ଦଶହରାରେ ଆସୁଛି ମନୋଜ ମିଶ୍ରଙ୍କ ‘AWM’, ‘ଲୋହିତାକ୍ଷ’ ସହ ବଲିଉଡରେ ଡେବ୍ୟୁ କରିବେ ଭୂପିନ୍ଦର
‘AWM–ଆଗ୍ନେୟ ୱେଡ୍ସ ମିନଲ୍’ ସହ ଦଶହରା ସିନେ ରେସ୍ରେ ଏଣ୍ଟ୍ରି କରିଛନ୍ତି ମନୋଜ ମିଶ୍ର । ସେପଟେ ‘ଲୋହିତାକ୍ଷ’ ସହ ନିର୍ଦ୍ଦେଶକ ଭାବେ ବଲିଉଡରେ ଡେବ୍ୟୁ କରିବେ ଭୂପିନ୍ଦର । ରିପୋର୍ଟ: ଦେବସ୍ମିତା ରାଉତ

Published : October 11, 2026 at 2:44 PM IST
ଭୁବନେଶ୍ବର: ଦଶହରା ବଜାରରେ ଏଣ୍ଟ୍ରି କରୁଛି ମନୋଜ ମିଶ୍ରଙ୍କ ଭିନ୍ନ ସ୍ୱାଦର ସିନେମା ‘AWM – ଆଗ୍ନେୟ ୱେଡ୍ସ ମିନଲ୍’ । ଗତକାଲି ଭୁବନେଶ୍ବରରେ ଏହାର ଟ୍ରେଲର ଓ ମ୍ୟୁଜିକ୍ ରିଲିଜ୍ ହୋଇଯାଇଛି । ଏହା ସହିତ ସସପେନ୍ସ ମର୍ଡର ମିଷ୍ଟ୍ରି କାହାଣୀ ନେଇ ଭୂପିନ୍ଦରଙ୍କ ନିର୍ଦ୍ଦେଶିତ ସିନେମା ‘ଲୋହିତାକ୍ଷ’ର ପୋଷ୍ଟର ଓ ଟିଜର୍ ଉନ୍ମୋଚନ ହୋଇଯାଇଛି । ସେପଟେ ‘ଲୋହିତାକ୍ଷ’ ସହ ନିର୍ଦ୍ଦେଶକ ଭାବେ ବଲିଉଡରେ ଡେବ୍ୟୁ କରିବେ ଭୂପିନ୍ଦର । ଏହି ସିନେମାରେ ବିଶିଷ୍ଟ ବଲିଉଡ୍ ଅଭିନେତା ତଥା ମହାଭାରତରେ ଦୁର୍ଯୋଧନ ଭୂମିକାରୁ ଲୋକପ୍ରିୟତା ହାସଲ କରିଥିବା ପୁନିତ ଇସାର୍ଙ୍କ ପୁଅ ସିଦ୍ଧାନ୍ତ ଇସାର୍ ଲିଡ୍ ରୋଲ୍ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି ।
‘AWM – ଆଗ୍ନେୟ ୱେଡ୍ସ ମିନଲ୍’:
"ମଣିଷର ପ୍ରକୃତ ପରିଚୟ ତା’ର ଶାରୀରିକ ସାମର୍ଥ୍ୟର ମାପଦଣ୍ଡ ନୁହେଁ ବରଂ ତା’ର ମନୋବଳ ଉପରେ ନିର୍ଭର କରେ," ଏହି ବାର୍ତ୍ତା ସହ ଦଶହରାରେ ପରଦାକୁ ଆସିବ ଓଡ଼ିଆ ଫିଲ୍ମ ‘AWM – ଆଗ୍ନେୟ ୱେଡ୍ସ ମିନଲ୍’ । ଅଭିନେତା ମନୋଜ ମିଶ୍ରଙ୍କ ବହୁ ପ୍ରତିକ୍ଷିତ ଏହି ନିଆରା କାହାଣୀରେ ଜଣେ ଭିନ୍ନକ୍ଷମଙ୍କ ଜୀବନ ସଂଘର୍ଷର କାହାଣୀ ଚିତ୍ରିିତ ହୋଇଛି । ବାସ୍ତବ ଜୀବନ ଦମ୍ପତିଙ୍କ ଅନୁଭୂତିରୁ ପ୍ରେରିତ ଏହି ଚଳଚ୍ଚିତ୍ର, ଦଶହରାରେ ଦର୍ଶକଙ୍କୁ ମନୋରଞ୍ଜନ ସହ ନିଆରା ଏକ ଅନୁଭୂତିକୁ ସାଉଁଟିବାରେ ସାହାଯ୍ୟ କରିବ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି ।
କାଷ୍ଟ ଓ କ୍ୟୁ:
ଆଗ୍ନେୟ ଭୂମିକାରେ ମନୋଜ ମିଶ୍ର ଓ ମିନଲ ଭୂମିକାରେ ଅଛନ୍ତି ଅଭିନେତ୍ରୀ ଅର୍ଲିନ୍ ଅଙ୍କିତା । ରିଷଭ ଅଗ୍ରୱାଲଙ୍କ ନିର୍ଦ୍ଦେଶନାରେ ଏବଂ ମନୋଜ ମିଶ୍ର, ମମତା ନନ୍ଦ, ଜଗନ ମହାନ୍ତ, ଫୋରମ୍ ରିଷଭ ଅଗ୍ରୱାଲ ଓ ପ୍ରଶାନ୍ତ ବେହେରାଙ୍କ ପ୍ରଯୋଜନାରେ ନିର୍ମିତ ହୋଇଛି ‘AWM’ । ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ବୈରାଗୀ ଦେଇଥିବା ବେଳେ ସିନେମାରେ ମୋଟ ୪ଟି ଗୀତ ରହିଛି । ଏଥିରେ ‘ହୃଦୟର ଲଫାପା’ ଗୀତରେ ନକ୍ଶ ଅଜିଜ୍ ଓ ଅନନ୍ୟା ଶ୍ରୀତମ ନନ୍ଦ କଣ୍ଠଦାନ କରିଥିବା ବେଳେ ‘ତୁଇ ମୋର ଆଉ’ ଗୀତରେ ମଧ୍ୟ ନକ୍ଶ ଅଜିଜ୍ ଓ ଅନନ୍ୟା ଶ୍ରୀତମ ନନ୍ଦଙ୍କ ସ୍ୱର ରହିଛି । ଏହାସହ ଟିଜରରେ ଶାନ୍ଙ୍କ କଣ୍ଠରେ ଗୀତ ଶୁଣିବାକୁ ମିଳିଛି ଏବଂ ଅମର ଦାସ ଓ ସତ୍ୟଜିତ ଜେନାଙ୍କ ଭଳି କଣ୍ଠଶିଳ୍ପୀ ମଧ୍ୟ ଫିଲ୍ମର ସଙ୍ଗୀତରେ କଣ୍ଠଦାନ କରିଛନ୍ତି ।
ଏହି ସିନେମାରେ କଣ୍ଠଦାନ କରି ବେଶ୍ ଉତ୍ସାହିତ ଅଛନ୍ତି ଅନନ୍ୟା ଶ୍ରୀତମ ନନ୍ଦ । ସିନେମାରେ 2ଟି ଗୀତରେ କଣ୍ଠଦାନ କରିଛନ୍ତି । ସିନେମାରେ ବହୁ ସୁନ୍ଦର ସୁନ୍ଦର ଗୀତ ରହିଛି । ବିଭିନ୍ନ ଭାଷାରେ ସଙ୍ଗୀତ ରେକର୍ଡ଼ କରାଯାଇଛି ବୋଲି ସେ କହିଛନ୍ତି ।
‘AWM – ଆଗ୍ନେୟ Weds ମିନଲ୍’ ନିହାତି ଦର୍ଶକଙ୍କୁ ଏହା ସଚେତନତା ସହ ସମ୍ପର୍କର ମୂଲ୍ୟକୁ ବୁଝାଇବା ବୋଲି କହିଛନ୍ତି ମନୋଜ ମିଶ୍ର । ଏଥିରେ ଉଷସୀ ମିଶ୍ର, ଶକ୍ତି ବରାଳ, ଆକାଶ, ପି. ସୀମା, ସ୍ୱାଗତ ମହାପାତ୍ର ଓ ମିଲନ ଓ ସଞ୍ଜୟ ମହାପାତ୍ରଙ୍କ ସମେତ ଅନ୍ୟ କଳାକାରମାନେ ମଧ୍ୟ ଅଭିନୟ କରିଛନ୍ତି । ମନୋରଞ୍ଜନ ସହ ଏକ ସାମାଜିକ ବାର୍ତ୍ତା ଦେବାକୁ ଲକ୍ଷ୍ୟ ରଖିଛି ଏଥିରେ ବୋଲି ମଧ୍ୟ ସେ କହିଛନ୍ତି ।
ଏହି ସିନେମାରେ ଉଷାସୀ ମିଶ୍ର ଏକ ବଳିଷ୍ଠ ଭୂମିକାରେ ନଜର ଆସିବେ । ସିନେମାଟି ତାଙ୍କ ଚରିତ୍ର ସହିତ ଗତିଶୀଳ ହୋଇଛି ବୋଲି ସେ କହିଛନ୍ତି ।
ଲୋହିତାକ୍ଷ:
ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କଳାକାର ପୁନିତ ଇଶାରଙ୍କ ପୁତ୍ର ସିଦ୍ଧାନ୍ତ ଇଶାର ଏହି ଚଳଚ୍ଚିତ୍ର ମାଧ୍ୟମରେ ସିନେମା ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଯାଉଛନ୍ତି । ଅଭିନେତା ଭୂପିନ୍ଦର ଏହି ବଲିଉଡ ଚଳଚ୍ଚିତ୍ର ଲୋହିତାକ୍ଷରେ ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବେ ଭୂମିକା ନିର୍ବାହ କରିଛନ୍ତି । ଜଣେ ଓଡ଼ିଆ ପ୍ରଯୋଜକଙ୍କ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନେତା ସିଦ୍ଧାନ୍ତ ମୁଖ୍ୟ ଭୂମିକାରେ ଡେବ୍ୟୁ କରୁଛନ୍ତି । ଭୁବନେଶ୍ୱରରେ ଏହାର ପୋଷ୍ଟର ଓ ଟିଜର୍ ଉନ୍ମୋଚନ ହୋଇଯାଇଛି । ସସପେନ୍ସ ମର୍ଡର ମିଷ୍ଟ୍ରିକୁ ନେଇ କାହାଣୀ ଗତିଶୀଳ ହୋଇଛି । ତାଙ୍କ ସହିତ ବଲିଉଡ ଅଭିନେତ୍ରୀ ଅପସରା, ବଲିଉଡ କଳାକାର କମଲେଶ ସାୱନ୍ତ, ସୁକୁମାର ଟୁଡୁ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।
ଓଡ଼ିଶା ଉପରେ ପର୍ଯ୍ୟବେଶିତ ବଲିଉଡ୍ ଫିଲ୍ମ:
ଓଡ଼ିଶାର ମାଟି ପାଣି ପବନର କାହାଣୀ ଅର୍ଥାତ କଟକର କିଛି ଅପରାଧିକ କାହାଣୀ ସହ ଭୁବନେଶ୍ୱରର ପଟିଆ ଓ କ୍ଲବିଂ ଦୁନିଆ ଏହି ସିନେମାରେ ପ୍ରଦର୍ଶିତ ହୋଇଛି । ଏହି ସିନେମାରେ ୯୦ ପ୍ରତିଶତ ଓଡ଼ିଆ କଳାକାର ଅଭିନୟ କରିଛନ୍ତି । ତେଣୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଶାର କାହାଣୀ ସାରା ଭାରତ ଭୂପିନ୍ଦର । ପ୍ରଥମ ଓଡ଼ିଆ ନିର୍ଦେଶକ ଭାବେ ସେ ବଲିଓଡ଼ ରେ ସିନେମା କରିଥିବା ବେଳେ ଆମର ଏହି ନୂଆ ପ୍ରୟାସ ଦର୍ଶକଙ୍କୁ ଭଲ ଲାଗିବ ବୋଲି କହିଛନ୍ତି । ଏହା ସହିତ ଅନେକ ଓଡ଼ିଆଙ୍କୁ ବଲିଉଡରେ ପହଞ୍ଚାଇବା ପାଇଁ ସେ ଏକ ବଡ଼ ପ୍ରୟାସ ବୋଲି ଭୂପିନ୍ଦର କହିଛନ୍ତି ।
ରିବେ ଗଣ ବିକାଶ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ଲୋହିତାକ୍ଷ ଚଳଚ୍ଚିତ୍ର ମର୍ଡର ମିଷ୍ଟ୍ରି ଉପରେ ଆଧାରିତ ହୋଇଥିବା ବେଳେ ଏହାର ଚିତ୍ରନାଟ୍ୟ ରଚନା, ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଭୂପିନ୍ଦର। ଆଙ୍କରିଂରୁ କ୍ୟାରିୟର ଆରମ୍ଭ କରିଥିବା ଭୂପିନ୍ଦର ଆଜି ବଲିଉଡ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଓ ପ୍ରଯୋଜକ ଭାବେ ନିଜର ପ୍ରତିଭା ଦେଖାଇଛନ୍ତି । ଓଡ଼ିଆ ସିନେମା ପାଇଁ ଏକ ନୂଆ ଦିଶା ଦେଖାଇଛନ୍ତି । ଅନେକ ହିଟ୍ ମ୍ୟୁଜିକ୍ ଭିଡିଓ ଓ ଚଳଚ୍ଚିତ୍ରର ନାୟକ ଭୂପିନ୍ଦର ଶୁଭ ବିବାହ, ଜଗୁ ଅଟୋ ବାଲା ଭଳି ଅନେକ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜନା ପରେ ଏବେ ପ୍ରଥମଥର ପାଇଁ ନିର୍ଦ୍ଦେଶନା ଭାର କାନ୍ଧେଇଛନ୍ତି । ତାଙ୍କ କ୍ୟାରିୟରର ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ବଲିଉଡର ବହୁତ ବଡ଼ ବଡ଼ ଆର୍ଟିଷ୍ଟମାନଙ୍କୁ ନେଇ ଏକ ବଲିଉଡ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।
ଲୋହିତାକ୍ଷ ଚଳଚ୍ଚିତ୍ରର କାହାଣୀ ଦୀପାଳି ଦେବସ୍ମିତା ଦାଶ ଲେଖିଛନ୍ତି । ସିନେମାଟି ଦର୍ଶକଙ୍କ ଖୁବ୍ ପସନ୍ଦ ଆସିବ ବୋଲି ସେ କହିଛନ୍ତି । ଚିତ୍ରନାଟ୍ୟ, ପ୍ରଯୋଜନା ସହିତ ନିର୍ଦ୍ଦେଶନା ଦେଇଛନ୍ତି ଭୂପିନ୍ଦର । ସଂଳାପ ରଚନା କରିଛନ୍ତି ନିଶାନ୍ତ ମାଜିଠିଆ । ଏହି ଚଳଚ୍ଚିତ୍ରର ଚିତ୍ରତ୍ତୋଳନ କରିଛନ୍ତି ସାରଦା କୃଷ୍ଣ ସାହୁ ଏବଂ ସମ୍ପାଦନା ମାନସ କୁମାର ସାହୁ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ବର୍ଗତ ଅଭିଜିତ ମଜୁମଦାର । ପ୍ରଥମଥର ପାଇଁ ଲୋହିତାକ୍ଷର ଥିମ୍ ଗୀତ କମ୍ପୋଜ କରିଛନ୍ତି ଅଭିଜିତ ତ୍ରିପାଠୀ ।
ଏହା ମଧ୍ୟ ପଢନ୍ତୁ: ଓଡ଼ିଶା ପରେ ଛତିଶଗଡ଼ ବସ୍ତରରେ ରିଲିଜ୍ ହେଲା ଓଡ଼ିଆ ଫିଲ୍ମ 'ମାଳିପୁଟ ମେଲୋଡିଜ୍' ପରଲୋକରେ ଭେଟେରାନ ଅଭିନେତା ନାନା ପାଟେକର ବି-ଟାଉନ୍ରେ ଖୁସିର ଲହରୀ: ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିବେ କିଆରା ଓ ସିଡ୍ |
ଇଟିଭି ଭାରତ, ଭୁବନେଶ୍ବର

