ETV Bharat / entertainment

ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଡାଏରୀ'; ଟିଜର ରିଲିଜ, ଦେଖିବାକୁ ମିଳିବ ଅର୍ଦ୍ଧେନ୍ଦୁ-ଜସ୍ମିନଙ୍କ ଅନସ୍କ୍ରିନ ରୋମାନ୍ସ

'ଡାଏରୀ' ଖୋଲିବ ସ୍ମୃତି ହୋଇ ସାଇତିଥିବା ପ୍ରେମ କାହାଣୀର ସତ । ଫିଲ୍ମର ଟିଜର ରିଲିଜ ହୋଇଛି । ପକାନ୍ତୁ ନଜର...

ODIA FILM DIARY TEASER
ODIA FILM DIARY TEASER (ETV Bharat Odisha)
author img

By ETV Bharat Entertainment Team

Published : June 1, 2026 at 7:20 AM IST

2 Min Read
Choose ETV Bharat

ଭୁବନେଶ୍ୱର: ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ରଜରେ ଆସୁଛି ଓଡ଼ିଆ ଫିଲ୍ମ 'ଡାଏରୀ' । ଲଭ,ସସପେନ୍ସ ଓ ଥ୍ରୀଲରର ପୃଷ୍ଠଭୁମିକୁ ନେଇ ଏହି ଫିଲ୍ମ ଜୁନ ୧୨ରେ ସାରା ଓଡ଼ିଶାରେ ରିଲିଜ ହେବ । ମୁକ୍ତିଲାଭ ପୂର୍ବରୁ ଭୁବନେଶ୍ୱରସ୍ଥିତ ଆଦିଲକ୍ଷ୍ମୀ କନଭେନସନ୍ ଠାରେ ଏହି ଓଡ଼ିଆ ଚଳଚ୍ଚିତ୍ର ‘ଡାଏରୀ’ର ଟିଜର୍ ଏବଂ ମ୍ୟୁଜିକ୍ ରିଲିଜ୍ ହୋଇଯାଇଛି । ଫିଲ୍ମର ସମସ୍ତ କଳାକାର ସହ ଇନଫ୍ଲୁଏନ୍ସ ଙ୍କ ଗହଣରେ ଏହି ଚଳଚିତ୍ରର ଟିଜର ଓ ଗୀତ ରିଲିଜ ହୋଇଥିବା ବେଳେ ଏଥର ରଜ ବଜାର ଫିଲ୍ମ ର ଭିନ୍ନ ପ୍ରେମ କାହାଣୀ ଦର୍ଶକଙ୍କ ମନକୁ ଛୁଇଁବ ବୋଲି କହିଛନ୍ତି ଅଭିନେତା ଓ ପ୍ରଯୋଜକ ଅର୍ଦ୍ଧେନ୍ଦୁ ।

odia film diary teaser and music release (ETV Bharat Odisha)

'ଡାଏରୀ'ରେ ୭ ବର୍ଷର ଅକୁହା ଓ ଅନନ୍ୟ ପ୍ରେମ କାହାଣୀ କହିବ । ଏଥିରେ ପ୍ରଥମ ଥର ଅର୍ଦ୍ଧେନ୍ଦୁଙ୍କ ସହ ଅଭିନେତ୍ରୀ ଜସ୍ମିନ ରଥ ନଜର ଆସିବେ । ଏହି ନୂଆ ଯୋଡି ସେମାନଙ୍କ କେମେଷ୍ଟ୍ରିକୁ ନେଇ ଆଶାବାଦୀ ଥିବା ବେଳେ ଫିଲ୍ମ ରେ ଥିବା ଟ୍ୱିଷ୍ଟ ଆଉ ଟନ ଦର୍ଶକଙ୍କୁ ବେଶ ପସନ୍ଦ ଆସିବା ବୋଲି କହିଛନ୍ତି ଅଭିନେତା । ଏହି ରହସ୍ୟମୟ ଝଲକରେ ଏକ ବକ୍ସରୁ ବାହାରୁଥିବା ‘୨୦୧୯’ ଲେଖାଥିବା ଡାଏରୀ ଏବଂ “ମୋ ଠୁ ମୋ ଯାଏଁ…” ଭଳି ଗଭୀର ସଂଳାପ ଦର୍ଶକଙ୍କ ମନରେ କାହାଣୀକୁ ନେଇ ଉତ୍କଣ୍ଠା ସୃଷ୍ଟି କରିଛି । ଫିଲ୍ମର ନିର୍ଦ୍ଦେଶକ ସୁଶାନ୍ତ ମଣି ହୋଇଥିବା ବେଳେ କୁନା ତ୍ରିପାଠୀଙ୍କ ବଳିଷ୍ଠ କାହାଣୀ, ସ୍କ୍ରିନପ୍ଲେ ତଥା ସଂଳାପ ଦେଇଥିବା ବେଳେ ସୀତାଂଶୁ ମହାପାତ୍ରଙ୍କ ସିନେମାଟୋଗ୍ରାଫି ବଡ଼ ପରଦାରେ ଏକ ଅଭିନବ ଅନୁଭୂତି ଦେବ ବୋଲି କହିଛନ୍ତି ।

odia film diary teaser and music release
odia film diary teaser and music release (ETV Bharat Odisha)

ତେବେ ଏହି ଫିଲ୍ମ ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ବେଳେ ପ୍ରଯୋଜକ ଅର୍ଦ୍ଧେନ୍ଦୁ ସାହୁ ଓ ସହ-ପ୍ରଯୋଜକ ଆଦିକନ୍ଦ ସାହୁଙ୍କ ଦ୍ୱାରା ନିର୍ମିତ । କେବଳ ଟିଜର୍ ନୁହେଁ ଫିଲ୍ମର ଗୀତ ମଧ୍ୟ ରିଲିଜ ହୋଇଛି । ଏଥିରେ ୪ଟି ଗୀତ ରହିଛି । ସୋମେଶ ଶତପଥୀଙ୍କ ସଙ୍ଗୀତ ନିର୍ଦ୍ଦେଶନା ଏବଂ ଅମିତ ନାୟକ ଓ ଲୁବୁନ୍-ଟୁବୁନ୍‌ଙ୍କ କୋରିଓଗ୍ରାଫି ଫିଲ୍ମର ଗୀତଗୁଡ଼ିକୁ ଶ୍ରୁତିମଧୁର କରିଛି । ଏକ ସୁନ୍ଦର ପ୍ରେମ କାହାଣୀ ଉପରେ ପର୍ଯ୍ୟବେଶିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅର୍ଦ୍ଧେନ୍ଦୁଙ୍କ ସହ ଜସ୍ମିନଙ୍କ ସମେତ ପ୍ରଜ୍ଞା ଓ ଜଣାଶୁଣା କଳାକାର ନଜର ଆସୁଛନ୍ତି । ଦର୍ଶକଙ୍କ ଭଲପାଇବା ଏବଂ ଟିମ୍‌ର କଠିନ ପରିଶ୍ରମ ବଳରେ ‘ଡାଏରୀ’ ଏଥର ରଜରେ ନିଶ୍ଚିତ ଭାବେ ଏକ ବଡ଼ ସଫଳତା ହାସଲ କରିବ ବୋଲି କୁହାଯାଇଛି ।

odia film diary teaser and music release
odia film diary teaser and music release (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ରଜରେ ଧମାକା କରିବେ ଅର୍ଦ୍ଧେନ୍ଦୁ; ନୂଆ ଫିଲ୍ମ 'ଡାଏରୀ' ଘୋଷଣା, ସାମ୍ନାକୁ ଆସିଲା ଝଲକ

'ମେହେରମୁଣ୍ଡା' ଦେଖିଲେ ୨୫୦ରୁ ଉର୍ଦ୍ଧ୍ୱ ବୁଣାକାର, କହିଲେ 'ଶାଢୀ କେବଳ ସୁକ୍ଷ୍ମ ସୁତାର କାରିଗରୀ ନୁହଁ ଆମ ଜୀବନ ଜୀଇଁବାର ସୂତ୍ର'

ଓଡ଼ିଆ ଫିଲ୍ମ 'ଶିକାର' ନୂଆ ପୋଷ୍ଟର ଆଉଟ୍, ଏହି ଦିନ ପରଦାକୁ ଆସୁଛି ଫିଲ୍ମ

୪ ବର୍ଷ ପରେ ପରଦାକୁ ଆସିଲା ସ୍ଵାତିକ ମିଶ୍ରଙ୍କ ଫିଲ୍ମ 'ପରିଚୟ', ଅନାଥ ଶିଶୁର ଦୁଃଖ ଓ ସଂଘର୍ଷର କାହାଣୀ ଦେଖି ଭାବବିହ୍ୱଳ ଦର୍ଶକ


ଭୁବନେଶ୍ୱର, ଇଟିଭି ଭାରତ