ETV Bharat / entertainment

ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ପରେ ଏବେ ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ 'ଚାରିକାନ୍ଧ', ଏହି ଦିନ ରିଲିଜ

ଆସନ୍ତାକାଲି ପରଦାକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ 'ଚାରିକାନ୍ଧ' । ଫିଲ୍ମର କାହାଣୀ ଓ କେବେ ରିଲିଜ ? ଜାଣନ୍ତୁ...

ODIA FILM CHARIKANDHA
ODIA FILM CHARIKANDHA (ETV Bharat Odisha)
author img

By ETV Bharat Entertainment Team

Published : February 26, 2026 at 5:27 PM IST

2 Min Read
Choose ETV Bharat

ଭୁବନେଶ୍ୱର: ଆସନ୍ତାକାଲି ପରଦାକୁ ଆସିବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ 'ଚାରିକାନ୍ଧ' । ୪୬ ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ଫେଷ୍ଟିଭାଲରେ ୨୨ରୁ ଅଧିକ ସ୍ଥାନରେ ପୁରସ୍କୃତ ହୋଇଥିବା ଭାରତର ପ୍ରଥମ ମିଡ଼ ଲେନଥ ଫିଲ୍ମ ଅଟେ । ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ପରେ ଏବେ ରାଜ୍ୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏନେଇ ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଫିଲ୍ମର ଟିମ । ଫିଲ୍ମର କାହାଣୀ କ'ଣ ? ଜାଣନ୍ତୁ...

ODIA FILM CHARIKANDHA REACTION (ETV Bharat Odisha)

ଏହି ସ୍ଥାନରେ ହେବ ରିଲିଜ

'ଚାରିକାନ୍ଧ'ର ଅବଧି ମାତ୍ର ୩୬ ମିନିଟ ରହିଥିବା ବେଳେ ସାମାଜିକ ବ୍ୟବସ୍ଥାର ଏକ କରୁଣ ଚିତ୍ର ବଖାଣିବ ଚଳଚିତ୍ର। ୩୬ ମିନିଟି ର ଏହି ସିନେମା ଓଡ଼ିଶାର ଭୁବନେଶ୍ୱର, କଟକ ଓ ରାଉଲକେଲା ଏହି ୩ ଟି ସ୍ଥାନରେ ମୁକ୍ତିଲାଭ ହେବାକୁ ଯାଇଛି । ଋତୁପ୍ରିୟା ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହୋଇଥିବା ଓଡ଼ିଆ ସିନେମା 'ଚାରିକାନ୍ଧ' ଏକ ନିଆରା ଇତିହାସ ସହ ବଡ଼ ପରଦାରେ ପ୍ରଦର୍ଶିତ ହେବାକୁ ଯାଉଛି । ଏହି ଫିଲ୍ମଟି ୪୬ ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ଫେଷ୍ଟିଭାଲରେ ଯୋଗଦେଇ ୨୨ ରୁ ଅଧିକ ପୁରସ୍କାର ଲାଭ କରିଛି ।

odia film charikandha
odia film charikandha (ETV Bharat Odisha)

ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ

ଜାପାନର ହୋକ୍କାଇଡୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବର ପ୍ରଦର୍ଶିତ ହୋଇଥିବା ମଧ୍ୟମ ଅବଧି ସିନେମା ବିଭାଗ ‘ଚାରିକାନ୍ଧ’ ସବୁ ଓଡ଼ିଆଙ୍କ ପାଇଁ ଥିଲା ଗର୍ବର ମୁହୂର୍ତ୍ତ । ଏଥିପାଇଁ ମଧ୍ୟମ ଅବଧିର ମାତ୍ର 8ଟି ଚଳଚ୍ଚିତ୍ର ମନୋନୀତ ହୋଇଥିବା ବେଳେ, ଭାରତ ପକ୍ଷରୁ ‘ଚାରିକାନ୍ଧ’ ଏକମାତ୍ର ସିନେମା ଭାବରେ ପ୍ରତିନିଧିତ୍ୱ କରି ପୁରସ୍କୃତ ହୋଇଛି । ସାମ୍ପ୍ରତିକ ସମାଜର ବାସ୍ତବତା ଓ ବାର୍ଦ୍ଧକ୍ୟର ଏକୁଟିଆପଣ ଓ କିଛି ଭିନ୍ନ କଥାକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହୋଇଥିବା ବେଳେ ଏହା ଦର୍ଶକଙ୍କୁ ନିଶ୍ଚୟ ଭଲଲାଗିବ ବୋଲି କହିଛନ୍ତି ପ୍ରଯୋଜକ । ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦେଶନା ଦେଇଛନ୍ତି ବିଶ୍ୱନାଥ ରଥ, ସହ ପ୍ରଯୋଜକ ହେଲେ ସୁପ୍ରିୟା ରାଉତ ଓ ଅଖିଲ ରାଜୁରକର । ଏଥିରେ ଅଭିନେତା ଶକ୍ତି ବରାଳ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

odia film charikandha
odia film charikandha (ETV Bharat Odisha)



ଫିଲ୍ମକୁ ନେଇ ଅଭିନେତା ଶକ୍ତି ବରାଳ କହିଛନ୍ତି, ''ବୟସ୍କ ବାପା ମା'ଙ୍କ ମନରେ ଥିବା କିଛି ଅକୁହା ଦୁଃଖକୁ ନେଇ କାହାଣୀଟି ଗତିଶୀଳ ହୋଇଛି । ଯେଉଁଥିରେ ଭାରତୀୟ ସଂସ୍କୃତି ପରମ୍ପରାରେ ଥିବା ମଣିଷ ଜୀବନର ଶେଷ ଯାତ୍ରାର କଥା କୁହାଯାଇଛି । 'ଚାରିକାନ୍ଧ' ଦେଇ ମସାଣି ଯିବାର ପରମ୍ପରା ଓ ଅସହାୟ ବାପା ମାଆଙ୍କର କରୁଣ କାହାଣୀ ଉପରେ ନିର୍ମିତ । ଏହି ସିନେମାଟି ସାମାଜିକ ପରମ୍ପରାର ଏକ ନିଛକ ଉଦାହରଣବାଦୀ କାହାଣୀକୁ ନେଇ ସୁନ୍ଦର ଏକ ସାମାଜିକ ବାର୍ତ୍ତା ରହିଚି, ଯାହା ଦର୍ଶକଙ୍କ ଭାବବିହ୍ୱଳ କରାଇବା ସହ ବାସ୍ତବ ଜୀବନର କାହାଣୀ ଦେଖାଇବ ।''

ଏହା ମଧ୍ୟ ପଢନ୍ତୁ: ଓଲିଉଡରେ ପ୍ରାନ୍ତିକାଙ୍କ ଡେବ୍ୟୁ, ଫିଲ୍ମର କାହାଣୀ ଓ ଚରିତ୍ର ଉପରୁ ଉଠାଇଲେ ପରଦା


ଏହି ସାମ୍ୱାଦିକ ସମ୍ମିଳନୀରେ ପ୍ରଯୋଜକ ଅତିଶ କୁମାର ରାଉତ, ନିର୍ଦ୍ଦେଶକ ବିଶ୍ୱନାଥ ରଥ, କ୍ରିଏଟିଭ ପବ୍ଲିସିଟି ଡିଜାଇନର ଶ୍ୟାମା ପ୍ରସାଦ ମିଶ୍ରଙ୍କ ସହ ଏଥିରେ ଅଭିନେତା ଶକ୍ତି ବରାଳ, ଶତାବ୍ଦୀ ସୁର୍ଯ୍ୟସ୍ନାତା ,ସୁଶିଲ ମିଶ୍ର, ଗୌରବ ମହାନ୍ତି, ଶିବାନୀ ଖରା, ପ୍ରଭଞ୍ଜନ ମିଶ୍ର, ଋଦ୍ଧି ପରିଡ଼ା, ସୁରୁଚିକା ମହାପାତ୍ର, ନମିତା ସାହୁ, ନିତ୍ୟାନନ୍ଦ ରାଉତ, ରାଜ ଏସ. ପାଢ଼ି, ସୌମ୍ୟ ରଞ୍ଜନ ନାୟକ, ସଂସ୍କୃତି ସ୍ୱାଇଁ, ଏସ. ରାଜେନ୍ଦ୍ର, ସୌମ୍ୟ ଆର୍.ଷଢଙ୍ଗି, ସମ୍ପାଦକ ବୀର କୁମାର ନନ୍ଦ, ସଂଗୀତ ନିର୍ଦେଶକ ଓ କଣ୍ଠଶିଳ୍ପୀ ଅମିତ ଯୁବରାଜ, ସିଙ୍କ ସାଉଣ୍ଡ ଇଞ୍ଜିନିଅର ଦିଲେଶ୍ଵର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ଇଟିଭି ଭାରତ