ETV Bharat / health

ହୃଦ୍‌ଘାତରେ ବିଶିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ: ହୃଦ୍‌ରୋଗ ଜନିତ ଜରୁରୀକାଳୀନ ପରିସ୍ଥିତିରେ କ’ଣ କରିବେ ଜାଣନ୍ତୁ

ହୃଦ୍‌ରୋଗ ବିଶେଷଜ୍ଞମାନେ କୁହନ୍ତି ଯେ ପ୍ରଥମ କିଛି ମିନିଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ, ବିଶେଷକରି ଯଦି ବ୍ୟକ୍ତିଜଣକ ଅଚେତ ଥାଆନ୍ତି ଏବଂ ସ୍ୱାଭାବିକ ଭାବରେ ଶ୍ୱାସକ୍ରିୟା କରୁନଥାଆନ୍ତି ।

Nana Patekar Death Sparked Debate Cardiac Emergency Step by step guidance
ହୃଦ୍‌ଘାତରେ ବିଶିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ: ହୃଦ୍‌ରୋଗ ଜନିତ ଜରୁରୀକାଳୀନ ପରିସ୍ଥିତିରେ କ’ଣ କରିବେ ଜାଣନ୍ତୁ (Etv Bharat)
author img

By ETV Bharat Odisha Team

Published : October 8, 2026 at 9:00 PM IST

3 Min Read
Choose ETV Bharat

ପ୍ରସିଦ୍ଧ ବଲିଉଡ୍ ଅଭିନେତା ନାନା ପାଟେକରଙ୍କ କାର୍ଡିଆକ୍ ଆରେଷ୍ଟ ଯୋଗୁଁ ମୃତ୍ୟୁ ଘଟଣା ପୁଣିଥରେ ଏକ ଅସ୍ୱସ୍ତିକର କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି । ଯଦି ଘରେ କେହି ହଠାତ୍ ଅଚେତ ହୋଇ ପଡ଼ିଯାଆନ୍ତି, ତେବେ ଆପଣ କ’ଣ କରିବା ଉଚିତ୍? ପ୍ରକାଶିତ ଖବର ଅନୁଯାୟୀ, ପାଟେକରଙ୍କୁ ଭୋର ପ୍ରାୟ ୪ଟା ୩୦ ସମୟରେ ଡାକ୍ତରଖାନା ଅଣାଯାଇଥିଲା ଏବଂ ପ୍ରାୟ ୪୫ ମିନିଟ୍‌ରୁ ଏକ ଘଣ୍ଟା ଧରି କାର୍ଡିଆକ୍ ମସାଜ୍ ଦିଆଯିବା ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା ।

1. ପ୍ରଥମେ ବ୍ୟକ୍ତିଙ୍କ ନିଶ୍ବାସ ପ୍ରଶ୍ବାସ ସାମାନ୍ୟ ଅଛି କି ନାହିଁ ଲକ୍ଷ୍ୟ କରନ୍ତୁ:
"କୌଣସି ବ୍ୟକ୍ତି ଚେତାଶୁନ୍ୟ ହୋଇଗଲେ ଏହାକୁ ମେଡିକାଲ ଏମର୍ଜେନ୍ସି ଭାବେ ଗ୍ରହଣ କରିବା ଉଚିତ । ପ୍ରଥମେ ତାଙ୍କ ଚତୁର୍ପାର୍ଶ୍ବ ସୁରକ୍ଷିତ ଅଛି କିମ୍ବା ନାହିଁ ଦେଖିବା ଉଚିତ୍ । ବ୍ୟକ୍ତିଙ୍କ ସହିତକ କଥା ହେଲେ କିମ୍ବା ଛୁଇଁଲେ ସେ ପ୍ରତିକ୍ରିୟା ଦେଉଛନ୍ତି କିମ୍ବା ନାହିଁ ପରୀକ୍ଷା କରିବା ଆବଶ୍ୟକ । ଏହା ସହିତ ତାଙ୍କର ନିଶ୍ବାସ ପ୍ରଶ୍ବାସ ସାମାନ୍ୟ ଅଛି କିମ୍ବା ନାହିଁ ତାହା ମଧ୍ୟ ଦେଖିବା ଆବଶ୍ୟକ । ଯଦି ସାମାନ୍ୟ ନଥାଏ ତେବେ ତୁରନ୍ତ ହସ୍ପିଟାଲ ନେବା ଆବଶ୍ୟକ," ~ ଡାକ୍ତର ଅମିତ କୁମାର ଗୁପ୍ତା, ବରିଷ୍ଠ ପରାମର୍ଶଦାତା ତଥା ହୃଦ୍‌ରୋଗ ବିଭାଗ ମୁଖ୍ୟ, ସର୍ବୋଦୟ ହସ୍ପିଟାଲ୍, ମଥୁରା

2. ଯଦି ସାମାନ୍ୟ ନାହିଁ ତେବେ CPR ଦିଅନ୍ତୁ:
ଆପଣ ନିଜ ହାତ ମାଧ୍ୟମରେ ସିପିଆର୍ (CPR) ଦେବା ଆରମ୍ଭ କରିପାରିବେ । ପ୍ରଥମେ ବ୍ୟକ୍ତିଙ୍କୁ ଏକ ସମାନ ସ୍ଥାନରେ ଶୁଆଇ ତାଙ୍କ ଛାତିର ମଧ୍ୟ ଭାଗରେ ଜୋରରେ ଏବଂ ଶୀଘ୍ର ଚାପ ପ୍ରୟୋଗ କରି CPR ଦିଅନ୍ତୁ । ଜରୁରୀକାଳୀନ ସ୍ବାସ୍ଥ୍ୟସେବା ନ ପହଞ୍ଚିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ବାରମ୍ବାର କରନ୍ତୁ ।

ଡକ୍ଟର ଅଖିଳ କୁମାର ରସ୍ତୋଗୀ, ବରିଷ୍ଠ ନିର୍ଦ୍ଦେଶକ ଏବଂ ମୁଖ୍ୟଯନ୍ତ୍ରୀ, କାର୍ଡିଓଲୋଜି, ଶାରଦାକେୟାର - ହେଲଥସିଟି କହିଛନ୍ତି, "ଯଦି ବ୍ୟକ୍ତି ପ୍ରତିକ୍ରିୟାଶୀଳ ନ ଥାଆନ୍ତି ଏବଂ ସାଧାରଣ ଭାବରେ ନିଶ୍ୱାସ ନେଉନାହାଁନ୍ତି, ତେବେ ପାଖରେ ଥିବା ଲୋକମାନେ ଆମ୍ବୁଲାନ୍ସ ଆସିବା ପାଇଁ ଅପେକ୍ଷା କରି ଠିଆ ହେବା ଉଚିତ୍ ନୁହେଁ । ଜରୁରୀକାଳୀନ କର୍ମଚାରୀଙ୍କ ଆସିବା ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ରକ୍ତ ସଞ୍ଚାଳନ କରିବା ପାଇଁ ଦ୍ରୁତ CPR ସାହାଯ୍ୟ କରିପାରେ । ଯଦି ଆପଣଙ୍କର ଏକ ସ୍ୱୟଂଚାଳିତ ବାହ୍ୟ ଡିଫିବ୍ରିଲେଟର (AED) ଅଛି, ତେବେ ଏହାକୁ ଚାଲୁ କରନ୍ତୁ ଏବଂ ଭଏସ୍ ପ୍ରମ୍ପ୍ଟ ଗୁଡ଼ିକୁ ଅନୁସରଣ କରନ୍ତୁ । ଏହା ହୃଦସ୍ପନ୍ଦନ ଯାଞ୍ଚ କରିପାରିବ ଏବଂ ଆବଶ୍ୟକ ହେଲେ, ଉପଯୋଗକର୍ତ୍ତାଙ୍କୁ ସକ୍ ଦେବା ପାଇଁ ମାର୍ଗଦର୍ଶନ କରିପାରିବ । ସମୟୋଚିତ ଜରୁରୀକାଳୀନ ଚିକିତ୍ସା ସହିତ ପ୍ରାରମ୍ଭିକ CPR ଏବଂ ଡିଫିବ୍ରିଲେସନ୍, ହୃଦସ୍ପନ୍ଦନ ପରେ ବଞ୍ଚିବାର ସମ୍ଭାବନାକୁ ବଢାଇଥାଏ ।"

3. ଚେତାଶୁନ୍ୟ ବ୍ୟକ୍ତିଙ୍କୁ ପାଣି କିମ୍ବା ଔଷଧ ଦିଅନ୍ତୁ ନାହିଁ:
ଏପରି ଜରୁରୀକାଳୀନ ସମୟରେ ଆପଣଙ୍କର ଗୋଟିଏ ଭୁଲ ପଦକ୍ଷେପ ଆଉ ଏକ ସମସ୍ୟାକୁ ଆମନ୍ତ୍ରିତ କରିପାରେ । ଚେତାଶୁନ୍ୟ ବ୍ୟକ୍ତିଙ୍କୁ ଭୁଲରେ ମଧ୍ୟ ଖାଦ୍ୟ, ଜଳ କିମ୍ବା ଔଷଧ ଦିଅନ୍ତୁ ନାହିଁ । ଚେତାଶୁନ୍ୟ ଅବସ୍ଥାରେ ସେମାନେ ଗିଳିପାରିନଥାନ୍ତି ଫଳରେ ଏହା ତାଙ୍କନିଶ୍ବାସପ୍ରଶ୍ବାସ ନେବାରେ ବାଧାସୃଷ୍ଟି କରିପାରେ । ଏପରି ସମୟରେ ସେମାନଙ୍କୁ ବସିବା ପାଇଁ କିମ୍ବା ଠିଆ ହେବା ପାଇଁ କୁହନ୍ତୁ ନାହିଁ । ବାନ୍ତି କରାନ୍ତୁ ନାହିଁ କିମ୍ବା କୌଣସି ଘରୋଇ ଉପଚାର କରନ୍ତୁ ନାହିଁ ।

ଯଦି ବ୍ୟକ୍ତି ଜଣକ ଚେତାଶୁନ୍ୟ ଅଛନ୍ତି ମାତ୍ର ନିଶ୍ବାସପ୍ରଶ୍ବାସ ସାଧାରଣ ଅଛି, ତେବେ ଜରୁରୀକାଳୀନ ସାହାଯ୍ୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇପାରେ । ତେବେ ପଡ଼ିଯିବା ଯୋଗୁଁ ଯଦି ସେମାନଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିବାର ସମ୍ଭାବନା ରହିଥାଏ ତେବେ ତାଙ୍କୁ ବେଶି ଚଳପ୍ରଚଳ କରାଇବାରୁ ବର୍ତ୍ତନ୍ତୁ ।

4. ହୃତପିଣ୍ଡ କାର୍ଯ୍ୟ ବନ୍ଦ ହୋଇଯିବା (କାର୍ଡିଆକ୍ ଆରେଷ୍ଟ) ଏବଂ ହୃଦ୍‌ଘାତ ଭିତରେ ପାର୍ଥକ୍ୟ ଜାଣନ୍ତୁ:

ହୃତପିଣ୍ଡର କାର୍ଯ୍ୟ ବନ୍ଦ ହୋଇଯିବା ବା କାର୍ଡିଆକ୍ ଆରେଷ୍ଟ ଏବଂ ହୃଦ୍‌ଘାତ ସମାନ ନୁହେଁ । ହୃତପିଣ୍ଡର ମାଂସପେଶୀକୁ ରକ୍ତ ପ୍ରବାହ ବନ୍ଦ ହୋଇଗଲେ, ଏହାକୁ ହୃଦ୍‌ଘାତ କୁହାଯାଇଥାଏ । ମାତ୍ର ହୃତପିଣ୍ଡରୁ ଶରୀରର ବିଭିନ୍ନ ସ୍ଥାନକୁ ରକ୍ତ ପ୍ରବାହିତି ନହେଲେ ଏହାକୁ କାର୍ଡିଆକ୍ ଆରେଷ୍ଟ କୁହାଯାଏ । ଯଦି କୌଣସି ବ୍ୟକ୍ତି ଆପଣଙ୍କ ସମ୍ମୁଖରେ ବେହୋସ ହୋଇଯାଉଛନ୍ତି, ତେବେ କାଳ ବିଳମ୍ବ ନକରି ତାଙ୍କର ଚେତନା ଅଛି କିମ୍ବା ନାହିଁ, ନିଶ୍ବାସ ପ୍ରଶ୍ବାସ ସାମାନ୍ୟ ଅଛି କିମ୍ବା ନାହିଁ ଯାଞ୍ଚ କରିବା ସହିତ ସଙ୍ଗେ ସଙ୍ଗେ ସହାୟତା ପାଇଁ ଆମ୍ବୁଲାନ୍ସକୁ କଲ୍ କରିବା ଉଚିତ । ଯଦି ବ୍ୟକ୍ତି ଚେତାଶୁନ୍ୟ ହେବା ସହିତ ନିଶ୍ବାସ ପ୍ରଶ୍ବାସ ସଠିକ ଭାବେ ନେଉନଥାଏ ତେବେ ତୁରନ୍ତ CPR ଦେବା ଆବଶ୍ୟକ ।

5. ହୃତ୍‌ଘାତ ପୂର୍ବର ଲକ୍ଷଣ:
କାନପୁରସ୍ଥିତ ରିଜେନ୍ସି ହେଲ୍ଥର କାର୍ଡିଓଲୋଜି ବିଭାଗର ଆସୋସିଏଟ୍ ଡାଇରେକ୍ଟର ଡକ୍ଟର ଅଭିନୀତ ଗୁପ୍ତା କୁହନ୍ତି ଯେ, ହୃଦ୍‌ରୋଗ ଜନିତ ଜରୁରୀକାଳୀନ ସ୍ଥିତି ସର୍ବଦା ସମ୍ପୂର୍ଣ୍ଣ ହଠାତ୍ ଉପୁଜି ନଥାଏ । ଏହା ପୂର୍ବରୁ ଅନେକ ଲକ୍ଷଣ ପ୍ରକାଶ ପାଇଥାଏ । ସେଗୁଡିକ ହେଲା...

  • ଛାତିରେ ଯନ୍ତ୍ରଣା କିମ୍ବା ଭାରୀ ଅନୁଭବ
  • ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବା
  • ଅସ୍ୱାଭାବିକ କ୍ଳାନ୍ତି, ମୁଣ୍ଡ ବୁଲାଇବା, ହୃଦ୍‌ସ୍ପନ୍ଦନ ବଢ଼ିଯିବା
  • ଅତ୍ୟଧିକ ଝାଳ ବୋହିବା
  • ହାତ, ପାଟି କିମ୍ବା ପିଠିକୁ ବ୍ୟାପୁଥିବା ଯନ୍ତ୍ରଣା

ଉପରୋକ୍ତ ଲକ୍ଷଣ ଗୁଡିକ ହୃଦ୍‌ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇଥାଏ । ଏହାକୁ ଅଣଦେଖା କରିବା ଅନୁଚିତ୍ । ଏହା ସହିତ ନୂତନ ଭାବେ ପ୍ରକାଶ ପାଉଥିବା ଲକ୍ଷଣକୁ ମଧ୍ୟ ଅଣଦେଖା କରିବା ଅନୁଚିତ । ଏହା ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଥାଏ । ଏଥିପାଇଁ ଜରୁରୀକାଳୀନ ସମୟରେ ହୃତ୍‌ସ୍ବାସ୍ଥ୍ୟର ଯତ୍ନ ନେବା ଆରମ୍ଭ କରାଯାଇପାରେ ନାହିଁ ।