ETV Bharat / international

UAE ଫୁଜାଇରା ତେଲଖଣିକୁ ଇରାନର ଟାର୍ଗେଟ, 3 ଭାରତୀୟ ଆହତ

ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ ଜରିଆରେ, ତିନି ଜଣ ଭାରତୀୟ ଆହତ ହୋଇଥିବା ସୂଚନା ପ୍ରଦାନ କରାଯାଇଛି ।

Representational Image
Representational Image ((IANS))
author img

By ETV Bharat Odisha Team

Published : May 5, 2026 at 8:55 AM IST

|

Updated : May 5, 2026 at 10:51 AM IST

1 Min Read
Choose ETV Bharat

Iran War ଦୁବାଇ: ସଂଯୁକ୍ତ ଆରବ ଏମିରେଟ୍ସ -ୟୁଏଇ ଉପରେ ଇରାନର ଆକ୍ରମଣ । ଫୁଜାଇରା ତେଲ ଖଣିକୁ ଟାର୍ଗେଟ କଲା ଇରାନ । ଏହି ଆକ୍ରମଣରେ ତିନି ଜଣ ଭାରତୀୟ ଆହତ ହୋଇଥିବା ସୂଚନା ମିଳିଛି । ୟୁଏଇ (UAE) ସ୍ଥିତ ଭାରତୀୟ ଦୂତାବାସ, ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ତିନି ଜଣ ଭାରତୀୟ ଆହତ ହୋଇଥିବା ନେଇ ସ୍ପଷ୍ଟ କରିଛି ।

ଭାରତୀୟ ଦୂତାବାସ ପକ୍ଷରୁ କରାଯାଇଥିବା ପୋଷ୍ଟରେ ଉଲ୍ଲେଖ କରାଯାଇଛି ଯେ ‘‘ଆମେ ପ୍ରଭାବିତ ଭାରତୀୟମାନଙ୍କୁ କିପରି ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ସେନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛୁ ।" ଇରାନର ଡ୍ରୋନ ଆକ୍ରମଣ ଯୋଗୁଁ ପୂର୍ବ ଏମିରେଟ୍ସସ୍ଥିତ ଫୁଜାଇରାର ତେଲ ଖଣିରେ ପ୍ରଥମେ ନଆଁ ଲାଗିଥିଲା । ଏନେଇ ୟୁଏଇ ନ୍ୟୁଜ ଏଜେନ୍ସି ଖବର ପରିବେଷଣ କରିଥିଲା ।

ୟୁଏଇ ଉପରେ 4ଟି ମିସାଇଲ ମାଡ଼:

ଫୁଜାଇରା କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରି ନିଆଁକୁ ଆୟତ୍ତ କରିଥିଲେ । ତେଲ ଖଣିରେ ନିଆଁ ଲାଗିବା ଯୋଗୁଁ ତିନି ଭାରତୀୟ ନାଗରିକ ଆହତ ହୋଇଥିବା ଖଲିଜ ଟାଇମ୍ସ ରିପୋର୍ଟରେ ଦର୍ଶାଇଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏକ୍ସ ପୋଷ୍ଟରେ ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଉଲ୍ଲେଖ କରିଛି ଯେ ‘‘ଇରାନ ୟୁଏଇକୁ ଲକ୍ଷ୍ୟ କରି ଚାରୋଟି ମିସାଇଲ ମାଡ଼ କରିଥିଲା । ଏଥିମଧ୍ୟରୁ ତିନିଟି ବିଭିନ୍ନ ଜଳାଶୟରେ ପଡ଼ିଥିଲା । ଗୋଟିଏ ମିସାଇଲ ଯାଇ ସମୁଦ୍ରରେ ପଡ଼ିଛି । ଆମେ ଦେଶବାସୀଙ୍କୁ ଅନୁରୋଧ କରିବୁ ଯେ, ସୁରକ୍ଷା ଦୃଷ୍ଟିରୁ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଉଥିବା ନିର୍ଦ୍ଦେଶାବଳୀକୁ ସମସ୍ତେ ପାଳନ କରିବେ ’’।

ଆକ୍ରମଣକୁ UAEର ନିନ୍ଦା:

କେବଳ ସରକାରୀ ତଥ୍ୟ ଓ ସୂଚନାକୁ ଦେଶବାସୀ ଅନୁସରଣ କରିବା ବ୍ୟତୀତ କୌଣସି ଗୁଜବରେ ବିଶ୍ବାସ କରିବେ ନାହିଁ କି ଗୁଜବ ପ୍ରଚାର କରିବେ ନାହିଁ ବୋଲି ମନ୍ତ୍ରଣାଳୟ ଦେଶବାସୀଙ୍କୁ ନିବେଦନ କରିଛି । ଇରାନର ମିସାଇଲ ଓ ଡ୍ରୋନ ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିଛି ୟୁଏଇ ବୈଦେଶିକ ମନ୍ତ୍ରଣାଳୟ ।

ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ‘‘ଇରାନର ଏଭଳି ଆକ୍ରୋଶମୂଳକ ଆକ୍ରମଣାତ୍ମକ ପଦକ୍ଷେପ ୟୁଏଇର ସୁରକ୍ଷା, ସ୍ଥିରତା ଓ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଛି । ଏହା ଅନ୍ତର୍ଜାତୀୟ ଆଇନ ଓ ନୀତି ବିରୁଦ୍ଧ ଅଟେ । ୟୁଏଇ କୌଣସି ପରିସ୍ଥିତିରେ ଏହାର ସୁରକ୍ଷା ଓ ସାର୍ବଭୌମତ୍ବ ପ୍ରତି କୌଣସି ବିପଦକୁ ସହ୍ୟ କରିବ ନାହିଁ ।"

ଏହା ମଧ୍ୟ ପଢନ୍ତୁ ୟୁରୋପୀୟ ସଂଘ ଉପରେ ଟାରିଫ୍‌ ପ୍ରହାର: କାର-ଟ୍ରକରୁ 25% ଟିକସ ଆଦାୟ କରିବେ ଟ୍ରମ୍ପ

ଏହା ମଧ୍ୟ ପଢନ୍ତୁ ପରମାଣୁ ଅସ୍ତ୍ରକୁ ନା’ ନ କହିବା ପର୍ଯ୍ୟନ୍ତ ଇରାନ ସହ କୌଣସି ବୁଝାମଣା କରିବନି ଆମେରିକା

Last Updated : May 5, 2026 at 10:51 AM IST