ETV Bharat / entertainment

ରାଜକୁମାରର ଏହି ନାଁ ରଖିଲେ ବିକି-କ୍ୟାଟ୍, ଦେଖାଇଲେ ପୁଅର ଝଲକ

ନଭେମ୍ବର 7,2025 ରେ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଶିଶୁପୁତ୍ରର ପିତାମାତା ହୋଇଥିଲେ । ବର୍ତ୍ତମାନ ସେ ପୁଅର ଝଲକ ଦେଖାଇ ନାମ ପ୍ରକାଶ କରିଛନ୍ତି । ଜାଣନ୍ତୁ,

KATRINA VICKY KAUSHAL BABY BOY NAME
KATRINA VICKY KAUSHAL BABY BOY NAME (photo: IANS)
author img

By ETV Bharat Entertainment Team

Published : January 7, 2026 at 5:14 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ଗତ ବର୍ଷ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ଘରକୁ କୁନି ଅତିଥି ଆସିଥିଲେ । ନଭେମ୍ବର 7ରେ କ୍ୟାଟ୍ରିନା କୈଫ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ବେବି ବୟକୁ ଆଜି 2 ମାସ ପୁରିଥିବା ବେଳେ ବର୍ତ୍ତମାନ ଏହି ସୁନ୍ଦର ଦମ୍ପତି ସେମାନଙ୍କ ଶିଶୁପୁତ୍ରର ନାମ ରଖିଛନ୍ତି । ସୋସିଆଲ ମିଡିଆରେ ପୁଅର ଝଲକ ଦେଖାଇ ନାଁ ପ୍ରକାଶ କରିଛନ୍ତି ଦମ୍ପତି ।

କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ସେମାନଙ୍କ ପୁଅର ନାମ ବିହାନ କୌଶଲ ରଖିଛନ୍ତି । ଏହାର ଅର୍ଥ ହେଉଛି 'ଆଶାର କିରଣ' । କ୍ୟାଟ୍ରିନା ଏବଂ ବିକି ମିଳିତ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ପୁଅର ପ୍ରଥମ ଝଲକ ସେୟାର କରି ଏହି ନାମ ପ୍ରକାଶ କରିଛନ୍ତି । ତେବେ ସେ ଚିତ୍ରରେ ପୁଅର ମୁହଁ ଦେଖାଇ ନାହାଁନ୍ତି । କ୍ୟାଟ୍ରିନା ଏବଂ ବିକି ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଉଭୟ ପୁଅ ବିହାନଙ୍କ ଛୋଟ ହାତ ଧରିଥିବାର ନଜର ଆସିଛନ୍ତି । ଏହାର କ୍ୟାପସନ୍ ହେଉଛି, 'ଆମର ଆଶାର କିରଣ, ବିହନ କୌଶଲ' । ଏହା ଆହୁରି ଲେଖାଯାଇଛି, 'ପ୍ରାର୍ଥନା ଗ୍ରହଣ କରାଯାଇଥିଲା । ଜୀବନ ସୁନ୍ଦର ଅଟେ । ଆମ ଦୁନିଆ ଏକ ମୁହୂର୍ତ୍ତରେ ବଦଳିଗଲା, ଏହାକୁ ବର୍ଣ୍ଣନା କରିବାକୁ କୌଣସି ଶବ୍ଦ ନାହିଁ । ଆମେ କେବଳ କୃତଜ୍ଞ ।''

ବିବାହର 3 ବର୍ଷ ପରେ ପିତାମାତା ହେଲେ ବିକି-କ୍ୟାଟ୍

୨୦୨୧ ମସିହାରେ ରାଜସ୍ଥାନରେ ଏହି ଦମ୍ପତିଙ୍କ ବିବାହ କରିଥିଲେ । ତେବେ ବିବାହର 3 ବର୍ଷ ପରେ ପିତାମାତା ହେଲେ ବିକି-କ୍ୟାଟ୍ । ବିବାହର ତିନି ବର୍ଷ ପରେ ଏହି ଦମ୍ପତି ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଥିଲେ । ଡିସେମ୍ବରରେ ଏହି ଦମ୍ପତି ଚାରି ବର୍ଷ ହେବ । କ୍ୟାଟ୍ରିନା କୈଫ୍ ଏବଂ ବିକି କୌଶଲଙ୍କ ପ୍ରେମ କାହାଣୀ ଏକ ମଜାଦାର ଉପାୟରେ ଆରମ୍ଭ ହୋଇଥିଲା । ସେମାନଙ୍କ କାହାଣୀ କରଣ ଜୋହରଙ୍କ ଚାଟ୍ ଶୋ’ରେ ଆରମ୍ଭ ହୋଇଥିଲା । ଶୋ’ରେ ଅତିଥି ଆପିଅରନ୍ସ ସମୟରେ, ବିକି ଜୋହର ତାଙ୍କୁ କହିଥିଲେ ଯେ କ୍ୟାଟ୍ରିନା କୈଫ୍ ତାଙ୍କ ସହ କାମ କରିବାକୁ ଚାହାଁନ୍ତି ଏବଂ ସେ ଭାବୁଛନ୍ତି ଯେ ସେମାନେ ପରଦାରେ ଏକ ଭଲ ଯୋଡ଼ି ହେବେ । କରଣ ଜୋହରଙ୍କଠାରୁ ଏହା ଶୁଣି, ଭିକି ବହୁତ ଖୁସି ହୋଇଗଲେ ଏବଂ ବେହୋସ୍ ହେବାର ଅଭିନୟ ମଧ୍ୟ କଲେ ।

ଏହା ମଧ୍ୟ ପଢନ୍ତୁ: ବିକିଙ୍କ ଘରକୁ ଆସିଲେ କୁନି ଅତିଥି, ଶିଶୁପୁତ୍ର ଜନ୍ମ ଦେଲେ କ୍ୟାଟ୍ରିନା

ଏହା ପରେ ଉଭୟଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଭିଡିଓରେ, ଭିକି କୌଶଳ ଏକ ଭିଡ଼ କାର୍ଯ୍ୟକ୍ରମରେ କ୍ୟାଟ୍ରିନା କୈଫ୍ଙ୍କୁ ପ୍ରସ୍ତାବ ଦେଉଥିବାର ଦେଖାଯାଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି, ସଲମାନ ଖାନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଭିଡିଓରେ, ବିକି କ୍ୟାଟ୍ରିନାଙ୍କୁ କହୁଥିବା ଦେଖାଯାଇଛି, "ତୁମେ କାହିଁକି ବିକି କୌଶଳଙ୍କ ପରି ଜଣେ ଭଲ ପୁରୁଷଙ୍କୁ ଖୋଜି ବିବାହ କରୁନାହଁ ? ଏହା ବିବାହ ଋତୁ, ତେଣୁ ମୁଁ ଭାବିଲି ତୁମେ ଚାହିଁବ । ମୁଁ ଭାବିଲି ମୁଁ ତୁମକୁ ଏହା ବିଷୟରେ ପଚାରିବା ଉଚିତ ।" ପରେ ଉଭୟ ଅନେକ କାର୍ଯ୍ୟକ୍ରମରେ ଏକାଠି ନଜର ଆସିଥିଲେ । ହେଲେ ନିଜ ପ୍ରେମ ସମ୍ପର୍କ ନେଇ ଖୁଲାସା କରିନଥିଲେ । 2021ରେ ବିବାହ କରି ସମସ୍ତଙ୍କୁ ସରପ୍ରାଇଜ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ