ETV Bharat / health

ବର୍ଷାଦିନରେ କାହିଁକି ହ୍ରାସ ପାଏ ହଜମ ଶକ୍ତି, ଜାଣନ୍ତୁ ଏହି ସମୟରେ କଣ ଖାଇବେ ଓ କଣ ନଖାଇବେ

ମୌସୁମୀ ଋତୁ ପାଗ ଦୃଷ୍ଟିରୁ ଗରମରୁ ଆଶ୍ୱସ୍ତି ଆଣିଥାଏ କିନ୍ତୁ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ କିଛି ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରେ। ଚାଲନ୍ତୁ ଜାଣିବା ମୌସୁମୀ ଋତୁରେ ପାଚନ ଶକ୍ତି କାହିଁକି ଦୁର୍ବଳ ହୁଏ?

digestive system lags in monsoon know why and what to eat in rainy season
ବର୍ଷାଦିନରେ କାହିଁକି ହ୍ରାସ ପାଏ ହଜମ ଶକ୍ତି, ଜାଣନ୍ତୁ ଏହି ସମୟରେ କଣ ଖାଇବେ ଓ କଣ ଏଡ଼ାଇବେ (Getty Images)
author img

By ETV Bharat Odisha Team

Published : July 3, 2026 at 5:15 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ଆସିଯାଇଛି ମୌସୁମୀ । ଗରମରୁ ତ୍ରାହି ମିଳିଛି ସତ, ମାତ୍ର ଏହା ସହିତ ଆହୁରି କିଛି ସ୍ବାସ୍ଥ୍ୟ ଜନିତ ସମସ୍ୟା ନେଇ ଆସିଛି । ଏହି ସମସ୍ୟା ମଧ୍ୟରୁ ଗୋଟିଏ ହେଉଛି ଦୁର୍ବଳ ପାଚନ ପ୍ରକ୍ରିୟା । ମୌସୁମୀ ବର୍ଷା ସମୟରେ ବହୁ ଲୋକ ପାଚନ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ହୁଅନ୍ତି । ବଦହଜମୀ, ଗ୍ୟାସ୍, ପେଟ ବ୍ୟଥା, ଝାଡ଼ା, କୋଷ୍ଠକାଠିନ୍ୟ ଏବଂ ଖାଦ୍ୟ ବିଷାକ୍ତୀକରଣ ଆଦି ସମସ୍ୟା ଦେଖା ଦିଏ । ଏହାର ପ୍ରମୁଖ କାରଣ ବଦଳୁଥିବା ପାଣିପାଗ ହୋଇଥାଏ ।

ପାଗ ବଦଳିବା ସହିତ ବ୍ୟାକ୍ଟେରିଆଙ୍କ ରାଜୁତି ଦେଖିବାକୁ ମିଳେ । ଯାହା ଆମ ଶରୀରରେ ପ୍ରବେଶ କରି ଆମର ପାଚନ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାନ୍ତି । ତେଣୁ ଏହି ସମୟରେ ସଠିକ ଖାଦ୍ୟ ଖାଇବା ସହିତ ବହୁ ଖାଦ୍ୟ ନ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ଆସନ୍ତୁ ଜାଣିବା ବଦଳୁଥିବା ପାଗରେ କଣ ଖାଇବେ ଓ କଣ ଖାଇବେ ନାହିଁ ।

ବର୍ଷା ଦିନେ କାହିଁକି ଦୁର୍ବଳ ହୁଏ ପାଚନ ପ୍ରକ୍ରିୟା ?
ବର୍ଷାଦିନ ଆସିବା ଦ୍ବାରା ପାଗ ପରିବର୍ତ୍ତନ ହୁଏ, ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଫଳରେ ଏହାର ପ୍ରଭାବରେ ପାଚନ ପ୍ରକ୍ରିୟା ଧୀମା ହୋଇଯାଇଥାଏ । ଏପରି ପରିବେଶରେ ବ୍ୟାକ୍ଟେରିଆ ଓ କବକଙ୍କର ବୃଦ୍ଧି ଖୁବ ଶୀଘ୍ର ହେବାକୁ ଲାଗେ । ଫଳରେ ବାହାରେ ଖୋଲା ଥିବା ଖାଦ୍ୟରେ ଏମାନେ ଶୀଘ୍ର ବଂଶ ବିସ୍ତାର କରିବାରେ ଲାଗନ୍ତି । ଫଲରେ ପେଟ କାଟିବା ଠାରୁ ନେଇ ବିଭିନ୍ନ ପ୍ରକାରର ସଂକ୍ରମଣ ଦେଖାଦେଇଥାଏ ।

ଏହି ସମୟରେ କଣ ଖାଇବେ ?

  • ବର୍ଷା ସମୟରେ ହାଲୁକା ଖାଦ୍ୟ ଗ୍ରହଣ କରିବା ଉପକାରୀ ହୋଇଥାଏ । ସତେଜ, ସହଜରେ ହଜମ ହେବା ଯୋଗ୍ୟ ଖାଦ୍ୟ ଏହି ମୌସୁମୀ ଋତୁରେ ଖାଇବା ଉଚିତ । ଆପଣ ନିଜ ଖାଦ୍ୟରେ ଡାଲି, ଖେଚେଡି, ଦଲିଆ, ମୁଗଡାଲି, ସୁପ୍ ଓ ତାଜା ପନିପରିବା ସାମିଲ କରିପାରିବେ ।
  • ଏହି ସମୟରେ ଋତୁ ଅନୁଯାୟୀ ମିଳୁଥିବା ଫଳକୁ ଭୁଲନ୍ତୁ ନାହିଁ । ଫଳ ଖାଇବା ଆଗରୁ ଭଲ ଭାବେ ଏହାକୁ ଧୋଇବାକୁ ଭୁଲିବେନି । ବର୍ଷାଦିନରେ ଦହି ଅପେକ୍ଷା ଘୋଳ ଦହି ପିଇବା ବେଶି ଉପକାରୀ ହୋଇଥାଏ ।
  • ଏହା ବ୍ୟତୀତ ଅଦା, ହଳଦୀ, ଗୋଲ ମରିଚ ଓ ଜୀରା ଭଳି ମସଲା ପାଚନ ପ୍ରକ୍ରିୟାକୁ ସୁଧାରିଥାଏ ।

ବର୍ଷାଦିନରେ କଣ ଖାଇବେ ନାହିଁ ?
ମୌସୁମୀ ସମୟରେ ରାସ୍ତାକଡ଼ରେ ମିଳୁଥିବା ଖାଦ୍ୟ ଗ୍ରହଣ ନ କରିବା ଉଚିତ । ବିଶେଷ କରି କଟା ଫଳ, ଚାଟ୍, ଗୁପଚୁପ୍, ଓ ଖୋଲା ଥିବା ଖାଦ୍ୟ ନ ଖାଇବା ଉଚିତ । ଏହା ସହିତ ଅତ୍ୟଧିକ ତୈଳାକ୍ତ, ରାଗ-ମସଲା ଓ ବାସି ଖାଦ୍ୟ ଖାଇବା ଅନୁଚିତ । ଏଗୁଡିକ ପାଚିନ ପ୍ରକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପକାଇଥାନ୍ତି । ଖାଇବା ଆଗରୁ ପରିବା ଭଲ ଭାବରେ ସଫା କରି ଏହାକୁ ସଠିକ ଭାବେ ରାନ୍ଧି ଗ୍ରହଣ କରିବା ଉଚିତ ।

ପାଣି ଉପରେ ଧ୍ୟାନ ଦିଅନ୍ତୁ:
ପିଇବା ପାଣିରେ ସଂକ୍ରମଣ ଦେଖା ଦେଲେ ଏହା ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିଥାଏ । ତେଣୁ ପାଣିକୁ ଭଲ ଭାବେ ଫୁଟାଇ ଓ ଛାଣି ପିଇବା ଆବଶ୍ୟକ । ବର୍ଷାଦିନେ ସାଧାରଣତଃ କମ୍ ଶୋଷ ଲାଗିଥାଏ । ଏହି ଦିନରେ ସଠିକ ପରିମାଣରେ ପାଣି ପିଇବା ଆବଶ୍ୟକ ଫଳରେ ପାଚନ ତନ୍ତ୍ର ମଧ୍ୟ ସଠିକ ଭାବେ କାର୍ଯ୍ୟ କରିଥାଏ ।

ଡାକ୍ତରଙ୍କ ପରାମର୍ଶ:
ଯଦି ମୌସୁମୀ ପାଗରେ ପେଟ ଖରାପ ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ବହୁ ଦିନ ଧରି ଡାଇରିଆରେ ଆକ୍ରାନ୍ତ ଥିଲେ, ଜୋରରେ ପେଟ ଯନ୍ତ୍ରଣା, ବାନ୍ତି, ଜ୍ୱର, କିମ୍ବା ଶରୀରରେ ଜଳୀୟଅଂଶର ଅଭାବ ଦେଖାଦେଲେ ଏପରି ଲକ୍ଷଣକୁ ଏଡ଼ାନ୍ତୁ ନାହିଁ । ଏହି ସମସ୍ୟାର ଜଲଦି ଚିକିତ୍ସା କରାନଗଲେ, ଆଗାମୀ ଭବିଷ୍ୟତରେ ଏହା ଆହୁରି ଗୁରୁତର ଦିଗକୁ ବଢିପାରେ ।

ଏହା ମଧ୍ୟ ପଢନ୍ତୁ:

ପନିର ଏବଂ ଆଲମଣ୍ଡ ବଦଳରେ ଏପରି ଶରୀରକୁ ଯୋଗାଇ ପାରିବେ ପ୍ରୋଟିନ, ଖର୍ଚ୍ଚ ମାତ୍ର 20ରୁ 50 ଟଙ୍କା !

NIT ରାଉରକେଲାକୁ ନୂଆ ସଫଳତା ! ବିକଶିତ ହେଲା ସ୍ମାର୍ଟ କପା ଗଜ୍ ଡ୍ରେସିଂ; ରୋକିବ ସଂକ୍ରମଣ ଓ କମିବ କ୍ଷତ ଯନ୍ତ୍ରଣା

(ବିଶେଷ ଟିପ୍ପଣୀ: ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସୂଚନା କେବଳ ଧାରଣାଗତ ଏବଂ ସାଧାରଣ ଜ୍ଞାନ ଉଦ୍ଦେଶ୍ୟରେ ଲେଖାଯାଇଛି। ଏଠାରେ ଉଲ୍ଲେଖିତ ଯେକୌଣସି ପରାମର୍ଶ ପାଳନ କରିବା ପୂର୍ବରୁ, ଦୟାକରି ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଯଦି ଆପଣଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ଆପଣ ଡାକ୍ତରଙ୍କୁ ପୂର୍ବରୁ ଜଣାଇବା ଉଚିତ।)