ETV Bharat / entertainment

୫୦ଦିନରେ 'ମନ୍ତ୍ର ମୁଗ୍ଧ'; ଟିମର ସେଲିବ୍ରେସନ, ନୂଆ ଫିଲ୍ମ 'ଦାହାନ' ଘୋଷଣା କଲେ ଅନୁପମ

ଓଡ଼ିଆ ଫିଲ୍ମ 'ମନ୍ତ୍ର ମୁଗ୍ଧ' ରିଲିଜର ୫୦ଦିନ ସଫଳତାର ସହ ପୂରଣ କରିଛି । ଟିମ ପକ୍ଷରୁ ସେଲିବ୍ରେସନ୍। ଦର୍ଶକଙ୍କୁ କୃତଜ୍ଞତା ଜଣାଇବା ସହ ନୂଆ ଫିଲ୍ମ 'ଦାହାନ' ଘୋଷଣା କଲେ ଅନୁପମ ପଟ୍ଟନାୟକ।

mantra muugdha 50 day celebration anupam patnaik announced new film dahan
୫୦ଦିନ 'ମନ୍ତ୍ର ମୁଗ୍ଧ'; ଟିମର ସେଲିବ୍ରେସନ, ନୂଆ ଫିଲ୍ମ 'ଦାହନ' ଘୋଷଣା କଲେ ଅନୁପମ (ETV Bharat Odisha)
author img

By ETV Bharat Entertainment Team

Published : June 21, 2026 at 3:20 PM IST

2 Min Read
Choose ETV Bharat

ଭୁବନେଶ୍ୱର: ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ 'ମନ୍ତ୍ର ମୁଗ୍ଧ' ମେ 1ରେ ରିଲିଜ ହୋଇଥିଲା । ଏହି ଫିଲ୍ମ ରିଲିଜ ପର ଠାରୁ ଫ୍ୟାନ୍ସଙ୍କ ମନ ଜିତିଆସୁଛି । ଫଳରେ ଏହା ରିଲିଜର 50 ଦିନରେ ପହଞ୍ଚିଛି । ଏହା ବେଶ ଲୋକପ୍ରିୟତା ହାସଲ କରିବା ସହ ଥିଏଟରରେ ନିଜର ଜଲୱା ଜାରି ରଖିଛି । ଏହି ଅବସରରେ ପୁରା ଟିମର ଫିଲ୍ମର ଏହି ସଫଳତାକୁ ସେଲିବ୍ରେସନ କରିଛନ୍ତି । ଏହା ସହ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଆଗାମୀ ଫିଲ୍ମର ଘୋଷଣା କରିଛନ୍ତି । ଫିଲ୍ମର ରିଲିଜ ଓ କାହାଣୀ ମଧ୍ୟ ଖୁଲାସା କରିଛନ୍ତି ।

mantra muugdha 50 day celebration anupam patnaik announced new film dahan (ETV Bharat Odisha)

'ମନ୍ତ୍ର ମୁଗ୍ଧ' ରିଲିଜର ୫୦ଦିନ

'ମନ୍ତ୍ର ମୁଗ୍ଧ' ସଫଳତା ନେଇ ଅନୁପମ ପଟ୍ଟନାୟକ ଦର୍ଶକ ଓ ସମସ୍ତ ଟିମକୁ ଶ୍ରେୟ ଦେଇଛନ୍ତି । ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ଏବଂ ଟିମ୍ ଙ୍କୁ ପ୍ରଯୋଜନା ସଂସ୍ଥା ତରଫରୁ ଶ୍ରେୟ ଦିଆଯାଇଛି । କାର୍ଯ୍ୟନିର୍ବାହୀ ଅଧିକାରୀ ଗୋପାଳ ଚନ୍ଦ୍ର ଘଡ଼ାଇ, ଏବଂ ଟେକ୍ନୋଆର୍ଟ ପ୍ରଡ଼କସନ ଟିମ୍ ର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ମନ୍ତ୍ରମୁଗ୍ଧ ଆଜି ସଫଳତା ପାଇଛି ବୋଲି କହିଛନ୍ତି । ଏଥିସହ ସେ ଦର୍ଶକଙ୍କ ଭଲପାଇବା ଏହା ସମ୍ବବପର ହୋଇଥିବାରୁ ଦର୍ଶକହ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିସହ ସେ କହିଛନ୍ତି ଯେ ଏହି ସିନେମା ରାଜ୍ୟର ସମସ୍ତଙ୍କ ପାଖରେ ପହଞ୍ଚୁ । ଯେଉଁ ସ୍ଥାନରେ ସିନେମା ହଲ୍ ନାହିଁ ସେଠାରେ ସ୍ପେଶାଲ ସ୍କ୍ରିନିଂ କରାଯାଇ ଲୋକଙ୍କୁ ଫିଲ୍ମ ଦେଖାଇବେ ।

mantra muugdha 50 day celebration
mantra muugdha 50 day celebration (ETV Bharat Odisha)

ସେହିପରି ଭୂମିକା ଦାଶ କହିଛନ୍ତି, ''ଫିଲ୍ମ 50 ଦିନ ପୂରଣ କରିବା ଏହା ଏକ ଇମୋସନ । ଲୋକେ ଏହାକୁ ସେଲିବ୍ରେଟ କରିଛନ୍ତି । ରଜ ନତାଇ ମଧ୍ୟ ଫିଲ୍ମ ଥିଏଟରରେ 50 ଦିନ ପୂରଣ କରିବା ଏକ ବହୁତ ବଡ଼ କଥା । ଲୋକେ ଫିଲ୍ମକୁ ବହୁତ ଉପବୋଗ କରିଛନ୍ତି ବେ୍ଶ ଭଲପାଇବା ଦେଇଛନ୍ତି । ଯାହା ଆମ ପାଇଁ ବହୁତ ବଡ଼ କଥା । ଏମିତି ଲୋକେ ଭଲପାଇବା ଓ ଆସୀର୍ବାଦ କରନ୍ତୁ ଆଗାମୀ ଦିନରେ ଆହୁରି ଭଲ ଓଡ଼ିଆ ଫିଲ୍ମ ନେଇକି ଆସିବୁ ।''

mantra muugdha 50 day celebration
mantra muugdha 50 day celebration (ETV Bharat Odisha)

ନୂଆ ଫିଲ୍ମ 'ଦାହାନ' ଘୋଷଣା

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅନୁପମ ପଟ୍ଟନାୟକ ଏହି ସୟରେ ତାଙ୍କ ଆଗାମୀ ଫିଲ୍ମ ବିଷୟରେ କହିଛନ୍ତି । ସେ କହିଛନ୍ତି, ''ଆଗାମୀ ଫିଲ୍ମ ଦାହାନ ଆସିବାକୁ ଯାଉଛି । ମନ୍ତ୍ର ମୁଗ୍ଧର କାହାଣୀ ହରର୍ ସହ କମେଡି ଭରା ଥିଲା । କିନ୍ତୁ ଦାହାନ ପୁରା ହରର୍ ରହିବ । ଏହି ଫିଲ୍ମ ଚଳିତ ବର୍ଷ ହିଁ ଆସିବାକୁ ଯାଉଛି । ଖୁବଶୀଘ୍ର ଆମେ ଏହାରୁି ରିଲିଜ ତାରିଖ ଘୋଷଣା କରିବୁ । ଯେପରି ମନ୍ତ୍ର ମୁଗ୍ଧ ଲୋକଙ୍କ ମନ ଜିତିଛି । ସେପରି ଏହି ଫିଲ୍ମ ମଧ୍ୟ ଲୋକଙ୍କୁ ହୃଦୟକୁ ଛୁଇଁବ ।''

mantra muugdha 50 day celebration
mantra muugdha 50 day celebration (ETV Bharat Odisha)

'ମନ୍ତ୍ର ମୁଗ୍ଧ' ଫିଲ୍ମ ବିଷୟରେ କହିବାକୁ ଗଲେ, ଫିଲ୍ମକୁ ଅନୁପମ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି । ପ୍ରଣବ ରଥ ସଂଳାପ ରଚନା କରିଛନ୍ତି । ଅତିରିକ୍ତ ଚିତ୍ରନାଟ୍ୟ ଓ ସଂଳାପ ରଚନାରେ ଦାୟିତ୍ଵ ନିର୍ବାହ କରିଛନ୍ତି ନିଶାନ୍ତ ମାଝିଠିଆ । 'ମନ୍ତ୍ରମୁଗ୍ଧ' ର ସଙ୍ଗୀତକୁ ସଜେଇଛନ୍ତି 5 ଜଣ ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ,ଅନୁରାଗ ପଟ୍ଟନାୟକ, ସଂଗୀତ ପଟ୍ଟନାୟକ, ଅନୁରାଗ ପଣ୍ଡା ଓ ରୌମ୍ୟ ରାଜ ପ୍ରଧାନ । ଏହି ଫିଲ୍ମରେ ଅଭିନେତ୍ରୀ ସୂର୍ଯ୍ୟମୟୀ, ସନୋଜ, ମନ୍ମୟ ଦେ, ସାର୍ଥକ ଭରଦ୍ୱାଜ, ଦ୍ଵିପାନ୍ଵିତ ଦାସ ମହାପାତ୍ର, ଭୂମିକାଙ୍କ ସମେତ ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମାଝିଠିଆ, ସୋମା ହୋତା ଓ ଭକ୍ତି ଦାସ, ପିହୁ ମହାପାତ୍ର ଓ ଡିଜିଟାଲ କ୍ରିଏଟର ମିଷ୍ଟର ରାଉତ ଅଭିନୟ କରିଛନ୍ତି ।'ମନ୍ତ୍ର ମୁଗ୍ଧ' ଚଳଚ୍ଚିତ୍ର ସହିତ ପ୍ରଥମ ଥର ପାଇଁ ଭୂମିକା ଦାଶ ପ୍ରଯୋଜନା ସଂସ୍ଥା ସହ ଯୋଡ଼ି ହୋଇଥିବା ବେଳେ ସୂର୍ଯ୍ୟମୟୀ, ସନୋଜ କୁମାର, ନିଶାନ୍ତ ମାଝିଠିଆ ଓ ମନ୍ମୟ ଦେ ଏହି ଫିଲ୍ମ ଜରିଆରେ ଅନୁପମଙ୍କ ସହ ଦ୍ୱିତୀୟ ଥର କାମ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

30 ଦିନରେ 'ମନ୍ତ୍ର ମୁଗ୍ଧ' ଜଲୱା ଜାରି, କଲାଣି ଏତେ କଲେକ୍ସନ

ବକ୍ସ ଅଫିସରେ 'ମନ୍ତ୍ର ମୁଗ୍ଧ' କ୍ରେଜ; 15 ଦିନରେ 3 କୋଟି ପାର୍, ଦର୍ଶକଙ୍କୁ କୃତଜ୍ଞତା ଜଣାଇଲେ ଅନୁପମ

ପରଦାରେ 'ମନ୍ତ୍ର ମୁଗ୍ଧ'; ପ୍ରଥମ ଦିନରେ ହାଉସପୁଲ୍ ଶୋ', ଫିଲ୍ମ ଦେଖି ଏମିତି କହିଲେ ଦର୍ଶକ

ଇଟିଭି ଭାରତ, ଭୁବନେଶ୍ୱର