ଏହି ଫିଲ୍ମ ସହ ପରଦାକୁ ଫେରୁଛନ୍ତି ସୁପ୍ରିୟା ଓ ସୂର୍ଯ୍ୟମୟୀ, ସାମ୍ନାକୁ ଆସିଲା ଲୁକ୍ ପୋଷ୍ଟର୍
ନୂଆ ଓଡ଼ିଆ ଫିଲ୍ମ 'କଙ୍କଣ' ଘୋଷଣା । ଏହି ଫିଲ୍ମରେ ଓଲିଉଡ ଲୋକପ୍ରିୟ ଅଭିନେତ୍ରୀ ସୁପ୍ରିୟା ଓ ସୂର୍ଯ୍ୟମୟୀ ନଜର ଆସିବେ । ପ୍ରଥମ ଲୁକ୍ ଆଉଟ୍ । ଜାଣନ୍ତୁ କେବେ ରିଲିଜ?

By ETV Bharat Entertainment Team
Published : July 7, 2026 at 10:47 AM IST
ହାଇଦ୍ରାବାଦ: 'ପୁଷ୍କରା' ଓ 'ଶିକାର' ଭଲି ଅନେକ ହିଟ୍ ଫିଲ୍ମ ଦେବା ପରେ ଓଲିଉଡ ଅଭିନେତ୍ରୀ ସୁପ୍ରିୟା ନାୟକ ପୁଣିଥରେ ପରଦାରେ ଧମାକା କରିବାକୁ ଆସୁଛନ୍ତି । ତାଙ୍କ ସହ ଏଥିରେ ନଜର ଆସିବେ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର । ଉଭୟଙ୍କ ଅଭିନୀତ ନୂଆ ଫିଲ୍ମ 'କଙ୍କଣ' ଘୋଷଣା ହୋଇଥିବା ବେଳେ ଲୁକ୍ ପୋଷ୍ଟର ବି ସାମ୍ନାକୁ ଆସିଛି । ଏଥିସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ ପାଇଛି ।
ଏହି ଦିନ ପରଦାକୁ ଆସିବ ଫିଲ୍ମ
ଇନଷ୍ଟାଗ୍ରାମରେ ନିର୍ମାତା ଫିଲ୍ମର ଲୁକ୍ ପୋଷ୍ଟର ସହ ଫିଲ୍ମ ଘୋଷଣା କରିଛନ୍ତି । ଏହା ସହ ସେ କ୍ୟାପସନରେ ଲେଖିଛନ୍ତି, ''ପ୍ରତ୍ୟେକ ରହସ୍ୟର ଏକ ନାମ ଅଛି। ଆଜି, ଆମେ ଆମର ପ୍ରକାଶ କରୁଛୁ । 'କଙ୍କଣ' । ସେ ନିର୍ଦ୍ଦୋଷ ଦେଖାଯାଉଛନ୍ତି । ସେ ଆପଣଙ୍କ ବିଶ୍ୱାସ ଅର୍ଜନ କରନ୍ତି । କିନ୍ତୁ ସେହି ହସ ତଳେ ଏକ ସତ୍ୟ ଅଛି ଯାହା କେହି କେବେ କଳ୍ପନା କରିପାରିବେ ନାହିଁ । ସୁପ୍ରିୟା ନାୟକଙ୍କୁ ଏପରି ଏକ ଚରିତ୍ରରେ ଉପସ୍ଥାପନ କରାଯାଉଛି ଯାହା ଆପଣ ପୂର୍ବରୁ ଦେଖି ନାହାଁନ୍ତି । ପ୍ରଥମ ସିନ୍ ଆସନ୍ତାକାଲି ସନ୍ଧ୍ୟା ୭ଟାରେ ପ୍ରକାଶ ପାଇବ । ୧୮.୦୯.୨୬ ରେ ସିନେମା ଘରେ ।'' ସେପ୍ଟେମ୍ୱର 18ରେ ଫିଲ୍ମ ପରଦାକୁ ଆସିବ । 'କଙ୍କଣ' ଫିଲ୍ମକୁ ପ୍ରଯୋଜନା କରୁଛନ୍ତି ଦୀପକ ମହାପାତ୍ର ଓ ଭବାନୀ ଶଙ୍କର ସୁବୁଦ୍ଧି ।
କହିରଖୁଛୁ କି, 'ପୁଷ୍କରା' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଏଥିସହ ସେ ଚଳିତ ବର୍ଷ ରଜରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଶିକାର' ରେ ନଜର ଆସିଥିଲେ । ଯାହା ଲୋକଙ୍କ ମନ ଜିତିଥିଲା । ସେହିପରି ସୂର୍ଯ୍ୟମୟୀ 'ଡେଲିଭର ବୟ' ପାଇଁ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଏଥିସହ ଶେଷଥର 'କାଙ୍ଗୁଲା' ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ବେଶ ଲୋକପ୍ରିୟତା ହାସଲ କରିଥିଲା । ଏଥିସହ ସେ ବର ବଧୂ ରେ ନଜର ଆସିଥିଲେ । ଯାହା ବେଶ ପ୍ରଶଂସା ସାଉଁଟିଥିଲା । ସୂର୍ଯ୍ୟମୟୀଙ୍କ ନୂଆ ଅବତାର ଏହି ଫିଲ୍ମ ସହ ବେଶ ଲୋକପ୍ରିୟତା ପାଇଥିଲା । ଏହି ଫିଲ୍ମ ପ୍ଲବିକ ଡିମାଣ୍ଡରେ ପୁଣିଥରେ ରିଲିଜ ହେବାକୁ ଯାଉଛି । ରଥଯାତ୍ରାରେ ଏହି ଫିଲ୍ମ ପୁଣି ରିଲିଜ ହେଉଛି ।
ଏହା ମଧ୍ୟ ପଢନ୍ତୁ: ଜନ୍ମଦିନରେ ସୁପ୍ରିୟା ନାୟକଙ୍କ ଫ୍ୟାନ୍ସଙ୍କୁ ଭେଟି, ସାମ୍ନାକୁ ଆସିଲା 'ଶିକାର'ରୁ ପ୍ରଥମ ଲୁକ୍ 'ଜୟ ଜଗନ୍ନାଥ' ସିରିଏଲ୍ ସଫଳତା ପରେ ବଡ଼ ପରଦାକୁ ଆସୁଛି 'ମହାପ୍ରଭୁ ଜଗନ୍ନାଥ' ଫିଲ୍ମ, ଏହି ଦିନ ହେବ ରିଲିଜ |
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

