାଗତ ବୃଦ୍ଧି ପାଉଛି । ସେଥିପାଇଁ ଉଦ୍ଧାର କାର୍ଯ୍ୟ, ରିଲିଫ ବଣ୍ଟନ ଏବଂ ଲୋକଙ୍କୁ ସୁରକ୍ଷିତ ଜାଗାକୁ ଆଣିବା ପାଇଁ ହେଲିକପ୍ଟରର ସାହାଯ୍ୟ ନିଆ ଯାଇଛି ।
ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ପାଇଁ ନେପାଳ ପୋଲିସ, ସଶସ୍ତ୍ର ପୋଲିସ ବାହିନୀ ଏବଂ ସ୍ଥାନୀୟ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି।
ଏହା ମଧ୍ୟ ପଢନ୍ତୁ ନେପାଳ ବନ୍ୟା: 1341ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ପାଖାପାଖି 5000 ନିଖୋଜ
ଏହା ମଧ୍ୟ ପଢନ୍ତୁ ନେପାଳ ଜଳପ୍ରଳୟ: ୧୧ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଜିତିଲେ ଚୀନ ନାଗରିକ ଓ ନେପାଳୀ ମହିଳା

