ETV Bharat / health

କାହିଁକି ହୁଏ ଡାଇବେଟିସ ? ବର୍ତ୍ତିବା ଉପାୟ କହିଲେ ଡାକ୍ତର ଜୟନ୍ତ

ମଧୁମେହ ରୋଗ ଏବେ ବଡ଼ ସମସ୍ୟା ଭାବରେ ଉଭା ହେଲାଣି । ଖବରରେ ପଢନ୍ତୁ ଡ଼ାଇବେଟିସ୍‌ର କାରଣ, ନିରାକରଣ ଓ ଉପଚାର ।

Diabetes patients increasing rapidly sr doctor of SCB medical Cuttack gives warning
ବଢୁଛି ଡ଼ାଇବେଟିସ୍ ରୋଗୀଙ୍କ ସଂଖ୍ୟା, କଟକ ବଡ଼ ମେଡ଼ିକାଲ ବରିଷ୍ଠ ଡକ୍ଟରଙ୍କ ଚେତାବନୀ (Freepik)
author img

By ETV Bharat Odisha Team

Published : November 14, 2025 at 7:17 PM IST

2 Min Read
Choose ETV Bharat

କଟକ: ବର୍ଷ ବର୍ଷ ଧରି ମଧୁମେହ କେବଳ ବୟସ୍କ ଲୋକମାନଙ୍କୁ ଆକ୍ରାନ୍ତ କରି ଆସୁଥିଲା । ହେଲେ ଏବେ ଶିଶୁ, ଯୁବକ, ବୟସ୍କ ସମସ୍ତଙ୍କୁ ମଧୁମେହ ଗ୍ରାସ କରିବାରେ ଲାଗିଛି । ଭାରତକୁ ଅବାଞ୍ଛିତ ଡ଼ାଇବେଟିସ୍ କ୍ୟାପିଟାଲର ଉପାଧି ମିଳୁଛି । ଏହାର କାରଣ କଣ ଜାଣନ୍ତି କି ? ନିତିଦିନିଆ ଅଭ୍ୟାସ, ଅବ୍ୟବସ୍ଥିତ ଖାଦ୍ୟପେୟ ଏହି ରୋଗକୁ ଆହୁରି ଇନ୍ଧନ ଯୋଗାଉଛି । ଏହି ଖବରରେ ପଢନ୍ତୁ ଡ଼ାଇବେଟିସ୍‌ର କାରଣ, ନିରାକରଣ ଓ ଉପଚାର ।

ବଢୁଛି ଡ଼ାଇବେଟିସ୍ ରୋଗୀଙ୍କ ସଂଖ୍ୟା, କଟକ ବଡ଼ ମେଡ଼ିକାଲ ବରିଷ୍ଠ ଡକ୍ଟରଙ୍କ ଚେତାବନୀ (ETV Bharat Odisha)

ବଡ଼ ସମସ୍ୟା ଭାବରେ ଉଭା ହେଉଛି:
ମଧୁମେହ ରୋଗ ଏବେ ବଡ଼ ସମସ୍ୟା ଭାବରେ ଉଭା ହେଲାଣି । ବିଶେଷକରି ଶିଶୁମାନେ ଏହି ରୋଗରେ ଆକ୍ରାନ୍ତ ହେବାକୁ ଲାଗିଛନ୍ତି । ଶତକଡା 25 ପ୍ରତିଶତ ଶିଶୁମାନେ ଏହି ରୋଗରେ ଆକ୍ରାନ୍ତ । ଯାହା ଫଳରେ ଶରୀରର ଓଜନ ସଠିକ ନ ରହିବା ସହିତ ଅନ୍ୟ ରୋଗ ଦେଖା ଦେଉଛି । କଟକ ବଡ଼ ମେଡିକାଲର ବରିଷ୍ଠ ଡାକ୍ତର ଜୟନ୍ତ ପଣ୍ଡା ଏନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି ।

ସ୍କୁଲର ଛାତ୍ରମାନେ ବିଶେଷକରି ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ଏହି ରୋଗର ଶିକାର ହେଉଛନ୍ତି । ସେମାନଙ୍କ ରକ୍ତ ଶର୍କରା ସ୍ତର ତଥା ଶରୀର ଓଜନ ସଠିକ ରହୁନାହିଁ । ଏହା କେବଳ ସଠିକ ସୁଷମ ଖାଦ୍ୟ ନ ଖାଇବା ଏବଂ ଓଜନ ନିୟନ୍ତ୍ରଣ ନ କରିବା ଯୋଗୁଁ ହେଉଛି ।~ ଡ଼କ୍ଟର ଜୟନ୍ତ ପଣ୍ଡା, କଟକ ବଡ଼ ମେଡିକାଲର ବରିଷ୍ଠ ଡାକ୍ତର

ଯୁବପିଢି ପୀଡ଼ିତ:
ଏହାର ସଠିକ ତଥ୍ୟ ସଂଗ୍ରହ କରିବା ପାଇଁ କଟକ ବଡ଼ ମେଡିକାଲରେ ଗୋଟିଏ YDR (ୟଙ୍ଗ ଡ଼ାଇବେଟିକ ରେଜିଷ୍ଟ୍ରାର) କରାଯାଇଛି । ଏହାର ଲକ୍ଷ୍ୟ 25 ବର୍ଷରୁ କମ ବୟସ ପିଲାମାନେ କେଉଁ କାରଣରୁ ଡ଼ାଇବେଟିସରେ ଆକ୍ରାନ୍ତ ହେଉଛନ୍ତି ଏହାର କାରଣ ଖୋଜିବା । ଡ଼ାଇବେଟିସ୍ ଆକ୍ରାନ୍ତଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ରୋଗୀ ପ୍ରାୟ କମ୍ ବୟସରୁ ଏହା କବଳରେ ପଡୁଛନ୍ତି । ଏପରିକି 25 ବର୍ଷରୁ କମ୍ ଗର୍ଭବତୀ ମହିଳାମାନେ ମଧ୍ୟ ଏହି ରୋଗର ଶିକାର ହେଉଛନ୍ତି ।

ଡ଼ାଇବେଟିସ୍ ହେବାର ମୁଖ୍ୟ କାରଣ:

  • ବାହାର ଖାଦ୍ୟ ଖାଇବା
  • କୋଲଡ୍ରିଂକ୍ସ ପିଇବା
  • ଓଜନ ବୃଦ୍ଧି ହେବା
  • କମ୍ ପରିଶ୍ରମ କରିବା
  • ବେଶୀ ଚିନ୍ତା କରିବା
  • ମୋବାଇଲ ବ୍ୟବହାର କରିବା
  • କମ୍ ସମୟ ଶୋଇବା
  • ନିଶା ସେବନ କରିବା


ପୂର୍ବରୁ ଏହି ରୋଗ ବଂଶାନୁକ୍ରମିକ ଭାବରେ ଦେଖା ଦେଉଥିଲା । ଅର୍ଥାତ ଗୋଟିଏ ପରିବାରରେ ଯଦି ଏହି ରୋଗ ହେଲେ ଏହା ପରବର୍ତ୍ତୀ ପିଢିକୁ ମଧ୍ୟ ବ୍ୟାପିଥାଏ । ଏବେ କିନ୍ତୁ ସମୟ ବଦଳିଛି । ପରିବାରରେ ଏହି ରୋଗର ଇତିହାସ ନଥାଇ ମଧ୍ୟ ଯୁବପିଢି ଏଥିରେ ଆକ୍ରାନ୍ତ ହେଉଛନ୍ତି । ବିଶେଷକରି 6 ପ୍ରକାର ଡାଇବେଟିସ୍ ରୋଗ ଦେଖା ଯାଇଥାଏ ।

  1. ଟାଇପ୍ 1
  2. ଟାଇପ୍ 2
  3. ମୋନୋଜେନିକ୍ ଡ଼ାଇବେଟିସ୍
  4. ପାନକ୍ରିଆଟିକ୍ ଡ଼ାଇବେଟିସ୍
  5. ଅପପୃଷ୍ଟି ଯୋଗୁଁ ଡ଼ାଇବେଟିସ୍ (Due to Malnutrition)
  6. ଲାଇପୋଡ଼ିସ୍ଟ୍ରୋଫି(Lipodystrophy)



ଏହି ରୋଗକୁ ବର୍ତ୍ତିବା ପାଇଁ କଟକ ବଡ଼ ମେଡିକାଲର ବରିଷ୍ଠ ଡାକ୍ତର ଜୟନ୍ତ ପଣ୍ଡା ନିଜ ଜୀବନରେ ଏହି ସବୁ ପରିବର୍ତ୍ତନ ଆଣିବାକୁ କହିଛନ୍ତି ।

  • ଜୀବନଶୈଳୀରେ ପରିବର୍ତ୍ତନ
  • ନିୟମିତ ବ୍ୟାୟମ କରିବା
  • ବାହାର ଖାଦ୍ୟ ବର୍ଜନ

ଏପରି ନ କରିଲେ ଡ଼ାଇବେଟିସ୍ ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ପ୍ରଭାବିତକରିଥାଏ । ଡ଼ାଇବେଟିସ୍ ଶିକାର ବ୍ୟକ୍ତିମାନେ ଲିଭର, କିଡ଼ନୀ, ହାର୍ଟଆଟାକ, ଉଚ୍ଚ ରକ୍ତଚାପ ଭଳି ସମସ୍ୟାର ଶିକାର ହୋଇପାରନ୍ତି । ତଥ୍ୟ ଅନୁଯାୟୀ ଓଡିଶାରେ ଶତକଡା 12 ପ୍ରତିଶତ ଲୋକ ମଧୁମେହ ରୋଗର ଶିକାର ହେଉଛନ୍ତି । ଦକ୍ଷିଣ ଭାରତରେ ତଥା ଚେନ୍ନାଇ, କେରଳ, କର୍ଣ୍ଣାଟକ ଆଦି ସ୍ଥାନରେ ଶତକଡା 20ରୁ 25 ପ୍ରତିଶତ ଲୋକ ମଧୁମେହରେ ଆକ୍ରାନ୍ତ ହେଉଛନ୍ତି । ଭାରତର ଦ୍ବୀପପୁଞ୍ଜ ଆଦି ସ୍ଥାନ ଗୁଡିକରେ 15ରୁ 20 ପ୍ରତିଶତ ଲୋକଙ୍କ ଠାରେ ଡ଼ାଇବେଟିସ୍ ଦେଖିବାକୁ ମିଳୁଛି । ଏହି ରୋଗୀଙ୍କ ମଧ୍ୟରୁ 20 ପ୍ରତିଶତ ରୋଗୀ 30 ବର୍ଷରୁ କମ୍ ବୟସ୍କ ବ୍ୟକ୍ତି । ତେଣୁ ସତର୍କ ରହିବା ସହିତ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତୁ ।

ଏହା ମଧ୍ୟ ପଢନ୍ତୁ:

୨୦୪୭ରେ ଭାରତର ସ୍ୱାସ୍ଥ୍ୟ ସ୍ଥିତି 'ବିକଶିତ ଭାରତ' ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବ: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ

ପାରାଙ୍କୁ ଖାଇବାକୁ ଦେଉଛନ୍ତି କି ? ବ୍ୟାପୁଛି ବାର୍ଡ ଫାନସିଅର ରୋଗ, ମାନନ୍ତୁ ଏହି ପରାମର୍ଶ

Spot Stroke Save Lives: ବ୍ରେନ ଷ୍ଟ୍ରୋକରେ ପ୍ରତି 4 ସେକେଣ୍ଡରେ ଯାଏ ଜଣଙ୍କ ଜୀବନ, ସଚେତନତା ଜରୁରୀ




ଇଟିଭି ଭାରତ, କଟକ