ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ: ବିଜୟଙ୍କ ହାତ ଧରିବେ ରଶ୍ମିକା, 'Virosh' ଙ୍କୁ ଶୁଭେଚ୍ଛା ଜଣାଇଲେ ଫ୍ୟାନ୍ସ
ବିଜୟ ଦେବରକୋଣ୍ଡାଙ୍କ ସହ ବିବାହ କନଫର୍ମ କଲେ ରଶ୍ମିକା ମନ୍ଦାନା । ତାଙ୍କ ବିବାହ ନାମ 'Virosh' କାହିଁକି ରଖିଲେ କଲେ ପ୍ରକାଶ ।

By ETV Bharat Entertainment Team
Published : February 23, 2026 at 10:19 AM IST
ହାଇଦ୍ରାବାଦ: ଦୀର୍ଘ ଦିନର କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ । ବିଜୟ ଦେବରକୋଣ୍ଡାଙ୍କ ସହ ବିବାହ ନେଇ ମୋହର ଲଗାଇଲେ ରଶ୍ମିକା ମନ୍ଦାନା । ଉଭୟଙ୍କ ସମ୍ପର୍କ ଓ ବିବାହ ନେଇ ଅନେକ ଦିନରୁ ଚର୍ଚ୍ଚା ଜୋର ଧରିଥିଲା । ହେଲେ ବର୍ତ୍ତମାନ ଏହାର ଅନ୍ତ ହୋଇଛି । ରଶ୍ମିକା ସୋସିଆଲ ମିଡିଆରେ ନିଜ ନୂଆ ଜୀବନ ଅଧ୍ୟାୟ ଆରମ୍ଭ ନେଇ ନିଶ୍ଚିତ କରିଛନ୍ତି । ବିଜୟଙ୍କ ସହ ବିବାହ କନଫର୍ମ କରିବା ସହ ୱେଡିଂ ଟାଇଟଲ୍ 'Virosh' ରଖିଥିବା କହିଛନ୍ତି । ତେବେ ସେ କାହିଁକି ଏହି ନାଁ ଦେଇଛନ୍ତି । ତାହା ବି ପ୍ରକାଶ କରିଛନ୍ତି ।

ବିଜୟଙ୍କ ସହ ବିବାହ କନଫର୍ମ କଲେ ରଶ୍ମିକା
ରଶ୍ମିକା ମନ୍ଦାନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି, ''ଆମର ପ୍ରିୟ ବନ୍ଧୁମାନେ । ଆମେ କୌଣସି ଯୋଜନା କରିବା ପୂର୍ବରୁ, ନିଜ ପାଇଁ କିଛି ବାଛିବା ପୂର୍ବରୁ - ତୁମେ ଆମ ସହ ଥିଲ । ତୁମେ ଆମକୁ ଏତେ ଭଲପାଇବା ସହ ଏକ ନାମ ଦେଇଥିଲ । ତୁମେ ଆମକୁ 'ବିରୋଶ' (Virosh) ବୋଲି ରଖିଥିଲ । ତେଣୁ ଆଜି - ସମସ୍ତ ହୃଦୟ ସହ, ଆମେ ତୁମର ସମ୍ମାନାର୍ଥେ ଆମର ଏହି ମିଳନକୁ ସମର୍ପିତ କରୁଛୁ । ଆମେ ଏହାକୁ 'ବିରୋଶ କି ଶାଦୀ' (ଲାଲ ହାର୍ଟ ଇମୋଜି) ବୋଲି କହିବାକୁ ଚାହୁଁଛୁ । ଆମକୁ ଏତେ ଭଲପାଇବା ଦେବା ପାଇଁ ଧନ୍ୟବାଦ । ତୁମେ ସବୁବେଳେ ଆମ ସହ ରହିବ । ବହୁତ ଭଲପାଇବା ।"
ଏହି ଦିନ ପଡିବ ହାତଗଣ୍ଠି
ଗତ କିଛି ଦିନ ତଳେ ଏହି କପଲଙ୍କ ବିବାହ କାର୍ଡ ଅନଲାଇନରେ ଭାଇରାଲ ହୋଇଥିଲା । ଏହି କାର୍ଡରେ ଉଲ୍ଲେଖ ଥିଲା ଯେ ଏହି ଦମ୍ପତି ଫେବୃଆରୀ ୨୬ ତାରିଖରେ ଉଦୟପୁରରେ ଏକ ସିକ୍ରେଟ ବିବାହ କରିବେ, ଏବଂ ମାର୍ଚ୍ଚ ୪ ତାରିଖରେ ହାଇଦ୍ରାବାଦର ବଞ୍ଜାରା ହିଲ୍ସର ତାଜ କ୍ରିଷ୍ଣାରେ ଏକ ମହାନ ରିସେପ୍ସନ ହେବ । ଏହା ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ବିଜୟ ଏବଂ ରଶ୍ମିକାଙ୍କ ପରିଚାଳନା ଟିମ୍ ଏକ ବିବୃତ୍ତି ଜାରି କରି ପ୍ରଶଂସକ ଏବଂ ଗଣମାଧ୍ୟମକୁ ସେମାନଙ୍କ ଗୋପନୀୟତାକୁ ସମ୍ମାନ ଦେବାକୁ ଅନୁରୋଧ କରିଥିଲା ।
ବିବାହରେ ନୋ ଫୋନ୍ ପଲିସି ଲାଗୁ
ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡାଙ୍କ ଅକ୍ଟୋବର 3, 2025 ରେ ହାଇଦ୍ରାବାଦରେ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଉତ୍ସବ ପାଇଁ କଡ଼ା ସର୍ତ୍ତାବଳୀ ସ୍ଥିର କରାଯାଇଛି । ବିବାହ ସମୟରେ ଅତିଥିମାନଙ୍କୁ ଫୋନ୍ ବ୍ୟବହାର ନକରିବା କିମ୍ବା ଫଟୋ ଏବଂ ଭିଡିଓ ନ ଉଠାଇବା ପାଇଁ ପୂର୍ବରୁ ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମ ସହ ଜଡିତ କୌଣସି ବିବରଣୀ ଲିକ୍ ନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: ବିଜୟ-ରଶ୍ମିକାଙ୍କ ବିବାହ କନଫର୍ମ ! ଅତିଥିଙ୍କ ପାଇଁ ନୋ ଫୋନ୍ ପଲିସି, ଟିମ୍ କଲା ଏହା ଅପିଲ୍
କହିରଖୁଛୁ କି, ଗୀତା ଗୋବିନ୍ଦମ୍ (2018) ଏବଂ ଡିଅର୍ କମ୍ରେଡ୍ (2019) ଚଳଚ୍ଚିତ୍ରରେ ଏକାଠି କାମ କରିବା ପରଠାରୁ ଏହି ଅଭିନେତାମାନେ ପରସ୍ପର ସହ ଜଡିତ ଅଛନ୍ତି । ଯଦିଓ ସେମାନେ କେବେବି ସାର୍ବଜନୀନ ଭାବରେ ସେମାନଙ୍କର ସମ୍ପର୍କକୁ ସ୍ୱୀକାର କରିନଥିଲେ, କିନ୍ତୁ ସେମାନଙ୍କୁ ପ୍ରାୟତଃ କାର୍ଯ୍ୟକ୍ରମ ଏବଂ ଛୁଟିଦିନରେ ଏକାଠି ଦେଖାଯାଇଥିଲେ । ବର୍ତ୍ତମାନ ଦୀର୍ଘ ବର୍ଷ ଡେଟିଂ ପରେ ଏବେ ପରସ୍ପରକୁ ଜୀବନସାଥୀ କରିବାକୁ ନିଷ୍ପତି ନେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

