ETV Bharat / entertainment

ବାଦ ବିବାଦ ପରେ ପରଦାକୁ ଆସୁଛି 'ମହାପ୍ରଭୁ ଜଗନ୍ନାଥ' ଫିଲ୍ମ, ଏହି ଦିନ ହେବ ରିଲିଜ

ଅପେକ୍ଷାର ହେବ ଅନ୍ତ । ବହୁ ବାଦ ବିବାଦ ପରେ ଶେଷରେ ପରଦାକୁ ଆସିବାକୁ ଯାଉଛି ଆନିମେଟେଡ ଫିଲ୍ମ 'ମହାପ୍ରଭୁ ଜଗନ୍ନାଥ' । ଫିଲ୍ମର ରିଲିଜ ତାରିଖ ଅଫିସିଆଲ୍ ଘୋଷଣା । ଜାଣନ୍ତୁ କେବେ?

MAHAPRABHU JAGANNATH
MAHAPRABHU JAGANNATH (poster)
author img

By ETV Bharat Entertainment Team

Published : August 30, 2026 at 11:04 AM IST

2 Min Read
Choose ETV Bharat

ହାଇଦ୍ରାବାଦ: ଶେଷରେ ଅପେକ୍ଷାର ହେଲା ଅନ୍ତ । ବହୁ ବାଦ ବିବାଦ ପରେ ପରଦାକୁ ଆସିବାକୁ ଯାଉଛି ଆନିମେଟେଡ ଫିଲ୍ମ 'ମହାପ୍ରଭୁ ଜଗନ୍ନାଥ' । ଫିଲ୍ମ ଟ୍ରେଲର ରିଲିଜ ପରେ ବିବାଦ ଉପୁଜିଥିଲା । ମହାପ୍ରଭୁ ଜଗନ୍ନାଥଙ୍କୁ କାର୍ଟୁନ ଚିତ୍ରଣ କରିଥିବା ନେଇ ବାବଦ ବିବାଦ ହୋଇଥିଲା । ସୁପ୍ରିମକୋର୍ଟ ଯାଏଁ ପହଞ୍ଚିଥିଲା ମାମଲା । ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟ ଫିଲ୍ମ ବ୍ୟାନ୍ କରିବାକୁ ମନା କରିଥିବା ବେଳେ ବର୍ତ୍ତମାନ ନିର୍ମାତା ଫିଲ୍ମର ରିଲିଜ ତାରିଖ ଅଫିସିଆଲ ଘୋଷଣା କରିଛନ୍ତି । ନିର୍ମାତା ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ଏହି ଘୋଷଣା କରିଛନ୍ତି ।

ଏହି ଦିନ ପରଦାକୁ ଆସୁଛି ଫିଲ୍ମ

ନିର୍ମାତା ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ''ଏହି ଶୁକ୍ରବାର ଦିନ ପ୍ରେକ୍ଷାଳୟରେ କିଛି ବଡ଼ କଥା ଆସୁଛି । ବଡ଼ ପରଦାରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅନୁଭବ କରିବାକୁ ପ୍ରସ୍ତୁତ ହୁଅନ୍ତୁ । ସେପ୍ଟେମ୍ବର ୪ ରେ ସିନେମା ଘରେ ମହାପ୍ରଭୁ ଜଗନ୍ନାଥଙ୍କ ମହାନ ଆନିମେଟେଡ୍ ଦୃଶ୍ୟ ଅନୁଭବ କରନ୍ତୁ । ହିନ୍ଦୀ, ଓଡ଼ିଆ, ତେଲୁଗୁ ଭାଷାରେ ହେବ ରିଲିଜ । ଶୀଘ୍ର ଆପଣଙ୍କର ଅଭିଜ୍ଞତା ବୁକ୍ କରନ୍ତୁ ।''

କାହିଁକି ହୋଇଥିଲା ବିବାଦ ?

ଚଳଚ୍ଚିତ୍ରର ଟ୍ରେଲର ଏବଂ ପ୍ରଭୁ ଜଗନ୍ନାଥଙ୍କ ଚିତ୍ରଣକୁ ନେଇ ଆପତ୍ତିରୁ ଏହି ବିବାଦ ଉପୁଜିଥିଲା । କିଛି ସାମାଜିକ ଏବଂ ଧାର୍ମିକ ସଂଗଠନ ଅଭିଯୋଗ କରିଛନ୍ତି ଯେ ଚଳଚ୍ଚିତ୍ରରେ ପ୍ରଭୁ ଜଗନ୍ନାଥଙ୍କ ଚିତ୍ରଣ ଏବଂ ତାଙ୍କ ସହିତ ଜଡିତ ପରମ୍ପରା ଧାର୍ମିକ ବିଶ୍ୱାସ ସହିତ ମେଳ ଖାଉନାହିଁ । ସେମାନେ ଯୁକ୍ତି ଦର୍ଶାଇଛନ୍ତି ଯେ ଏପରି ଚିତ୍ରଣ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବନାକୁ ଆଘାତ ଦେଇପାରେ । ଆବେଦନକାରୀମାନେ ଏହା ମଧ୍ୟ ଯୁକ୍ତି ଦର୍ଶାଇଛନ୍ତି ଯେ ରଥଯାତ୍ରା ଭଳି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଧାର୍ମିକ ଅବସରରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପ୍ରତିବାଦ ସୃଷ୍ଟି କରିପାରେ ଏବଂ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପାରେ । ଏହି ଆଧାରରେ ଓଡ଼ିଶା ହାଇକୋର୍ଟରେ ଚଳଚ୍ଚିତ୍ରର ମୁକ୍ତିଲାଭରେ ରୋକ୍ ଲଗାଇବାକୁ ଆବେଦନ ଦାଖଲ କରାଯାଇଥିଲା । ଏହା ପରେ ଚଳଚ୍ଚିତ୍ର ପ୍ରଯୋଜକମାନେ ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରିଲିଜ ବିରୋଧରେ ଓଡ଼ିଶା ସରକାରଙ୍କ ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ ଏବଂ ଫିଲ୍ମ ରିଲିଜ ବ୍ୟାନ୍ କରିବାକୁ ପ୍ରତ୍ୟାଖ୍ୟାନ କରିଥିଲେ । କହିଥିଲେ ଯେ ଦେଶରେ ସୃଜନଶୀଳତା ବୃଦ୍ଧି ପାଉଛି ଏବଂ ଆନିମେସନ୍ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ।

'ମହାପ୍ରଭୁ ଜଗନ୍ନାଥ' ଫିଲ୍ମ ବିଷୟରେ କହିବାକୁ ଗଲେ, ପ୍ରଭୁ ଜଗନ୍ନାଥଙ୍କ ଉପରେ ଏହା ପ୍ରଥମ ଆନିମେଟେଡ୍ ଫିଚର ଫିଲ୍ମ । ଏହା ଓଡ଼ିଆ ସମେତ ହିନ୍ଦୀ ଓ ତେଲୁଗୁ ଭାଷାରେ ରିଲିଜ ହେବ । ଏହି ଚଳଚ୍ଚିତ୍ରଟି ଶ୍ରୀପଦ୍ ୱାର୍କେଡକରଙ୍କ ଦ୍ୱାରା ନିର୍ଦ୍ଦେଶିତ । ଚିତ୍ରନାଟ୍ୟ ଏବଂ ସଂଳାପଗୁଡିକ ପଲ୍ଲବୀ ଶର୍ମାଙ୍କ ଦ୍ୱାରା ଲେଖାଯାଇଛି ଏବଂ ଅବୀରଲ କୁମାର ତାଙ୍କ ମ୍ୟୁଜିକାଲ୍ ସ୍କୋର ସହ ଆନିମେସନରେ ଏକ ନୂଆ ସ୍ତର ଯୋଡିଛନ୍ତି । ଏହି ଚଳଚ୍ଚିତ୍ରଟି ଦୁର୍ଗା ପ୍ରସାଦ ଦଲାଇଙ୍କ ଦ୍ୱାରା ଇଲେ ଆନିମେସନ୍ସ ପ୍ରାଇଭେଟର ବ୍ୟାନରରେ ନିର୍ମିତ । ପାରିବାରିକ ମନୋରଞ୍ଜନ ପାଇଁ ନିର୍ମିତ ଏବଂ ପ୍ରଭୁ ଜଗନ୍ନାଥଙ୍କ ପରମ୍ପରା ଉପରେ ଆଧାରିତ ଏକ ଭକ୍ତି କାହାଣୀ ସହ ଆନିମେସନ୍ ମିଶ୍ରଣ କରୁଥିବା ଏହି ଫିଲ୍ମ ।

ଏହା ମଧ୍ୟ ପଢନ୍ତୁ:

'ମହାପ୍ରଭୁ'ଙ୍କୁ ଦେଖିଲେ କୋଳେଇ ନେବାକୁ ମନ ହୁଏ: ପ୍ରାଚୀ ସାଥୀ

Exclusive: ମହାପ୍ରଭୁ ଜଗନ୍ନାଥ ଫିଲ୍ମ: ବିବାଦରୁ କାଠଗଡା...ଚ୍ୟାଲେଞ୍ଜିଂ ବେଳେ ସାହା ହୋଇଥିଲେ ମଣିମା

ମହାପ୍ରଭୁଙ୍କୁ ନେଇ ନିର୍ମିତ କାର୍ଟୁନ୍ ଚଳଚ୍ଚିତ୍ର ରିଲିଜକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯିବା ଉଚିତ୍: ଜଗତଗୁରୁ ଶଙ୍କରାଚାର୍ଯ୍ୟ

'ମହାପ୍ରଭୁ ଜଗନ୍ନାଥ' ଫିଲ୍ମ ବିବାଦ; ରାଜ୍ୟ ସରକାରଙ୍କ ବଡ ବୈଠକ, ଖୁବଶୀଘ୍ର ସମାଧାନ ହେବା ନେଇ ଆଶା ପ୍ରକାଶ କଲେ ଗଜପତି ମହାରାଜା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ