ETV Bharat / health

ଭାତ ଖାଇଲେ ବଢେ କି ବ୍ଲଡ ସୁଗାର ? କିପରି ନିୟନ୍ତ୍ରଣ କରିବେ ଡାଇବେଟିସ, ଉପାୟ କହିଲେ ଡାକ୍ତର

କେବଳ ଭାତ ଖାଇଲେ ବ୍ଲଡସୁଗାର ବଢେ ତାହା ଠିକ୍‌ ନୁହେଁ ବୋଲି କହିଛନ୍ତି ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ସଲିମ କେଶର ।

DIABETES SPECIALIST DR SALIM
କିପରି ନିୟନ୍ତ୍ରଣ କରିବେ ରକ୍ତଶର୍କରା, ଉପାୟ କହିଲେ ଡାକ୍ତର (ETV Bharat)
author img

By ETV Bharat Odisha Team

Published : April 30, 2026 at 3:11 PM IST

|

Updated : April 30, 2026 at 3:21 PM IST

2 Min Read
Choose ETV Bharat

ରାୟପୁର: ମଧୁମେହରେ ପୀଡିତ ହେବା ପରେ ଡାକ୍ତର ମଧୁମେହ ରୋଗୀଙ୍କ ଭାତ ଖାଇବାକୁ କମ୍‌ କରିବାକୁ କୁହନ୍ତି । ଭାତ ବଦଳରେ ରୁଟି ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ତେବେ ଭାତ ଖାଇଲେ ସତରେ କଣ ରକ୍ତଶର୍କରା ସ୍ତର ବଢେ ? ଏହାକୁ ନେଇ ଇଟିଭି ଭାରତ ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ସଲିମ କେଶରଙ୍କ ଆଲୋଚନା କରିଥିଲା । ମଧୁମେହ ଓ ଭାତକୁ ନେଇ କଣ କହୁଛନ୍ତି ଡାକ୍ତର ଚାଲନ୍ତୁ ଜାଣିବା ।

କିପରି ନିୟନ୍ତ୍ରଣ କରିବେ ରକ୍ତଶର୍କରା, ଉପାୟ କହିଲେ ଡାକ୍ତର (ETV Bharat)

‘ଭାତ ଖାଇଲେ ରକ୍ତଶର୍କରା ବଢେ ନାହିଁ’

ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ସଲିମ କେଶର ଆଲୋଚନା ବେଳେ କହିଛନ୍ତି, ‘କେବଳ ଭାତ ଖାଇବା ଦ୍ବାରା ରକ୍ତଶର୍କରା ବଢେ ତାହା ନୁହେଁ । ଭାତରେ ଥିବା ମିଠାର ଉପାଦାନର ଗ୍ଲାଇସେମିକ ଭିନ୍ନ ଭିନ୍ନ ଅଟେ । ଭାତରେ ଗ୍ଲାଇସେମିକ ମାତ୍ରା କମ୍‌ ଥିବାବେଳେ ପଲାଉ, ବିରିୟାନିରେ ଏହାର ମାତ୍ରା ଅଧିକ ଥାଏ । କାରଣ ଏହାକୁ ପ୍ରସ୍ତୁତ ସମୟରେ ଘିଅ, ତେଲ ଆଦି ବ୍ୟବହାର କରାଯାଏ । ସେହିପରି ରୁଟିରେ ଗ୍ଲାଇସେମିକ ମାତ୍ରା କମ୍‌ ଥାଏ । କିନ୍ତୁ ପରଟାରେ ଗ୍ଲାଇସେମିକ ମାତ୍ରା ଓ କ୍ୟାଲୋରି ଅଧିକ ଥାଏ । ମୋଟାମୋଟି କହିଲେ ଭାତରେ ଆପଣ କଣ ଖାଉଛନ୍ତି ତାହାକୁ ମିଶାଇବା ପରେ ବ୍ଲଡ ସୁଗାର ମାତ୍ରା ବଢିଥାଏ କିମ୍ବା କମିଥାଏ ତାହା ସ୍ଥିର ହୋଇଥାଏ ।

ପ୍ରଶ୍ନ: ପ୍ରତିଦିନ ଖାଦ୍ୟରେ ଭାତ ସାମିଲ କରିବା ଶରୀରରେ ଉପରେ କଣ ପ୍ରଭାବ ପକାଏ ?

ଉତ୍ତର: ପ୍ରତିଦିନ କେତେ ପରିମାଣ ଭାତ ଖାଉଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ । କିଛି ଲୋକ ଅଛନ୍ତି ସେମାନେ କେବଳ ଭାତ ଖାଇଥାନ୍ତି । ସେମାନଙ୍କୁ ପରମର୍ଶ ଦିଆଯାଉଛି କି, ଭାତ ସହିତ ସବୁଜ ପନିପରିବା ମଧ୍ୟ ଖାଆନ୍ତୁ । କମ୍‌ ପରିମାଣରେ ଭାତ, ଭରପୂର ସବୁଜ ପନିପରିବା ଖାଇବା ଫଳରେ ମଧୁମେହ ନିୟନ୍ତ୍ରଣରେ ରହିବ ।

ଡାକ୍ତର ଆହୁରି କହିଛନ୍ତି, ଫଳ ବିଷୟରେ କହିବାକୁ ଗଲେ ଯେତେ ପ୍ରକାର ଫଳ ରହିଛି ସେଥିରେ, ଗ୍ଲୁକୋଜ କିମ୍ବା ସୁକ୍ରୋଜ ନଥାଏ । ଫଳରେ ଫ୍ରୁକ୍ଟଜ ଥାଏ । ଫଳକୁ ସୀମିତ ପରିମାଣରେ ଖାଇବା ଉଚିତ୍ । ପ୍ରତ୍ୟେକ ଫଳରେ ଭିଟାମିନ ଥାଏ । କିନ୍ତୁ କେତେ ପରିମାଣରେ ଥାଏ ତାହା ଗୁରୁ୍ତ୍ବପୂର୍ଣ୍ଣ । ଉଦାହରଣ ସ୍ବରୂପ ଯଦି, ଅଙ୍ଗୁର କିମ୍ବା ଆମ୍ବ କଥା ନିଅନ୍ତୁ । ଏସବୁ ଫଳ ଯଦି ଅଧିକ ମିଠା ଥାଏ ମଧୁମେହ ରୋଗୀ ଅଧିକ ପରିମାଣରେ ଖାଆନ୍ତୁ ନାହିଁ । ତରଭୂଜ ଆପଣ 100 ଗ୍ରାମ ବଦଳରେ 200 କିମ୍ବା 300 ଗ୍ରାମ ଖାଇପାରିବେ କାରଣ ଏଥିରେ ସୁଗାରର ମାତ୍ରା ଅଧିକ ନଥାଏ । କିନ୍ତୁ ମନେ ରଖନ୍ତୁ ତରଭୂଜ ବଦଳରେ ଖରଭୂଜରେ ଅଧିକ ପରିମାଣରେ କ୍ୟାଲୋରି ଥାଏ ।

ପ୍ରଶ୍ନ: କେଉଁ କେଉଁ କାରଣରୁ ବଢୁଛି ରକ୍ତଶର୍କରା ସ୍ତର ?

ଉତ୍ତର: ବଂଶାନୁକ୍ରମିକ କାରଣ ପାଇଁ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପରିଶ୍ରମ କମ୍‌ ହୋଇଯାଇଛି । ଖାଦ୍ୟପେୟ ଶୈଳୀ ପରିବର୍ତ୍ତନ ଏହି କାରଣରୁ ରକ୍ତଶର୍କରା ସ୍ତର ବଢିବାରେ ଲାଗିଛି । ଖାଦ୍ୟଶୈଳୀ, ପରିବେଶ ପରିବର୍ତ୍ତନ କରିବାକୁ ପଡିବ ।

ପ୍ରଶ୍ନ: ମଧୁମେହ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ କି ?

ମଧୁମେହ ନିୟନ୍ତ୍ରଣରେ ରହିଥାଏ । ଯାହାକୁ ଡାକ୍ତରୀ ଭାଷାରେ ରିମିସନ କୁହାଯାଏ । କିନ୍ତୁ ପରବର୍ତ୍ତୀ ସମୟରେ ମିଠା ଅଧିକ ଖାଇବେ, ଜୀବନଶୈଳୀ ପ୍ରତି ଧ୍ୟାନ ନଦେଲେ ପୁଣି ଥରେ ରକ୍ତଶର୍କରା ସ୍ତର ବଢିବାର ସମ୍ଭାବନା ରହିଛି ।

ମଧୁମେହର ଲକ୍ଷଣ:

  • ବାରମ୍ବାର ପରିସ୍ରା ଲାଗିବା
  • ବାରମ୍ବାର ଶୋଷ ହେବା
  • ଓଜନ କମିବା
  • ଥକାପଣ
  • ଅଧିକ ଭୋକ ଲାଗିବା

ଏହା ମଧ୍ୟ ପଢନ୍ତୁ:

ସହର ପରେ ଗାଁ ମୁହାଁ ମଧୁମେହ ! ଆଦିବାସୀ ଅଞ୍ଚଳରେ ବଢୁଛନ୍ତି ରୋଗୀ, ଚିନ୍ତାରେ ଯୁବପିଢି

Exclusive Interview: ଡାଇବେଟିସ୍ ରୋଗ ସହିତ ଅନ୍ତଃନଳୀ ସ୍ବାସ୍ଥ୍ୟ କିପରି ଲିଙ୍କ୍ ? ଏମିତି କହିଲେ ବିଶେଷଜ୍ଞ ରାକେଶ କଳ୍ପଲା

ମଧୁମେହ ଓ ମଦ୍ୟପାନ: ଡାଇବେଟିସ ରୋଗୀ ମଦ ପିଉଥିଲେ ଜାଣି ରଖନ୍ତୁ ଏସବୁ କଥା...

ଦାନ୍ତ ଓ ମାଢି ଉପରେ ମଧୁମେହ ପ୍ରଭାବ: ଏପରି ସମସ୍ୟା ଦେଖାଯାଉଥିଲେ ହୁଅନ୍ତୁ ସତର୍କ

ମଧୁମେହ ରୋଗୀ ଅଙ୍ଗଦାନ କରିପାରିବେ କି ? ଜାଣନ୍ତୁ କଣ ରହିଛି ନିୟମ...

Last Updated : April 30, 2026 at 3:21 PM IST