ETV Bharat / entertainment

ରଜରେ ହେବ ଧମାକା; ''ଛକି ଶୂନ ରୁ ଡାଏରୀ..'' ପରଦାକୁ ଆସୁଛି ଅନୁଭବଙ୍କ ସମେତ ଏହି ଷ୍ଟାରଙ୍କ ଫିଲ୍ମ, କିଏ ମାରିବ ବାଜି ?

ରଜରେ ଆସୁଛି ୪ ଓଡ଼ିଆ ଚଳଚ୍ଚିତ୍ର । ବଡ଼ ପରଦାରେ ଜୋରଦାର ଟକ୍କର । ଅନୁଭବ ମହାନ୍ତି, ଅମ୍ଲାନ ଦାସ ଓ ଅର୍ଦ୍ଧେନ୍ଦୁଙ୍କ ଫିଲ୍ମ । କିଏ ମାରିବ ବାଜି ?

ODIA FILM RELEASES ON RAJA
ODIA FILM RELEASES ON RAJA (ETV Bharat Odisha/Film Poster)
author img

By ETV Bharat Entertainment Team

Published : June 1, 2026 at 8:31 AM IST

|

Updated : June 10, 2026 at 8:18 PM IST

5 Min Read
Choose ETV Bharat

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜ । ଏହି ରଜ ଉତ୍ସବକୁ ଓଡ଼ିଆ ମାନେ ୩ ଦିନ ଧରି ବେଶ ଧୁମଧାମରେ ପାଳନ କରିଥାନ୍ତି । ଦୋଳି ଖେଳି ପିଠା ମିଠା ରଜ ପାନ ଖାଇ ମଉଜ ମସ୍ତି କରନ୍ତି । ଏପରି ସମୟରେ ଲୋକେ ମନୋରଞ୍ଜନ କରିବାକୁ ବି ଭଲପାଆନ୍ତି । ସିନେମା ଦେଖିବାକୁ ତ କିଏ ବୁଲିବାକୁ । ଲୋକଙ୍କୁ ମନୋରଞ୍ଜନ ଦ୍ୱିଗୁଣିତ କରିବାକୁ ଓ ରଜ ବଜାର ଘାଣ୍ଟିବାକୁ ଅନେକ ନୂଆ ଫିଲ୍ମ ବି ରିଲିଜ ହୋଇଥାଏ । ଲୋକେ ରଜ ମଜା ସହ ନିଜ ପସନ୍ଦ ଷ୍ଟାରଙ୍କ ସିନେମାର ବି ମଜା ଉଠାଇଥାନ୍ତି । ଏହି ପରିପ୍ରେକ୍ଷୀରେ ଏଥର ରଜରେ ମଧ୍ୟ ଅନେକ ବିଗ୍ ବଜେଟ୍ ନୂଆ ଫିଲ୍ମ ଆସୁଛି । ଅନୁଭବ ମହାନ୍ତିଙ୍କ ଠାରୁ ଅମ୍ଲାନ ଦାସ ଓ ଅର୍ଦ୍ଧେନ୍ଦୁ ଭଳି ଦମଦାର ଷ୍ଟାର ଏଥର ରଜରେ ଧମାକା କରିବାକୁ ପ୍ରସ୍ତୁତ । ତେବେ ଚାଲନ୍ତୁ ଫିଲ୍ମ ଉପରେ ନଜର ପକାଇବା.. କେଉଁ ଫିଲ୍ମ ରଜରେ ଆସୁଛି ଓ ଫିଲ୍ମର କାହାଣୀ ଓ ଷ୍ଟାରକାଷ୍ଟଙ୍କ ଉପରେ...

ODIA FILM RELEASES ON RAJA (ETV Bharat Odisha)

ରଜରେ କଡା ଟକ୍କର

ରଜରେ ଆସୁଥିବା ଫିଲ୍ମ ମଧ୍ୟରେସୁପରଷ୍ଟାର ଅନୁଭବ ମହାନ୍ତିଙ୍କ 'ଛକିଶୂନ', ଅଭିନେତା ଅର୍ଦ୍ଧେନ୍ଦୁଙ୍କର 'ଡାଏରୀ 'ଓ ଅମ୍ଲାନ ଦାସଙ୍କ 'ଶିକାର' ଓ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ 'ମିଲେଟ ଡ଼ାଏରୀ' ଆସିବାକୁ ଯାଉଛି । ଯାହା ରଜ ବଜାର ବେଶ ସରଗରମ କରିବ ବୋଲି ଆଶା କରାଯାଉଛି ଆଉ ଦର୍ଶକଙ୍କ ମନୋରଞ୍ଜନର କୋରାକ ଯୋଗାଇବ । ପ୍ରତିଟି ଚଳଚିତ୍ର ଭିନ୍ନ ଭିନ୍ନ କାହାଣୀକୁ ନେଇ ଆସୁଥିବା ବେଳେ ବିଶେଷ କରି ପ୍ରଯୋଜକ ଓ ନିର୍ଦ୍ଦେଶକ ବର୍ତ୍ତମାନରେ ମୌଳିକ କାହାଣୀ ସହ ଦର୍ଶକଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି । ଭଲ ସିନେମାଟିଏ ଭେଟି ଦେଇ ସିନେ ପ୍ରେମିକ ମନକୁ ଜିତୁଥିବା ବେଳେ ଭଲ ବ୍ୟବସାୟ ମଧ୍ୟ କରନ୍ତି । ଦର୍ଶକଙ୍କ ଉପରେ କିଏ ପଡିବ ଭାରି ସେନେଇ ଅପେକ୍ଷାରେ...

  • ଅନୁଭବ ମହାନ୍ତିଙ୍କ 'ଛକି ଶୂନ'

'ଛକି ଶୂନ' ଫିଲ୍ମ ବିଷୟରେ କହିବାକୁ ଗଲେ, ରଜରେ ଧମାକା କରିବ ସୁପରଷ୍ଟାର ଅନୁଭବଙ୍କ ଫିଲ୍ମ 'ଛକି ଶୂନ' । ଏହି ଫିଲ୍ମ ଆମର ଷ୍ଟୁଡିଓ ଓ ଏସଏମ ଏଣ୍ଟରଟେନମେଣ୍ଟ ପ୍ରେଜେଣ୍ଟ୍ସ 29 ଟୁ ନାଇନ ଫିଲ୍ମସର ମିଳିତ ସହଯୋଗରେ ନିର୍ମିତ ହେଉଛି । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନିର୍ଦ୍ଦେଶକ ମାନସ ପଡିହାରୀ । ସେ ହିଁ ଏହି ଫିଲ୍ମକୁ ଲେଖିଛନ୍ତି । ଏଥିସହ ଫିଲ୍ମକୁ ତାଙ୍କ ସ୍ତ୍ରୀ ଜାଗୃତି ଅନୁଭବ ମହାନ୍ତି, ନବୀନ ଭଣ୍ଡାରୀ ଓ ସ୍ୱୟଂ ଏହାର ପ୍ରଯୋଜକ ଅଟନ୍ତି । ଥ୍ରୀଲର ଓ ସସପିଏନ୍ସ ଭରା ଏହି ଫିଲ୍ମରେ ଅନୁଭବ ମହାନ୍ତି ପୋଲିସ ଚରିତ୍ର ଅର୍ଥାତ ଜଣେ ଆଇପିଏସ ଚରିତ୍ରରେ ଆକ୍ସନ ମୁଡ଼ ରେ ନଜର ଆସିବେ । ଅପରାଧ ଓ ଅପରାଧୀଙ୍କ ଅଡୁଆ ଖେଳାକୁ କିଭଳି ସେ ବୁଝୁଛନ୍ତି ଓ ଏହାର ସମାଧାନ କରୁଛନ୍ତୁ ତାହା ଏଥିରେ ଦେଖିବାକୁ ମିଳିବ ।

ଷ୍ଟାରକାଷ୍ଟ

ଏଥିରେ ମୁଖ୍ୟ ଅଭିନେତା ଭାବେ ନଜର ଆସିବେ ଅନୁଭବ । ଅନୁଭବ ସମେତ ଏଥିରେ ଅନ୍ୟାନ୍ୟ ଭୂମିକାରେ ସମ୍ୱାନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ, ସୁକୁମାର ଟୁଡୁ, ସୁକାନ୍ତ ରଥ, ନିତୁ ସିଂ, ବିଜିନୀ ମିଶ୍ର, ଉଦିତ ଗୁରୁ, ତାପସ ସରଗରିଆ, ଜିତୁ ମଙ୍ଗରାଜ, ବିନ୍ଦୁ, ରାକା, ଦିପୁ, ସୁଜିତ ନଜର ଆସିବେ । ଫିଲ୍ମ ଆସନ୍ତା ମାସ 12ରେ ରିଲିଜ ହେବ । ଏହା ପୂର୍ବରୁ ଫିଲ୍ମର 'ଆମେ ବାଳୁଙ୍ଗା ଟୋକା' ଗୀତର ଷ୍ଟୁଡିଓ ଭର୍ସନ ରିଲିଜ ହୋଇଛି । ଏହି ଗୀତ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି । ଏହାର 'ଆମେ ବାଳୁଙ୍ଗା ଟୋକା' ଗୀତର ଷ୍ଟୁଡିଓ ଭର୍ସନ ରିଲିଜ ହୋଇଛି । ଏହି ଗୀତ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରିବାରେ ଲାଗିଛି ।

  • ସିଦ୍ଧାନ୍ତ ମହାପାତ୍ରଙ୍କ 'ଦ ମିଲେଟ ଡାଏରୀ'

'ଦ ମିଲେଟ ଡାଏରୀ' ବିଷୟରେ କହିବାକୁ ଗଲେ, ଇନଫାଇସନ ଏଣ୍ଟରଟେନମେଣ୍ଟ ପ୍ରେଜଣ୍ଟ ବ୍ୟାନରରେ ଏହି ଫିଲ୍ମ ନିର୍ମିତ । ଯାହାକୁ ନିର୍ଦ୍ଦେଶକ ରାଜେନ୍ଦ୍ର ମହନ୍ତ ନିର୍ଦ୍ଦେଶକନା ଦେଉଛନ୍ତି । ଏହି ଫିଲ୍ମରେ କାହଣୀ ଏବଂ ପ୍ରଯୋଜନା କରୁଛନ୍ତି JRM ଓ ସହ ପ୍ରଯୋଜକ ରହିଛନ୍ତି ରୋଜାଲିନ୍ ମହାନ୍ତି । ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ । ଚିତ୍ରନାଟ୍ୟ ଓ ସଂଳାପ ଦିଲ୍ଲୀପ ବିଶୋଇ ଏବଂ ଉତ୍ତମ କୁମାର । ସମ୍ପାଦନା ଦାୟିତ୍ୱ ରେ ରାଜେଶ ଦାଶ, ପୋଷ୍ଟ ପ୍ରଡକ୍ସନ ହେଡ ବିଶ୍ୱଜିତ୍ ପାଇଟଲ କରିଛନ୍ତି । କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ, ବିଶ୍ୱଜିତ, ଦିପ୍ତୀରେଖା ପାଢ଼ୀ, ଶଶାଙ୍କ ଶେଖର, ଆଶୁତୋଷ ଏବଂ ଦେବ ଜେ ।

'ଦ ମିଲେଟ ଡାଏରୀ' ଷ୍ଟାରକାଷ୍ଟ

ଫିଲ୍ମରେ ସିଦ୍ଧାନ୍ତ ମହାପାତ୍ର, ଅଭିଷେକ ପଣ୍ଡା, ଶୀତମ ଦାସ. ଶିବାନୀ ସଂଗୀତା, କୁନା ତ୍ରିପାଠୀ, ରାଜ ରାଜେଶ, ଶ୍ରଦ୍ଧା ଦାସ, ସୁଜନ୍ତ ଦାଶମହାପାତ୍ର, ଶକ୍ତି ବରାଲ, ସାନ୍ତୁ ନିଜେ, ରେଭାନ୍ସ ମହାନ୍ତି, ଶ୍ରେୟା ସତ୍ୟପାଠୀ, କାଞ୍ଚନ, ରାଜଶ୍ରୀ, ଦୀପକ, ଦେବିକା ଭଳି ତାରକା ଅଭିନୟ କରିଛନ୍ତି । ଅଭିଷେକ ଏଥିରେ ବିଏମ୍ସି ଡ୍ରାଇଭର ଚରିତ୍ରରେ ନଜର ଆସିବା ସହ ଗାଉଁଲି ଝିଅର ଚରିତ୍ରରେ ନଜର ଆସିବେ ଶିବାନୀ । ତେବେ ମାଣ୍ଡିଆର ଔଷଧୀୟ ଗୁଣ ଓ ବିଶ୍ୱ ଦରବାରରେ ଏହାର ପରିଚୟକୁ ନେଇ ଫିଲ୍ମ ଟି ଗତିଶୀଳ ହେଉଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅର୍ଥାତ ବୈଦ ଚରିତ୍ରରେ ନଜର ଆସିବେ ସିଦ୍ଧାନ୍ତ ମହାପାତ୍ର । ଜୁନ 12ରେ ରିଲିଜ ହେବାର ଥିଲା । ହେଲେ ରଜରେ ନ ଆସିପାରେ ଫିଲ୍ମ । ଏହା କୌଣସି କାରଣରୁ ଫିଲ୍ମ ରିଲିଜ ବିଳମ୍ୱ ହୋଇପାରେ ବୋଲି ଜଣାପଡୁଛି ।

  • ଅମ୍ଲାନ ଦାସଙ୍କ 'ଶିକାର'

'ଶିକାର' ବିଷୟରେ କହିବାକୁ ଗଲେ, ଏଥିରେ ମୁଖ୍ୟ ଭୂମିକାରେ ଓଲିଉଡ ଅଭିନେତା ଅମ୍ଲାନ ଦାସ ନଜର ଆସିବେ । ଯିଏ 2 ବର୍ଷ ପରେ ପରଦାକୁ ଫେରୁଛନ୍ତି । ତାଙ୍କ ବିପକ୍ଷରେ ଅଭିନେତ୍ରୀ ଭାବେ ସୁପ୍ରିୟା ନାୟକ ଓ ଏଲିନା ସାମନ୍ତରାୟ ନଜର ଆସିବେ । ଏହି ଫିଲ୍ମକୁ ସଚ୍ଚିକାନ୍ତ ଜେନା, ପ୍ରଶାନ୍ତ ବେହେରା ପ୍ରଯୋଜନା କରୁଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ । ମୁନ୍ ଟିଭି ପ୍ରେଜେଣ୍ଟ ଓ ସିଦ୍ଧାର୍ଥ ମ୍ୟୁଜିକର ଆନୁକୂଲ୍ୟରେ ଫିଲ୍ମଟି ପ୍ରସ୍ତୁତ ହୋଇଛି । କାହାଣୀ, ସ୍କ୍ରିନପ୍ଲେ କରିଛନ୍ତି ପ୍ରିୟବ୍ରତ ପଣ୍ଡା , ବୈଦ୍ୟନାଥ ଦାଶ ମ୍ୟୁଜିକ ଦେଉଥିବା ବେଳେ ଅମିତ ନାୟକ କେରିଓଗ୍ରାଫ କରୁଛନ୍ତି । ଏହି ଫିଲ୍ମ ଚଳିତ ରଜ 12 ତାରିଖରେ ପରଦାକୁ ଆସିବ । ଏହା ବ୍ୟତୀତ ଅଙ୍କିତ, ତାପସ ସରହରିଆ, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରସାନ୍ତ, ପ୍ରଭାତୀ, ସ୍ମିତା ମହାନ୍ତି, ଅବିନାବ ସିଂ, ଜିଆନ ହୋଟା, ପୁଷ୍ପ ପଣ୍ଡା, ସୋହାନ ସିଂ, ନଜର ଆସିବେ । ଏହି ଫିଲ୍ମକୁ ସଚ୍ଚିକାନ୍ତ ଜେନା, ପ୍ରଶାନ୍ତ ବେହେରା ପ୍ରଯୋଜନା କରୁଛନ୍ତି ।

  • ଅର୍ଦ୍ଧେନ୍ଧୁଙ୍କ 'ଡାଏରୀ'

'ଡାଏରୀ'ରେ ୭ ବର୍ଷର ଅକୁହା ଓ ଅନନ୍ୟ ପ୍ରେମ କାହାଣୀ କହିବ । ଏଥିରେ ପ୍ରଥମ ଥର ଅର୍ଦ୍ଧେନ୍ଦୁଙ୍କ ସହ ଅଭିନେତ୍ରୀ ଜସ୍ମିନ ରଥ ନଜର ଆସିବେ । ଏହି ଫିଲ୍ମ ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ବେଳେ ପ୍ରଯୋଜକ ଅର୍ଦ୍ଧେନ୍ଦୁ ସାହୁ ଓ ସହ-ପ୍ରଯୋଜକ ଆଦିକନ୍ଦ ସାହୁଙ୍କ ଦ୍ୱାରା ନିର୍ମିତ । କେବଳ ଟିଜର୍ ନୁହେଁ ଫିଲ୍ମର ଗୀତ ମଧ୍ୟ ରିଲିଜ ହୋଇଛି । ଏଥିରେ ୪ଟି ଗୀତ ରହିଛି । ସୋମେଶ ଶତପଥୀଙ୍କ ସଙ୍ଗୀତ ନିର୍ଦ୍ଦେଶନା ଏବଂ ଅମିତ ନାୟକ ଓ ଲୁବୁନ୍-ଟୁବୁନ୍‌ଙ୍କ କୋରିଓଗ୍ରାଫି ଫିଲ୍ମର ଗୀତଗୁଡ଼ିକୁ ଶ୍ରୁତିମଧୁର କରିଛି । ତ୍ରିକୋଣୀୟ ପ୍ରେମ କାହାଣୀ ସହ ରୋମାନ୍, ଆକ୍ସନ ଦେଖିବାକୁ ମିଳିବ । ଅର୍ଦ୍ଧେନ୍ଦୁ ପ୍ରତିବର୍ଷ ଦଶହରାରେ ଧମାକା କରୁଥିବା ବେଳେ ଚଳିତ ଥର ପ୍ରଥମ ଥର ପାଇଁ ତାଙ୍କ ଫିଲ୍ମ ରଜରେ ଆସିବାକୁ ଯାଉଛି । ଯାହାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି । ସେହିପରି ବିବାହର 10 ଦିନ ପୂର୍ବରୁ ଜସ୍ମିନଙ୍କ ଫିଲ୍ମ ଆସାଥିବା ବେଳେ ସେ ଏହାକୁ ଆଶୀର୍ବାଦ ବୋଲି ମନ କରିବା ସହ ବେଶ ଖୁସି ଓ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ।


ଏଥର ରଜରେ କିଏ ମାରିବ ବାଜି ?

ବେଶ ଜଣାଶୁଣା ୪ ଟି ଅଭିନେତାଙ୍କ ଫିଲ୍ମ ରଜ ଉତ୍ସବ ମାହୋଲରେ ଆସିବାକୁ ଯାଉଥିବା ବେଳେ ମଜା ନେବାକୁ ଚାହିଁ ରହିଛନ୍ତି ଦର୍ଶକ । କାହାର ପଲା ଭାରି ଓ କିଏ ଦର୍ଶକଙ୍କ ହୃଦୟକୁ ଜିତିଛି ତାହା ରିଲିଜ ପରେ ହିଁ ଜଣାପଡିବ । ସମସ୍ତେ ନିଜ ନିଜ କାହାଣୀ ଓ ପରିଶ୍ରମକୁ ସଫଳ କରିବା ପାଇଁ ଲାଗିପଡିଥିବା ବେଳେ ଦର୍ଶକଙ୍କର ମୋହର କାହା ଉପରେ ବାଜିବ କିଏ ବଜାର ସରଗରମ କରିବା ତାହା ଉପରେ ସମସ୍ତଙ୍କ ନଜର...

ଏହା ମଧ୍ୟ ପଢନ୍ତୁ:

ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଡାଏରୀ'; ଟିଜର ରିଲିଜ, ଦେଖିବାକୁ ମିଳିବ ଅର୍ଦ୍ଧେନ୍ଦୁ-ଜସ୍ମିନଙ୍କ ଅନସ୍କ୍ରିନ ରୋମାନ୍ସ

ଓଡ଼ିଆ ଫିଲ୍ମ 'ଶିକାର' ନୂଆ ପୋଷ୍ଟର ଆଉଟ୍, ଏହି ଦିନ ପରଦାକୁ ଆସୁଛି ଫିଲ୍ମ

କଳିଙ୍ଗ କବିରାଜି, ମାଣ୍ଡିଆ ଇତିହାସର କାହାଣୀ କହିବ 'ଦ ମିଲେଟ ଡାଏରୀ'; ଟିଜର ରିଲିଜ, ଏହି ତାରକା ଆସିବେ ନଜର

'ଛକି ଶୂନ' ଗୀତ 'ଆମେ ବାଳୁଙ୍ଗା ଟୋକା' ରିଲିଜ, ଅନୁଭବ ଓ ପପୁ ପମ୍ ପମଙ୍କ କଣ୍ଠରେ ଝୁମିବେ ଦର୍ଶକ



ଇଟିଭି ଭାରତ, ଭୁବନେଶ୍ୱର

Last Updated : June 10, 2026 at 8:18 PM IST