ETV Bharat / entertainment

କିଏ ଏହି ଅଭିନେତ୍ରୀ ? 'ଟକ୍ସିକ୍' ଟିଜରରେ ଇଣ୍ଟିମେଟ ସିନ୍ ଦେଇ ଏବେ ଚର୍ଚ୍ଚାରେ

ଟକ୍ସିକ୍ ଟିଜରରେ ୟଶଙ୍କ ସହ କାର ରୋମାନ୍ସ ସିନ୍ ଏବେ ହଇଚଇ ସୃଷ୍ଟି କରିଛି । ତେବେ ଇଣ୍ଟିମେଟ ସିନ୍ ଦେଇ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ କିଏ ? ଆପଣ ଜାଣନ୍ତି କି ?

WHO IS NATALIE BURN
'ଟକ୍ସିକ୍' ଟିଜରରେ ଇଣ୍ଟିମେଟ ସିନ୍ ଦେଇ ଏବେ ଚର୍ଚ୍ଚାରେ ଏହି ଅଭିନେତ୍ରୀ (Teaser screenshot)
author img

By ETV Bharat Entertainment Team

Published : January 9, 2026 at 3:11 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ସାଉଥ ତାରକା ୟଶଙ୍କ 40ତମ ଜନ୍ମଦିନରେ, ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ "ଟକ୍ସିକ"ର ଟିଜର ରିଲିଜ୍ ହୋଇଥିଲା । ଟିଜରଟି ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିକୁ ହଲାଇ ଦେଇଛି । ଫ୍ୟାନ୍ସ କେବଳ ୟଶଙ୍କ ଲୁକ୍ ନୁହେଁ ବରଂ ତାଙ୍କର ଅନ୍ଦାଜ, ଷ୍ଟାଇଲ ନେଇ ବି ଫିଦା ହୋଇଛନ୍ତି । ଏହା ବ୍ୟତୀତ ପ୍ରାୟ 3 ମିନିଟର ଟିଜରରେ ୟଶଙ୍କ ଜଣେ ଅଭିନେତ୍ରୀଙ୍କ ସହ ଇଣ୍ଟିମେଟ ସିନ୍ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛି। କାର ସିନ୍ ସବୁଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରୁଛି । ଏହି ସିନରେ, ୟଶ ଜଣେ ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଥିବାର ଦେଖାଯାଇଛି । ଯାହା ଏବେ ହଇଚଇ ସୃଷ୍ଟି କରିଛି । ତେବେ ଏହି ଅଭିନେତ୍ରୀ ଜଣକ କିଏ ? ଜାଣନ୍ତୁ,

'ଟକ୍ସିକ୍' ଟିଜରରେ ଇଣ୍ଟିମେଟ ସିନ୍ ଦେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ଟକ୍ସିକର ଟିଜରରୁ ଜଣାପଡ଼ିଛି ଯେ ୟଶ "ରାୟା" ଭୂମିକାରେ ଅଭିନୟ କରିବେ । କାରରେ ରାୟାଙ୍କ ସହ ରୋମାନ୍ସ କରୁଥିବା ଅଭିନେତ୍ରୀ ହେଉଛନ୍ତି ହଲିଉଡ ଅଭିନେତ୍ରୀ ନତାଲି ବର୍ନ । ଯିଏ ପ୍ରକୃତରେ ତାଙ୍କର ହଟନେସ ସହ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି । ନତାଲି ଜଣେ ଅଭିନେତ୍ରୀ, ପ୍ରଯୋଜିକା ଏବଂ ଲେଖିକା । ୟୁକ୍ରେନରେ ଜନ୍ମଗ୍ରହଣ କରିଥିବା ନତାଲିଙ୍କ ପ୍ରକୃତ ନାମ ନତାଲି ଗୁଲିଷ୍ଟା, ଜଣେ ଲୋକପ୍ରିୟ ଆମେରିକୀୟ ଅଭିନେତ୍ରୀ, ଚିତ୍ରନାଟ୍ୟ ଲେଖକ ଏବଂ ମଡେଲ । ମଡେଲ ଭାବରେ କ୍ୟାରିଅର ଆରମ୍ଭ କରିଥିବା ନତାଲିଙ୍କ ନିଜସ୍ୱ ପ୍ରଯୋଜନା କମ୍ପାନୀ ଅଛି । ସେ ଦ ଏକ୍ସପେଣ୍ଡେବଲ୍ସ 3, ନିମ୍ଫ, କ୍ରିମିନାଲ, ଆକ୍ସେଲରେସନ ଏବଂ ମେକାନିକ୍: ରିସରେକ୍ସନ ସମେତ ଅନେକ ପ୍ରମୁଖ ହଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି । ସେ ଦ ଟେଲିଭିଜନ ଏକାଡେମୀ ଏବଂ ଦ ଆକ୍ଟରସ୍ ଷ୍ଟୁଡିଓର ସଦସ୍ୟ ମଧ୍ୟ । ସେ ୨୦୦୬ ମସିହାରେ ଅଭିନୟ ଜଗତରେ ଡେବ୍ୟୁ କରିଥିଲେ ।

ଚଳଚ୍ଚିତ୍ରରେ ପ୍ରବେଶ କରିବା ପୂର୍ବରୁ, ନତାଲି ଜଣେ ବୃତ୍ତିଗତ ବାଲେ ଡ୍ୟାନ୍ସର ଥିଲେ । ସେ ମସ୍କୋର ବୋଲଶୋଇ ବାଲେ ସ୍କୁଲ ଏବଂ ଲଣ୍ଡନର ରୟାଲ ବାଲେ ସ୍କୁଲରେ ତାଲିମ ନେଇଥିଲେ । ନତାଲି ବିବାହିତ । 2024 ମସିହାରେ, ସେ ଏମି ପୁରସ୍କାର ବିଜେତା ନିର୍ଦ୍ଦେଶକ ଟିମୋଥି ଉଡୱାର୍ଡ ଜୁନିଅରଙ୍କୁ ବିବାହ କରିଛନ୍ତି । ନତାଲି ତାଙ୍କ ଇନଷ୍ଟାଗ୍ରାମରେ "ଟକ୍ସିକ" ଫିଲ୍ମର ଟିଜର ବି ସେୟାର କରିଛନ୍ତି । ତାଙ୍କୁ 200,000 ରୁ ଅଧିକ ଫଲୋ କରନ୍ତି ।

ଏହା ମଧ୍ୟ ପଢନ୍ତୁ: ୟଶ@40; 'ବାପ ଆ ଗୟା...' 'ରାୟା' ବନି ଜନ୍ମଦିନରେ କଲେ ଧମାକା, ଆସିଲା 'ଟକ୍କିକ' ଟିଜର

'ଟକ୍ସିକ' ଟିଜରରେ, ନତାଲି ଏକ କବରସ୍ଥାନ ବାହାରେ ଏକ ଭିଣ୍ଟେଜ୍ କାରରେ ୟଶଙ୍କ ସହ ରୋମାନ୍ସ କରୁଛନ୍ତି । ଯାହା ବେଶ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କେହି କଳ୍ପନା କରିନଥିଲେ ଯେ ଟକ୍ସିକ ଟିଜରଟି ଏପରି ହେବ । "ଟକ୍ସିକ"ର ଟିଜର "ଧୁରନ୍ଧର 2" ପାଇଁ ସମସ୍ୟା ସୃଷ୍ଟି କରିଛି । ଉଭୟ ଫିଲ୍ମ 19 ମାର୍ଚ୍ଚ, 2026 ରେ ମୁକ୍ତିଲାଭ କରିବ । ଏପର୍ଯ୍ୟନ୍ତ, "ଟକ୍ସିକ" ଏବଂ "ଧୁରନ୍ଧର 2" କୁ 2026 ର ସବୁଠାରୁ ବଡ଼ ସଂଘର୍ଷ ବୋଲି ବିବେଚନା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ