ବିଶ୍ବ ସ୍ବାସ୍ଥ୍ୟ ଦିବସ: ଏକକ ସ୍ବାସ୍ଥ୍ୟ ପ୍ରଣାଳୀର ଆବଶ୍ୟକତା କଣ ? ଜାଣନ୍ତୁ
ଯେପରି ଇଣ୍ଟରନେଟ୍ କମ୍ପ୍ୟୁଟର ଗୁଡ଼ିକୁ ଏକ ବିଶ୍ୱସ୍ତରୀୟ ନେଟୱାର୍କରେ ସଂଯୋଗ କରିଥିଲା, ସେହିପରି ୱାନ୍ ହେଲ୍ଥ ସ୍ୱାସ୍ଥ୍ୟ ଅଭିଯାନ ବିଜ୍ଞାନକୁ ଏକ ବିଶ୍ୱସ୍ତରରେ ସଂଯୋଗ କରୁଛି ।

Published : April 7, 2026 at 6:50 PM IST
ହାଇଦ୍ରାବାଦ: ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ । ପ୍ରତିବର୍ଷ ଏପ୍ରିଲ 7 ଚାରିଖକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଇଥାଏ । ସମଗ୍ର ବିଶ୍ବରେ ସ୍ବାସ୍ଥ୍ୟ ପ୍ରତି ସଚେତନତା ବଢାଇବା ପାଇଁ ଆଜିର ଦିନକୁ ଚୟନ କରାଯାଇଛି । ଚାଲନ୍ତୁ ଏହି ଦିବସ ବିଷୟରେ ଅଧିକ ଜାଣିବା ।
ଚଳିତ ବର୍ଷର ଥିମ୍:
ଚଳିତବର୍ଷ ବିଶ୍ବ ସ୍ବାସ୍ଥ୍ୟ ଦିବସର ଥିମ୍ ରହିଛି 'ସ୍ୱାସ୍ଥ୍ୟ ପାଇଁ ଏକାଠି ହୁଅ, ବିଜ୍ଞାନ ସହିତ ଠିଆ ହୁଅ' । କେତେକ ସମୟରେ ଭୂଲ ସୂଚନା ବା ତଥ୍ୟ ଭାଇରସ୍ ଠାରୁ ମଧ୍ୟ ତୀବ୍ର ଗତିରେ ବ୍ୟାପିଥାଏ । ତେଣୁ ଏଥିରୁ ବର୍ତ୍ତିବା ପାଇଁ ବୈଜ୍ଞାନିକ ପ୍ରମାଣର ଆବଶ୍ୟକତା ରହିଛି । ଏହାକୁ ନେଇ ଚଳିତବର୍ଷର ସ୍ବାସ୍ଥ୍ୟ ପାଇଁ ଅଭିଯାନ କୌଣସି ପରୀକ୍ଷାଗାରର ସଫଳତା କିମ୍ବା ନୂତନ ଭ୍ୟାକସିନ୍ ଉଦ୍ଭାବନ ସହିତ ଜଡିତ ନୁହେଁ । ଏହା ସ୍ବାସ୍ଥ୍ୟ ପାଇଁ ଏକ ପରିବର୍ତ୍ତିତ ସ୍ବର ଉତ୍ତୋଳନ କରୁଛି: ଯାହାକି ଏକକ ସ୍ବାସ୍ଥ୍ୟ ପ୍ରଣାଳୀ (One Health approach) ଅଟେ ।
ମନୁଷ୍ୟର ସ୍ବାସ୍ଥ୍ୟ ମନୁଷ୍ୟ କିଛି କାରକ ଉପରେ ନିର୍ଭରଶୀଳ ହୋଇଥାଏ । ସେହିପରି ଡାକ୍ତର ରୋଗୀଙ୍କ ଚିକିତ୍ସା କରନ୍ତି, ପରିବେଶବିତ୍ ପରିବେଶ ବିଷୟରେ ଅଧ୍ୟୟନ କରନ୍ତି । ପଶୁ ଚିକିତ୍ସକ ପଶୁଙ୍କ ଉପରେ ଗବେଷଣା କରିଥାନ୍ତି । ସମସ୍ତେ ପରସ୍ପର ସହିତ ଜଡିତ । ମାତ୍ର ଏହି ସମସ୍ତ ପ୍ରକ୍ରିୟାରେ ବ୍ୟାଘାତ ଆସିଲେ, ଏହାର ପ୍ରଭାବ ଆମ ସମସ୍ତଙ୍କ ଉପରେ ପଡିବ ।
ପରସ୍ପର ସହିତ ଜଡ଼ିତ:
ମହାମାରୀ ପଶୁଙ୍କ ଠାରୁ ମଣିଷକୁ ବ୍ୟାପିଥାଏ । ଜଳବାୟୁରେ ପରିବର୍ତ୍ତନ ମନୁଷ୍ୟର ରୋଗ ପ୍ରକ୍ରିୟାକୁ ବଦଳାଇ ଦେଇଥାଏ । ଚାଷ କ୍ଷେତ୍ରରେ କିଛି ପ୍ରଣାଳୀ ଯୋଗୁଁ ଆମ ଶରୀରରେ ଆଣ୍ଟିବୋୟାଟିକ୍ ରେଜିଷ୍ଟାନ୍ସ ବୃଦ୍ଧି ପାଇଥାଏ । ଦୂଷିତ ଜଳ ବ୍ୟାକ୍ଟେରିଆଙ୍କ ବଂଶବୃଦ୍ଧିର ମାଧ୍ୟମ ପାଲଟିଥାଏ । ଏଥିରୁ ଆମେ ଏହା ଅନୁଭବ କରୁଛେ ଯେ, ସାରା ବିଶ୍ବରେ ସ୍ବାସ୍ଥ୍ୟ ପ୍ରଣାଳୀ ପରସ୍ପର ସହିତ ଜଡ଼ିତ ।
ଏକକ ସ୍ବାସ୍ଥ୍ୟ ପ୍ରଣାଳୀ (One Health approach):
ଏହି ଏକକ ସ୍ବାସ୍ଥ୍ୟ ପ୍ରଣାଳୀ (One Health approach) ଉପରୋକ୍ତ ଅନୁଭବକୁ ବାସ୍ତବତାର ରୂପ ଦେଇଥାଏ । ମଣିଷ, ଜୀବଜନ୍ତୁ ଓ ପରିବେଶକୁ ଭିନ୍ନ ଭିନ୍ନ ବିଭାଗ ଭାବେ ନ ଦେଖି ଏହା ସେମାନଙ୍କୁ ଏକକ ଦୃଷ୍ଟିରେ ଦେଖିଥାଏ । ଏହା ଏକ ଜୈବିକ ପରସ୍ପର ମଧ୍ୟରେ ସହଭାଗିତା ଅଟେ । ଯେଉଁଠାରେ ବିଭିନ୍ନ ସଙ୍କେତ ପ୍ରଜାତି, ଜୈବମଣ୍ଡଳ ଓ ଜନଜାତି ମଧ୍ୟ ଦେଇ ପ୍ରବାହିତ ହୋଇଥାଏ ।
ଆପଣ ଯଦି ଆଗାମୀ ମହାମାରୀ ରୋକିବାର ପ୍ରୟାସ ଉପରେ ଧ୍ୟାନ ଦେଉଛନ୍ତି, ତେବେ କେବଳ ଆପଣଙ୍କୁ ହସ୍ପିଟାଲରେ ରୋଗୀ ସଂଖ୍ୟା ଉପରେ ନଜର ରଖିବାକୁ ହେବ ନାହିଁ । ବରଂ ଆପଣଙ୍କୁ ଜଙ୍ଗଲ, ଫାର୍ମ, ବନ୍ୟଜନ୍ତୁ ଓ ପରିବେଶ ବା ଜଳବାୟୁରେ ପରିବର୍ତ୍ତନ ଉପରେ ନଜର ରଖିବାକୁ ହେବ । ସ୍ବାସ୍ଥ୍ୟ ଏବେ କେବଳ ଏକ ସ୍ବତନ୍ତ୍ର ବିଭାଗ ହୋଇ ରହିନାହିଁ । ଏହା ଏକ ନେଟୱର୍କ ବା ପରସ୍ପର ସହିତ ସହଭାଗିତା ।
ଏହି ଅଭିଯାନ ପଛରେ ବୈଜ୍ଞାନିକ କାରଣ:
ଚଳିତବର୍ଷର ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ଆରମ୍ଭ କରାଯାଇଥିବା ଅଭିଯାନ କେବଳ ସାଙ୍କେତିକ ନୁହେଁ ବରଂ ଏହା ବିଶ୍ବ ସ୍ତରରେ ବିଜ୍ଞାନର ଉନ୍ନତି ଓ ସହଭାଗିତା ଦିଗରେ କାର୍ଯ୍ୟ କରୁଛି । ଚଳିତବର୍ଷ ଏଥିପାଇଁ 2ଟି ବିରାଟ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି ।
1. ଫ୍ରାନ୍ସ ସରକାରଙ୍କ ଦ୍ବାରା ଆୟୋଜିତ ଅନ୍ତର୍ଜାତୀୟ ୱାନ ହେଲ୍ଥ ସମ୍ମିଟ୍, ଯେଉଁଥିରେ G7 ଦେଶଙ୍କ ପ୍ରତିନିଧିତ୍ବ ଦେଖିବାକୁ ମିଳିବ
2. ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ସହଭାଗୀ କେନ୍ଦ୍ରଙ୍କ ସହିତ ଗ୍ଲୋବାଲ ଫୋରମ୍ କାର୍ଯ୍ୟକ୍ରମ, ଯେଉଁଥିରେ ପାଖାପାଖି 800ଟି ବୈଜ୍ଞାନିକ ଅନୁଷ୍ଠାନ ଓ 80ଟି ଦେଶ ଭାଗ ନେବେ
ଏହା ମଧ୍ୟ ପଢନ୍ତୁ: NASAର 'ଆର୍ଟେମିସ୍-II' ମିଶନରେ ଆଇଫୋନ୍: ସାଧାରଣ ଫୋନ୍ରୁ 'ସ୍ପେସ୍ ଗ୍ୟାଜେଟ୍' ପାଲଟିବା ପଛର ରୋମାଞ୍ଚକର କାହାଣୀ ଜୀବନଶୈଳୀ ପରିବର୍ତ୍ତନ ଯୋଗୁଁ ପୁରୁଷଙ୍କ କ୍ଷେତ୍ରରେ ବଢୁଛି ପ୍ରୋଷ୍ଟେଟ୍ କ୍ୟାନସର: NIMS |
କିପରି ପାଳିବେ ଆଜିର ଦିବସ:
- ଏହି ଦିବସ କେବଳ ବୈଜ୍ଞାନିକଙ୍କ ପାଇଁ ନୁହେଁ ବରଂ ଆମ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ଅଟେ । ଆପଣ ନିମ୍ନୋକ୍ତ ଉପାୟରେ ଏହି ଦିବସ ପାଳନ କରି ପାରିବେ ।
- ବୈଜ୍ଞାନିକ ଉପଲବ୍ଧିକୁ ପାଳନ କରିବା
- ଦୈନନ୍ଦିନ ଜୀବନରେ ବିଜ୍ଞାନର ଅବଦାନ ଉପରେ ସମାଜକୁ ଜଣାଇବା
- ପ୍ରମାଣ ଉପରେ ଆଧାରିତ ସ୍ବାସ୍ଥ୍ୟ ସମ୍ବନ୍ଧିତ ତଥ୍ୟ ପ୍ରଦାନ କରିବା
- ଏହା ସହିତ ଅନଲାଇନ ମାଧ୍ୟମରେ କିଛି ହାସ୍ଟ୍ୟାଗ୍ (#StandWithScience, #WorldHealthDay) ବ୍ୟବହାର କରି ନିଜ କାହାଣୀ ବାଣ୍ଟିବା

