ETV Bharat / health

ପ୍ଲାଷ୍ଟିକ ପଲିଥିନରେ ପରିବା ରଖୁଛନ୍ତି କି ? ଏହି ଛୋଟ ଭୁଲ ସାଜିପାରେ ସ୍ବାସ୍ଥ୍ୟ ପାଇଁ ଘାତକ

ଆପଣ କ’ଣ ପନିପରିବା ପ୍ଲାଷ୍ଟିକ୍ ବ୍ୟାଗରେ ଫ୍ରିଜରେ ରଖନ୍ତି ? ଏହି ଛୋଟ ଭୁଲ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ପନିପରିବାର ସତେଜତା ଉଭୟକୁ କ୍ଷତି ପହଞ୍ଚାଇପାରେ ।

Storing vegetables in polyethene bags this mistake is harmful for health
ପ୍ଲାଷ୍ଟିକ ପଲିଥିନରେ ପରିବା ରଖୁଛନ୍ତି କି? ଏହି ଛୋଟ ଭୁଲ ସାଜିପାରେ ସ୍ବାସ୍ଥ୍ୟ ପାଇଁ ଘାତକ (Getty Image)
author img

By ETV Bharat Odisha Team

Published : February 16, 2026 at 4:02 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ଆପଣ ଘରକୁ ପ୍ରଥମେ ପରିବା ଆଣିଲେ କଣ କରନ୍ତି ? ପ୍ଲାଷ୍ଟିକ ପଲିଥିନରେ ଥିବା ପରିବାକୁ ସେହିପରି ନେଇ ଫ୍ରିଜରେ ରଖିଦେଉ । ଆମେ ଭାବୁ ଏପରି କରିବା ଦ୍ବାରା ପରିବା ଅଧିକ ସମୟ ଧରି ସତେଜ ରହିବ ଏବଂ ଜଲଦି ଖରାପ ହେବ ନାହିଁ । ମାତ୍ର ଆପଣଙ୍କ ଏହି ଅଭ୍ୟାସ ପରିବା ଗୁଡିକୁ ଜଲଦି ଖରାପ କରିଦିଏ । ଏପରିକି ଏଗୁଡ଼ିକ ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।

ପରିବା ଗୁଡିକୁ ମଧ୍ୟ ବାୟୁର ଆବଶ୍ୟକତା ପଡେ:
ଏହା ଶୁଣିବାକୁ ଖୁବ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, ମାତ୍ର ପରିବା ଗୁଡିକୁ ମଧ୍ୟ ଉପଯୁକ୍ତ ବାୟୁର ଆବଶ୍ୟକତା ପଡିଥାଏ । ଏଗୁଡିକୁ ପ୍ଲାଷ୍ଟିକ ବ୍ୟାଗରେ ବାନ୍ଧି ରଖିବା ଦ୍ବାରା ବାୟୁ ଚଳାଚଳ ବାଧାପ୍ରାପ୍ତ ହୋଇଥାଏ । ଜରି ମଧ୍ୟରେ ଆର୍ଦ୍ରତା ବୃଦ୍ଧି ପାଇବା ଯୋଗୁଁ ଏହା ଜଲଦି ଶୁଖିଯାଇ ଖରାପ ହୋଇଯାଏ । ଆପଣ ଏପରି ଭାବେ ଶାଗ ଓ ଧନିଆକୁ ନିଶ୍ଚୟ ରଖୁଥିବେ । ଏବଂ 2 ଦିନ ମଧ୍ୟରେ ଖରାପ ହୋଇଯାଉଥିବା ନେଇ ନିଶ୍ଚୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିବେ ।

ଜୀବାଣୁଙ୍କ ପାଇଁ ଉପଯୁକ୍ତ ପରିବେଶ:
ଜରିରେ ପରିବା ରଖିବା ଦ୍ବାରା ପରିବାରୁ ଜଳୀୟଅଂଶ ବାହାରିଥାଏ । ଏହା ବ୍ୟାକ୍ଟେରିଆ ଓ ଜୀବାଣୁଙ୍କ ବଂଶ ବିସ୍ତାର ପାଇଁ ପ୍ରକୃଷ୍ଟ ଜଳବାୟୁ ଅଟେ । ବେଳେ ଏକ ପରିବା ବାହାରୁ ବହୁତ ଭଲ ଦେଖାଯାଉଥିଲେ ମଧ୍ୟ ଭିତରୁ ଖରାପ ହୋଇଯାଇଥାଏ । ଏହା ଆମ ସଶରୀର ପାଇଁ ଖୁବ ହାନିକାରକ ହୋଇଥାଏ ।

ସ୍ବାଦ ଓ ସତେଜତା ହ୍ରାସ ପାଏ:
ଯଦି ଆପଣ ପରିବାରେ ଏହାର ପ୍ରାକୃତିକ ସ୍ବାଦରେ ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି, ତେବେ ଆପଣଙ୍କ ସାଇତି ରଖିବାରେ କୌଣସି ଅସୁବିଧା ରହିଛି । ପଲିଥିନରେ ପରିବା ରଖିଲେ ଏହା ଧୀରେ ଧୀରେ ନିଜର ରଙ୍ଗ, ବାସ୍ନା ଓ ସ୍ବାଦ ହରାଇଥାଏ ।

ପଲିଥିନ ପରିବର୍ତ୍ତେ ଏପରି ସାଇତି ରଖନ୍ତୁ:
ପରିବା ଗୁଡିକୁ କପଡ଼ା ବ୍ୟାଗରେ ରଖିବା ସର୍ବୋତ୍ତମ ଅଟେ । ଏହା ବ୍ୟତୀତ ଆପଣ କିଚେନ ଟାୱେଲରେ ମଧ୍ୟ ଗୁଡ଼ାଇ ରଖିପାରିବେ । ଏହା ବାୟୁ ଚଳାଚଳରେ ବାଧା ଦେଇନଥାଏ । ଏବଂ ସବୁଜ ପରିବା ଅଧିକ ଦିନ ସତେଜ ରହିଥାଏ ।

ଓଦା ପରିବା ଫ୍ରିଜରେ ରଖନ୍ତୁ ନାହିଁ:
ଆମେ ଅନେକ ସମୟରେ ପରିବା ଗୁଡ଼ିକୁ ଧୋଇ ନେଉ ଏବଂ ସାଧାସଳଖ ଫ୍ରିଜରେ ରଖିଥାଉ । ଏପରି ଓଦା ପରିବା ରଖିବା ଦ୍ବାରା ତାହା ଜଲଦି ଖରାପ ହୋଇଯାଇଥାଏ ।

ଫଳ ଓ ପନିପରିବା ଅଲଗା ରଖନ୍ତୁ:
ଆମେ ଅଜାଣତରେ ଫଳ ପରିବା ଏକାଠି ରଖି ଭୁଲ କରିଥାଉ । ଏପରି କରିବା ଦ୍ବାରା ପରିବା ଜଲଦି ଖରାପ ହୋଇଯାଇଥାଏ । ଫଳରୁ ଏକ ପ୍ରକାରର ଗ୍ୟାସ ନିର୍ଗତ ହୋଇଥାଏ । ଯାହା ପରିବାକୁ ଜଲଦି ଖରାପ କରିଦିଏ । ତେଣୁ ଫଳ ଓ ପରିବାକୁ ଅଲଗା ରଖିବା ଆବଶ୍ୟକ ।

ସ୍ବାସ୍ଥ୍ୟରକ୍ଷା ଏକ ବଡ଼ କାର୍ଯ୍ୟ ନୁହେଁ । ବରଂ ସାମାନ୍ୟ ଓ ଛୋଟ ଛୋଟ ପରିବର୍ତ୍ତନ ଦ୍ବାରା ଏହା ସମ୍ଭବ ହୋଇଥାଏ । ଏହା ପରେ ପରିବା ଫ୍ରିଜରେ ସାଇତିବାର ଥିଲେ, ଏହି ଉପାୟ ଆପଣାଇବାକୁ ଭୁଲନ୍ତୁ ନାହିଁ । ଆପଣଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ ।

Source: https://pmc.ncbi.nlm.nih.gov/articles/PMC10808087/

ଏହା ମଧ୍ୟ ପଢନ୍ତୁ:

ସୋଲୋ ଟ୍ରାଭେଲ ପ୍ଲାନ କରୁଛନ୍ତି କି ? ଜାଣି ନିଅନ୍ତୁ ଏହି 5ଟି ଡେଷ୍ଟିନେସନ ସମ୍ପର୍କରେ

ସକାଳ ଜଳଖିଆ ସ୍କିପ୍ କରୁଛନ୍ତି କି ? ଏପରି ସହଜରେ ପୋଷକ ଭରା ଓଟ୍‌ସ ସ୍ମୁଦି ତିଆରି କରନ୍ତୁ

Disclaimer: ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସୂଚନା କେବଳ ଧାରଣାଗତ ଏବଂ ସାଧାରଣ ଜ୍ଞାନ ଉଦ୍ଦେଶ୍ୟରେ ଲେଖାଯାଇଛି । ଏଠାରେ ଉଲ୍ଲେଖିତ ଯେକୌଣସି ପରାମର୍ଶ ପାଳନ କରିବା ପୂର୍ବରୁ, ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଯଦି ଆପଣଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ଆପଣ ଡାକ୍ତରଙ୍କୁ ପୂର୍ବରୁ ଜଣାଇବା ଉଚିତ୍‌ ।