ETV Bharat / health

Explainer: ଖରାଦିନେ ରକ୍ତ ଚିନ୍ତା, ଓଡ଼ିଶାରେ ରକ୍ତଭଣ୍ଡାରର ସ୍ଥିତି କଣ ?

ଆସିଲାଣି ଗ୍ରୀଷ୍ମଋତୁ ଘାରିଲାଣି ରକ୍ତ ଚିନ୍ତା । ରାଜ୍ୟରେ ରକ୍ତ ସଙ୍କଟ ଦୂର କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଉଛି ଏହି ସବୁ ପଦେକ୍ଷପ ।

ODISHA BLOOD SHORTAGE
ଖରାଦିନ ଆରମ୍ଭରୁ ରକ୍ତ ଚିନ୍ତା (ETV Bharat Odisha)
author img

By ETV Bharat Odisha Team

Published : February 15, 2026 at 3:23 PM IST

4 Min Read
Choose ETV Bharat

ରିପୋର୍ଟ: ବିକାଶ କୁମାର ଦାସ

ODISHA BLOOD SHORTAGE ଭୁବନେଶ୍ବର: କଥାରେ ଅଛି 'ରକ୍ତଦାନ ମହତ ଦାନ' । ଟୋପାଏ ରକ୍ତ ବିନ୍ଦୁ ବଞ୍ଚାଇପାରେ ଜଣଙ୍କ ଜୀବନ । କିନ୍ତୁ ରାଜ୍ୟରେ ଆବଶ୍ୟକ ମୁତାବକ ରକ୍ତ ସଂଗ୍ରହ ହୋଇପାରୁ ନଥିବା ବେଳେ ରକ୍ତ ଅଭାବରୁ ଚାଲିଯାଏ ଅନେକ ରୋଗୀଙ୍କ ଜୀବନ । ବିଶେଷ କରି ଖରାଦିନ ଆସିଲେ ସାଧାରଣତଃ ରକ୍ତର ଅଭାବ ଦେଖିବାକୁ ମିଳିଥାଏ । ରାଜ୍ୟର ଅନେକ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖିବାକୁ ମିଳେ । ଜାଣନ୍ତୁ ରାଜ୍ୟରେ ରକ୍ତ ଭଣ୍ଡାରର ସ୍ଥିତି କଣ ?

ଖରାଦିନ ଆରମ୍ଭରୁ ରକ୍ତ ଚିନ୍ତା (ETV Bharat Odisha)

ଥାଲାସେମିଆ, ସିକିଲସେଲ ଏବଂ ଆନିମିଆରେ ପୀଡ଼ିତ ଥିବା ରୋଗୀମାନେ ରକ୍ତ ଅଭାବର ଶିକାର ହୁଅନ୍ତି । କାରଣ ସେମାନେ ରକ୍ତ ନେବାର ଏକ ମାସ ପରେ ପୁଣି ଲୋଡା ପଡେ ରକ୍ତ । ଯାହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏବେ ଠାରୁ ରକ୍ତ ସଂଗ୍ରହ ସହିତ କିଭଳି ଭାବରେ ଅଧିକରୁ ଅଧିକ ମାତ୍ରାରେ ସ୍ଵେଚ୍ଛାସେବୀମାନେ ରକ୍ତଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ ପଦେକ୍ଷପ ନେଉଛନ୍ତି ସରକାର । ଯେତେ ଧନ ସମ୍ପତ୍ତି ଥାଉ ନା କାହିଁକି, ବଞ୍ଚିବା ପାଇଁ ରକ୍ତ ନିହାତି ଆବଶ୍ୟକ । ରକ୍ତ ବିନା ଜୀବନ କଳ୍ପନା କରାଯାଇ ପାରିବନାହିଁ ।


ଖରାଦିନେ ରକ୍ତ ଅଭାବ:


ଏନେଇ ରକ୍ତ ନିରାପତ୍ତା ବିଭାଗର ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର କୁହନ୍ତି, "ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୮ଟି ରକ୍ତଭଣ୍ଡାର ରହିଥିବାବେଳେ ସରକାରୀ ରକ୍ତ ଭଣ୍ଡାର ୫୭, ବେସରକାରୀ ରକ୍ତ ଭଣ୍ଡାର ୨୧ଟି ରହିଛି । ସେହିପରି ଭାବରେ ରେଡକ୍ରସର ୨ଟି ରକ୍ତଭଣ୍ଡାର ରହିଥିବାବେଳେ ପିଏସୟୁରେ ୮ଟି ରକ୍ତ ଭଣ୍ଡାର ରହିଛି । ହେଲେ ଖରା ଦିନରେ ରକ୍ତ ସଙ୍କଟ ଦେଖା ଦିଏ । ଓଡ଼ିଶାରେ ପ୍ରତି ବର୍ଷ ୫ ଲକ୍ଷ ୟୁନିଟ୍ ବ୍ଲଡ଼ ଦରକାର । ତେବେ ୨୦୨୫ ମସିହାରେ ୫୨୦୦ ରକ୍ତଦାନ ଶିବିର ଆୟୋଜିତ ହୋଇ ୫ ଲକ୍ଷ ୭୭ ହଜାର ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।’

How much blood was collected in which year?
କେଉଁ ବର୍ଷ କେତେ ରକ୍ତ ସଂଗ୍ରହ ହୋଇଛି ? (ETV Bharat Odisha)

‘ଖରାଦିନ ଆରମ୍ଭରୁ ରକ୍ତ ସମସ୍ୟା ଦୂର ପାଇଁ ତତ୍ପରତା ଦେଖାଇଛି ବିଭାଗ । ଖରା ମାସ ହେଲେ ରାଜ୍ୟରେ ଦେଖା ଦିଏ ରକ୍ତ ସଙ୍କଟ । ଯାହା ଚିକିତ୍ସା ବ୍ୟବସ୍ଥାରେ ବଡ଼ ବାଧକ ସାଜେ । ଅନେକ ସମୟରେ ରକ୍ତ ଅଭାବ କାରଣରୁ ମୂଲ୍ୟବାନ ଜୀବନ ମଧ୍ଯ ଚାଲିଯାଏ । ସେ ସବୁକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ଖରା ମାସରେ ରକ୍ତ ଦେଲେ କୌଣସି ଅସୁବିଧା ହୋଇ ନଥାଏ । ହେଲେ ଖରା ଦିନରେ ରକ୍ତଦାତା ଅଭାବ ଦେଖା ଯିବା ସହ, ସଠିକ୍ ଭାବରେ ରକ୍ତ ସଂଗ୍ରହ କ୍ୟାମ୍ପ ହୋଇ ନପାରିବା, ଶିକ୍ଷାନୁଷ୍ଠାନ ଛୁଟି କାରଣରୁ ଖରାଦିନରେ ରକ୍ତ ଅଭାବ ଦେଖାଦିଏ" ବୋଲି କହିଛନ୍ତି ରକ୍ତ ନିରାପତ୍ତା ବିଭାଗର ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର

ODISHA BLOOD SHORTAGE
ଖରାଦିନ ଆରମ୍ଭରୁ ରକ୍ତ ଚିନ୍ତା (ETV Bharat Odisha)

କେଉଁ କେଉଁ ମାସରେ ରକ୍ତ ଅଭାବ ଦେଖାଯାଏ ?

ରକ୍ତ ନିରାପତ୍ତା ବିଭାଗର, ଅତିରିକ୍ତ ନିର୍ଦ୍ଦେଶକ ଡା. ଦେବାଶିଷ ମିଶ୍ର କହିଛନ୍ତି, "ମୁଖ୍ୟତଃ ଏପ୍ରିଲ୍, ମେ ଏବଂ ଜୁନ ମାସରେ ରକ୍ତ ଅଭାବ ଦେଖାଯାଏ । ସେଥିପାଇଁ ମାସ ଆରମ୍ଭରୁ ଅଧିକ ଷ୍ଟକ୍ ରଖିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ । ପ୍ରତି ବ୍ଲଡ଼ ବ୍ୟାଙ୍କ୍ ସହ ଅଧିକ ରକ୍ତ ଆବଶ୍ୟକ କରୁଥିବା ରୋଗୀ ଏବଂ ରୋଗୀ ଆସୁଥିବା କଟକ, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ଵର ଭଳି ମେଡ଼ିକାଲରେ ଅଧିକ ଗୁରୁତ୍ବ ଦିଆଯାଇଛି । ବର୍ତ୍ତମାନ ପ୍ରତିବର୍ଷ ୬ ଲକ୍ଷ ୟୁନିଟ ରକ୍ତ ଆବଶ୍ୟକ ରହିଥିବା ବେଳେ ବିଭାଗ ପକ୍ଷରୁ NGO, ଶିକ୍ଷାଅନୁଷ୍ଠାନ, ବେସରକାରୀ ସଂସ୍ଥାମାନଙ୍କୁ ନେଇ ସଚେତନ କାର୍ଯ୍ୟକ୍ରମ କରାଯାଉଅଛି । ଅନ୍ୟପଟେ ଅଧିକ ପରିମାଣରେ ହେଇଥିବା ଦୁର୍ଘଟଣା, ସୁପର ସ୍ପେସିଆଲ ଚିକିତ୍ସା, ହେପାଟୋ ଲୋଜି ଚିକିତ୍ସା, ନ୍ୟୁରୋ ଟ୍ରାଂସପ୍ଲାଣ୍ଟ, କିଡନୀ ଟ୍ରାଂସପ୍ଲାଣ୍ଟ, ଓପନ ହାର୍ଟ ସର୍ଜରୀ, ଭଳି ଚିକିତ୍ସାରେ ରକ୍ତର ଅଧିକ ବ୍ଯବହାର ହେଉଛି । ଯାହା ରକ୍ତର ଆବଶ୍ୟକତା ବଢ଼ାଉଛି ।"

ODISHA BLOOD SHORTAGE
ଖରାଦିନ ଆରମ୍ଭରୁ ରକ୍ତ ଚିନ୍ତା (ETV Bharat Odisha)

ରକ୍ତଦାନ ପାଇଁ ସଚେତନା ଆବଶ୍ୟକ:

ସେପଟେ ଜଣେ ରକ୍ତଦାତା ରଙ୍କନିଧି ସାମଲ କହିଛନ୍ତି,"ରକ୍ତ ଅଭାବ ଦୂର କରିବା ପାଇଁ ଲୋକେ ସଚେତନତା ଆବଶ୍ୟକ । ଲୋକମାନଙ୍କୁ କିଭଳି ଭାବରେ ପ୍ରଲୋଭନ ଦେଖାଇ ରକ୍ତ କ୍ୟାମ୍ପ କରିବା ଆବଶ୍ୟକ । ପ୍ରତିଦିନ ଲୋକମାନେ ରକ୍ତ ପାଇଁ ଦୈନିକ ଭାବରେ ରକ୍ତ ପାଇଁ ଡାକରା ଆସିଥାଏ ।କିନ୍ତୁ ଆମେ ବହୁ କଷ୍ଟରେ ରକ୍ତ ଯୋଗାଡ଼ କରିଥାଉ । ଯଦି ସରକାର ଏହାକୁ ଗୁରୁତ୍ୱ ଭାବରେ ନିଅନ୍ତି, ତେବେ ରକ୍ତ ଭଣ୍ଡାର ଭରପୁର ରୁହନ୍ତା । ଆମେ ବର୍ଷକୁ ୩ଟି କ୍ୟାମ୍ପ କରିଥାଉ । କିନ୍ତୁ ଖରା ଦିନରେ ସେହି ମାତ୍ରାରେ କ୍ୟାମ୍ପ ହୁଏନି କି ରକ୍ତଦାତା ଆସନ୍ତି ନାହିଁ । "

କେଉଁ ବର୍ଷ କେତେ ରକ୍ତ ସଂଗ୍ରହ ହୋଇଛି ?

  • ୨୦୨୩ ମସିହାରେ ମୋଟ ରକ୍ତ ସଂଗ୍ରହ ହୋଇଥିଲା ୫୩୯୩୮୮ ଟି ୟୁନିଟ୍ । ସେଥିମଧ୍ୟରୁ ଭଲ୍ୟୁଣ୍ଟଏରୀ ଭାବରେ ରକ୍ତ ସଂଗ୍ରହ ହୋଇଛି ୩୭୫୮୫୧ ଟି ୟୁନିଟ୍ । ସେହିପରି ରକ୍ତ ଏକ୍ସଚେଞ୍ଜ ଭାବରେ ୧୬୩୫୩୭ ୟୁନିଟ୍ ଏବଂ ୪୮୫୧ କ୍ୟାମ୍ପ ଆୟୋଜନ କରାଯାଇଥିବା ବେଳେ ସେଥିରୁ ୩୧୨୨୮୯ କେବଳ କ୍ୟାମ୍ପରୁ ସଂଗ୍ରହ ହୋଇଛି ରକ୍ତ ।
  • ୨୦୨୪ ମସିହାରେ ମୋଟ ରକ୍ତ ସଂଗ୍ରହ ହୋଇଥିଲା ୫୬୧୩୬୧ ଟି ୟୁନିଟ୍ । ସେଥିମଧ୍ୟରୁ ଭଲ୍ୟୁଣ୍ଟଏରୀ ୩୨୯୮୧୬ ୟୁନିଟ୍, ଏକ୍ସଚେଞ୍ଜ ଭାବରେ ୨୩୧୫୪୫ ୟୁନିଟ୍ ସଂଗ୍ରହ ହୋଇଥିଲା । ସେପେଟେ ୪୭୯୫ଟି ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ବେଳେ ସେଥିରୁ ୨୪୨୦୭୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।
  • ୨୦୨୫ ମସିହାରେ ମୋଟ ରକ୍ତ ସଂଗ୍ରହ ହୋଇଥିଲା ୫୭୭୫୮୯ ୟୁନିଟ୍ । ସେଥିମଧ୍ୟରୁ ଭଲ୍ୟୁଣ୍ଟଏରୀ ଭାବରେ ରକ୍ତ ସଂଗ୍ରହ ହୋଇଥିଲା ୩୯୨୭୦୬ ୟୁନିଟ୍, ଏକ୍ସଚେଞ୍ଜ ଭାବରେ ୧୮୪୮୮୩ ୟୁନିଟ୍ । ଏବଂ ୫୨୬୨ଟି କ୍ୟାମ୍ପ ଆୟୋଜନ କରାଯାଇଥିବା ବେଳେ ସେଥିରୁ ୨୭୮୩୧୪ ୟୁନିଟ୍ ରାକ୍ତ ସଂଗ୍ରହ କରାଯାଇଥିଲା ।
ODISHA BLOOD SHORTAGE
ଖରାଦିନ ଆରମ୍ଭରୁ ରକ୍ତ ଚିନ୍ତା (ETV Bharat Odisha)

ରାଜ୍ୟରେ ରକ୍ତ ଭଣ୍ଡାରର ସ୍ଥିତି କଣ ?


ରାଜ୍ୟରେ ପ୍ରତି ବର୍ଷ ପାଖାପାଖି ୬ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ କରାଯାଉଛି । ଏହାକୁ ଆହୁରି ଅଧିକ ବୃଦ୍ଧି କରିବା ପାଇଁ ଅର୍ଥାତ ୬.୫ - ୭ ଲକ୍ଷ ୟୁନିଟ କରିବା ପାଇଁ ଯୋଜନା କରାଯାଉଛି । ରାଜ୍ୟରେ ସଂଗ୍ରହ କରାଯାଉଥିବା ମୋଟ ରକ୍ତ ମଧ୍ୟରୁ ବିଶେଷ ଭାବରେ ୦.୫ ପ୍ରତିଶତ ରକ୍ତ ନଷ୍ଟ ହେଉଛି । ଏଚଆଇଭି (HIV) ଏବଂ ହେପାଟାଇଟିସ B, ହେପାଟାଇଟିସ C ଭଳି ରୋଗ ଦେଖାଗଲେ, ଏହାକୁ ନଷ୍ଟ କରାଯାଉଛି । କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଜନସଂଖ୍ୟାରେ ୧% ରକ୍ତ ସଂଗ୍ରହ ହେବା କଥା । ଏହି ହିସାବରେ ଓଡ଼ିଶାରେ ରକ୍ତ ସଂଗ୍ରହ କରାଯିବା କଥା ୬ ଲକ୍ଷ ୟୁନିଟ । ଯାହା ବର୍ତ୍ତମାନ ସମୟରେ ଏହା ୫.୮୦ ଲକ୍ଷ ୟୁନିଟ ସଂଗ୍ରହ ହେଉଛି ।

କଟକ ଓ ଭୁବନେଶ୍ୱରରେ ଅଧିକ ରକ୍ତ ଆବଶ୍ୟକ ପଡୁଛି । ଏହାର କାରଣ ଏଠାରେ ଅଧିକ ସରକାରୀ ଓ ଘରୋଇ ହସ୍ପିଟାଲ ଅଛି । ବଲାଙ୍ଗୀର, ମୟୂରଭଞ୍ଜ, ସମ୍ବଲପୁର, ପୁରୀ, କନ୍ଧମାଳର ମେଡିକାଲ କଲେଜରେ ଅଧିକ ରକ୍ତ ଆବଶ୍ୟକ ପଡିପାରେ । ଦେବଗଡ଼, କଳାହାଣ୍ଡି, କନ୍ଧମାଳ, ବୌଦ୍ଧରେ ରକ୍ତ ସଂଗ୍ରହ କମ୍ ରହୁଥିବା କହିଛନ୍ତି ରକ୍ତ ନିରାପତ୍ତା ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର ।

ଅପଡେଟ ହେଉ ନାହିଁ ଇ-ବ୍ଲଡ଼ ପୋର୍ଟାଲ (E-BLOOD BANK):


ରକ୍ତ ସଂଗ୍ରହ ବିଷୟରେ ତଥ୍ୟ ଜାଣିବା ପାଇଁ ୨ଟି ସରକାରୀ ପୋର୍ଟାଲ ରହିଛି । ରାଜ୍ୟ ସରକାରଙ୍କ ଇ-ବ୍ଲଡ଼ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ଇ-ରକ୍ତ କୋଷ ପୋର୍ଟାଲ । ଏହି ଦୁଇଟି ପ୍ଲାଟଫର୍ମ ମିଳିତ ଭାବରେ କାମ କରୁଛନ୍ତି । ସେଥିରୁ କେଉଁ ବ୍ଲଡ ବ୍ଯାଙ୍କରେ ବିଭିନ୍ନ ବ୍ଲଡ ଗ୍ରୁପର କେତେ ରକ୍ତ ରହିଛି, ସମସ୍ତ ସୂଚନା ଦିଆଯାଇଛି । କିନ୍ତୁ ଏହାକୁ ସଠିକ ସମୟରେ ଅପଡେଟ କରାଯାଉନଥିବାରୁ ଏହାକୁ ନେଇ ଲୋକମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଏହି ସବୁ ଲକ୍ଷଣ ଦେଖା ଯାଉଛି କି ? ଖରାପ ରକ୍ତ ସଞ୍ଚାଳନର କାରଣ ହୋଇପାରେ

ରାଜ୍ୟରେ ରକ୍ତ ସଙ୍କଟ ! ଚିନ୍ତାରେ ଥାଲାସେମିଆ ଓ ଗୁରୁତର ପୀଡିତ, ରକ୍ତ ସଂଗ୍ରହ ପାଇଁ ଜରୁରୀ ସଚେତନତା

ଇଟିଭି ଭାରତ, ଭୁବନେଶ୍ବର