ETV Bharat / health

ସକାଳେ ଚା' କଫି ନପିଇ ପିଅନ୍ତୁ ଏହି Herbal Tea, ଶରୀରକୁ ମିଳିପାରେ ଏସବୁ ଉପକାର

ଚା' ଏବଂ କଫି ଅପେକ୍ଷା ହର୍ବାଲ ଟି ଶରୀର ପାଇଁ ହିତକର । ଏହାକୁ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହେ ବୋଲି ମତ ଦିଅନ୍ତି ବିଶେଷଜ୍ଞ ।

These Herbal teas will benefit your health more than morning tea and coffee
ସକାଳେ ଚା' କଫି ପରିବର୍ତ୍ତେ ପିଅନ୍ତୁ ଏହି ସବୁ ହର୍ବାଲ୍ ଚା', ଶରୀରକୁ ମିଳିବ ଏହି ସବୁ ଉପକାର (Getty Images)
author img

By ETV Bharat Odisha Team

Published : June 1, 2026 at 1:16 PM IST

2 Min Read
Choose ETV Bharat

HERBAL TEA , ହାଇଦ୍ରାବାଦ: ଆପଣ ଏପରି ବ୍ୟକ୍ତିଙ୍କୁ ନିଶ୍ଚିନ୍ତ ଭାବେ ଜାଣିଥିବେ, ଯାହାଙ୍କର ଚା' କିମ୍ବା କଫି ବିନା ସକାଳ ଆରମ୍ଭ ହୋଇନଥାଏ । ସକାଳୁ ଉଠି ଏକ କପ୍ ଗରମ କଫି କିମ୍ବା ଚା' ଧିରେ ଧିରେ ଆମ ଜୀବନଶୈଳୀର ଅଂଶ ବିଶେଷ ହୋଇଯାଇଛି । ହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହା ସ୍ବାସ୍ଥ୍ୟ ପ୍ରତି ହିତକର ନୁହେଁ । ଶରୀର ଉପରେ ଏହାର ନକରାତ୍ମକ ପ୍ରଭାବ ଦେଖିବାକୁ ମିଳିଥାଏ । ଏହା ପରିବର୍ତ୍ତେ ହର୍ବାଲ ଚା' ଗ୍ରହଣ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ଏଥିରେ ଚା' କଫି ଭଳି କ୍ୟାଫିନ ନଥାଏ । ଏହା ସହିତ ଏଥିରେ ଭିଟାମିନ୍, ମିନେରାଲ ଏବଂ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ଭରି ହୋଇ ରହିଥାଏ ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ପ୍ରତିଦିନ ହର୍ବାଲ ଚା' ପିଇବା ଦ୍ବାରା ବହୁ ଉପକାର ମିଳିଥାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ, ପାଚନ ପ୍ରକ୍ରିୟା ସଠିକ ରହେ, ଚିନ୍ତା ହ୍ରାସ ପାଏ ଏବଂ ଶରୀର ଓ ତ୍ବଚାରୁ ବୟସର ଛାପ ହ୍ରାସ ପାଇଥାଏ । ଚାଲନ୍ତୁ ହର୍ବାଲ ଚା' କିଛି ଉପକାରିତା ଉପରେ ନଜର ପକାଇବା ।

ଉତ୍ତମ ପାଚନ ପ୍ରକ୍ରିୟା ପାଇଁ:
ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ପାଚନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ହର୍ବାଲ ଚା' ସାହାଯ୍ୟ କରିଥାଏ । ସାଧାରଣତଃ ଅଦା ଓ ପୁଦିନାରୁ ତିଆରି ହର୍ବାଲ ଚା' ବଦହଜମ ଓ ଗ୍ୟାସ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ଦେଇଥାଏ । ହାଭାର୍ଡ ସ୍ବାସ୍ଥ୍ୟ ପତ୍ରିକା ଅନୁଯାୟୀ ଅଦାରେ ଥିବା ପୋଷକ ତତ୍ତ୍ବ ବହୁ ରୋଗର ସମାଧାନ କରିବାରେ ସାହାଯ୍ୟ କରିଥାଏ । ପାଚନ, ଯନ୍ତ୍ରଣା, ପ୍ରଦାହ, ଏବଂ ମେଟାବୋଲିକ୍ ସିଣ୍ଡ୍ରୋମ୍ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

ଚାପ ଏବଂ ଚିନ୍ତା ହ୍ରାସ କରେ:
ହର୍ବାଲ ଚା' ସେବନ ଦ୍ବାରା ଚାପ ଏବଂ ଚିନ୍ତା ହ୍ରାସ ପାଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଏହାକୁ ସେବନ କରିବା ଦ୍ବାରା ଶରୀରରେ ଷ୍ଟ୍ରେସ ହର୍ମୋନ କର୍ଟିସୋଲର କ୍ଷରଣ ହ୍ରାସ ପାଇଥାଏ । ଏଥିପାଇଁ ଆପଣ କ୍ୟାମୋମାଇଲ , ଲାଭେଣ୍ଡର ଓ ଲେମ୍ବୁ ଚା'ସେବନ କରିପାରିବେ । ଏହି ଚା'ରେ କ୍ୟାଫିନ ନଥିବାରୁ ଏହା ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ ।

ନିଦ୍ରାର ମାନ ବୃଦ୍ଧି:
ବିଶେଷଜ୍ଞଙ୍କ କହିବା ଅନୁସାରେ, ହର୍ବାଲ ଚା' ଆପଣଙ୍କୁ ଏକ ଶାନ୍ତିପୂର୍ଣ୍ଣ ନିଦ୍ରା ଦେବାରେ ସାହାଯ୍ୟ କରିଥାଏ । ରାତିରେ ଅନିଦ୍ରା, ବାରମ୍ବାର ନିଦ ଭାଙ୍ଗିବା ଓ ଶୋଇବାରେ ସମସ୍ୟା ଥିଲେ ହର୍ବାଲ ଚା' ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ । ଆପଣ କ୍ୟାମୋମାଇଲ୍ ଚା' ସେବନ ଦ୍ବାରା ବହୁ ଲାଭ ପାଇପାରିବେ । ଏଥିରେ ଥିବା ଉପାଦାନ ଗୁଡିକ ଗଭୀର ଓ ଶାନ୍ତିପୂର୍ଣ୍ଣ ନିଦ ଆଣିବାରେ ସାହାଯ୍ୟ କରିଥାଏ । ସ୍ଲିପ୍ ଫାଉଣ୍ଡେସନର ତଥ୍ୟ ଅନୁଯାୟୀ ଏଥିରେ ଥିବା ଆପିଜେନିନ୍ ମସ୍ତିଷ୍କକୁ ଶାନ୍ତ କରିଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି:
ହର୍ବାଲ ଚା'ରେ ବହୁ ପରିମାଣରେ ଭିଟାମିନ୍, ମିନେରାଲ ଓ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।

ଆଣ୍ଟି-ଅକ୍ସିଡାଣ୍ଟ:
ଏହି ଚା'ରେ ପ୍ରଚୁରମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି । ଏହା ଶରୀରକୁ ଅକ୍ସିଡେଟିଭ୍ ଷ୍ଟ୍ରେସରୁ ରକ୍ଷା କରିଥାଏ । ଫଳରେ ଶରୀରରେ ଫ୍ରି ରାଡିକାଲର ସୃଷ୍ଟି କମ୍ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ:

ଖରାଦିନେ ପିଅନ୍ତୁ ଏହି ସବୁ ଡେଟକ୍ସ ପାନୀୟ, ଥଣ୍ଡା ରହିବ ଶରୀର

ସକାଳୁ ଉଠିବା ପରେ ଏହି ସଙ୍କେତ ଦେଖାଯାଉଛି କି ? ହୋଇଯାଆନ୍ତୁ ସତର୍କ...

ପ୍ରବଳ ଗ୍ରୀଷ୍ମ ଉତ୍ତାପରୁ ରକ୍ଷା କରିବ ଏହି ପାନୀୟ, ଜାଣନ୍ତୁ ଅନ୍ୟାନ୍ୟ ଉପକାର

(Disclaimer: ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସୂଚନା କେବଳ ଧାରଣାଗତ ଏବଂ ସାଧାରଣ ଜ୍ଞାନ ଉଦ୍ଦେଶ୍ୟରେ ଲେଖାଯାଇଛି। ଏଠାରେ ଉଲ୍ଲେଖିତ ଯେକୌଣସି ପରାମର୍ଶ ପାଳନ କରିବା ପୂର୍ବରୁ, ଦୟାକରି ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଯଦି ଆପଣଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ଆପଣ ଡାକ୍ତରଙ୍କୁ ପୂର୍ବରୁ ଜଣାଇବା ଉଚିତ।)