ପାଦ ଦେଇଥାଏ ହୃଦଘାତ ପରି ଅନେକ ଗୁରୁତର ରୋଗର ପ୍ରଥମ ସୂଚନା, ଜାଣନ୍ତୁ ଲକ୍ଷଣ..
ପାଦ ବା ଗୋଇଠି ଫୁଲିବା ଏକ ସାଧାରଣ ରୋଗ ହୋଇପାରେ । କିନ୍ତୁ ଅନେକ ସମୟରେ ଏହା ଗୁରୁତର ରୋଗର ପୂର୍ବ ସୂଚନା ହୋଇଥାଏ । ଯେମିତି ହାର୍ଟସମସ୍ୟା, ଲିଭର ସମସ୍ୟା ଇତ୍ୟାଦି..


Published : January 4, 2026 at 7:23 PM IST
ପାଦ ବା ଗୋଇଠି ଫୁଲିବା ଏକ ସାଧାରଣ ରୋଗ ହୋଇପାରେ । କିନ୍ତୁ ଏହା ବେଳେବେଳେ ଯନ୍ତ୍ରଣାଦାୟକ ହୋଇଥାଏ । ବିଭିନ୍ନ କାରଣରୁ ଗୋଇଠି ଫୁଲି ଯାଇଥାଏ । ଏହା ଏକ ବୟସାଧିକ ଜନିତ ରୋଗ ହୋଇପାରେ । କିନ୍ତୁ ଅଧିକ ସମୟ ଗୋଡ ଝୁଲାଇ ବସିବା, ଦୀର୍ଘ ସମୟ ଯାତ୍ରା କରିବା ଦ୍ୱାରା ମଧ୍ୟ ଏହି ଲକ୍ଷଣ ଦେଖା ଦେଇଥାଏ । ଡାକ୍ତରୀ ଗବେଷଣାରୁ ଯାହା ଜଣାଯାଏ, ଅନେକ ସମୟରେ ଏହି ପାଦ, ଗୋଇଠି ଫୁଲିବା ଗୁରୁତର ରୋଗର ପୂର୍ବ ସୂଚନା ହୋଇଥାଏ । ଯେମିତି ହାର୍ଟ ସମସ୍ୟା, ଲିଭର ସମସ୍ୟା ତଥା ବ୍ଲଡ କ୍ଲଟିଂର ପ୍ରାରମ୍ଭିକ ସୂଚନା ହୋଇଥାଏ ।
ବେଳେବେଳେ ଟିସୁରେ ଅଧିକ ତରଳ ପଦାର୍ଥ ଜମା ହେଲେ ପାଦ ଫୁଲି ଯାଇଥାଏ । ଏହା ରକ୍ତ ପ୍ରବାହକୁ କମ କରିଦିଏ । ଏହା ପାଦ, ଗୋଇଠି ଫୁଲିବାର ଅନେକ କାରଣ ହୋଇପାରେ । ତେବେ ଏହି ପାଦ ଫୁଲା ଅନେକ ଗୁରୁତର ରୋଗର ବାହକ ବି ହୋଇପାରେ । ତେଣୁ ଏହାର ଠିକ ସମୟରେ ଚିକିତ୍ସା କରିବା ନିହାତି ଦରକାର । ଆସନ୍ତୁ ଜାଣିବା ଏହି ରୋଗର ବିଭିନ୍ମ କାରଣ ଓ ନିରାକରଣ ବିଷୟରେ ।
ହୃଦରୋଗ ଜନିତ ସମସ୍ୟା
ହୃଦରୋଗ ଜନିତ ସମସ୍ୟା ଦେଖା ଦେଲେ ସାଧାରଣତଃ ଆମର ହାର୍ଟ ଠିକ ଭାବେ ରକ୍ତକୁ ପମ୍ପିଂ କରିପାରେ ନାହିଁ । ଯାହା ଫଳରେ ଶିରାରେ ରକ୍ତ ଜମା ହୁଏ । ଏହି କାରଣରୁ ଗୋଡ ଓ ଗୋଇଠିରେ ତରଳ ପଦାର୍ଥ ଜମା ହୋଇଯାଏ । ଏହା ଦ୍ୱାରା କୀଡନିର ଶରୀରରୁ ପାଣି ଓ ଲୁଣ ବାହାର କରିବାର କ୍ଷମତା ପ୍ରଭାବିତ ହୋଇଥାଏ । ଫଳରେ ଫୁଲା ବଢିଯାଏ । ଆମେରିକାନ ହାର୍ଟ ଏସୋସିଏସନର ସାଇଣ୍ଟିିଫିକ ଜର୍ନାଲ ଅନୁସାରେ ଅନେକ ସମୟରେ ଏହି ଯନ୍ତ୍ରଣା ହାର୍ଟ ଫେଲ କରିବାର ପୂର୍ବ ସୂଚନା ହେଇଥାଏ । ଏହା ବ୍ୟତୀତ ହାଲିଆ ଲାଗିବା, ଶ୍ୱାସ ନଳୀ ଫୁଲିବା, ତରଳ ପଦାର୍ଥ ଜମା ହେବା କାରଣରୁ ଓଜନ ବି ବଢି ପାଦ, ଗୋଇଠି ଫୁଲି ଯାଇଥାଏ ।
ରକ୍ତ ଜମାଟ
ବ୍ଲଡ କଟ ବା ରକ୍ତ ଜମାଟକୁ ଥ୍ରୋମ୍ବୋସିସ ବୋଲି କୁହାଯାଇଥାଏ । ଏହା ପାଦର ଶିରାକୁ ବ୍ଲକ କରିଦେଇ ପାରେ ଏବଂ ରକ୍ତକୁ ହାର୍ଟ ପର୍ଯ୍ୟନ୍ତ ଫେରିବାକୁ ଦେଇ ନ ଥାଏ । ଡିପ ବ୍ରେନ ଥ୍ରୋମ୍ବୋସିସ ବା DVT ଏକ ଗୁରୁତର ସମସ୍ୟା। ଯଦି ଏହା ଫୁସଫୁସ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପହଞ୍ଚିଯାଏ ତେବେ ଘାତକ ସାଜିଥାଏ। ଏପରି ହେଲେ ପାଦରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ, ବିନ୍ଧା ହେବା ସହ ସେହା ଜାଗାରୁ ନିଆଁ ବାହିରିଲା ପରି ଅନୁଭୂତ ହୋଇଥାଏ । ବେଶି ଦିନ ରହିଲେ ଏହି ଯନ୍ତ୍ରଣା ସ୍ଥାୟୀ ହୋଇଥାଏ । ତେଣୁ ଆରମ୍ଭରୁ ଏହାର ଚିକିତ୍ସା ଆବଶ୍ୟକ ।
ଗର୍ଭାବସ୍ଥାରେ ଫୁଲା
ଗର୍ଭାବସ୍ଥାରେ ଶରୀରରେ ବଢୁଥିବା ଭ୍ରୁଣ ପାଇଁ ଅଧିକ ରକ୍ତ ଓ ଅଧିକ ତରଳ ପଦାର୍ଥର ଆବଶ୍ୟକତା ପଡିଥାଏ । ଏଥିଯୋଗୁ ଅନେକ ସମୟରେ ପାଦ, ହାତ ଫୁଲିଥାଏ । ଅବଶ୍ୟ ଏପରି ସମୟରେ ପାଦ ଫୁଲିବା ଏ ସମୟରେ ହାନିକାରକ ହୋଇ ନ ଥାଏ । କିନ୍ତୁ ବେଳେବେଳେ ଅଚାନକ ଫୁଲିଯିବା ଗୁରୁତର ରୋଗର କାରଣ ହୋଇପାରେ । ଏଥିପାଇଁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ପଡିଥାଏ ।
ଡାକ୍ତରଙ୍କ କହିବା ଅନୁଯାୟୀ, ଏପରି ପାଦ ଫୁଲିବା କୀଡନି ଜନିତ ରୋଗର କାରଣ ମଧ୍ୟ ହୋଇପାରେ । ସେହିପରି ଲିଭର ଏଲବ୍ୟୁମିନ ନାମକ ଏକ ପ୍ରୋଟିନ ତିଆରି କରିଥାଏ ଯାହା ରକ୍ତଶିରାରେ ତରଳ ପଦାର୍ଥକୁ ନିୟନ୍ତ୍ରଣ କରିଥାଏ । ହେଲେ ଲିଭର ଜନିତ ସମସ୍ୟା ଦେଖାଦେଲେ ଏହି ଏଲବ୍ୟୁମିନ ସ୍ତର କମିଯାଏ । ଯାହା ଫଳରେ ଗୋଇଠି, ପାଦ କିମ୍ବା ପେଟ ଫୁଲିଯାଏ । ତା ଛଡା ଡାଇବେଟିସ ଥିଲେ ମଧ୍ୟ ପାଦ, ଗୋଇଠି ଫୁଲି ଯାଇଥାଏ ।
ଏହା ମଧ୍ୟ ପଢନ୍ତୁ ଘରେ ସୁଗନ୍ଧିତ କ୍ୟାଣ୍ଡେଲ ବ୍ୟବହାର କରୁଛନ୍ତି କି? ହୋଇପାରେ ବଡ଼ ବିପଦ !
ଏହା ମଧ୍ୟ ପଢନ୍ତୁ ପୋଷକ ଖାଦ୍ୟ ଶରୀର ପାଇଁ ସାଜିପାରେ ଶତ୍ରୁ, ଔଷଧ ସହିତ ଖାଆନ୍ତୁନି ଏସବୁ

