ETV Bharat / entertainment

'ଚକ୍ରାନ୍ତ' ସ୍ପେଶାଲ ସ୍କ୍ରିନିଂ, ଫିଲ୍ମ ଦେଖି ଏହା କହିଲେ ଦର୍ଶକ

ଆଜି ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ 'ଚକ୍ରାନ୍ତ' । ଏହା ପୂର୍ବରୁ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ହୋଇଥିଲା । ଯାହାକୁ ଦେଖି ପ୍ରତିକ୍ରିୟା ରଖିଛନ୍ତି ଦର୍ଶକ ।

CHAKRANTA SPECIAL SCREENING
CHAKRANTA SPECIAL SCREENING (film poster)
author img

By ETV Bharat Entertainment Team

Published : February 27, 2026 at 4:40 PM IST

2 Min Read
Choose ETV Bharat

ଭୁବନେଶ୍ୱର: ଭୂମିକା ଦାଶ ଓ ସୁଭାଶିଷ ଶର୍ମାଙ୍କ ଅଭିନୀତ 'ଚକ୍ରାନ୍ତ' ଆଜି ପରଦାକୁ ଆସୁଛି । ଏହା ପୂର୍ବରୁ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ହୋଇଥିଲା । ଆଇନକ୍ସ ଭବାନୀ ମଲରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ହୋଇଥିବା ବେଳେ କଳାକାର ସାମ୍ବାଦିକ, ୟୁଟ୍ୟୁବର, ଇଫ୍ଲୁଏନ୍ସେର ଓ ଦର୍ଶକ ଫିଲ୍ମ ଦେଖିଛନ୍ତି । ପ୍ରତିଟି ଝିଅଙ୍କୁ ଅର୍ଥାତ ଯେଉଁ ଝିଅମାନେ ସହରରେ ରହୁଛନ୍ତି ଏହି ଫିଲ୍ମ ଦେଖିବା ଦରକାର ବୋଲି ଉପସ୍ଥିତ ଦର୍ଶକ ପ୍ରତିକ୍ରୟା ରଖିଛନ୍ତି ।

CHAKRANTA SPECIAL SCREENING (ETV Bharat Odisha)

କିଭଳି ଗାଁର ଝିଅମାନେ ସହରକୁ ପଢିବାକୁ ବା ରୋଜଗାର କରିବାକୁ ଆସି ସହରର ଚାକଚକ୍ୟ ଭିତରେ ଫଶିଯାନ୍ତି ଆଉ ଅନେକ କିଛି ଚକ୍ରାନ୍ତର ଶିକାର ହୋଇ ବଦନାମ ହୁଅନ୍ତି ଏମିତି କିଛି ସସପେନ୍ସ ଭରା କାହାଣୀକୁ ନେଇ ଫିଲ୍ମ ଗତିଶୀଳ । ଯାହା ପ୍ରତ୍ୟେକ ଝିଅ ଦେଖିବା ଦରକାର ଏବଂ ସହରରେ ନୂଆ ସାଙ୍ଗସାଥୀ କରିବା ପୂର୍ବରୁ ଭାବିଚିନ୍ତିବା ଦରକାର । ଏଥିସହ ଅନେକ ଝିଅ ସହରରେ କିପରି ଚକ୍ରାନ୍ତରେ ପଶିଯାଆନ୍ତି ତାହା ଏଥିରେ ଦର୍ଶାଯାଇଥିବା ବେଳେ ସଚେତନ ବାର୍ତ୍ତା ବି ରହିଛି । ଏଥିସହ ଫିଲ୍ମଟିରେ ଭୂମିକା ଦାଶ ଓ ସୁଭାଶିଷ ଶର୍ମା ପ୍ରଥମ ଥର ପାଇଁ ଏକାଠି ନଜର ଆସିଥିବା ବେଳେ ଦୁଇଜଣଙ୍କର ଅଭିନୟ ଜବରଦସ୍ତ ରହିଛି ବୋଲି କହିଛନ୍ତି ଦର୍ଶକ ।


ସେପଟେ ଅଭିନେତ୍ରୀ ଭୂମିକା ଦାଶ କହିଛନ୍ତି, ''ଯେଉଁଭଳି ଭାବରେ ଓଡ଼ିଆ ସିନେମା ଓଡ଼ିଆ ଭାଷା ପ୍ରତି ଆମ ସିନେମା ପ୍ରେମୀଙ୍କର ଭଲପାଇବା ବଢୁଛି । ତାକୁ ନେଇ ଆମେ ଆଶା ରଖିଛୁ ଦର୍ଶକଙ୍କୁ ଏହା ନିଶ୍ଚୟ ଭଲ ଲାଗିବ । ଆମର ପୁରା ଟିମ ଏକ ମୌଳିକ ଓଡ଼ିଆ କାହାଣୀ ସହ ଭଲ ଫିଲ୍ମ ଟିଏ କରିବାକୁ ଚେଷ୍ଟା କରିଛି । ଏଥିରେ ଉଭୟ ଯୁବପୀଢୀ ଓ ଅଭିଵାବକଙ୍କ ପାଇଁ ସାମାଜିକ ସଚେତନତା ର ବାର୍ତା ରହିଥିବା ବେଳେ ସେମାନେ ନିଶ୍ଚୟ ଆସନ୍ତୁ ଓ ଫିଲ୍ମ ଦେଖନ୍ତୁ ଆଉ ଫିଲ୍ମକୁ ଭଲ ପାଇବା ଦିଅନ୍ତୁ ।''

ଫିଲ୍ମକୁ ନେଇ ସୁବାଶିଷ ଶର୍ମା କହିଛନ୍ତି, ''ଗାଁ ଆଉ ସହର ଭିତରେ ଥିବା ପ୍ରଥକୟ ସହ ସହରରରେ ଯୁବପିଢ଼ି କିଭଳି ବାଟବଣା ହେଉଛନ୍ତି ଠାକୁ ନେଇ ଏକ ସୁନ୍ଦର କାହାଣୀ ସହ ନିର୍ଦ୍ଦେଶକ ଫିଲ୍ମଟି ପ୍ରସ୍ତୁତ କରିଥିବା ବେଳେ ସବୁ ବବର୍ଗର ଲୋକଙ୍କୁ ଏହା ପସନ୍ଦ ଆସିବ । ବିଶେଷ କରି ମୁଁ ଚକ୍ରାନ୍ତରେ ଫସୁଛି ନା ଫସାଉଛି କାହିଁକି ଯୁବପିଢ଼ି ସହରକୁ ଆସି ଚକ୍ରାନ୍ତର ଶିକାର ହେଉଛନ୍ତି ତାକୁ ନେଇ ଯେଉଁ ସଚେତନତା ରହିଛି ପରିବାର ସହ ଆସି ଦେଖନ୍ତୁ ଓ ଓଡ଼ିଆ ସିନେମାକୁ ଭଲ ପାଇବା ଦିଅନ୍ତୁ ।''

ଏହା ମଧ୍ୟ ପଢନ୍ତୁ: ରହସ୍ୟ, ସସପେନ୍ସ ଓ ଥ୍ରିଲରର ନୂଆ ଯାତ୍ରା...'ଚକ୍ରାନ୍ତ' ଟ୍ରେଲର ଆଉଟ୍

ଫିଲ୍ମରେ ଭୂମିକା ଓ ସୁଭାଶିଷଙ୍କ ସମେତ ଅଭିନେତା ଚୌଧୁରୀ ଜୟପ୍ରକାଶ, ହରି ମହାପାତ୍ର, ସୌମ୍ୟା ସୁମନ, ଶୁଭମ୍, ଈଶ୍ୱର ପାଢ଼ୀ ପ୍ରମୁଖ କଳାକାର ଅଭିନୟ କରିଛନ୍ତି । ଏହାକୁ ପିନୁ ନାୟକ ନିର୍ଦ୍ଦେଶନା ଦେଇଥିବା ବେଳେ ସୌରଭ ପାଢ଼ୀଙ୍କ ପ୍ରଯୋଜନା କରିଛନ୍ତି । ଦିଶା ପାଢୀ ଏହାର କହାଣୀ ଲେଖିଛନ୍ତି । କିଛି ସସପେନ୍ସ ନେଇ ଲଭ ରୋମାନ୍ସ କମେଡି ସହ ମନୋରଞ୍ଜନରେ ଭରପୁର ଏହି ଫିଲ୍ମ । ଓଡ଼ିଶା ମାଟିର ଏକ ମୌଳିକ କାହାଣୀ ଯାହା ପରିବାର ସହ ବସି ଦେଖିହେବ ତେଣୁ ଏହା ନିଶ୍ଚୟ ଦର୍ଶକଙ୍କୁ ଭଲ ଲାଗିବା ବୋଲି କହିଛନ୍ତି ପ୍ରଯୋଜକ ।

ଭୁବନେଶ୍ୱର, ଇଟିଭି ଭାରତ