Explainer: କାହିଁକି ବେଙ୍ଗଲୀ କଳାକାର ଓଲିଉଡ ପ୍ରତି ଆକର୍ଷିତ ?
ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଙ୍ଗଲୀ ତାରକାଙ୍କ ଉପସ୍ଥିତି କେତେ ମହତ୍ତ୍ୱପୂର୍ଣ୍ଣ ? ଜାଣନ୍ତୁ ଇଟିଭି ଭାରତର ଏହି ସ୍ୱତନ୍ତ୍ର ଉପସ୍ଥାପନାରେ...

By ETV Bharat Entertainment Team
Published : February 28, 2026 at 9:34 AM IST
|Updated : February 28, 2026 at 9:55 AM IST
By Tejaswini Sethi
ହାଇଦ୍ରାବାଦ: 'କହୁଛି ମୋ ମଥା ସିନ୍ଦୂର.. ତୁମେ ମୋର ମୁଁ ତୁମର...' କ'ଣ କିଛି ମନେ ପଡୁଛି ? ଏହି ଗୀତ ଯେତିକି ମନଛୁଇଁଥିଲା । ତାଠୁ ଅଧିକ ଏଥିରେ ଅଭିନୟ କରିଥିବା ଅଭିନେତ୍ରୀଙ୍କୁ ଆଜି ବି ଲୋକେ ଅନସ୍କ୍ରିନ ଦେଖିବାକୁ ଚାହାଁନ୍ତି । ସେ ଆଉ କେହି ନୁହଁନ୍ତି 90 ଦଶକରେ ଓଲିଉଡରେ ରାଜ୍ କରିଥିବା ଅଭିନେତ୍ରୀ ରଚନା ବାନାର୍ଜୀ । ନିଜ ଅଭିନୟ ଠୁ ଅଧିକ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ତାଙ୍କ କେମେଷ୍ଟ୍ରି ଲୋକଙ୍କୁ ବେଶ ଆକୃଷ୍ଟ କରିଥିଲା । ସେ ଜଣେ ବେଙ୍ଗଲୀ କିନ୍ତୁ ଓଲିଉଡରେ ସେ ଯେଉଁ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନ ଜିତିଛନ୍ତି ତାହା ଆଜି ବି ଏଭରଗ୍ରୀନ । କେବଳ ଯେ ରଚନା ନୁହଁ ଅନେକ ବେଙ୍ଗଲୀ ଅଭିନେତା ଓ ଅଭିନେତ୍ରୀ ଓଡ଼ିଆ ଫିଲ୍ମ କରି ନିଜର ଜଲୱା ଦେଖାଇ ଲୋକ ଏବଂ ସମାଲୋଚକମାନଙ୍କଠାରୁ ଅନେକ ସକାରାତ୍ମକ ପ୍ରତିକ୍ରିୟା ପାଇଛନ୍ତି ।
ଓଲିଉଡରେ ଏହି ବେଙ୍ଗଲୀ ତାରକା ଦେଖାଇଛନ୍ତି ଜଲୱା
ବିଶେଷ କରି ଓଲିଉଡ ସହ ଟଲିଉଡ ଅର୍ଥାତ୍ ବଙ୍ଗାଳୀ ଇଣ୍ଡଷ୍ଟ୍ରିର ସମ୍ପର୍କ ବେଶ ପୁରୁଣା । ଏହି ଦୁଇ ଇଣ୍ଡଷ୍ଟ୍ରିର ସହଯୋଗ ଦୀର୍ଘ ଦଶନ୍ଧିରୁ ରହିଆସିଛି । ତାପସ ପଲଙ୍କ ଠାରୁ ଅଭିନେତ୍ରୀ ରଚନା, ଋତୁପୂର୍ଣ୍ଣା ସେନଗୁପ୍ତା, ଝିଲ୍ଲିକ ଭଟ୍ଟାଚାର୍ଯ୍ୟ, ବିଦିତା ବାଗ, ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଓ ପ୍ରସନ୍ନଜିତ ଚାଟାର୍ଜୀ ଭଳି ଅନେକ ତାରକା ଓଲିଉଡରେ ରାଜ୍ କରିଛନ୍ତି । ଏହି ଧାରାକୁ ବଜାୟ ରଖି ଏବେ ବି ଅନେକ ବଙ୍ଗାଳୀ ତାରକା ଓଲିଉଡରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଅଭିନେତା ବୋନି ସେନଗୁପ୍ତା ଗତବର୍ଷ (2025)ରେ ଓଲିଉଡରେ ଡେବ୍ୟୁ କରିବା ସହ ଲୋକପ୍ରିୟତା ସାଉଁଟିଥିଲେ । ସେହିପରି ବର୍ତ୍ତମାନ ବଙ୍ଗାଳୀ ଅଭିନେତ୍ରୀ ପ୍ରାନ୍ତିକା ଦାସ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ।
ତେବେ ଓଲିଉଡରେ କାମ କରିବା ନେଇ ଇଟିଭି ଭାରତ ସହ ନିଜ ଅଭିଜ୍ଞତା ସେୟାର କରିଛନ୍ତି ଅଭିନେତ୍ରୀ ଋତୁପୂର୍ଣ୍ଣା ସେନଗୁପ୍ତା, ପ୍ରାନ୍ତିକା ଦାସ ଏବଂ ଅଭିନେତା ବୋନି ସେନଗୁପ୍ତା । ଏଥିସହ ଓଡ଼ିଆ ଏବଂ ବଙ୍ଗାଳୀ ଇଣ୍ଡଷ୍ଟ୍ରିରେ ପାର୍ଥକ୍ୟ ଅଛି କି ନାହିଁ ଏବଂ ଫ୍ୟାନ୍ସଙ୍କ ଗ୍ରହଣୀୟତାକୁ ନେଇ ବି ନିଜ ପ୍ରତିକ୍ରିୟା ରଖିଛନ୍ତି ।
ଋତୁପୂର୍ଣ୍ଣା ସେନଗୁପ୍ତା:
'ଓଡ଼ିଆ ଫିଲ୍ମ କରିବା ମୋ କ୍ୟାରିୟରର ଏକ ଅନନ୍ୟ ଦିଗ'
ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରିବା ନେଇ ଋତୁପୂର୍ଣ୍ଣା କହିଛନ୍ତି, ''ଏହା ମୋ ପାଇଁ ଏକ ବହୁତ ନୂଆ ଶିଳ୍ପ ଥିଲା, କିନ୍ତୁ ମୁଁ ଓଡ଼ିଆ ଚଳଚ୍ଚିତ୍ର କରୁଥିବାର ବହୁତ ଉତ୍ସାହଜନକ ଥିଲା । ମୁଁ ଏକ ବଙ୍ଗଳା ଚଳଚ୍ଚିତ୍ର ପାଇଁ ସୁଟିଂ କରୁଥିଲି, ଯେଉଁଠାରେ ବିଜୟ ମହାନ୍ତି ମୋତେ ଦେଖିଲେ ଏବଂ ସେ ମୋତେ 'କୋଟିଏ ମଣିଷ ଗୋଟିଏ ଜାଗା' ପାଇଁ ଅଫର୍ କରିଥିଲେ । ଦୁଃଖିତ, ବିଜୟ ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ସେ ଜଣେ ବରିଷ୍ଠ କଳାକାର ଥିଲେ । ମୋତେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ବହୁତ ସମର୍ଥନ ଓ ଭଲପାଇବା ମିଳିଛି । ପ୍ରାରମ୍ଭରେ ମୋର ବହୁତ କିଛି ଧାରଣା ନଥିଲା, କିନ୍ତୁ ମୁଁ ସର୍ବଦା ଏଠାକାର ପ୍ରକୃତିକୁ ଭଲ ପାଉଥିଲି, ମୁଁ ଲୋକମାନଙ୍କୁ ଭଲ ପାଉଥିଲି, ମୁଁ ଓଡ଼ିଶା ଯିବାକୁ ଭଲ ପାଉଥିଲି । ମୁଁ ଭାବୁଛି ଏହା ମୋ କ୍ୟାରିୟରର ଏକ ଅନନ୍ୟ ଦିଗ ଥିଲା ଯେ ମୁଁ ବଙ୍ଗଳା ବାହାରେ କାମ କରୁଛି ଏବଂ ସେହି ସିନେମାଗୁଡ଼ିକ ପରେ ଅନେକ ଅନ୍ୟମାନେ ମଧ୍ୟ ଆସିଥିଲେ ।
'ଓଡ଼ିଶାର ଲୋକ ବହୁତ ଆପଣାର'
ଋତୁପୂର୍ଣ୍ଣା ଆହୁରି କହିଛନ୍ତି, ''ଓଡ଼ିଆ ଇଣ୍ଡଷ୍ଟ୍ରି ଏକ ସୁନ୍ଦର ଶିଳ୍ପ ଏବଂ ସେମାନଙ୍କର କାମ କରିବାର ନିଜସ୍ୱ ଶୈଳୀ ଅଛି । ଏଠାକାର ସ୍ଥାନ, ଏଠାକାର ଲୋକଙ୍କ ବହୁତ ଭଲ । ଏମାନଙ୍କର ସୁନ୍ଦର ହୃଦୟ ଅଛି । ମୁଁ କହିପାରିବି ଯେ ଓଡ଼ିଶା ମୋ ପାଇଁ ଦ୍ୱିତୀୟ ଘର । ଅନେକ ଫିଲ୍ମର ଅଫର୍ ମୋତେ ଆସିଥିଲା । ହେଲେ କୌଣସି ପ୍ରକାରେ ମୁଁ ବଙ୍ଗଳା ଏବଂ ବମ୍ବେରେ ବ୍ୟସ୍ତ ଥିଲି । ହୁଏତ ସେହି ସମୟରେ ମୁଁ ଥିଲି ମୁଁ କରିପାରିଥାନ୍ତି ।
'ଓଡ଼ିଆ ଗୀତ ପାଇଁ ଓଲିଉଡରେ କାମ କରିବାକୁ ଭଲପାଏ'
ସେ ଆହୁରି କହିଛନ୍ତି,''ମୁଁ ସବୁବେଳେ ଓଡ଼ିଆ ଚଳଚ୍ଚିତ୍ର କରିବାକୁ ପ୍ରସ୍ତୁତ କାରଣ ମୁଁ ଭାବୁଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ । ସଙ୍ଗୀତ ବହୁତ ସମୃଦ୍ଧ ଏବଂ ମୁଁ ଭାବୁଛି ଓଲିଉଡରେ ଆମର କିଛି ମହାନ ସଂଗୀତକାର ଅଛନ୍ତି । ତେଣୁ ବର୍ତ୍ତମାନ ମୁଁ ଓଡ଼ିଆ ଇଣ୍ଡଷ୍ଟ୍ରି ସହ ଗୋଟିଏ ବଡ଼ ଶୋ, ARAR ଇଭେଣ୍ଟ କରିଥିଲି, ଏବଂ ଆମେ ଏହା ଦୁବାଇରେ, ସିଙ୍ଗାପୁରରେ କରିଥିଲୁ । ତେଣୁ ସବୁକିଛି ବହୁତ ଆକର୍ଷଣୀୟ ଏବଂ ମୁଁ ସବୁବେଳେ ଓଲିଉଡ ବହୁତ ନିକଟତର ଅନୁଭବ କରେ । ସିଦ୍ଧାନ୍ତ ମଧ୍ୟ ମୋର ଜଣେ ପ୍ରିୟ ବନ୍ଧୁ । ତେଣୁ ମୁଁ ଭାବୁଛି ମୁଁ ଏବେ ବି ଖୋଲା ଅଛି ଏବଂ ମୁଁ ଓଡ଼ିଆରେ ଆହୁରି ଅନେକ କିଛି କରିବାକୁ ପସନ୍ଦ କରିବି ।''
ପ୍ରାନ୍ତିକା ଦାସ:
'ମୁଁ ଓଡ଼ିଆ ଫିଲ୍ମ କରିବାକୁ ଚାହୁଁଥିଲି'
ପ୍ରାନ୍ତିକା ଦାସ ଓଲିଉଡ ଅଫର୍ ଓ ଫିଲ୍ମକୁ ନେଇ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ''ମୁଁ ଚାହୁଁଥିଲି ଓଡ଼ିଆ ଫିଲ୍ମରେ କାମ କରିବାର ମୋତେ ସୁଯୋଗ ମିଳୁ । ମୋତେ ଏହି ସୁଯୋଗ ମିଳିଲା, ଯାହାକୁ ନେଇ ମୁଁ ବହୁତ ଖୁସି । ଫିଲ୍ମର କାହାଣୀ ମୋତେ ବହୁତ ଭଲ ଲାଗିଥିଲା । ଏଥିରେ ହିରୋଇନର ବହୁତ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ମୁଁ ତୁରନ୍ତ ଓଡ଼ିଶା ଆସିଥିଲି ଆଉ ଫିଲ୍ମ ସାଇନ୍ କରିଥିଲି । ମୋ କ୍ୟାରିଅରର ଏହା ଏକ ଏମିତି ଫିଲ୍ମ ଯାହା ମୁଁ ପୂର୍ବରୁ କାମ କରିନାହିଁ । ମୁଁ ବି ଆଶ୍ଚର୍ଯ୍ୟ...ଏହି ଫିଲ୍ମ ପାଇଁ ମୋତେ କେମିତି ଚୟନ କଲେ । କିନ୍ତୁ ମୁଁ ଭାବେ ଯେ ମୋର ସେମାନେ କାମ ଦେଖିଛନ୍ତି ଏବଂ ଏହି ଫିଲ୍ମ ପାଇଁ ଅଫର୍ କରିଛନ୍ତି । ଯଦି ଆଗାମୀ ଦିନରେ ବି ମୋତେ ଓଡ଼ିଆ ଫିଲ୍ମ କରିବାର ସୁଯୋଗ ମିଳେ । ମୁଁ ନିଶ୍ଚୟ କରିବି ଏବଂ ରଚନା ବାନାର୍ଜୀଙ୍କ ପରି ଓଲିଉଡରେ ଲୋକପ୍ରିୟତା ସହ ସଫଳତା ହାସଲ କରିବି ।''
'ଓଡ଼ିଆ ଓ ବଙ୍ଗାଳୀ ପ୍ରାୟତଃ ସମାନ'
ଓଡ଼ିଆ ଏବଂ ବଙ୍ଗାଳୀ ଇଣ୍ଡଷ୍ଟ୍ରିରେ ପାର୍ଥକ୍ୟ ନେଇ ପ୍ରାନ୍ତିକା କହିଛନ୍ତି, ''ମୋତେ ଓଡ଼ିଆ ଓ ବଙ୍ଗାଳୀ ଇଣ୍ଡଷ୍ଟ୍ରି ମଧ୍ୟରେ ବହୁତ କିଛି ପାର୍ଥକ୍ୟ ଲାଗେନି । ମୋତେ ଏଠାରେ କିଛି ପାର୍ଥକ୍ୟ ଥିବା ଲାଗିଲାନି । ଭାଷା ପ୍ରାୟତଃ ସମାନତା ରହିଛି । ଓଡ଼ିଶାର ପଡୋଶୀ ରାଜ୍ୟ କୋଲକାତା । ଓଡ଼ିଶାର ଖାଦ୍ୟପାନ ଏବଂ ବହୁତ କିଛି ପ୍ରାୟତଃ ସମାନ । ଓଡ଼ିଶାର ଲୋକେ ବଙ୍ଗାଳୀରେ ଏବଂ ବଙ୍ଗାଳୀ କଳାକାର ପ୍ରାୟତଃ ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରିଆସୁଛନ୍ତି । ମୋତେ ଏହି ଦୁଇ ଇଣ୍ଡଷ୍ଟ୍ରିର ସହଯୋଗ ବହୁତ ଭଲଲାଗେ ।''
ବୋନି ସେନଗୁପ୍ତା:
'ଓଡ଼ିଆ ଭାଷା କହିବା ମୋ ପାଇଁ ଚ୍ୟାଲେଞ୍ଜିଂ ଥିଲା'
'ଆଜିର ରେବତୀ' ସହ ଓଲିଉଡରେ ଡେବ୍ୟୁ କରିଥିବା ଅଭିନେତା ବୋନି ସେନଗୁପ୍ତା ଅଭିଜ୍ଞତା ନେଇ କହିଛନ୍ତି, ''ଏହା ମୋର ପ୍ରଥମ ଓଡ଼ିଆ ଫିଲ୍ମ । ମୋତେ ଓଡ଼ିଆ ଓ ବଙ୍ଗାଳୀ ଭାଷା ଅଲଗା ହୋଇପାରେ କିନ୍ତୁ ଜଣେ କଳାକାର ପାଇଁ ଏହା ଏକ କଳା । ଉଭୟ ଇଣ୍ଡଷ୍ଟ୍ରି ମଧ୍ୟରେ ବହୁତ କିଛି ପାର୍ଥକ୍ୟ ମୋତେ ଲାଗିଲାନି । ହଁ... ଓଡ଼ିଆ କହିବା ମୋ ପାଇଁ ବହୁତ କଷ୍ଟକର ଥିଲା । ମୋତେ ଓଡ଼ିଆ ଭାଷା ନେଇ କିଛି ବି ଧାରଣା ନଥିଲା । ମୋ ପାଇଁ ଏହା ବହୁତ ଚ୍ୟାଲେଞ୍ଜଂ ଥିଲା କିନ୍ତୁୁ ମୁଁ ଏହା କରିବାରେ ସଫଳ ହେଲି ଏବଂ ଫିଲ୍ମକୁ ଭଲରେ ସୁଟ କଲି । ଏହି ଇଣ୍ଡଷ୍ଟ୍ରିରେ ସମସ୍ତେ ବହୁତ ଭଲପାଇବା ଏବଂ ସମର୍ଥନ ଦେଇଛନ୍ତି । ମୋତେ ଏହି ଇଣ୍ଡଷ୍ଟ୍ରିରେ କାମ କରି ବହୁତ ଭଲ ଲାଗିଲା ।''
ବେଙ୍ଗଲୀ ଅଭିନେତ୍ରୀ ଓ ଓଡ଼ିଆ ଫିଲ୍ମ:-
ରଚନା ବାନାର୍ଜୀଙ୍କ ଓଲିଉଡ ଫିଲ୍ମ
90 ଦଶକରେ ରାଜ କରିଥିଲେ ରଚନା ବାନାର୍ଜୀ । ସେ ବେଙ୍ଗଲୀ ତାରକା ହୋଇତିଲେ ହେଁ ଓଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟର ଯାଦୁ ଦେଖାଇ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଆଜି ବି ତାଙ୍କ ଫିଲ୍ମ ଏଭରଗ୍ରୀନ ହୋଇ ରହିଛି । ସେ 16 ବର୍ଷ ମଧ୍ୟରେ 45ରୁ ଅଧିକ ଓଡ଼ିଆ ଫିଲ୍ମରେ ନିଜର ଯାଦୁ ଦେକାଇ ଲୋକପ୍ରିୟତା ସହ ପ୍ରଶଂସା ସାଉଁଟିଛନ୍ତି । ତାଙ୍କ ଫିଲ୍ମ ତାଲିକା ନିମ୍ନରେ ରହିଛି:-
- ପଥର ଖସୁଛି ବଡ ଦେଉଳୁ (1994)
- ସାଗର ଗଙ୍ଗା (1994)
- ଭାଇ ହେଲା ଭଗାରୀ (1994)
- ଶୁଭଦ୍ରା (1995)
- ସୁନା ପୁଅ (1996)
- ଯୋଶଦା (1996)
- ସୁହାଗ ସିନ୍ଦୂର (1996)
- ଲକ୍ଷ୍ମଣ ରେଖା (1996)
- ପୁଅ ମୋର ଭୋଳା ଶଙ୍କର (1996)
- ଗଙ୍ଗା ଯମୁନା (1997)
- ଳକ୍ଷେ ଶିବ ପୂଜି ପାଇଛି ପୁଅ (1997)
- ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର (1997)
- କଣ୍ଢେଇ ଆଖିର ଲୁହ (1997)
- ସନାତନ(1998)
- ରୂପା ଗାଁର ସୁନା କାନିଆ (1998)
- କଲ୍କି ଅବତାର (1999)
- ପରଦେଶୀ ବାବୁ (1999)
- ରାକ୍ଷୀ, ଭିଜିଲା ଆଖି ଲୁହରେ (1999)
- କୋଟିଏରେ ଗୋଟିଏ (1999)
- ମୋ କୋଳ ତୋ ଝୁଲଣା (2001)
- ନାୟକ ନୁହେଁ ଖଳନାୟକ (2005)
- ସିନ୍ଦୂର ନୁହେଁ ଖେଳ ଘର (2002)
- ଲକ୍ଷ୍ମୀ ପ୍ରତୀମା (2007)
- ନାରୀ ନୁହେଁ ତୁ ନାରାୟଣୀ (2007)
- କୁରୁକ୍ଷେତ୍ର (2009)
ଋତୁପୂର୍ଣ୍ଣା ସେନଗୁପ୍ତା:
- କୋଟିଆ ମଣିଷ ଗୋଟିଏ ଜଗା (1991)
- ମହାସଙ୍ଗ୍ରାମ (2006)
- କଥା ଦେଇଥିଲି ମା'କୁ (2003)
- ଗୋପରେ ବଢୁଛି କାଲା କହ୍ନେଇ (1994)
- ଦାନାବ (1997)
ଅର୍ପିତା ପାଲ (ଚାଟାର୍ଜୀ): କଥ ରହିଗାଲା କାଳ କାଳ କୁ (1999)
ଶତାବ୍ଦି ରୟ:
- ନାଗା ଜ୍ୟୋତି (1994)
- କୃଷ୍ଣା କାବେରୀ (1999)
- ଏମିତି ଭାଇ ଜଗତେ ନାହିଁ (1994)
- ସୁଖ ସଂସାର (1992)
ଲକେତ୍ ଚାଟାର୍ଜୀ: ନାୟକ ନୁହେଁ ଖଳନାୟକ (2005)
ଶୁଭଶ୍ରୀ ଗାଙ୍ଗୁଲି: ମୋତେ ତ ଲଭ ହେଲାରେ (2008)
କୋଏଲ ମଲ୍ଲିକ: ମହାନାୟକ (2007)
କୋଏଲ ବାନାର୍ଜୀ: ଆଶିକ୍ (2015), ଆମେ ତା ଟୋକା ଷଣ୍ଢ ମାର୍କା (2014)
ଅର୍ପିତା ମୁଖାର୍ଜୀ:
- କେମିତି ଏକ ବନ୍ଧନ (2011)
- ବନ୍ଦେ ଉତ୍କଳ ଜନନୀ (2008)
- ତୋରା ମୋର ଯୋଡ଼ି ସୁନ୍ଦର (2010)
- ଲାଟ ସାହେବ (1999)
- ରାଜୁ ଆୱାରା (2012)
- କେମିତି ଏକ ବନ୍ଧନ (2011)
- ମୁଁ କଣ ଏତେ ଖରପ (2010)
- ପ୍ରେମ ରୋଗୀ (2009)
ସ୍ୱସ୍ତିକା ମୁଖାର୍ଜୀ: ସୁନା ସଂଖାଳି (2003)
ରୂପା ଗାଙ୍ଗୁଲି: ରଣା ଭୁମି (1995)
ଦେବଶ୍ରୀ ରୟ:
- ଟୋପାଏ ସିନ୍ଧୁର ଦିଟପା ଲୁହ (1989)
- ନାଗ ପଞ୍ଚମି (1992)
- ବାଦଶାହ (1992)
- କିଏ ପର କିଏ ନିଜର (1998)
- ଜୀବନ ଧାରା (1995)
ମୌସୁମୀ ଚାଟାର୍ଜୀ: ତୁ ମୋ ମନର ମିତ (2006)
ଏଲସା ଘୋଷ: ତୁ ମୋ ସୁନା ଚଢେଇ (2019)
ବିଦିତା ବ୍ୟାଗ୍: ଭଉଁରୀ (2015)
ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ:
- ଅଗସ୍ତ୍ୟ (2016)
- ଜଗା ହାତରେ ପଘା (2015)
- ଲଭ୍ ୟୁ ହମେଶା (2015)
- ଲେଖୁ ଲେଖୁ ଲେଖିଦେଲି (2014)
- ଆକିରେ ଆଖିରେ (2014)
- ଜବରଦସ୍ତ ପ୍ରେମିକ (2016)
- ବେବି (2016)
- ତୁ ମୋ ହିରୋ (2017)
- ସୁପର ମିଛୁଆ (2015)
ପ୍ରାନ୍ତିକା ଦାସ: 'ବିବାହ ଡଟ୍ କମ ମ୍ୟାଚ ଭର୍ସେସ ମିସମ୍ୟାଚ' ସେ ଓଲିଉଡରେ ଭାଗ୍ୟ ପରୀକ୍ଷା କରିବେ । ନିକଟରେ ଫିଲ୍ମର ପୋଷ୍ଟର ସହ ତାଙ୍କ ଲୁକ୍ ପ୍ରକାଶ ପାଇଥିଲା । ଯାହା ବେଶ ପ୍ରଶଂସା ସାଉଁଟିବା ସହ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ ।
ବେଙ୍ଗଲୀ ଅଭିନେତା ଓ ଓଡ଼ିଆ ଫିଲ୍ମ:-
ପ୍ରସନ୍ନଜିତ୍ ଚାଟାର୍ଜୀ: କୋଟିଏରେ ଗୋଟିଏ (1999), ନାଗ ପଞ୍ଚମି (1992), ମା (1992), ବାଦଶାହ (1992), ସୁଖ ସଂସାର (1992), ବନ୍ଧୁ (2007)
ମିଥୁନ ଚକ୍ରବର୍ତ୍ତୀ: ସହର ଜଳୁଛି (1998), ଏ ଯୁଗର କୃଷ୍ଣା ସୁଦାମା (2003), ମଉଡ ମଣି (2007), ମହାସଙ୍ଗ୍ରମ (2006), କୁରୁକ୍ଷେତ୍ର (2009)
ବୋନି ସେନଗୁପ୍ତା: ଆଜିର ରେବତୀ (2024)
ତାପସ ପଲ: ଟୋପାଏ ସିନ୍ଦୂର ଦିଟପା ଲୁହ (1989), ବିଦିରା ବିଧାନ (1989), ନାୟକ ନୁହେଁ ଖଳନାୟକ (2005), ଜା ଦେବୀ ସର୍ବ ଭୁତେଷୁ (1989), କିଏ ପର କିଏ ନିଜର (1998), ଜୀବନ ଧାରା (1995)
ଅଭିଷେକ ଚାଟାର୍ଜୀ: ମା (1992), ବାଦଶାହ (1992)
ଦୀପନକର ଦେ: ବାଦଶାହ (1992)
ରାଜତାଭା ଦତ୍ତା: ନାୟକ ନୁହେ ଖଳନାୟକ (2005)
ଜିଟ୍: ସୁନା ସଂଖାଲି (2003), ତୁ ମୋ ମନର ମିତ (2006)
ରଣଜିତ୍ ମଲ୍ଲିକ୍: ତୁ ମୋ ମନର ମିତ (2006)
ଭିକ୍ଟର ବାନାର୍ଜୀ: ଦାନବ (1997)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

