ETV Bharat / international

ଚୀନ ବାଣ କାରଖାନାରେ ଭୟାବହ ବିସ୍ଫୋରଣ: ୨୬ ମୃତ, ୬୧ ଆହତ

ଚୀନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ବିସ୍ଫୋରଣର ଭୟାବହତା ସ୍ପଷ୍ଟ ଜଣାପଡ଼ୁଛି। ଯେଉଁଥିରେ ବେଶ କିଛି କିଲୋମିଟର ଯାଏଁ ଧ୍ୱଂସର ବିଭିଷୀକା ଦେଖିବାକୁ ମିଳିଛି।

In this photo released by Xinhua News Agency, this aerial drone photo taken in the early hours of May 5, 2026, rescuers work on site after an explosion at a fireworks plant in Guandu Town of Liuyang, central China's Hunan Province.
କେନ୍ଦ୍ରୀୟ ଚୀନର ହୁନାନ୍ ପ୍ରଦେଶର ଲିଉୟାଙ୍ଗର ଗୁଆଣ୍ଡୁ ସହରରେ ଏକ ବାଣ କାରଖାନାରେ ବିସ୍ଫୋରଣ ପରେ ଉଦ୍ଧାରକାରୀମାନେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। (AP)
author img

By ETV Bharat Odisha Team

Published : May 5, 2026 at 7:38 PM IST

1 Min Read
Choose ETV Bharat

ବେଜିଂ: ଚୀନର ହୁନାନ ପ୍ରାନ୍ତରେ ଥିବା ଏକ ବାଣ କାରଖାନାରେ ଭୟାବହ ବିସ୍ଫୋରଣ ଘଟି ୨୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬୧ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ସୋମବାର ଅପରାହ୍ନରେ ଚାଙ୍ଗ୍‌ସା ସହର ଅଧୀନସ୍ଥ ଲିଉଯାଙ୍ଗ ନାମକ ଅଞ୍ଚଳରେ ଥିବା ହୁଆଶେଙ୍ଗ ବାଣ ଉତ୍ପାଦନ ଓ ପ୍ରଦର୍ଶନ କମ୍ପାନୀର କାରଖାନାରେ ଏହି ବିସ୍ଫୋରଣ ଘଟିଥିଲା।

ଚୀନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ବିସ୍ଫୋରଣର ଭୟାବହତା ସ୍ପଷ୍ଟ ଜଣାପଡ଼ୁଛି, ଯେଉଁଥିରେ ବେଶ କିଛି କିଲୋମିଟର ଯାଏଁ ଧ୍ୱଂସର ବିଭିଷିକା ଦେଖିବାକୁ ମିଳିଛି। ଉଦ୍ଧାର କାର୍ଯ୍ୟ ପାଇଁ ୪୮୦ରୁ ଅଧିକ ଉଦ୍ଧାରକର୍ମୀଙ୍କୁ ୫ଟି ଦଳରେ ବିଭକ୍ତ କରି ନିଯୁକ୍ତ କରାଯାଇଛି ଏବଂ ୩ଟି ରେସ୍କ୍ୟୁ ରୋବୋଟ୍‌ ମଧ୍ୟ ବ୍ୟବହାର କରାଯାଉଛି। ଆହତମାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲକୁ ପଠାଯାଇଛି।

ଉଲ୍ଲେଯୋଗ୍ୟ, ଚୀନ ବିଶ୍ୱରେ ବାଣ ଉତ୍ପାଦନ ଓ ରପ୍ତାନିରେ ଅଗ୍ରଣୀ ଦେଶ ଭାବେ ପରିଚିତ। ବିସ୍ଫୋରଣସ୍ଥଳଟି ଦୁଇଟି ବ୍ଲାକ୍ ପାଉଡର ଗୋଦାମ ନିକଟରେ ଥିବାରୁ ପୁନର୍ବାର ଦୁର୍ଘଟଣାର ଆଶଙ୍କା ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। ଉଦ୍ଧାରକର୍ମୀମାନେ ଚାରିପାଖର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ଏକ ବଫର ଜୋନ୍‌ ସୃଷ୍ଟି କରିଛନ୍ତି ବୋଲି ସ୍ଥାନୀୟ ଶିନହୁଆ ଗଣମାଧ୍ୟମ ସଂସ୍ଥା ସୂଚନା ଦେଇଛି।

ଏହି ଅଘଟଣ ପରେ ଚାଙ୍ଗ୍‌ସାର ମେୟର ଚେନ୍ ବୋଜାଙ୍ଗ ମୃତକମାନଙ୍କ ପ୍ରତି ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର, ପ୍ରଭାବିତ ଲୋକଙ୍କଠାରୁ ସାର୍ବଜନୀନ ଭାବେ କ୍ଷମା ଚାହିଁଛନ୍ତି। ସେ କହିଛନ୍ତି, “ଆମେ ଗଭୀର ଶୋକାକୁଳ ଓ ଦୁଃଖିତ।” ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୃତକମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟପକ୍ଷରେ ଚୀନର ଆପତକାଳୀନ ପରିଚାଳନା ମନ୍ତ୍ରଣାଳୟ ଘଟଣାସ୍ଥଳକୁ ବିଶେଷଜ୍ଞ ଦଳ ପଠାଇଛି, ଯେଉଁମାନେ ଉଦ୍ଧାର କାର୍ଯ୍ୟକୁ ତଦାରଖ କରୁଛନ୍ତି। ସେପଟେ ଏହି ଦୁର୍ଘଟଣାରେ ସମୃକ୍ତ କମ୍ପାନୀର ଦାୟିତ୍ବରେ ଥିବା ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି ଏବଂ ବିସ୍ଫୋରଣର କାରଣ ଖୋଜିବା ପାଇଁ ତଦନ୍ତ ଚାଲିଛି ବୋଲି ଜଣାପଡ଼ିଛି।

ଏହା ମଧ୍ୟ ପଢନ୍ତୁ UAE ଫୁଜାଇରା ତେଲଖଣିକୁ ଇରାନର ଟାର୍ଗେଟ, 3 ଭାରତୀୟ ଆହତ

ଏହା ମଧ୍ୟ ପଢନ୍ତୁ ଟ୍ରମ୍ପଙ୍କ ଚେତାବନୀ, ହାତ ମାରିଲେ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯିବ ଇରାନ