ETV Bharat / entertainment

ଇକ୍କିସ୍ ସ୍କ୍ରିନିଂ: ଅଗସ୍ତ୍ୟାଙ୍କ ଉପରେ ପ୍ରେମ ବର୍ଷା କଲେ ରେଖା, ଧର୍ମେନ୍ଦ୍ରଙ୍କ ପୋଷ୍ଟର ଦେଖି ଭାବୁକ ହେଲେ ସଲମାନ-ସନ୍ନି

ଇକ୍କିସ୍ ସ୍କ୍ରିନିଂରେ ସନ୍ନି ଦେଓଲ ପିତା ଧର୍ମେନ୍ଦ୍ରଙ୍କୁ ମନେ ପକାଇ ଭାବବିହ୍ୱଳ ହୋଇଛନ୍ତି । ଏହି ସମୟରେ ରେଖା ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦାଙ୍କୁ ପୋଷ୍ଟର ଦେଖି ଫ୍ଲାଇଂ କିସ୍ ଦେଇଛନ୍ତି ।

IKKIS SCREENING
IKKIS SCREENING (Photo: ANI)
author img

By ETV Bharat Entertainment Team

Published : December 30, 2025 at 11:51 AM IST

1 Min Read
Choose ETV Bharat

ହାଇଦ୍ରାବାଦ: ନୂଆବର୍ଷରେ ପରଦାକୁ ଆସିବାକୁ ଯାଉଛି ଶ୍ରୀରାମ ରାଘବନଙ୍କ ଆଗାମୀ ଚଳଚ୍ଚିତ୍ର 'ଇକ୍କିସ୍' । ଏହା ପରମ ବୀର ଚକ୍ରର ସର୍ବକନିଷ୍ଠ ପ୍ରାପ୍ତକର୍ତ୍ତା ଦ୍ୱିତୀୟ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଲଙ୍କ ଉପରେ ଆଧାରିତ ଏକ ଯୁଦ୍ଧ ବାୟୋପିକ୍ । ଏହି ଚଳଚ୍ଚିତ୍ରଟି ସ୍ୱତନ୍ତ୍ର କାରଣ ଏହା ଗତ ମାସରେ ଦେହାନ୍ତ ହୋଇଥିବା ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ରଙ୍କ ଶେଷ ଚଳଚ୍ଚିତ୍ର ଏବଂ ଏହା ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦାଙ୍କ ପ୍ରଥମ ଥିଏଟର ରିଲିଜ୍ ଫିଲ୍ମ । ଏହାରି ମଧ୍ୟରେ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଥିଲା । ଯେଉଁଥିରେ ବଲିଉଡର ଅନେକ ଷ୍ଟାର ଏଥିରେ ଯୋଗ ଦେଇଥିଲେ । ଏହି ସମୟରେ କିଛି ମୁହୂର୍ତ୍ତ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ଗୋଟିଏ ଥିଲା ସନ୍ନି ଦେଓଲଙ୍କ ତାଙ୍କ ପିତା ଧର୍ମେନ୍ଦ୍ରଙ୍କ ପ୍ରତି ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଏବଂ ଅନ୍ୟଟି ଥିଲା ଅଭିନେତ୍ରୀ ରେଖାଙ୍କ ଡେବ୍ୟୁ ଆକ୍ଟର ଅଗସ୍ତ୍ୟା ନନ୍ଦଙ୍କ ପ୍ରତି ପ୍ରେମବର୍ଷା ।

ସନ୍ନି ଦେଓଲ ସ୍କ୍ରିନିଂରେ ପହଞ୍ଚିଥିଲେ । ଏହା ପୂର୍ବରୁ ସେ ଫଟୋ ପାଇଁ ପୋଜ୍ ଦେବା ସମୟରେ ସେ କାନ୍ଦି ପକାଇଥିବାର ନଜର ଆସିଥିଲେ । ସନ୍ନି ତାଙ୍କ ପିତା, ବଲିଉଡ ହି-ମ୍ୟାନଙ୍କୁ ଭାବପ୍ରବଣ ଭାବେ ସମ୍ମାନ ଜଣାଇଥିଲେ । ସେହିପରି ସ୍କ୍ରିନିଂରେ ଯୋଗ ଦେଇଥିବା ସଲମାନ ଖାନ ମଧ୍ୟ ଧର୍ମେନ୍ଦ୍ରଙ୍କ ଇକ୍କିସ୍ ପୋଷ୍ଟର ଦେଖି ଭାବପ୍ରବଣ ହୋଇଯାଇଥିଲେ । ରେଖାଙ୍କ ଠାରୁ ଆଉ ଏକ ସ୍ପର୍ଶକାତର ମୁହୂର୍ତ୍ତ ଆସିଥିଲା, ସେ ପ୍ରଥମେ ଧର୍ମେନ୍ଦ୍ରଙ୍କ ପୋଷ୍ଟର ଦେଖି ଅଟକି ଯାଇଥିଲେ । ସେ ତାଙ୍କ ହାତ ଯୋଡି ପ୍ରଣାମ କଲେ ଏବଂ କିଛି ମୁହୂର୍ତ୍ତ ପାଇଁ ସ୍ଥିର ଭାବରେ ଠିଆ ହୋଇ ଦିବଂଗତ ଅଭିନେତାଙ୍କୁ ସମ୍ମାନ ଜଣାଇଲେ । ଏହା ପରେ, ରେଖା ପୋଷ୍ଟରରେ ଥିବା ଅଗସ୍ତ୍ୟା ନନ୍ଦାଙ୍କ ଫଟୋକୁ ଦେଖି ଆଶୀର୍ବାଦ ସ୍ୱରୂପ ଫ୍ଲାଇଂ କିସ୍ ଦେଇଥିଲେ । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ଅରୁଣ କ୍ଷେତ୍ରପାଲଙ୍କ କାହାଣୀ କହିବ 'ଇକ୍କିସ'; ଶ୍ରାଦ୍ଧ ବାର୍ଷିକୀରେ BTS ଭିଡିଓ ରିଲିଜ

କହିରଖୁଛୁ କି, ଅମିତାଭ ବଚ୍ଚନଙ୍କ ନାତି, ଅଗସ୍ତ୍ୟା ନନ୍ଦ, ଭାରତର ସର୍ବକନିଷ୍ଠ ପରମ ବୀର ଚକ୍ର ପ୍ରାପ୍ତକର୍ତ୍ତା, ଦ୍ୱିତୀୟ ଲେଫ୍ଟନାଣ୍ଟ ଅରୁଣ ଖେତରପାଲଙ୍କ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ର ୨୧ ବର୍ଷୀୟ ଯୁଦ୍ଧ ନାୟକଙ୍କ ପିତା ବ୍ରିଗେଡିୟର ଖେତରପାଲଙ୍କ ଭୂମିକାରେ ଅଭିନୟ କରିବେ । ଏଥିରେ ଅଭିନେତା ତାଙ୍କର କବିତା "ଆଜ ଭି ଜୀ କରଦା ହୈ, ପିଣ୍ଡ ଅପନେ ନୁ ଜାନୱା" କବିତା ଚଳଚ୍ଚିତ୍ରର ଏକ ପ୍ରମୁଖ ଆକର୍ଷଣ । ଜୟଦୀପ ଆହଲାୱତ, ସିମର ଭାଟିଆ, ସୁହାସିନୀ ମୁଲେ, ସିକନ୍ଦର ଖେର ଏବଂ ରାହୁଲ ଦେବ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏତିସହ ଏହି ଫିଲ୍ମରେ ସ୍ୱର୍ଗତ ଅଭିନେତା ଅସରାନୀ ମଧ୍ୟ ନଜର ଆସିବେ । ଯିଏ 20 ଅକ୍ଟୋବର, 2025 ରେ 84 ବର୍ଷ ବୟସରେ ଦେହାନ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ