ETV Bharat / health

ଏହି କାରଣରୁ 99% ଲୋକଙ୍କଠାରେ ଦେଖାଯାଏ ହୃଦ୍‌ଘାତ ସମସ୍ୟା, କିପରି ସୁରକ୍ଷିତ ରହିବେ ଜାଣନ୍ତୁ ...

କେତେବେଳେ ଲୋକଙ୍କ ଅସାବଧାନତାରୁ ଷ୍ଟ୍ରୋକ୍ ବା ହୃଦଘାତ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଥାଏ । ଏହାର କାରଣ ବିଷୟରେ କଣ କୁହନ୍ତି ବିଶେଷଜ୍ଞ, ଜାଣିବା ଜରୁରୀ...

99% of people suffers cardic arrest due to thee reasons
99% of people suffers cardic arrest due to thee reasons (Getty Images)
author img

By ETV Bharat Odisha Team

Published : November 8, 2025 at 5:06 PM IST

3 Min Read
Choose ETV Bharat

ହାଇଦ୍ରାବାଦ: ଭାରତରେ ହୃଦ୍‌ଘାତରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । 2014ରୁ 2019 ମସିହା ପର୍ଯ୍ୟନ୍ତ ଦେଶରେ ହୃଦ୍‌ଘାତରେ ମୃତ୍ୟୁସଂଖ୍ୟା ପ୍ରାୟ 50 ଗୁଣା ବୃଦ୍ଧି ଘଟିଛି । ସହରୀକରଣ, ବଦଳୁଥିବା ଜୀବନଶୈଳୀ, ଖାଇବା ପିଇବା ଅଭ୍ୟାସ, ଚିନ୍ତା, ଧୂମପାନ ଓ ଡାଇବେଟିସ ଭଳି ରୋଗ ଏହାର ପ୍ରମୁଖ କାରଣ ସାଜିଛି । ତେବେ ଏହି ସମସ୍ୟା ଆଜିକାଲି କେବଳ ଖରାପ ଖାଦ୍ୟପେୟ କାରଣରୁ ଦେଖା ଦେଉନି, ଏହା ପଛରେ ଦେଶର ଅର୍ଥବ୍ୟବସ୍ଥା, ପାରିବାରିକ ସ୍ଥିରତା ଏବଂ ନିଜର କର୍ମ ଜୀବନର କାରଣ ମଧ୍ୟ ରହିଛି । ହାର୍ଟ ଆଟାକ୍ ବା ହୃଦଘାତରେ ଶିକାର ହେବାର ପ୍ରମୁଖ କାରଣ ବିଷୟରେ ଜଣା ପଡ଼ିଛି ।

କାହିଁକି ଆସେ ହାର୍ଟ ଆଟାକ ?

ହୃଦୟକୁ ରକ୍ତ ପହଞ୍ଚାଉଥିବା ଧମନୀ ଦୁର୍ବଳ କିମ୍ବା ରକ୍ତ ପ୍ରବାହରେ ବାଧା ଆସିଲେ ରକ୍ତ ପ୍ରବାହ ବାଧା ପ୍ରାପ୍ତ ହୋଇଥାଏ । ରକ୍ତ ଗାଢା କିମ୍ବା ରକ୍ତ ଜମାଟ ବାନ୍ଧିବା କାରଣରୁ ରକ୍ତ ପ୍ରବାହ ପଥ ବାଧାପ୍ରାପ୍ତ ହୁଏ । ଏପରି ହେବା ଦ୍ବାରା ହୃଦୟର ମାଂସପେଶୀକୁ ରକ୍ତ ପହଞ୍ଚି ପାରି ନଥାଏ । ଏହା ଦ୍ବାରା ଶରୀରର କୋଷିକା ମୃତ୍ୟୁମୁଖରେ ପଡ଼ନ୍ତି । ଏହି ସମୟରେ ଯଦି ଚିକିତ୍ସା ନ କରାଯାଏ ତେବେ ବ୍ୟକ୍ତିର ଜୀବନ ବିପଦରେ ପଡ଼ିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ହୃଦଘାତ ଅଚାନକ ଭାବେ ଆସି ନଥାଏ । ଡାଇବେଟିସ୍, ରକ୍ତଚାପ, ମେଦବହୁଳତା ଓ ଧୁମପାନ ଯୋଗୁଁ ହୃଦଘାତ ହେବାର ସମ୍ଭାବନା ରହିଥାଏ ।

ଡାକ୍ତରଙ୍କ କହିବା ଅନୁସାରେ, ବହୁ ଲୋକଙ୍କୁ ଅଚାନକ ହୃଦଘାତ ଆସି ନ ଥାଏ । କିଛି ମାମଲାରେ ଅନେକ ନୀରବ ରିସ୍କ ଫ୍ୟାକ୍ଟର ମଧ୍ୟ ରହିଛି । ଏପରି ରିସ୍କ ଫ୍ୟାକ୍ଟର ହାର୍ଟ ଆଟାକ ଆସିବା ପୂର୍ବରୁ ଜଣା ପଡ଼ିନଥାଏ । ତେବେ ଏହି ଫ୍ୟାକ୍ଟର ଆଦିକୁ ନେଇ ସଚେତନ ରୁହନ୍ତୁ ।

  • ଉଚ୍ଚ ରକ୍ତଚାପ:

ଆମେରିକାନ ହାର୍ଟ ସୋସାଇଟି ଅନୁଯାୟୀ କ୍ରୋନିକ ଉଚ୍ଚ ରକ୍ତଚାପ ଧମନୀ ଉପରେ ଚାପ ପକାଇଥାଏ । ଏହା ଦ୍ବାରା ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇଥାଏ । ଏପରି ହେବା ଦ୍ବାରା ହୃଦ୍‌ଘାତ ହେବାର ଆଶଙ୍କା ରହିଥାଏ ।

  • କୋଲେଷ୍ଟ୍ରୋଲ:

ବ୍ରିଟିଶ ହାର୍ଟ ଫାଉଣ୍ଡେସନ ମୁତାବିକ ରକ୍ତରେ LDL କୋଲେଷ୍ଟ୍ରୋଲ ମାତ୍ରା ବୃଦ୍ଧି ପାଇବା ଯୋଗୁଁ ଧମନୀରେ ଫ୍ୟାଟ ଜମା ବାନ୍ଧିବାରେ ଲାଗିଥାଏ । ଏହା ଦ୍ବାରା ପ୍ଲାକ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ପ୍ରକ୍ରିୟାକୁ ଏଥେରୋସ୍ଲେରୋସିସ୍ କୁହାଯାଏ । ଏହା ଧମନୀକୁ ସଂକୀର୍ଣ୍ଣ କରିଦିଏ ଏବଂ ରକ୍ତପ୍ରବାହ ବାଧିତ ହୁଏ । ଯାହା ଫଳରେ ଷ୍ଟ୍ରୋକ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

  • ଡ଼ାଇବେଟିସ୍ କିମ୍ବା ଉଚ୍ଚ ରକ୍ତ ଶର୍କରା:

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଡ଼ାଇବେଟିସ୍ ଓ କିଡ଼ନୀ ଡ଼ିଜିଜ୍ (NIDDK) ଅନୁଯାୟୀ ଉଚ୍ଚ ରକ୍ତ ଶର୍କରା ଶରୀରର ରକ୍ତ କୋଷିକାଗୁ଼ଡ଼ିକୁ ଦୁର୍ବଳ କରିଦେଇଥାଏ । ଏହା ଫଳରେ ହୃଦ୍‌ଘାତ ହେବାର ସମ୍ଭାବନା ବହୁଗୁଣ ବଢ଼ିଯାଏ ।

  • ଧୂମପାନ:

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ହେଲଥ୍ ଅନୁଯାୟୀ, ତମ୍ବାକୁ ହୃଦୟ ଓ ଧମନୀ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏହାକୁ ସେବନ କରିବା ଦ୍ବାରା ଧମନୀ ତଥା ରକ୍ତ ପ୍ରବାହ ନଳୀଗୁଡ଼ିକ ସଂକୀର୍ଣ୍ଣ ହୋଇପଡ଼େ । ତେଣୁ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରାଇବା ଆବଶ୍ୟକ । ତମ୍ବାକୁ ଧମନୀରେ ଫ୍ୟାଟ ଜମାକରାଇଥାଏ । ଏହା ଦ୍ବାରା ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇଥାଏ ।

ତେବେ ଉପରେ ଦିଆଯାଇଥିବା ସମସ୍ତ କାରଣ ଏକତ୍ରିତ କାମ କରିଥାନ୍ତି । ମାତ୍ର ସ୍ବାସ୍ଥ୍ୟ ଉପରେ ବିପଦ ବଢ଼ିଲେ ଏହି ସବୁ ଲକ୍ଷଣ ଏକତ୍ରିତ ଦେଖାଯାଏ । ତେଣୁ ନିୟମିତ ଅନ୍ତରାଳରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଆବଶ୍ୟକ ।

ହୃଦ୍‌ଘାତ ସମସ୍ୟାର ସମ୍ଭାବନା କିପରି କମ୍ କରିବେ?

ଖୁସିର କଥା ଯେ ଏହି ସମସ୍ତ ବିପଦକୁ ନିୟନ୍ତ୍ରଣରେ ରଖିବା ସମ୍ଭବ । ସ୍ବାସ୍ଥ୍ୟକର ଖାଦ୍ୟ, ପ୍ରତିଦିନ ବ୍ୟାୟାମ କରିବା ଓ କିଛି ସ୍ବାସ୍ଥ୍ୟକର ଅଭ୍ୟାସ ଆପଣେଇବା ଦ୍ବାରା ଏହାକୁ ସୁଧାର କରାଯାଇପାରେ ।

  1. ସ୍ବାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ ।
  2. ଫଳ, ସବୁଜ ପନିପରିବା ଖାଦ୍ୟରେ ସାମିଲ କରନ୍ତୁ ।
  3. ପ୍ରତିଦିନ 30 ମିନିଟ ଧରି ବାୟାମ କରନ୍ତୁ । ଯୋଗ କରନ୍ତୁ କିମ୍ବା ଚାଲନ୍ତୁ ।
  4. ଧୂମପାନ ଛାଡନ୍ତୁ ।
  5. ତମ୍ବାକୁ ଗ୍ରହଣ କରିବା ବର୍ଜନ କରନ୍ତୁ ।
  6. 30 ବର୍ଷରୁ ଅଧିକ ବୟସର ବ୍ୟକ୍ତି, ପରିବାରରେ ହୃଦ୍‌ଘାତର ଇତିହାସ ଥିଲେ ନିୟମିତ ଅନ୍ତରାଳରେ ସ୍ବାସ୍ଥ୍ୟ ପରୀକ୍ଷା କରନ୍ତୁ ।

ଏହା ମଧ୍ୟ ପଢନ୍ତୁ: କେଉଁ ତେଲରେ ଶରୀର ମାଲିସ୍ କଲେ ଲାଭ ମିଳେ ? ଜାଣନ୍ତୁ ମାଲିସ୍ ଥେରାପି ବିଷୟରେ

ଲଙ୍କା କାଟିବା ପରେ ହାତ ପୋଡୁଛି କି ? ଏହି ଘରୋଇ ଉପାୟ ଆପଣାନ୍ତୁ

IRCTC ଆଣିଲା ନୂଆ ପ୍ୟାକେଜ, କମ୍ ଖର୍ଚ୍ଚରେ ବୁଲନ୍ତୁ ଆଣ୍ଡାମାନ ଓ ନିକୋବର

(Disclaimer: ଏହି ୱେବସାଇଟରେ ଆପଣଙ୍କୁ ପ୍ରଦାନ କରାଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସୂଚନା ଏବଂ ଚିକିତ୍ସା ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ। ଆମେ ବୈଜ୍ଞାନିକ ଗବେଷଣା, ଅଧ୍ୟୟନ, ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ବୃତ୍ତିଗତ ପରାମର୍ଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରୁଛୁ । କିନ୍ତୁ ଆପଣ ଏଗୁଡ଼ିକ ଉପରେ କାର୍ଯ୍ୟ କରିବା ପୂର୍ବରୁ ଆପଣଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହିତ ପରାମର୍ଶ କଲେ ଭଲ ହେବ। )

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ