ETV Bharat / entertainment

'ଡାଏରୀ' ଟିଜର ରିଲିଜ ଡେଟ୍ ଆଉଟ୍, ଏହି ଦିନ ଆସିବ

ଅର୍ଦ୍ଧେନ୍ଦୁ ଅଭିନୀତ ଫିଲ୍ମ 'ଡାଏରୀ' ଟିଜର ରିଲିଜ ତାରିଖ ସାମ୍ନାକୁ ଆସିଛି । ଜାଣନ୍ତୁ କେବେ ଆସିବ ?

DIARY TEASER
DIARY TEASER (poster)
author img

By ETV Bharat Entertainment Team

Published : May 30, 2026 at 10:05 AM IST

1 Min Read
Choose ETV Bharat

ହାଇଦ୍ରାବାଦ: ଅର୍ଦ୍ଧେନ୍ଦୁ ଓଡ଼ିଆ ଫିଲ୍ମ 'ଡାଏରୀ'ସହ ପୁଣିଥରେ ଦର୍ଶକଙ୍କୁ ମନ ଜିତିବାକୁ ପ୍ରସ୍ତୁତ । ସାବିତ୍ର ଅବସରରେ ଫିଲ୍ମ ଘୋଷଣା ହୋଇଥିଲା । ଏଥିସହ ଫିଲ୍ମର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ଯାହା ପରେ ଫିଲ୍ମ ରିଲିଜ ନେଇ ଦର୍ଶକଙ୍କ ଉତ୍ସାହ ବଢିଯାଇଛି । ଏହାରି ମଧ୍ୟରେ ଏହି ଉତ୍ସାହ ବଢାଇବାକୁ ନିର୍ମାତା ଫିଲ୍ମର ଟିଜର ରିଲିଜ ତାରିଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଏକ ନୂଆ ପୋଷ୍ଟର ରିଲିଜ କରି ଏହା ସୂଚନା ଦେଇଛନ୍ତି ।

ଅର୍ଦ୍ଧେନ୍ଦୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିବା ପୋଷ୍ଟରରେ ଏକ ଡାଏରୀ ଦେଖିବାକୁ ମିଳିଛି । ଏଥିରେ ଲେଖାଅଛି, ରବିବାର ଦିନ (ଆସନ୍ତାକାଲି, 31)ତାରିଖ ଦିନ ଫିଲ୍ମର ଟିଜର ରିଲିଜ ହେବ । ଏହା ସେୟାର କରିବା ପରେ ଫ୍ୟାନ୍ସ କମେଣ୍ଟ ବର୍ଷା କରିବା ସହ ଫିଲ୍ମର ଟିମକୁ ଶୁଭକାମନା ଜଣାଇଛନ୍ତି । ଏଥିସହ ଫିଲ୍ମ ରିଲିଜକୁ ଅପେକ୍ଷା କରିଥିବା ପ୍ରକାଶ କରିଛନ୍ତି ।

ପୂର୍ବରୁ ଫିଲ୍ମର ପ୍ରଥମ ଝଲକ ରିଲିଜ ହୋଇଥିଲା । 1.33 ସେକେଣ୍ଡର ଏକ ଭିଡିଓରେ ଏକ ଘରର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହା ପରେ ଏକ ବାକ୍ସ ଯେଉଁତିରେ ଏକ ଡାଏରୀ ନଜର ଆସେ । ଯାହାକୁ ଜଣେ ମହିଳା ଖୋଲନ୍ତି ସେଥିରେ ଲେଖାଥାଏ 2019 । ଏହାର ପ୍ରଥମ ପୃଷ୍ଠାରେ ଅର୍ଦ୍ଧେନ୍ଦୁଙ୍କ ଫଟୋ ମିଳେ । ଯେଉଁଥିରେ ଲେଖାଥାଏ ମୋ ଠୁ ମୋ ଯାଏଁ… ଏହା ପର ପୃଷ୍ଠାରୁ ଆରମ୍ଭ ହୁଏ କାହାଣୀ । ଜଣେ ନାୟକ ଓ ଜଣେ ନାୟିକାଙ୍କୁ ଦେଖିବାକୁ ମିଳେ । ଏହା ପରେ ଡାଏରୀର ପ୍ରତିଛବି ଦେଖାଯାଏ ଏବଂ ଭିଡିଓର ଶେଷରେ ଫିଲ୍ମର ରିଲିଜ ତାରିଖ ପ୍ରକାଶ କରାଯାଇଛି । ଫିଲ୍ମ ଚଳିତ ରଜରେ ରିଲିଜ ହେବାକୁ ଯାଉଛି ।

'ଡାଏରୀ' ବିଷୟରେ କହିବାକୁ ଗଲେ, ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟରେ ପ୍ରଯୋଜିତ ଏହି ଫିଲ୍ମର ପ୍ରଯୋଜକ ଅଟନ୍ତି ନିଜେ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ ଓ ସହ-ନିର୍ମାତା ଅଟନ୍ତି ଆଦିକନ୍ଦ ସାହୁ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ସୁଶାନ୍ତ ମଣି । କାହାଣୀ, ସ୍କ୍ରିନ୍ ସ୍କ୍ରିପ୍ ଏବଂ ସଂଳାପ ଲେଖିଛନ୍ତି ଅଭିନେତା କୁନା ତ୍ରିପାଠୀ । ସଙ୍ଗୀତ ସଜାଇଛନ୍ତି ସୋମଶ ସତ୍ୟପାଠୀ ଥିବା ବେଳେ ଡିଓପି ସୀତାନସୁ ମହାପାତ୍ର ରହିଛନ୍ତି ଏବଂ ଗୀତର କୋରିଓଗ୍ରାଫର୍ କରିଛନ୍ତି ଅମିତ ନାୟକ ଏବଂ ଲୁବୁନ୍ ଟୁବୁନ୍ । ଫିଲ୍ମରେ ଅର୍ଦ୍ଧେନ୍ଦୁଙ୍କ ସମେତ ପ୍ରଜ୍ଞା ବି ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ:

ଓଡ଼ିଆ ଫିଲ୍ମ 'ଡାଏରୀ' ଅର୍ଦ୍ଧେନ୍ଦୁଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ, ନୂଆ ପୋଷ୍ଟର ଆଉଟ୍

ରଜରେ ଧମାକା କରିବେ ଅର୍ଦ୍ଧେନ୍ଦୁ; ନୂଆ ଫିଲ୍ମ 'ଡାଏରୀ' ଘୋଷଣା, ସାମ୍ନାକୁ ଆସିଲା ଝଲକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ