ରହସ୍ୟ, ସସପେନ୍ସ ଓ ଥ୍ରିଲରର ନୂଆ ଯାତ୍ରା...'ଚକ୍ରାନ୍ତ' ଟ୍ରେଲର ଆଉଟ୍
ଓଡ଼ିଆ ଫିଲ୍ମ 'ଚକ୍ରାନ୍ତ' ଟ୍ରେଲର ରିଲିଜ । ଭୂମିକା ଦାଶ ଓ ସୁଭାଶିଷ ଶର୍ମାଙ୍କ ଅଭିନୀତ ରହସ୍ୟମୟ, ସସପେନ୍ସ ଭରା ରହିଛି କାହାଣୀ । ଦେଖନ୍ତୁ ଟ୍ରେଲର,

By ETV Bharat Entertainment Team
Published : January 5, 2026 at 11:05 AM IST
ଭୁବନେଶ୍ବର: ଭୂମିକା ଦାଶ ଓ ସୁଭାଶିଷ ଶର୍ମାଙ୍କ ଅଭିନୀତ 'ଚକ୍ରାନ୍ତ' ପରଦାକୁ ଆସିବାକୁ ଯାଉଛି । ୨୦୨୬ ର ଏହା ପ୍ରଥମ ଓଡ଼ିଆ ଫିଲ୍ମ ଭାବେ ପରଦାକୁ ଆସିବ । ହେଲେ ଏହା ପୂର୍ବରୁ ନିର୍ମାତା ଫିଲ୍ମର ଟ୍ରେଲର ଓ ଅଡିଓ ରିଲିଜ କରିଛନ୍ତି । ଉତ୍କଳ କନିକା ଗ୍ୟାଲେରିଆ ଠାରେ ଫିଲ୍ମର ଟ୍ରେଲର ଓ ଅଡିଓ ରିଲିଜ୍ ହୋଇଥିଲା । ସୋସିଆଲ ମିଡିଆରେ ଟ୍ରେଲର ସେୟାର କରି କ୍ୟାପସନରେ ଲେଖାଅଛି, ରହସ୍ୟ, ସସପେନ୍ସ ଓ ଥ୍ରିଲରର ଏକ ନୂଆ ଯାତ୍ରା । 'ଚକ୍ରାନ୍ତ' ଟ୍ରେଲର ରିଲିଜ ହୋଇଛି ।
'ଚକ୍ରାନ୍ତ' ଟ୍ରେଲର
3 ମିନିଟର ଟ୍ରେଲର ପ୍ରାରମ୍ଭରେ ଭୂମିକା ଦାଶଙ୍କ ଝଲକ ଦେଖିବାକୁ ମିଳେ । ଯିଏ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଛନ୍ତି । ପ୍ରେମିକ ପାଇଁ ସେ ଏହି ମାମଲାରେ ପଶିରହିଥିବା ବେଳେ ପୋଲିସ ପଚରାଉଚରା କରୁଥିବା ନଜର ଆସିଛନ୍ତି । ଏହି ସମୟରେ ସେ କୁହନ୍ତି ମୋତେ ଏ ବିଷୟରେ କିଛି ଜଣାନାହିଁ । ତାପରେ ଭୂମିକାଙ୍କୁ ଜେଲ ହୁଏ । ଏହା ପରେ ସୁଭାଶିଷଙ୍କ ଝଲକ ଦେଖିବାକୁ ମିଳେ । ଯାହାଙ୍କ ଏଣ୍ଟ୍ରି ରକ ଷ୍ଟାର ଭଳି ହୁଏ । ଏଥିମଧ୍ୟରେ ପୃଷ୍ଠଭୂମିରେ ଶୁଣିବାକୁ ମିଳେ, ରାଜଧାନୀରେ ଡ୍ରଗ୍ସ କାରବାରର ସୂଚନା ଆମ ପାଖରେ ଅଛି । ଏହି ମାମଲାରେ ନେନା ଦାସ ରକି ସହ ମିଶି ଏହି କାରନାମା କରୁଥିଲେ । ଯିଏ ଧରାପଡିଛନ୍ତି । ଏହା ପରେ ହରିହର ମହାପାତ୍ରଙ୍କୁ ଦେଖିବାକୁ ମିଳେ । ଭିଡିଓ ଶେଷରେ ଭୂମିକ କୁହନ୍ତି ମୋ ଜୀବନ ବର୍ବାଦ ହୋଇଯାଇଛି । ସୁଭାଶିଷ କୁହନ୍ତି ସତଟା କଣ ମୋତେ ଖୋଜି ବାହାର କରିବାକୁ ପଡିବ । ଶେଷରେ ଭୂମିକା କୁହନ୍ତି , ଯେଉଁମାନଙ୍କ ପାଇଁ ମୋର ଆଜି ଏ ଅବସ୍ଥା, ଫାଶି ପାଇବି ପଛେ ତାକୁ ଜୀବନରେ ମାରିଦେବି । ଭୂମିକା ସୁଭାଶିଷଙ୍କ ମୁହାଁମୁହିଁ ହୁଏ, ପ୍ରଥମେ ତୁମକୁ ମାରିବି ତାପରେ ନିଜେ ମରିବି । ରହସ୍ୟ, ସସପେନ୍ସ ଓ ଥ୍ରିଲରରରେ ଭରା ରହିଛି କାହାଣୀ । ତେବେ ଆଗକୁ କ'ଣ ହେଉଛି । ତାହା ଦେଖିବା ପରେ ହିଁ ଜଣାପଡିବ ।
'ଚକ୍ରାନ୍ତ' ଷ୍ଟାରକାଷ୍ଟ
ତେବେ ଫିଲ୍ମଟିରେ ଭୂମିକା ଦାଶ ଓ ସୁଭାଶିଷ ଶର୍ମା ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ । ଅନ୍ୟ କଳାକାରଙ୍କ ମଧ୍ୟରେ ଅଭିନେତା ଚୌଧୁରୀ ଜୟପ୍ରକାଶ, ହରି ମହାପାତ୍ର, ସୌମ୍ୟା ସୁମନ, ଶୁଭମ୍, ଈଶ୍ୱର ପାଢ଼ୀ ପ୍ରମୁଖ କଳାକାର ରହିଛନ୍ତି । ଏହାକୁ ପିନୁ ନାୟକ ନିର୍ଦ୍ଦେଶନା ଦେଇଥିବା ବେଳେ ସୌରଭ ପାଢ଼ୀଙ୍କ ପ୍ରଯୋଜନା କରିଛନ୍ତି । ଦିଶା ପାଢୀ ଏହାର କହାଣୀ ଲେଖିଛନ୍ତି । ତେବେ କିଏ କରୁଛି ଚକ୍ରାନ୍ତ? ଆଉ କିଏ ହେଉଛି ଚକ୍ରାନ୍ତର ଶିକାର ଏଭଳି କିଛି ସସପେନ୍ସ ନେଇ ଲଭ ରୋମାନ୍ସ କମେଡି ସହ ମନୋରଞ୍ଜନରେ ଭରପୁର ଏହି ଫିଲ୍ମ । ଓଡ଼ିଶା ମାଟିର ଏକ ମୌଳିକ କାହାଣୀ ଯାହା ପରିବାର ସହ ବସି ଦେଖିହେବ ତେଣୁ ଏହା ନିଶ୍ଚୟ ଦର୍ଶକଙ୍କୁ ଭଲ ଲାଗିବା ବୋଲି କହିଛନ୍ତି ପ୍ରଯୋଜକ ।

ଏହା ମଧ୍ୟ ପଢନ୍ତୁ: 'ନ୍ୟାୟ ପାଇଁ ଏକ ଝିଅର ଯାତ୍ରା'...'ଚକ୍ରାନ୍ତ' ରିଲିଜ ଡେଟ୍ ଆଉଟ୍, ଏହି ଦିନ ପରଦାକୁ ଆସିବ ଫିଲ୍ମ
ଭୂମିକା ଦାଶ ଓ ହରିହରଙ୍କ ପ୍ରତିକ୍ରିୟା
ଆଜିର ସମାଜରେ ପାଠ ପଢିବା ପାଇଁ ହେଉ ଅବା ଚାକିରୀ ପାଇଁ ଝିଅକୁ ବାହାରକୁ ପଠାଇଲେ ବାପା ମାଆଙ୍କର କ'ଣ କର୍ତ୍ତବ୍ୟ ରହିବା ଦରକାର ତାର ମଧ୍ୟ ଏହି ଫିଲ୍ମ ଏକ ବଡ ଉଦାହରଣ ସାଜିବ ବୋଲି କହିଛନ୍ତି ଅଭିନେତା ହରି ହର ମହାପାତ୍ର । ଅନ୍ୟପଟେ ଏହି ଫିଲ୍ମ କୁ ନେଇ ଭୂମିକା କହିଛନ୍ତି, ''ଏହା ପ୍ରଥମ ଥର ନାୟକ ଓ ନାୟିକା ଚରିତ୍ରରେ ସ୍କ୍ରିନ ଶେୟାର କରିବାକୁ ଯାଉଛି ମଣ୍ଟୁ ଭାଇଙ୍କ ସହ ସେ ଜଣେ ଭଲ ଅଭିନେତା ହୋଇଥିବା ବେଳେ ନିଶ୍ଚୟ ଦର୍ଶକଙ୍କୁ ତାଙ୍କ ଯୋଡି ଏହା ଭଲ ଲାଗିବ । ଏହା ସାମାଜିକ ବାର୍ତ୍ତା ବାହାକକାରୀ ଏକ ସୁନ୍ଦର ଚଳଚିତ୍ର ଯାହା କର୍ମଜୀବି ମହିଳାଙ୍କର ସହରୀ ଜୀବନ ଚଳଣିର ସତକୁ ବଖାଣିବ । ଆଉ ସେହି ଚରିତ୍ରରେ ମୁଁ ରହିଥିବାରୁ ମୋ ଉପରେ ଗୁରୁ ଦାୟିତ୍ୱ ରହିଛି । ଆଶା କି ସବୁ ଫିଲ୍ମ ପରି ଏହି ଚରିତ୍ର ମୁଁ ଭଲରେ ଲିଭାଇ ପାରିଛି ଆଉ ସହରକୁ ଆସୁଥିବା ଝିଅ ମାନେ ଚାକିରୀ କରିବାକୁ ଆସି କିଭଳି ଚକ୍ରାନ୍ତର ଫସୁଛନ୍ତି ସେହି ଚରିତ୍ରକୁ ମୁଁ ଫୁଟାଇ ପାରିବାକୁ ଚେଷ୍ଟା କରିଛି । ଆମ ମାଟିର ସୁନ୍ଦର କାହାଣୀଟିଏ ଦେଖନ୍ତୁ ଓ ଆଶୀର୍ବାଦ ଦିଅନ୍ତୁ ।''
ଭୁବନେଶ୍ବର, ଇଟିଭି ଭାରତ

