ETV Bharat / entertainment

ଗଣେଶ ପୂଜାରେ ପରଦାକୁ ଆସିବ ‘ମୋହନ ଗିରି’: ପ୍ରେମ-ପରମ୍ପରା-ପୁନର୍ଜନ୍ମର କହିବ ନୂଆ କାହାଣୀ

ଫିଲ୍ମଟି ଆସନ୍ତା ଗଣେଶ ପୂଜାରେ ବଡ଼ ପରଦାରେ ରିଲିଜ ହେବ । ଏହାର ଅଡିଓ ଓ ଟ୍ରେଲର ରିଲିଜ ହୋଇଛି । ରିପୋର୍ଟ: ଦେବସ୍ମିତା ରାଉତ

Film Poster
ମୋହନଗିରି ଫିଲ୍ମ ପୋଷ୍ଟର (ETV Bharat Odisha)
author img

By ETV Bharat Odisha Team

Published : August 24, 2026 at 1:33 PM IST

2 Min Read
Choose ETV Bharat

ଭୁବନେଶ୍ବର: ପୁନର୍ଜନ୍ମର କାହାଣୀ ସହ ପ୍ରେମ, ପରମ୍ପରା, ରହସ୍ୟକୁ ନେଇ ପରଦାକୁ ଆସୁଛି ଓଡ଼ିଆ ନୂଆ ଫିଲ୍ମ ‘ମୋହନ ଗିରି’ । ଏହି ଗଣେଶ ପୂଜାରେ ଫିଲ୍ମଟି ମୁକ୍ତିଲାଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ଅଡିଓ ଓ ଟ୍ରେଲର ରିଲିଜ ହୋଇଯାଇଛି । ଆଦିବାସୀ ଜନଜାତିଙ୍କର ପୂର୍ବଜନ୍ମର ବିଶ୍ୱାସର କାହାଣୀକୁ ଫିଲ୍ମଟି ଗତିଶୀଳ । ଯାହା ଦର୍ଶକଙ୍କୁ ଛୁଇଁବ ବୋଲି କହିଛନ୍ତି ଫିଲ୍ମର ଅଭିନେତା ଓ ଅଭିନେତ୍ରୀ ।

ପରଦାରେ କମାଲ କରିବେ କି ଅଙ୍କିତା-ସାର୍ଥକ-ହିରଣ୍ମୟଙ୍କ ଯୋଡି ?

ୟୁକେ କ୍ରିଏସନର ଏହା ପ୍ରଥମ ଅବଦାନ ହୋଇଥିବା ବେଳେ ରିୟାଜ୍ ଖାନ୍‌ଙ୍କ ସ୍କ୍ରିନ୍‌ପ୍ଲେ ଓ ନିର୍ଦ୍ଦେଶନାରେ ଫିଲ୍ମଟି ନିର୍ମିତ ହୋଇଛି । ମୁଖ୍ୟ ଚରିତ୍ରରେ ସାର୍ଥକ ରହିଥିବା ବେବେଳେ ଏଥିରେ ଦୁଇ ନାୟିକା ଅର୍ଲିନ୍ ଅଙ୍କିତା ଓ ହିରଣ୍ମୟୀଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ । ତେବେ ଦୁଇ ନାୟିକା ଓ ଜଣେ ନାୟକଙ୍କୁ ନେଇ ଏହି ସିନେମାଟି ପ୍ରସ୍ତୁତ ହୋଇଥିବା ବେଳେ ଏହା ଏକ ପ୍ରେମ କାହାଣୀ । ତ୍ରିକୋଣୀୟ ପ୍ରେମ କାହାଣୀ ନା ଆଉ କିଛି ? ତାହା ଫିଲ୍ମ ଦେଖିବା ପରେହିଁ ଜଣାପଡିବ ।

ମୋହନଗିରି (ETV Bharat Odisha)



ଚଳଚିତ୍ରର କାହାଣୀ ମୀନାରାଣୀ ନାଏକ ରଚନା କରିଥିବା ବେଳେ ସଙ୍ଗୀତରେ ସଜାଇଛନ୍ତି ବୈଦ୍ୟନାଥ ଦାଶ । ଓଡ଼ିଶା ସମେତ ମନାଲିରେ ଚଳଚିତ୍ରର ଗୀତର ସୁଟିଂ ହୋଇଛି ।

ମୋହନଗିରିରେ କାହାକୁ ଦେଖିବାକୁ ମିଳିବ ?

ଏଥିରେ ଚୌଧୁରୀ ବିକାଶ, ଉଷାସୀ ମିଶ୍ର, ଦେବ ପ୍ରଶାନ୍ତ ଭଳି ଅନେକ କଳାକାର ଅଭିନୟ କରିଛନ୍ତି । ପ୍ରେମ, ପରମ୍ପରା ଓ ଭାବନାକୁ କେନ୍ଦ୍ର କରିଥିବା କାହାଣୀ ହୋଇଥିବା ବେବେଳେ ଓଡ଼ିଆ ସିନେମା ଜଗତରେ ଏବେ ଚର୍ଚ୍ଚାରେ ରହିଛି ନୂଆ ଫିଲ୍ମ ‘ମୋହନଗିରି’ ।

ଏଭଳି ଭିନ୍ନ ଧରଣର ସିନେମା ଲୋକଙ୍କୁ ମନୋରଞ୍ଜନର ଏକ ନୂଆ ଦିଶା ଦେବା ସହ ଭଲ ଲାଗିବ ବୋଲି କହିଛନ୍ତି ଅଭିନେତ୍ରୀ ଅର୍ଲିନ ଅଙ୍କିତା

ମଣିଷର ସମ୍ପର୍କ, ଭାବନା, ସଂଘର୍ଷ ଓ ଜୀବନର ଅନେକ ଅକୁହା କଥାକୁ ପରଦାରେ ଦେଖାଇବାକୁ ଚେଷ୍ଟା କରିଛି ଏହି ଚଳଚିତ୍ର । ଫିଲ୍ମର କାହାଣୀ ସହ ଦମଦାର ଅଭିନୟ, ସଙ୍ଗୀତ ମାଧ୍ୟମରେ ଦର୍ଶକଙ୍କୁ ନିଜ ସହ ଯୋଡ଼ିବ ବୋଲି ଆଶା କରାଯାଉଛି । ଓଡ଼ିଆ ସିନେମାରେ ନୂଆ ବିଷୟବସ୍ତୁ ଓ ନୂଆ ପ୍ରୟୋଗକୁ ନେଇ ଦର୍ଶକଙ୍କ ଆଗ୍ରହ ବଢ଼ୁଥିବା ବେଳେ ମୋହନଗିରି ଦର୍ଶକଙ୍କ ଆଶାକୁ କେତେଦୂର ପୂରଣ କରୁଛି, ତାହା ଫିଲ୍ମ ରିଲିଜ୍ ପରେ ହିଁ ସ୍ପଷ୍ଟ ହୋଇପାରିବ ।

ଫିଲ୍ମର ମୁଖ୍ୟ ଅଭିନେତା ସାର୍ଥକ ନାୟକ କହିଛନ୍ତି, ‘ପୁନର୍ଜନ୍ମ ଓ ପ୍ରେମ କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ । ଏହା ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ । ଆସନ୍ତା ଗଣେଶ ପୂଜାରେ ଫିଲ୍ମଟି ରିଲିଜ ହେବାକୁ ଯାଉଛି ।’

ଏହାମଧ୍ୟ ପଢନ୍ତୁ:

ଗଣେଶ ପୂଜାରେ ଧମାକା କରିବ ‘ଦଣ୍ଡକାଳୀ-ଦ ଫ୍ଲେମ୍ ଅଫ ଜଷ୍ଟିସ’ , ରିଲିଜ ହେଲା ଫିଲ୍ମ ଟିଜର୍

'ପଶାପାଲି'-ଖେଳ ରାଜନୀତିର ପୋଷ୍ଟର ରିଲିଜ, କାଳୀ ରୂପ ଧରି ଆକ୍ସନ ସିକ୍ବେନ୍ସରେ ନଜର ଆସିବେ ଶ୍ରୀମୟୀ

ପ୍ରଥମ ଥର ପାଇଁ ଓଡ଼ିଆ ସିନେମାରେ ଅଭିନୟ କରିବେ ବଲିଉଡ ଅଭିନେତା ସଞ୍ଜୟ ମିଶ୍ରା, ଏହି ଚଳଚ୍ଚିତ୍ରରେ ଆସିବେ ନଜର

ଇଟିଭି ଭାରତ, ଭୁବନେଶ୍ବର