ETV Bharat / entertainment

ଦୃଷ୍ଟିବାଧିତଙ୍କ ଗହଣରେ ରିଲିଜ୍ ହେଲା ମ୍ୟୁଜିକ ଭିଡିଓ ‘ଏ ରାକ୍ଷୀ ରହିଲା ସାକ୍ଷୀ ଆମର’

ରାକ୍ଷୀ ପୂର୍ଣ୍ଣିମା ଅବସରରେ ଏ ରାକ୍ଷୀ ରହିଲା ସାକ୍ଷୀ ଆମର ମ୍ୟୁଜିକ ଭିଡ଼ିଓ ରିଲିଜ ହୋଇଛି । ଓଡ଼ିଶା ଦୃଷ୍ଟିହୀନ ସଂଘ ସଭା ଗୃହରେ ନିଆରା ରକ୍ଷାବନ୍ଧନ କାର୍ଯ୍ୟକ୍ରମ । ରିପୋର୍ଟ: ଦେବସ୍ମିତା ରାଉତ

E Rakhi Rahila sakhi Music Video Release with visually impared persons Bhubaneswar
ଦୃଷ୍ଟିବାଧିତଙ୍କ ଗହଣରେ ରିଲିଜ୍ ହେଲା ମ୍ୟୁଜିକ ଭିଡିଓ "ଏ ରାକ୍ଷୀ ରହିଲା ସାକ୍ଷୀ ଆମର" (ETV Bharat Odisha)
author img

By ETV Bharat Odisha Team

Published : August 28, 2026 at 4:27 PM IST

2 Min Read
Choose ETV Bharat

ଭୁବନେଶ୍ବର: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମ ମହୋତ୍ସବ । ଭାଇ ଓ ଭଉଣୀଙ୍କ ମଧ୍ୟରେ ସ୍ନେହ ପ୍ରେମଭାବନାକୁ ନେଇ ରକ୍ଷାବନ୍ଧନ ଅବସରରେ "ଏ ରାକ୍ଷୀ ରହିଲା ସାକ୍ଷୀ ଆମର" ନାମକ ମ୍ୟୁଜିକ ଭିଡ଼ିଓ ମୁକ୍ତିଲାଭ କରିଛି । ଆଜି (ଶୁକ୍ରବାର) ଓଡ଼ିଶା ଦୃଷ୍ଟିହୀନ ସଂଘ ସଭା ଗୃହରେ ଏହି ମ୍ୟୁଜିକ ଭିଡିଓ ମୁକ୍ତିଲାଭ କରିଛି । ଏହି ଅବସରରେ ମ୍ୟୁଜିକ ଭିଡିଓର କାଷ୍ଟ ଓ କ୍ରୁ ସଦସ୍ୟ ଓଡ଼ିଶା ଦୃଷ୍ଟିହୀନ ସଂଘ ସଭା ଗୃହରେ ଉପସ୍ଥିତ ରହି ଦୃଷ୍ଟିହୀନ ପିଲାଙ୍କ ଗହଣରେ ରକ୍ଷାବନ୍ଧନ ଉତ୍ସବକୁ ପାଳନ କରିଥିଲେ । ଏପରି ନିଆରା ରକ୍ଷାବନ୍ଧନ ଉତ୍ସବରେ ଯୋଗ ଦେଇ ଅଭିନେତ୍ରୀ ସ୍ମୃତିରେଖା ନିଜର ଖୁସି ପ୍ରକାଶ କରିଛନ୍ତି ।

ଦୃଷ୍ଟିବାଧିତଙ୍କ ଗହଣରେ ରିଲିଜ୍ ହେଲା ମ୍ୟୁଜିକ ଭିଡିଓ "ଏ ରାକ୍ଷୀ ରହିଲା ସାକ୍ଷୀ ଆମର" (ETV Bharat Odisha)

ନିଆରା ରାକ୍ଷୀ ପୂର୍ଣ୍ଣିମା:
ଆଜି ପବିତ୍ର ରାକ୍ଷୀପୂର୍ଣ୍ଣିମା । ଭାଇ ଭଉଣୀର ପବିତ୍ର ସମ୍ପର୍କର ସାଖି ସାଜେ ରାକ୍ଷୀଟିଏ । ଓଡ଼ିଶା ଦୃଷ୍ଟିହୀନ ସଂଘ ସଭାଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଭିନେତ୍ରୀ ସ୍ମୃତିରେଖା ଯୋଗ ଦେଇ ଦୃଷ୍ଟିହୀନଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । ଏହି ନିଆରା ରାକ୍ଷୀ ପୂର୍ଣ୍ଣିମା ପାଳନ କରି ଖୁସି ବ୍ୟକ୍ତ କରିବା ସହ ପ୍ରତିବର୍ଷ ଏହି ନିଆରା ମଣିଷଙ୍କ ସହ ରାକ୍ଷୀ ବାନ୍ଧିବେ ବୋଲି ସେ କହିଛନ୍ତି । ‘ଏମାନେ ରାକ୍ଷୀକୁ ଦେଖି ନ ପାରିଲେ ବି ରାକ୍ଷୀ ବାନ୍ଧିବା ଅନୁଭବ କରିପାରିଛନ୍ତି । ସେମାନଙ୍କ ଖୁସି ଦେଖି ମୁଁ ବେଶ ଆନନ୍ଦିତ । ମୋ ପାଇଁ ଏହା ଏକ ନିଆରା ଅନୁଭୂତି’ ବୋଲି ଅଭିନେତ୍ରୀ ସ୍ମୃତିରେଖା କହିଛନ୍ତି।

Junior actors
କୁନି କଳାକାର (ETV Bharat Odisha)

କାଷ୍ଟ ଓ କ୍ରୁ:


ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇ ଭଉଣୀର ସ୍ନେହ ମମତା ଓ ଭଲ ପାଇବାକୁ ନେଇ "ଏ ରାକ୍ଷୀ ରହିଲା ସାକ୍ଷୀ ଆମର" ଏକ ସୁନ୍ଦର ମ୍ୟୁଜିକ ଭିଡ଼ିଓ ରିଲିଜ ହୋଇଛି । ଭାଇ ଓ ଭଉଣୀଙ୍କ ମଧ୍ୟରେ ପ୍ରେମ, ସୁରକ୍ଷା ଏବଂ ଜୀବନବ୍ୟାପୀ ସମର୍ଥନର ପବିତ୍ର ବନ୍ଧନକୁ ସମ୍ମାନ ଏବଂ ସୁଦୃଢ଼ ​​କରିବା ପାଇଁ ରକ୍ଷା ବନ୍ଧନ ପାଳନ କରାଯାଏ । ଏହି ମ୍ୟୁଜିକ ଭିଡିଓଟିକୁ ଭାଇ ଭଉଣୀଙ୍କ ପାଇଁ ନିର୍ଦ୍ଦେଶକ ବାବୁ ବାବୁ ତିଆରି କରିଛନ୍ତି । ଶଙ୍କର କ୍ରିଏସନ ଦ୍ବାରା ପ୍ରସ୍ତୁତ ଏହି ଭିଡିଓକୁ ବଳରାମ ସେଠି ପ୍ରଯୋଜନା କରିଛନ୍ତି । ତପୁ ନାୟକଙ୍କ ଗୀତକୁ ସନ୍ତୋଷ କୁମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ କୁମାର ବାପି ଓ ଅସୀମା ପଣ୍ଡା କଣ୍ଠଦାନ କରିଛନ୍ତି । ଟେଲିଭିଜନ ପରଦାର ସୁପରିଚିତା ନାୟିକା ସ୍ମୃତିରେଖା ଏଥିରେ ମୁଖ୍ୟ ନାୟିକା ଭୂମିକାରେ ଓ ଅଭିନେତା ସୁଶୀଲ ନାୟକ ଭାବେ ଅଭିନୟ କରିଛନ୍ତି । ଅନ୍ୟ ଭୂମିକାରେ ସୁନୟନା, ମେଘା ଏବଂ ବ୍ରିଜେଶ ଆଦି ସହ କଳାକାର ରହିଛନ୍ତି । ଡିଓପି (DOP) ଦାୟିତ୍ୱରେ ବିଜୁ ଏବଂ କେଡ଼ି ସିପୁନ ନିର୍ବାହ କରିଛନ୍ତି ।


"ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କକୁ ନେଇ ଚିତ୍ରିତ ହୋଇଥିବା ଏହି ମ୍ୟୁଜିକ ଭିଡିଓଟି ସାମାଜିକ ବାର୍ତ୍ତା ଦେଉଥିବା ବେଳେ ଏହା ନିଶ୍ଚିତ ଭାବେ ଲୋକାଦୃତ ହେବ, " କହିଛନ୍ତି ନିର୍ଦ୍ଦେଶକ ବାବୁ ବାବୁ

ଏହା ମଧ୍ୟ ପଢନ୍ତୁ:

ମହାପ୍ରଭୁଙ୍କୁ ନେଇ ନିର୍ମିତ କାର୍ଟୁନ୍ ଚଳଚ୍ଚିତ୍ର ରିଲିଜକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯିବା ଉଚିତ୍: ଜଗତଗୁରୁ ଶଙ୍କରାଚାର୍ଯ୍ୟ

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ, ହୋଇପାରନ୍ତି ଗିରଫ

ଗଣେଶ ପୂଜାରେ ପରଦାକୁ ଆସିବ ‘ମୋହନ ଗିରି’: ପ୍ରେମ-ପରମ୍ପରା-ପୁନର୍ଜନ୍ମର କହିବ ନୂଆ କାହାଣୀ




ଇଟିଭି ଭାରତ, ଭୁବନେଶ୍ବର