ETV Bharat / entertainment

ୟଶ@40; 'ବାପ ଆ ଗୟା...' 'ରାୟା' ବନି ଜନ୍ମଦିନରେ କଲେ ଧମାକା, ଆସିଲା 'ଟକ୍କିକ' ଟିଜର

40ବର୍ଷରେ ୟଶ । ଜନ୍ମଦିନରେ ଫ୍ୟାନ୍ସଙ୍କୁ ଦେଲେ ଭେଟି । ଆଗାମୀ ଫିଲ୍ମ "ଟକ୍ସିକ" ଟିଜର ରିଲିଜ । 'ରାୟା' ବନି ପରଦାରେ ଧମାକା କରିବାକୁ ପ୍ରସ୍ତୁତ ୟଶ ।

YASH TOXIC TEASER
YASH TOXIC TEASER (Screen Grab)
author img

By ETV Bharat Entertainment Team

Published : January 8, 2026 at 11:15 AM IST

2 Min Read
Choose ETV Bharat

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ୟଶ ଆଜି ତାଙ୍କର 40ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅଭିନେତାଙ୍କୁ ପ୍ରଶଂସକ ଏବଂ ସେଲିବ୍ରିଟିଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି । ୟଶ ତାଙ୍କ ପ୍ରଶଂସକମାନଙ୍କୁ ଏକ ରିଟର୍ଣ୍ଣ ଗିଫ୍ଟ ମଧ୍ୟ ଦେଇଛନ୍ତି । ୟଶଙ୍କ ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ "ଟକ୍ସିକ" ସହ ଜନ୍ମଦିନରେ ବଡ଼ ଉପହାର ଦେଇଛନ୍ତି । 'ଟକ୍ସିକ' ଟିଜର ରିଲିଜ ହୋଇଛି । ପ୍ରତିଶୃତି ଅନୁଯାୟୀ ଫିଲ୍ମର ଟିଜର ସକାଳ ୧୦:୧୦ ରେ ୟୁଟ୍ୟୁବରେ ରିଲିଜ୍ ହୋଇଛି । ଯେଉଁଥିରେ ୟଶଙ୍କ ଆକ୍ସନ ଦେଖିବାକୁ ମିଳିଛି ।

ଟକ୍ସିକ ଟିଜର

2.51 ମିନିଟର 'ଟକ୍ସିକ' ଟିଜରଟି ଆତଙ୍କ ସୃଷ୍ଟି କରିଛି । ୟଶଙ୍କ ପ୍ରବେଶକୁ ନେଇ ଡିଜାଇନ୍ କରାଯାଇଥିବା ଟିଜରଟି ସମ୍ପୂର୍ଣ୍ଣ ଦମଦାର। ଟିଜରଟି ଏକ କବରସ୍ଥାନରୁ ଆରମ୍ଭ ହୁଏ, ଯେଉଁଠାରେ କିଛି ପ୍ରମୁଖ ବ୍ୟକ୍ତି ନିଜ ପ୍ରିୟଜନଙ୍କୁ କବର ଦେବାକୁ ଆସନ୍ତି ଏବଂ କାହାକୁ ପ୍ରବେଶ କରିବାକୁ ନ ଦେବା ପାଇଁ କବରସ୍ଥାନକୁ ତାଲା ପକାଇ ଦିଅନ୍ତି । ଏହି ସମୟରେ ଏକ ବ୍ଲାକ କାର୍ ଆସେ । ଯାହାର କିଛି ସମୟ ପରେ ବିସ୍ଫୋରଣ ହୁଏ । ଏହା ପରେ ୟଶଙ୍କ ଦମଦାର ଏଣ୍ଟ୍ରି ହୁଏ । ଫିଲ୍ମରେ ୟଶଙ୍କ ଚରିତ୍ରର ନାମ 'ରାୟା', ଯାହାକୁ ଫିଲ୍ମରେ ଏକ ମାଷ୍ଟର ମାଇଣ୍ଡ କୁହାଯାଉଛି । ଶେଷରେ ସେ କୁହନ୍ତି, Daddy Is Home (ବାପା ଆସିଗଲା) ।

ଏହି ଦିନ ପରଦାକୁ ଆସିବ ଫିଲ୍ମ

"ଟକ୍ସିକ" ଗୀତୁ ମୋହନଦାସଙ୍କ ଦ୍ୱାରା ନିର୍ଦ୍ଦେଶିତ । ଭେଙ୍କଟ ନାରାୟଣ ଏବଂ ୟଶ ପ୍ରଯୋଜକ। KVN ପ୍ରଡକ୍ସନ୍ସ ଏବଂ ମନଷ୍ଟର ମାଇଣ୍ଡ କ୍ରିଏସନ୍ସ ବ୍ୟାନରରେ ନିର୍ମିତ, ଏହି ଫିଲ୍ମର ସିନେମାଟୋଗ୍ରାଫର ହେଉଛନ୍ତି ରାଜୀବ ରବି । ଏହି ଫିଲ୍ମରେ ୟଶ ଏବଂ କିୟାରା ଆଡଭାନୀ ଅଭିନୟ କରିଛନ୍ତି । ମାଆ ହେବା ପରେ ଏହା କିଆରା ଆଡଭାନୀଙ୍କ ପ୍ରଥମ ଫିଲ୍ମ । ତାରା ସୁତାରିଆ, ହୁମା କୁରେଶୀ, ରୁକ୍ମଣୀ ବସନ୍ତ, ଅକ୍ଷୟ ଓବେରୟ ଏବଂ ସୁଦେବ ନାୟର ମଧ୍ୟ ଏହି ଫିଲ୍ମର ଅଂଶ ହେବେ । ଫିଲ୍ମଟି 6 ଟି ଭାଷାରେ ୧୯ ମାର୍ଚ୍ଚ, ୨୦୨୬ରେ ମୁକ୍ତିଲାଭ କରିବ । ଇଂରାଜୀ, କନ୍ନଡ, ହିନ୍ଦୀ, ତେଲୁଗୁ, ତାମିଲ ଏବଂ ମାଲାୟଲମ ଭାଷାରେ ମୁକ୍ତିଲାଭ କରିବ ।

ଏହା ମଧ୍ୟ ପଢନ୍ତୁ: ଏହି କାରଣରୁ 'ଫ୍ୟାନ୍ସ ମିଟ୍'କୁ ବାତିଲ କଲେ ୟଶ, କହିଲେ 'ଶୀଘ୍ର ଦେଖା ହେବା..'

ଏହି ଫିଲ୍ମ ସହ ବକ୍ସ ଅଫିସ୍ ଟକ୍କର

'ଟକ୍ସିକ' କେବଳ ୧୯ ମାର୍ଚ୍ଚରେ ସିନେମା ହଲ୍‌କୁ ଆସିବ । ଯେଉଁ ଦିନ ଆଉ ଏକ ପ୍ରମୁଖ ଫିଲ୍ମ ମଧ୍ୟ ମୁକ୍ତିଲାଭ କରୁଛି । ସେହି ଫିଲ୍ମ ହେଉଛି 'ଧୁରନ୍ଧର ୨', ଯାହା ରଣଭୀର ସିଂଙ୍କ ସହ ଆର. ମାଧବନ, ସଞ୍ଜୟ ଦତ୍ତ ଏବଂ ଅର୍ଜୁନ ରାମପାଲ ଅଭିନୀତ । 'ଧୁରନ୍ଧର'ର ପ୍ରଥମ ଭାଗ ପୂର୍ବରୁ ବକ୍ସ ଅଫିସରେ ଧମାକା କରିସାରିଛି, ସାରା ବିଶ୍ୱରେ ୧,୨୦୦ କୋଟିରୁ ଅଧିକ ଆୟ କରିଛି । ନିର୍ମାତା ଏବଂ ଦର୍ଶକ ଉଭୟଙ୍କ ଦ୍ୱିତୀୟ ଭାଗ ପାଇଁ ବହୁତ ଆଶା ରହିଛି । ୟଶ 4 ବର୍ଷ ପରେ 'ଟକ୍ସିକ' ସହିତ ଥିଏଟରକୁ ଫେରୁଛନ୍ତି । 'ଧୁରନ୍ଧର ୨' ଏବଂ 'ଟକ୍ସିକ' ଏକକାଳୀନ ରିଲିଜ୍ ହେଲେ କେଉଁ ଫିଲ୍ମ ବକ୍ସ ଅଫିସରେ ବିଜୟୀ ହେବ ତାହା ଦେଖିବା ଆକର୍ଷଣୀୟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ