ETV Bharat / health

ବିଶ୍ବ ବ୍ରେନ୍ ଟ୍ୟୁମର ଦିବସ; ଆପଣ ଏହି ସବୁ ଲକ୍ଷଣ ଅନୁଭବ କରୁଛନ୍ତି କି ? ହୋଇପାରେ...

ବ୍ରେନ୍ ଟ୍ୟୁମର କଣ ? କାହିଁକି ହୁଏ ବ୍ରେନ୍ ଟ୍ୟୁମର ? ଆସନ୍ତୁ ଜାଣିବା ଏହାର ଲକ୍ଷଣ ?

WORLD BRAIN TUMOUR DAY
ବିଶ୍ବ ବ୍ରେନ୍ ଟ୍ୟୁମର ଦିବସ (GETTY IMAGES)
author img

By ETV Bharat Odisha Team

Published : June 8, 2026 at 4:45 PM IST

1 Min Read
Choose ETV Bharat

ହାଇଦ୍ରାବାଦ: ଆଜି ବିଶ୍ବ ବ୍ରେନ୍ ଟ୍ୟୁମର ଦିବସ । ଆଜିକାଲି ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ପରିବର୍ତ୍ତନ ଏବଂ ଶାରୀରିକ କାର୍ଯ୍ୟକଳାପର ଅଭାବ ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି । ଏଥିମଧ୍ୟରୁ ଗୋଟିଏ ହେଉଛି ବ୍ରେନ୍ ଟ୍ୟୁମର । ମସ୍ତିଷ୍କ ଚାରି ପାଖରେ କୋଷଗୁଡ଼ିକର ଅସ୍ୱାଭାବିକ ବୃଦ୍ଧିକୁ ବ୍ରେନ୍ ଟ୍ୟୁମର କୁହାଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ, ଏହା ବ୍ରେନର ଯେକୌଣସି ଅଂଶରେ ଏବଂ ଯେକୌଣସି ବୟସରେ ହୋଇପାରେ । ଏହି ରୋଗ ମସ୍ତିଷ୍କ ଉପରେ ଚାପ ବୃଦ୍ଧି କରେ ।

ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ, ଆଜିର ସମୟରେ ଜନ୍ମ ନେଇଥିବା ପ୍ରତି ୧୬୧ ଜଣଙ୍କ ମଧ୍ୟରୁ ଜଣେ ଶିଶୁ ଜୀବନର କୌଣସି ନା କୌଣସି ସମୟରେ ମସ୍ତିଷ୍କ କିମ୍ବା ସ୍ନାୟୁ ପ୍ରଣାଳୀ କର୍କଟ ରୋଗରେ ପୀଡିତ ହେବେ । ବିଶ୍ୱ ସ୍ତରରେ ପ୍ରତିବର୍ଷ ପ୍ରାୟ ୩୦୮,୦୦୦ ପୁରୁଷ ଏବଂ ମହିଳାଙ୍କ ମସ୍ତିଷ୍କ ଏବଂ ସ୍ନାୟୁ ପ୍ରଣାଳୀର କର୍କଟ ରୋଗରେ ପୀଡ଼ିତ ହୁଅନ୍ତି ଏବଂ ୨୫୧,୦୦୦ ରୁ ଅଧିକ ଲୋକ ମୃତ୍ୟୁବରଣ କରନ୍ତି ।

ସିକେ ବିର୍ଲା ହସ୍ପିଟାଲ, ସିଏମଆରଆଇର ନ୍ୟୁରୋସର୍ଜରୀ ନିର୍ଦ୍ଦେଶକ ଡାକ୍ତର ଅମିତାଭ ଚନ୍ଦା ଇଟିଭି ଭାରତକୁ କହିଛନ୍ତି," ବିଶ୍ୱ ବ୍ରେନ୍ ଟ୍ୟୁମର ଦିବସରେ ଆମେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଜଣାଇବାକୁ ଚାହୁଁଛୁ ଯେ ସ୍ନାୟୁ ପରୀକ୍ଷା କରାଯିବା ପୂର୍ବରୁ ମାସ ମାସ ଧରି ବ୍ରେନ୍ ଟ୍ୟୁମର ଲକ୍ଷଣଗୁଡ଼ିକ ଭୁଲ ଭାବରେ ନିର୍ଣ୍ଣୟ କରାଯାଏ । ଯେତେବେଳେ ଏହାର ଲକ୍ଷଣ ଚିହ୍ନଟ ହୋଇଥାଏ ସେତେବେଳେ ରୋଗ ବହୁତ ଆଗକୁ ବଢ଼ି ସାରିଥାଏ ।"

ବ୍ରେନ୍ ଟ୍ୟୁମର ଲକ୍ଷଣ:

  • ଲଗାତାର ମୁଣ୍ଡବିନ୍ଧା
  • ବାରମ୍ବାର ବାନ୍ତି
  • ଦୃଷ୍ଟି ଶକ୍ତିରେ ବାଧା
  • ସ୍ମୃତିଶକ୍ତି ହ୍ରାସ
  • ବ୍ୟକ୍ତିତ୍ୱରେ ପରିବର୍ତ୍ତନ
  • ସନ୍ତୁଳନରେ ଅସୁବିଧା
  • ଦୁର୍ବଳତା ଅନୁଭବ

ଡାକ୍ତର ଅମିତାଭ ଚନ୍ଦା ସୂଚନା ଦେଇ କହିଥିଲେ ଯେ, ଗତ ଦଶନ୍ଧି ମଧ୍ୟରେ, ନ୍ୟୁରୋସର୍ଜରୀ କ୍ଷେତ୍ରରେ ବିପୁଳ ଉନ୍ନତି ହୋଇଛି, ଯାହା ମସ୍ତିଷ୍କ ଟ୍ୟୁମର ନିର୍ଣ୍ଣୟ ଏବଂ ଚିକିତ୍ସା ପଦ୍ଧତିକୁ ପରିବର୍ତ୍ତନ କରିଛି। ନ୍ୟୁରୋନାଭିଗେସନ୍ ସିଷ୍ଟମ୍, ଇଣ୍ଟ୍ରାଅପରେଟିଭ୍ ନ୍ୟୁରୋମନିଟରିଂ, ଫ୍ଲୋରୋସେନ୍ସ-ଗାଇଡେଡ୍ ସର୍ଜରୀ, କ୍ରାନିଓଟୋମି ଏବଂ ମିନିମାଲି ଇନଭେସିଭ୍ ଏଣ୍ଡୋସ୍କୋପିକ୍ ପ୍ରକ୍ରିୟା ଭଳି ପ୍ରଯୁକ୍ତିବିଦ୍ୟା ବର୍ତ୍ତମାନ ସର୍ଜନମାନଙ୍କୁ ଚିକିତ୍ସା କ୍ଷେତ୍ରରେ ଅଧିକ ସାହାଯ୍ୟ କରୁଛି।

"ପ୍ରାକ୍-ଅସ୍ତ୍ରୋପଚାର ଯୋଜନା ଏବଂ ରୋଗୀ-ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତିରେ କୃତ୍ରିମ ବୁଦ୍ଧିମତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି, ଯାହା ପ୍ରତ୍ୟେକ ରୋଗୀଙ୍କ ପାଇଁ ଉତ୍ତମ ଏବଂ ଅଧିକ ସୂଚନାପ୍ରଦ ନିଷ୍ପତ୍ତି ନେବାରେ ଆମକୁ ସାହାଯ୍ୟ କରୁଛି ବୋଲି କହିଛନ୍ତି ଡାକ୍ତର ଅମିତାଭ ଚନ୍ଦା ।

ଏହା ମଧ୍ୟ ପଢନ୍ତୁ...ବାରମ୍ବାର କିଡନୀରେ ଷ୍ଟୋନ୍ ହେବା କାରଣ କ’ଣ ? ଜାଣନ୍ତୁ ...

ଏହା ମଧ୍ୟ ପଢନ୍ତୁ...ଉଚ୍ଚ ୟୁରିକ୍ ଏସିଡ୍ ସ୍ତର କିଡନୀ ସମସ୍ୟା ସୃଷ୍ଟି କରିପାରେ ! ଜାଣନ୍ତୁ କିପରି ?

( ଏଠାରେ ପ୍ରଦାନ କରାଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସୂଚନା ଏବଂ ଟିପ୍ସ କେବଳ ଆପଣଙ୍କ ବୁଝିବା ପାଇଁ। ଏହି ସୂଚନା ବୈଜ୍ଞାନିକ ଗବେଷଣା, ଅଧ୍ୟୟନ ଏବଂ ଡାକ୍ତରୀ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାରିତ। ତଥାପି, ଏହି ଟିପ୍ସଗୁଡ଼ିକୁ ଅନୁସରଣ କରିବା ପୂର୍ବରୁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରିବା ସର୍ବଦା ଭଲ।)