ଖାଇ ସାରିବା ପରେ ମଧ୍ୟ ଭୋକ ହେଉଛି କି? ହୋଇପାରେ ଏହି ଗମ୍ଭୀର ରୋଗ, ଜାଣନ୍ତୁ ବିଶେଷଜ୍ଞଙ୍କ ମତାମତ...
ଖାଇବା ପରେ ମଧ୍ୟ ଆପଣଙ୍କୁ ଭୋକ ଲାଗୁଛି କି ? ସାବଧାନ ! ଅଣଦେଖା କରିବା; ଅନ୍ୟ ବଡ଼ ରୋଗକୁ ଆମନ୍ତ୍ରଣ ଦେଇପାରେ

Published : February 26, 2026 at 5:40 PM IST
ହାଇଦ୍ରାବାଦ: ଶାରିରୀକ ଶକ୍ତି ପାଇଁ ଆମକୁ ଖାଦ୍ୟର ଆବଶ୍ୟକତା ପଡିଥାଏ । ଏଥିପାଇଁ ପୌଷ୍ଟିକ ଖାଦ୍ୟର ଆବଶ୍ୟକତା ରହିଛି । ଭୋକ ଲାଗିଲେ ଖାଦ୍ୟ ଖାଇବା ସ୍ବାଭାବିକ କଥା । ମାତ୍ର ଖାଦ୍ୟ ଖାଇବା ପରେ ପୁଣି ଭୋକ ଲାଗିବା ଆଦୌ ସ୍ବାଭାବିକ କଥା ନୁହେଁ । କେତେକ ଲୋକଙ୍କୁ ଖାଦ୍ୟ ଖାଇବା ପରେ ପୁଣି ଭୋକ ଲାଗିଥାଏ । ଏହାକୁ ସାଧାରଣ ଭାବେ ଖାଦ୍ୟ ଖାଇବା ପ୍ରକ୍ରିୟାରେ କିଛି ବିଚ୍ୟୁତି ବା ଇଟିଂ ଡିସ୍ଅର୍ଡର କୁହାଯାଏ । ମାତ୍ର ସବୁବେଳେ ଏହା ଇଟିଂ ଡିସ୍ଅର୍ଡରର ଲକ୍ଷଣ ହୋଇନପାରେ । ଏହା ଶରୀରରେ ପୋଷକ ତତ୍ତ୍ବର ଅଭାବ, ଜୀବନଶୈଳୀରେ ପରିବର୍ତ୍ତନ କିମ୍ବା ଖରାପ ସ୍ବାସ୍ଥ୍ୟାବସ୍ଥାର ଲକ୍ଷଣ ହୋଇପାରେ । ବିଶେଷଜ୍ଞ ମତରେ ଏପରି ଲକ୍ଷଣ ଦେଖାଦେଲେ ଏହାକୁ ଅଣଦେଖା କରିବା ଅନୁଚିତ ।
ଲକ୍ଷ୍ନୌର MD ଡକ୍ଟର ଆରିଫା ଶୈଖ କୁହନ୍ତି, ଖାଦ୍ୟ ଖାଇବା ପରେ ପୁଣି କିଛି ଘଣ୍ଟା ଅନ୍ତରାଳରେ ଭୋକ ଲାଗିଥାଏ । ଖାଦ୍ୟ ଖାଇବାର ସମୟ ହେଲେ ଆପେ ଭୋକ ଲାଗିଥାଏ । ଏହା ଶରୀରର ଏକ ସାଧାରଣ ପ୍ରକ୍ରିୟା ଅଟେ । ମାତ୍ର କିଛି ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଓ ସଠିକ ସମୟରେ ଖାଦ୍ୟ ଖାଇବା ପରେ ମଧ୍ୟ ଭୋକ ଲାଗିଥାଏ । ସେମାନଙ୍କ ମଧ୍ୟରେ ଗର୍ଭବତୀ ମହିଳା, ବଢୁଥିବା ଶିଶୁ ଆଦି ରହିଥାନ୍ତି । ମାତ୍ର ସାଧାରଣ ଅବସ୍ଥାରେ ଯଦି ଖାଦ୍ୟ ଖାଇବାର ସଙ୍ଗେ ସଙ୍ଗେ ଆପଣଙ୍କୁ ଭୋକ ଲାଗୁଛି ଏବଂ କିଛି ନ ଖାଇଲେ ଆପଣ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି, ତେବେ ଏହା ଗମ୍ଭୀର ସମସ୍ୟା ଆଡକୁ ନିର୍ଦ୍ଦେଶ ଦେଉଛି ।
କାହିଁକି ହୁଏ ଏପରି ସମସ୍ଯା? ଡକ୍ଟର ଆରିଫା ଶୈଖ କୁହନ୍ତି ଶରୀରରେ ଅନ୍ୟ ରୋଗ ବ୍ୟତୀତ ପ୍ରୋଟିନ, ମେଦ, ଫାଇବର୍ ଓ ଜଳୀୟଅଂଶ କମ୍ ହେବା ଦ୍ବାରା ଭୋକ ଲାଗିଥାଏ । ଷ୍ଟ୍ରେସ୍, ଡିପ୍ରେସନ୍, ବିଚଳତା ମଧ୍ୟ ଏହାର କାରଣ ସାଜିପାରେ । ଏପରି ଅନେକ କାରଣ ରହିଛି ଯେଉଁଥିପାଇଁ ଭୋକ ଲାଗିପାରେ । |
| ବାରମ୍ବାର ଭୋକ ଲାଗିବା ଡାଇବେଟିସର ଏକ ପ୍ରମୁଖ କାରଣ ଅଟେ । ରକ୍ତ ଶର୍କରାର ଅଂଶ ରକ୍ତରେ ବଢିଲେ ଏପରି ସମସ୍ୟା ଦେଖା ଦେଇଥାଏ । |
| ହାଇପୋଗ୍ଲାଇସେମିଆ ବା ରକ୍ତରେ ଶର୍କରାର ମାତ୍ରା ହ୍ରାସ ପାଇଲେ ମଧ୍ୟ ଭୋକ ବଢିଯାଏ । |
ତରତର ହୋଇ ଖାଇବା: କିଛି ଲୋକ ବହୁତ ଜଲଦି ଜଲଦି ଖାଦ୍ୟ ଗ୍ରହଣ କରନ୍ତି । ଏହି କାରଣରୁ ମଧ୍ୟ ବାରମ୍ବାର ଭୋକ ଲାଗିପାରେ । ବହୁ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି । |
ଭରପୁର ନିଦ୍ରା ନ ନେବା: ରାତ୍ରିରେ ସଠିକ ମାତ୍ରାରେ ନ ଶୋଇଲେ ଏପରି ସମସ୍ୟା ଉପୁଜେ । ମସ୍ତିଷ୍କ ଓ ରୋଗ ପ୍ରତିରୋଧକ ଶକ୍ତିର କାର୍ଯ୍ୟକାରିତା ପାଇଁ ଉପଯୁକ୍ତ ପରିମାଣର ନିଦ୍ରା ଆବଶ୍ୟକ । ଏହା ବ୍ୟତୀତ ନିଦ୍ରା ସଠିକ ପରିମାଣରେ ନ ନେଲେ ଭୋକ ନିୟନ୍ତ୍ରଣ କରିବା ପାଇଁ ହର୍ମୋନ ଘ୍ରୋଲିନର ସ୍ତର ବୃଦ୍ଧି ପାଏ । |
| ଏହି ସମସ୍ୟା ଶରୀରରେ ପ୍ରୋଟିନ, ଫାଇବର କିମ୍ବା ଜଳୀୟଅଂଶ ଅଭାବରେ ମଧ୍ୟ ହୋଇପାରେ । |
| ଡକ୍ଟର ଆରିଫା ଶୈଖ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ଅତ୍ୟଧିକ ଭୋକ ଲାଗିବା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଏବଂ ଏହା ସହିତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ରହିଛି, ତେବେ ତୁରନ୍ତ ତିକିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ । କେବେ କେବେ ସାଧାରଣ ପରି ମନେ ହେଉଥିବା ଲକ୍ଷଣ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାନ୍ତି । |
Disclaimer: ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସୂଚନା କେବଳ ଧାରଣାଗତ ଏବଂ ସାଧାରଣ ଜ୍ଞାନ ଉଦ୍ଦେଶ୍ୟରେ ଲେଖାଯାଇଛି । ଏଠାରେ ଉଲ୍ଲେଖିତ ଯେକୌଣସି ପରାମର୍ଶ ପାଳନ କରିବା ପୂର୍ବରୁ, ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଯଦି ଆପଣଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ଆପଣ ଡାକ୍ତରଙ୍କୁ ପୂର୍ବରୁ ଜଣାଇବା ଉଚିତ୍ ।

