ବାଦ ବିବାଦର ପଡିଲାନି ପ୍ରଭାବ, 3 ଦିନରେ ଏତେ କୋଟି କମାଇଲା 'ଦ କେରଳ ଷ୍ଟୋରୀ 2'
ବାଦ ବିବାଦରେ ପରେ ବି ପରଦାରେ ଭଲ ପ୍ରଦର୍ଶନ କରୁଛି 'ଦ କେରଳ ଷ୍ଟୋରୀ 2' । ରିଲିଜର 3 ଦିନରେ କମାଇଲାଣି ଏତେ କୋଟି । ଜାଣନ୍ତୁ ଫିଲ୍ମର କଲେକ୍ସନ..

By ETV Bharat Entertainment Team
Published : March 2, 2026 at 7:33 AM IST
ହାଇଦ୍ରାବାଦ: କେରଳ ହାଇକୋର୍ଟ ଏହାର ମୁକ୍ତିଲାଭ ଉପରେ ସ୍ଥଗିତାଦେଶ ଉଠାଇବା ପରେ, "ଦ କେରଳ ଷ୍ଟୋରୀ 2 ଗୋଜ୍ ବିୟଣ୍ଡ" ଏହାର ନିର୍ଦ୍ଧାରିତ ତାରିଖ (ଫେବୃଆରୀ 27)ରେ ଥିଏଟରରେ ମୁକ୍ତିଲାଭ କରିଥିଲା । ଫିଲ୍ମ ରିଲିଜ ପୂର୍ବରୁ ଅନେକ ବାଦ ବିବାଦର ସମ୍ମୁଖୀନ ହୋଇତିଲେ ହେଁ ଏହା ରିଲିଜ ଉପରେ କିଛି ପ୍ରଭାବ ପକାଇନି । ଫିଲ୍ମ ଭଲ ପ୍ରଦର୍ଶନ କରିବା ସହ ଭଲ ରୋଜଗାର କରୁଛି । ପ୍ରଥମ ଦିନ ଫିଲ୍ମ ହୁଏତ କମ ଆୟ କରିଛି । କିନ୍ତୁ ୱିକେଣ୍ଡକରେ ଏହା ପୁଣି ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି । 28-30 କୋଟି ବଜେଟରେ ନିର୍ମିତ, ଫିଲ୍ମର ପ୍ରଦର୍ଶନ ଭଲ ଅଛି । ଏହା ଧୀରେ ଧୀରେ ଭଲ ରୋଜଗାର କରୁଛି । ବର୍ତ୍ତମାନ ଏହା ରିଲିଜର 3ୟ ଦିନ ବିତିଗଲାଣି । ଏପର୍ଯ୍ୟନ୍ତ ଫିଲ୍ମ କେତେ କଲାଣି କଲେକ୍ସନ? ଜାଣନ୍ତୁ,
'ଦ କେରଳ ଷ୍ଟୋରୀ 2' କଲେକ୍ସନ
ସାକନିକଙ୍କ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ 75 ଲକ୍ଷ ଆୟ କରିଛି । ମୁକ୍ତିଲାଭର ଦ୍ୱିତୀୟ ଦିନରେ, ଏହା 4.65 କୋଟି ରୋଜଗାର କରିଛି । ଫିଲ୍ମଟି ତୃତୀୟ ଦିନ (ପ୍ରଥମ ରବିବାର) 5 କୋଟି ରୋଜଗାର କରିଛି । ଏହା ସହିତ, "ଦ କେରଳ ଷ୍ଟୋରୀ 2" ପ୍ରଥମ ସପ୍ତାହରେ ବକ୍ସ ଅଫିସରେ ମୋଟ 10.4 କୋଟି କଲେକ୍ସନ କରିଛି । ଏଥିସହ ବିଶ୍ୱବ୍ୟାପୀ ଆୟ ୧୨.୩ କୋଟିରେ ପହଞ୍ଚିଛି । 'ଦ କେରଳ ଷ୍ଟୋରୀ' (୨୦୨୩) ର ବକ୍ସ ଅଫିସ୍ କଲେକ୍ସନ ତୁଳନାରେ, ଫିଲ୍ମର ଦ୍ୱିତୀୟ ଭାଗ ଦର୍ଶକଙ୍କୁ ଥିଏଟରକୁ ଆକର୍ଷିତ କରିବାରେ ସେତେ ସଫଳ ହୋଇନାହିଁ । ୨୦୨୩ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମର ପ୍ରଥମ ତିନି ଦିନରେ ମୋଟ କଲେକ୍ସନ ₹୩୫.୪୩ କୋଟି ଥିଲା। ରବିବାର, ୧ ମାର୍ଚ୍ଚ, ୨୦୨୬ ରେ, 'ଦି କେରଳ ଷ୍ଟୋରୀ ୨: ଗୋଜ୍ ବିୟଣ୍ଡ' ମୋଟ ହିନ୍ଦୀ ଦର୍ଶକଙ୍କ ଉପସ୍ଥିତି ୧୩.୧୬% ରେକର୍ଡ କରିଥିଲା ।
"ଦ କେରଳ ଷ୍ଟୋରୀ 2: ଗୋଜ୍ ବିୟଣ୍ଡ" ଚଳଚ୍ଚିତ୍ରର ନିର୍ଦ୍ଦେଶକ କାମାକ୍ଷା ନାରାୟଣ ସିଂ, ଚଳଚ୍ଚିତ୍ରଟିକୁ ସିନେମା ହଲରେ ମୁକ୍ତିଲାଭ କରିବା ପରେ ଚାଲିଥିବା ବିରୋଧ ପ୍ରଦର୍ଶନ ନେଇ ପ୍ରତକ୍ରିୟା ଦେଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ପରେ, ଚଳଚ୍ଚିତ୍ରଟି ନିର୍ଦ୍ଧାରିତ ସମୟ ମଧ୍ୟରେ ମୁକ୍ତିଲାଭ କରିଥିଲା । ANI ସହ ଏକ ସାକ୍ଷାତକାରରେ, କାମାକ୍ଷା ନାରାୟଣ ସିଂ ଶୁକ୍ରବାର କେରଳ ହାଇକୋର୍ଟରେ ମାମଲା ଜିତିବା ପରେ ନିଜର ଭାବନା ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ସତ୍ୟ ଅସୁବିଧାରେ ପଡ଼ିଥାଏ କିନ୍ତୁ କେବେ ପରାସ୍ତ ହୁଏ ନାହିଁ । କୋର୍ଟଙ୍କ ନିଷ୍ପତ୍ତି ପରେ ଏହା ସତ୍ୟ ପ୍ରମାଣିତ ହୋଇଛି । ଏହି କାହାଣୀ ଆମ ପାଇଁ କେବଳ ଏକ ଚଳଚ୍ଚିତ୍ର ନୁହେଁ, ଏହା ଏକ ଭାବନା ।"
ଏହା ମଧ୍ୟ ପଢନ୍ତୁ: ଆଜି ରିଲିଜ ହେବନି 'ଦ କେରଳ ଷ୍ଟୋରୀ 2'; ରୋକ୍ ଲଗାଇଲେ ହାଇକୋର୍ଟ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେଲେ ନିର୍ମାତା
କହିରଖୁଛୁ କି, ୨୦୨୩ରେ ମୁକ୍ତିଲାଭ କରିଥିବା ଜାତୀୟ ପୁରସ୍କାର ବିଜେତା 'ଦ କେରଳ ଷ୍ଟୋରୀ'ର ସିକ୍ୱେଲ୍ 'ଦ କେରଳ ଷ୍ଟୋରୀ ୨', ତିନି ଜଣ ଯୁବତୀଙ୍କ ଜୀବନକୁ ଅନୁସରଣ କରେ ଯେଉଁମାନେ ଫିଲ୍ମରେ ପ୍ରତାରଣାମୂଳକ ବିବାହ ଭାବରେ ବର୍ଣ୍ଣନା କରାଯାଇଥିବା କଥାରେ ପଡ଼ି ଜୋରଜବରଦସ୍ତ ଧର୍ମାନ୍ତରୀକରଣର ସମ୍ମୁଖୀନ ହୁଅନ୍ତି । ଟ୍ରେଲର ଲଞ୍ଚ ହେବା ପରଠାରୁ ଏହି ସିକ୍ୱେଲ୍ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଏହି ଫିଲ୍ମଟି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରିବାର ଅଭିଯୋଗ ରହିଥିଲା । କେତେକ ଏହାକୁ ସମାଲୋଚନା କରୁଛନ୍ତି, ଏହାକୁ ଏକ ପ୍ରଚାର ଚଳଚ୍ଚିତ୍ର 'ପ୍ରୋପାଗୋଣ୍ଡା' ବୋଲି କହିଥିଲେ । କେବଳ ଏତିକି ନୁୁହେଁ ଫିଲ୍ମ ରିଲିଜରେ ରୋକ ଲଗାଇବାକୁ ମାମଲା କୋର୍ଟରେ ବି ପହଞ୍ଚିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

