ଫୁସଫୁସ କର୍କଟ ରୋଗୀଙ୍କ ଚିକିତ୍ସା ହେବ ସହଜ, ଭାରତକୁ ଆସିଲା ୭ ମିନିଟ୍ ଇଞ୍ଜେକ୍ସନ୍
ଫୁସଫୁସ୍ କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ଭାରତରେ ଉପଲବ୍ଧ ହେବ Tecentriq (atezolizumab) ଇଞ୍ଜେକ୍ସନ । ଯାହା ପ୍ରାୟ 7 ମିନିଟ୍ ମଧ୍ୟରେ ଚର୍ମ ତଳେ ଦିଆଯାଇପାରିବ ।

Published : June 9, 2026 at 5:01 PM IST
ହାଇଦ୍ରାବାଦ: ଫୁସଫୁସ୍ କର୍କଟ ରୋଗୀଙ୍କ ପାଇଁ ଭାରତରେ ନୂଆ ଇଞ୍ଜେକ୍ସନ ଲଞ୍ଚ୍ ହୋଇଛି । 'ରୋଚେ ଫାର୍ମା ଇଣ୍ଡିଆ' ଭାରତରେ Tecentriq (atezolizumab) ଇଞ୍ଜେକ୍ସନ ଆରମ୍ଭ କରିବା ପାଇଁ ଘୋଷଣା କରିଛି । ଏହା ଫୁସଫୁସ୍ କର୍କଟ ପାଇଁ ଦେଶର ପ୍ରଥମ ଚର୍ମ ତଳେ ଦିଆଯାଉଥିବା ଇମ୍ୟୁନୋଥେରାପି, ଯାହା ପ୍ରାୟ 7 ମିନିଟ୍ ମଧ୍ୟରେ ଦିଆଯାଇପାରିବ । Tecentriq SC ଏକ ଯୁଗାନ୍ତକାରୀ ଉଦ୍ଭାବନ,ଏହା କର୍କଟ ରୋଗୀଙ୍କ ଚିକିତ୍ସା ଅଭିଜ୍ଞତାକୁ ଉନ୍ନତ କରିବ । ଚିକିତ୍ସା ସମୟକୁ ପ୍ରାୟ 80% ହ୍ରାସ କରିବ, ଚିକିତ୍ସା ଖର୍ଚ୍ଚକୁ ହ୍ରାସ କରିବ, ଦୂର ଯାତ୍ରା କରିବାର ଆବଶ୍ୟକତାକୁ ହ୍ରାସ କରିବ ଏବଂ ଗୋରୀଙ୍କ ଯତ୍ନ ନେଉଥିବା ଲୋକଙ୍କୁ ହସ୍ପିଟାଲରେ କମ୍ ସମୟ ବିତାଇବାରେ ସାହାଯ୍ୟ କରିବ ।
- ୟୁରୋପୀୟ ଫୁସଫୁସ କର୍କଟ କଂଗ୍ରେସ (ELCC) 2024 ରେ ଉପସ୍ଥାପିତ IMscin002 ଅଧ୍ୟୟନର ରିପୋର୍ଟ ଅନୁଯାୟୀ, 5ରୁ 4 ଜଣ ରୋଗୀ IV ଆଡମିନିଷ୍ଟ୍ରେସନ୍ ଅପେକ୍ଷା Tecentriq SCକୁ ପସନ୍ଦ କରିଥିଲେ ।
- ରୋଗୀମାନେ କ୍ଲିନିକରେ କମ୍ ସମୟ ବିତାଇବା, ଅଧିକ ଆରାମ ଏବଂ କମ୍ କଷ୍ଟ ଅନୁଭବ କରୁଥିବାରୁ ଏହାକୁ ସେମାନେ ପସନ୍ଦ କରିଥିଲେ ।
- ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ IV (ଶିରାରେ) ଔଷଧ ଦେବା ଅପେକ୍ଷା ଚର୍ମତଳେ ଏହି ଇଞ୍ଜେକସନ ଦେବା ଦ୍ଵାରା କମ୍ ଅସୁବିଧା, ଯନ୍ତ୍ରଣା ଏବଂ ଜ୍ୱଳନ ଅନୁଭବ ହୋଇଥାଏ ।
- ESMO 2023 ରେ ଉପସ୍ଥାପିତ IMscin001 ଅଧ୍ୟୟନରେ, 90% ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକମତ ହୋଇଥିଲେ ଯେ, SC ଫର୍ମୁଲେସନ୍ ପ୍ରଶାସିତ କରିବା ସହଜ ଥିଲା । 75% ବିଶେଷଜ୍ଞ ବିଶ୍ୱାସ କରିଥିଲେ ଯେ, ଏହା ହେଲ୍ଥ କେୟାର୍ ଟିମ୍ ଗୁଡ଼ିକର ସମୟ ବଞ୍ଚାଇପାରିବ ।
ମେଦାନ୍ତରେ ଥିବା ମେଡିକାଲ୍ ଅଙ୍କୋଲୋଜିର ମୁଖ୍ୟ ଡାକ୍ତର ସଜ୍ଜନ ରାଜପୁରୋହିତ କହିଛନ୍ତି, "ଇମ୍ୟୁନୋଥେରାପି କର୍କଟ ରୋଗୀଙ୍କ ଚିକିତ୍ସା ପଦ୍ଧତିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି । ପାରମ୍ପରିକ IV ରୋଗୀଙ୍କ ପାଇଁ ସମୟସାପେକ୍ଷ ଏବଂ କଷ୍ଟକର ଥିଲା । ବାରମ୍ବାର ହସ୍ପିଟାଲକୁ ଯିବା ଏବଂ ଦୀର୍ଘ ସମୟ ଧରି ଚିକିତ୍ସା ହେଉଥିବାରୁ ରୋଗୀଙ୍କ ଉପରେ ମାନସିକ ଏବଂ ଶାରୀରିକ ଚାପ ସୃଷ୍ଟି ହେଉଥିଲା ।Tecentriq (atezolizumab) SC ରୋଗୀମାନଙ୍କୁ ବହୁତ ଶୀଘ୍ର ଏବଂ ସହଜରେ ଚିକିତ୍ସା କରିବାରେ ସାହାଯ୍ୟ କରିବ । ସମୟ ଏବଂ ଚିକିତ୍ସା ବିଳମ୍ବକୁ ହ୍ରାସ କରିବା ସହିତ ସେମାନଙ୍କର ସାମଗ୍ରିକ ଚିକିତ୍ସା ଅଭିଜ୍ଞତାକୁ ଉନ୍ନତ କରିବ । "
ଟେସେଣ୍ଟ୍ରିକ୍ SC ହେଉଛି ବିଶ୍ୱର ପ୍ରଥମ ଏବଂ ଏକମାତ୍ର PD-(L)1 ଇନହିବିଟର ଯାହା ବହୁବିଧ କର୍କଟ ରୋଗ ପାଇଁ ଶିରାଭ୍ୟନ୍ତର (IV) ଏବଂ ସବକ୍ୟୁଟେନିୟସ୍ (SC) ଫର୍ମୁଲେସନରେ ଉପଲବ୍ଧ । ଏହାକୁ ପ୍ରଥମେ 2023 ମସିହାରେ MHRA ଏବଂ ତା'ପରେ 2024 ମସିହାରେ USFDA ଦ୍ୱାରା ଅନୁମୋଦିତ କରାଯାଇଥିଲା । ଟେସେଣ୍ଟ୍ରିକ୍ SC ବର୍ତ୍ତମାନ 85ରୁ ଅଧିକ ଦେଶରେ ଅନୁମୋଦିତ ହୋଇଛି । ଭାରତରେ ଟେସେଣ୍ଟ୍ରିକ୍ SC ସମ୍ପ୍ରତି DCGI ଠାରୁ ସହାୟକ ଏବଂ ମେଟାଷ୍ଟାଟିକ୍ ଫୁସଫୁସ କର୍କଟ (NSCLC) ପାଇଁ ଅନୁମୋଦନ ପାଇଛି ।
ଏହା ମଧ୍ୟ ପଢନ୍ତୁ...ବିଶ୍ବ ବ୍ରେନ୍ ଟ୍ୟୁମର ଦିବସ; ଆପଣ ଏହି ସବୁ ଲକ୍ଷଣ ଅନୁଭବ କରୁଛନ୍ତି କି ? ହୋଇପାରେ... ଏହା ମଧ୍ୟ ପଢନ୍ତୁ... ବ୍ଲାକ୍ କଫି ସ୍ବାସ୍ଥ୍ୟ ପାଇଁ ଭଲ ନା ଖରାପ ? ଜାଣନ୍ତୁ... |
(Disclaimer: ଏଠାରେ ପ୍ରଦାନ କରାଯାଇଥିବା ସୂଚନା କେବଳ ସାଧାରଣ ସୂଚନା ଉଦ୍ଦେଶ୍ୟରେ ଏବଂ ଏହା ଡାକ୍ତରୀ ପରାମର୍ଶ ଭାବରେ ଉଦ୍ଦିଷ୍ଟ ନୁହେଁ। ଏହା ବୃତ୍ତିଗତ ସ୍ୱାସ୍ଥ୍ୟସେବା ପରାମର୍ଶ, ରୋଗ ନିର୍ଣ୍ଣୟ କିମ୍ବା ଚିକିତ୍ସାର ବିକଳ୍ପ ନୁହେଁ। ଆପଣଙ୍କର କୌଣସି ଚିକିତ୍ସା ଅବସ୍ଥା ସମ୍ପର୍କରେ ଯେକୌଣସି ପ୍ରଶ୍ନ ଥିଲେ ସର୍ବଦା ଆପଣଙ୍କ ଡାକ୍ତର କିମ୍ବା ଅନ୍ୟ ଯୋଗ୍ୟ ସ୍ୱାସ୍ଥ୍ୟ ପ୍ରଦାନକାରୀଙ୍କ ପରାମର୍ଶ ନିଅନ୍ତୁ।)

