ETV Bharat / entertainment

'ଦାହାନ' ରିଲିଜ ଡେଟ୍ ଘୋଷଣା, ଏହି ଦିନ ପରଦାକୁ ଆସିବ ଫିଲ୍ମ

ଅନୁପମ ପଟ୍ଟନାୟକ ଆଗାମୀ ଫିଲ୍ମ 'ଦାହାନ' ରିଲିଜ ଡେଟ୍ ଘୋଷଣା କରିଛନ୍ତି । ଜାଣନ୍ତୁ କେବେ ରିଲିଜ ?

DAHAAN RELEASE DATE
DAHAAN RELEASE DATE (poster)
author img

By ETV Bharat Entertainment Team

Published : July 8, 2026 at 4:27 PM IST

|

Updated : July 8, 2026 at 5:03 PM IST

1 Min Read
Choose ETV Bharat

ହାଇଦ୍ରାବାଦ: 'ମନ୍ତ୍ର ମୁଗ୍ଧ' ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଅନୁପମ ପଟ୍ଟନାୟକ । ନିକଟରେ ସେ ତାଙ୍କ ଆମାଗୀ ଫିଲ୍ମ 'ଦାହାନ' ଘୋଷଣା କରିଥିଲେ । ଏଥିସହ ଫିଲ୍ମର ରିଲିଜ ତାରିଖ ନେଇ ସୂଚନା ଦେଇଥିଲେ । ପ୍ରତିଶୃତି ଅନୁଯାୟୀ ବର୍ତ୍ତମାନ ସେ ଏହାର ରିଲଜ ତାରିଖ ପ୍ରକାଶ କରିଛନ୍ତି । ଆଜି, ଜୁଲାଇ 8ରେ ଫିଲ୍ମର ରିଲିଜ ତାରିଖ ସାମ୍ନାକୁ ଆସିଛି ।

ଅନୁପମ ପଟ୍ଟନାୟକ ଇନଷ୍ଟାଗ୍ରାମରେ ଫିଲ୍ମର ଏକ ପୋଷ୍ଟର ସହ ରିଲିଜ ତାରିଖ ଘୋଷଣା କରିଛନ୍ତି । ସେ ଲେଖିଛନ୍ତି, ''ଭୟଙ୍କର ଫିଲ୍ମ ସବୁବେଳେ ମୋ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଛି। ମୁଁ ମୋ ବାପାଙ୍କ ସହିତ ଭୟଙ୍କର ଫିଲ୍ମ ଦେଖି ବଡ଼ ହୋଇଥିଲି, ଏବଂ ବର୍ଷ ବର୍ଷ ଧରି, ମୁଁ ନିଶ୍ଚିତ କରିଥିଲି ଯେ ମୋର ନିକଟତର ସମସ୍ତେ ମଧ୍ୟ ଭୟଙ୍କର ପ୍ରେମୀ ହୁଅନ୍ତୁ । ପ୍ରକୃତରେ, ଜଣେ ଚଳଚ୍ଚିତ୍ର ନିର୍ମାତା ଭାବରେ ମୋର ଯାତ୍ରା ଭୟ ସହିତ ଆରମ୍ଭ ହୋଇଥିଲା । ୨୦୧୩ ମସିହାରେ, ମୋର ପ୍ରଥମ ନିର୍ଦ୍ଦେଶନା କାମ ଥିଲା ତରଙ୍ଗ ଟିଭି ପାଇଁ ହରର୍ ଜୋନ୍ । ସେବେଠାରୁ, ମୁଁ ବଡ଼ ପରଦାରେ ଏକ ଭୟଙ୍କର ଫିଲ୍ମ ଆଣିବାର ସ୍ୱପ୍ନ ଦେଖିଥିଲି।ଏହି ଫିଲ୍ମଟି ମୂଳତଃ ୨୦୨୩ରେ ମୁକ୍ତିଲାଭ କରିବାକୁ ଉଦ୍ଦିଷ୍ଟ ଥିଲା। କିନ୍ତୁ ମହାମାରୀ, ଅନ୍ୟାନ୍ୟ ପ୍ରତିଶ୍ରୁତି ଏବଂ ମୁକ୍ତି ପରେ, ସେହି ସ୍ୱପ୍ନକୁ ବିଳମ୍ବ କଲା ।''

ଏହି ଦିନ ରିଲିଜ

ସେ ଆହୁରି ଲେଖିଛନ୍ତି, ''ଆଜି, ଶେଷରେ ସେହି ଅପେକ୍ଷାର ଅନ୍ତ ଘଟିଛି । ପ୍ରେମ ପାଇଁ ଆମର ପରିଶ୍ରମକୁ ଉପସ୍ଥାପନ କରୁଛି... ଆମର "ଜିଗର କା ଟୁକଡା" - ଦାହାନ - ଦ ଇଭିଲ୍ ୱିଦିନ୍ । ୧୧ ସେପ୍ଟେମ୍ବର, ୨୦୨୬ ରୁ ସାରା ବିଶ୍ୱରେ ସିନେମାରେ ।ପ୍ରେକ୍ଷାଳୟରେ ଦେଖା ହେବ। ଆସନ୍ତୁ ଏକାଠି ଭୟଭୀତ ହେବା ।''

'ଦାହାନ' ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅନୁପମ ପଟ୍ଟନାୟକ କହିଥିଲେ । ସେ କହିଥିଲେ, ''ଆଗାମୀ ଫିଲ୍ମ ଦାହାନ ଆସିବାକୁ ଯାଉଛି । ମନ୍ତ୍ର ମୁଗ୍ଧର କାହାଣୀ ହରର୍ ସହ କମେଡି ଭରା ଥିଲା । କିନ୍ତୁ ଦାହାନ ପୁରା ହରର୍ ରହିବ । ଏହି ଫିଲ୍ମ ଚଳିତ ବର୍ଷ ହିଁ ଆସିବାକୁ ଯାଉଛି । ଯେପରି ମନ୍ତ୍ର ମୁଗ୍ଧ ଲୋକଙ୍କ ମନ ଜିତିଛି । ସେପରି ଏହି ଫିଲ୍ମ ମଧ୍ୟ ଲୋକଙ୍କୁ ହୃଦୟକୁ ଛୁଇଁବ ।''

ଏହା ମଧ୍ୟ ପଢନ୍ତୁ:

'ଦାହାନ' ଅପଡେଟ୍: ଏହି ଦିନ ରିଲିଜ ଡେଟ୍ ଘୋଷଣା କରିବେ ଅନୁପମ ପଟ୍ଟନାୟକ

୫୦ଦିନ 'ମନ୍ତ୍ର ମୁଗ୍ଧ'; ଟିମର ସେଲିବ୍ରେସନ, ନୂଆ ଫିଲ୍ମ 'ଦାହାନ' ଘୋଷଣା କଲେ ଅନୁପମ

ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଜାତୀୟ ପୁରସ୍କାର ହାତେଇଲା ଓଡ଼ିଆ ଫିଲ୍ମ 'ପ୍ରତୀକ୍ଷା', ଧନ୍ୟବାଦ ଦେଲେ ଅନୁପମ ପଟ୍ଟନାୟକ

Last Updated : July 8, 2026 at 5:03 PM IST