ବାଦାମ୍, କାଜୁ ଏବଂ ଆଲମଣ୍ଡ ବଟର : ଭଲ ସ୍ବାସ୍ଥ୍ଯ ଏବଂ ଓଜନ ନିୟନ୍ତ୍ରଣ ପାଇଁ କାହାକୁ ଖାଇବା ଉଚିତ ?
ସାଣ୍ଡୱିଚ୍ରୁ ସ୍ମୁଦି ପର୍ଯ୍ୟନ୍ତ ଆଜିର ସ୍ବାସ୍ଥ୍ଯକର ଖାଦ୍ୟରେ ସାଧାରଣ ବଟର(Butter)ର ବ୍ୟବହାର ପରିବର୍ତ୍ତେ ଏବେ ନଟ୍ ବଟର (Nut Butter) ବ୍ୟବହାର ବଢୁଛି ।

Published : June 22, 2026 at 2:42 PM IST
CASHEW ALMOND OR PEANUT , ହାଇଦ୍ରାବାଦ: ଓଜନ ହ୍ରାସ ପାଇଁ ଲୋକ ମୁଖ୍ୟତଃ ଖାଦ୍ୟ ଗ୍ରହଣ କରିବା ଉପରେ ନିୟନ୍ତ୍ରଣ ରଖିଥାନ୍ତି । ଏହା ସହିତ ଶର୍କରା, ଛଣା ଖାଦ୍ୟ, ଜଙ୍କ ଖାଦ୍ୟ ଆଦି ବର୍ଜନ କରିଥାନ୍ତି । ଏପରି ସ୍ଥଳରେ ସ୍ବାସ୍ଥ୍ୟକର ବିକଳ୍ପ ଭାବେ ଆଜିକାଲି ବିଭିନ୍ନ ବାଦାମ୍ରୁ ତିଆରି ବଟର୍ ଲୋକପ୍ରିୟ ହେଉଛି । ସେଗୁଡିକ ମଧ୍ୟରେ ବାଦାମ୍ ବଟର୍ (Peanut Butter), ଆଲମଣ୍ଡ ବଟର୍ (Alomond Butter) ଓ କାଜୁ ବଟର୍ (Cashew Butter) ସ୍ବାସ୍ଥ୍ୟକର ବଟର ଭାବେ ବ୍ୟବହାର କରାଯାଉଛି । ପ୍ରତ୍ୟେକ ବଟରର ସ୍ବାଦ ଓ ପୋଷକ ତତ୍ତ୍ବ ଭିନ୍ନ ହୋଇଥାଏ । ତେବେ ଯେଉଁମାନେ ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ କେଉଁ ବଟର ଖାଇବା ଆବଶ୍ୟକ ଆସନ୍ତୁ ଜାଣିବା....
ସବୁ ପ୍ରକାରର ବାଦାମ ଜାତୀୟ ବଟର୍ରେ ସ୍ବାସ୍ଥ୍ୟକର ଫ୍ଯାଟ୍ସ, ପ୍ରୋଟିନ୍, ଫାଇବର୍ ଓ ଜରୁରୀ ପୋଷକ ତତ୍ତ୍ବ ରହିଥାଏ । ହେଲେ ଏଥିରେ କ୍ୟାଲୋରୀ ଓ ପୋଷକ ତତ୍ତ୍ବର ପରିମାଣରେ ଭିନ୍ନତା ଦେଖିବାକୁ ମିଳିଥାଏ । ଆପଣଙ୍କ ସ୍ବାସ୍ଥ୍ୟଗତ ଆବଶ୍ୟକତା ଅନୁଯାୟୀ କେଉଁ ବଟର୍ ଆପଣ ଚୟନ କରିବେ ଆସନ୍ତୁ ଜାଣିବା...
ବାଦାମ୍ ବଟର୍ (Peanut Butter):
ଏହା ଚିନାବାଦାମ୍ରୁ ତିଆରି ହୋଇଥାଏ ।ଏହା ସବୁଠାରୁ ଲୋକପ୍ରିୟ ବାଦାମ୍ ବଟର । ଏହା ସ୍ବାଦରେ ସାମାନ୍ୟ ଲୁଣିଆ ଓ ବାଦାମ୍ର ଉପଯୁକ୍ତ ସ୍ବାଦଯୁକ୍ତ ହୋଇଥାଏ । ଏଥିରେ ପ୍ରୋଟିନର ମାତ୍ରା ଯଥେଷ୍ଟ ପରିମାଣରେ ରହିଥାଏ । ଏହା ଆପଣଙ୍କ ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ପରିପୂର୍ଣ୍ଣ ରଖିବାରେ ସାହାଯ୍ୟ କରିଥାଏ । ଏହା ସହଜରେ ମିଳିଯାଏ ଓ ଅନ୍ୟ ବଟର ଗୁଡିକ ତୁଳନାରେ କମ୍ ଦାମ୍ରେ ମିଳିଥାଏ ।
ଆଲମଣ୍ଡ ବଟର୍ (Alomond Butter):
ଲୋକଙ୍କ ପାଇଁ ଆଲମଣ୍ଡ ବଟର୍ (Alomond Butter) ଏକ ପ୍ରିମିୟମ୍ ବଟର ହୋଇପାରେ । ଏଥିରେ ଭିଟାମିନ E, ମ୍ଯାଗ୍ନେସିୟମ୍ ଓ ସ୍ବାସ୍ଥ୍ୟକର ଫ୍ୟାଟ୍ସ ରହିଥାଏ । ବାଦାମ୍ ତୁଳନାରେ ଏହାର ସ୍ବାଦ ଅଧିକ ଭଲ ହୋଇଥାଏ । ଆପଣ ନିଜ ଖାଦ୍ୟରେ ପୋଷକ ତତ୍ତ୍ବର ପରିମାଣ ବୃଦ୍ଧି କରିବାକୁ ଚାହୁଁଥିଲେ, ଏହା ଏକ ଉତ୍ତମ ବିକଳ୍ପ ଅଟେ ।
କାଜୁ ବଟର୍ (Cashew Butter):
ଏହା ଖୁବ୍ ଚିକ୍କଣ ଓ କ୍ରିମି ହୋଇଥାଏ । ସ୍ବାଦରେ ସାମାନ୍ୟ ମିଠାପଣ ଅନୁଭବ ହୋଇଥାଏ । ଏହି ମିଠା ସ୍ବାଦ ଯୋଗୁଁ ଏହାକୁ ଛୋଟ ଛୁଆ ଓ ବଡ଼ ମାନେ ଖୁବ୍ ପସନ୍ଦ କରିଥାନ୍ତି । ଏହାକୁ ଆପଣ ପାଉଁରୁଟି ସହିତ କିମ୍ବା ଅନ୍ୟ ଖାଦ୍ଯ ସହିତ ମିଶାଇ ମଜା ନେଇପାରିବେ ।
ଆପଣଙ୍କ ପାଇଁ କେଉଁ ବଟର ଭଲ ?
ଯଦି ଆପଣ ଖାଦ୍ୟରେ ପ୍ରୋଟିନର ମାତ୍ରା ବଢାଇବା ପାଇଁ ଚେଷ୍ଟା କରୁଛନ୍ତି, ତେବେ ବାଦାମ୍ ବଟର୍ (Peanut Butter) ପ୍ରକୃଷ୍ଟ ବିକଳ୍ପ । ଯଦି ଭିଟାମିନ ଓ ମିନେରାଲର ଆବଶ୍ୟକତା ରହିଛି ତେବେ ଆଲମଣ୍ଡ ବଟର୍ (Almond Butter) ସଠିକ ବିକଳ୍ପ । ଆପଣଙ୍କୁ ସ୍ବାଦ ଓ କ୍ରିମ ଭଳି ଖାଇବାକୁ ଚାହାଁନ୍ତି, ତେବେ କାଜୁ ବଟର୍ (Cashew Butter) ଆପଣଙ୍କୁ ସାହାଯ୍ୟ କରିଥାଏ । କାଜୁ ବଟରରେ କ୍ୟାଲୋରୀର ମାତ୍ରା ମଧ୍ୟ ଯଥେଷ୍ଟ କମ୍ ରହିଥାଏ । ତେବେ ଆପଣ ଯଦି ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ବାଦାମ୍ ବଟର୍ (Peanut Butter) ଆପଣଙ୍କ ପାଇଁ ଉପଯୁକ୍ତ ପ୍ରକଳ୍ପ ଅଟେ । କାରଣ ଏଥିରେ ଅଧିକ ପରିମାଣର ପ୍ରୋଟିନ ଭରି ହୋଇରହିଥାଏ ।
Source:
https://pmc.ncbi.nlm.nih.gov/articles/PMC11381714/
https://pmc.ncbi.nlm.nih.gov/articles/PMC6573847/
https://pmc.ncbi.nlm.nih.gov/articles/PMC11207051/
(Disclaimer: ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସୂଚନା କେବଳ ଧାରଣାଗତ ଏବଂ ସାଧାରଣ ଜ୍ଞାନ ଉଦ୍ଦେଶ୍ୟରେ ଲେଖାଯାଇଛି। ଏଠାରେ ଉଲ୍ଲେଖିତ ଯେକୌଣସି ପରାମର୍ଶ ପାଳନ କରିବା ପୂର୍ବରୁ, ଦୟାକରି ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଯଦି ଆପଣଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ଆପଣ ଡାକ୍ତରଙ୍କୁ ପୂର୍ବରୁ ଜଣାଇବା ଉଚିତ।)

