ETV Bharat / entertainment

'ଦାହାନ' ଅପଡେଟ୍: ଏହି ଦିନ ରିଲିଜ ଡେଟ୍ ଘୋଷଣା କରିବେ ଅନୁପମ ପଟ୍ଟନାୟକ

'ମନ୍ତ୍ର ମୁଗ୍ଧ' ପରେ 'ଦାହାନ' ସହ ଫେରୁଛନ୍ତି ଅନୁପମ ପଟ୍ଟନାୟକ । ସେ ଫିଲ୍ମକୁ ନେଇ ଅପଡେଟ୍ ସେୟାର କରିଛନ୍ତି । ରିଲିଜ ଡେଟ୍ କରିବେ ଘୋଷଣା । ଜାଣନ୍ତୁ କେବେ ?

DAHAAN RELEASE DATE
DAHAAN RELEASE DATE (poster/ETV Bharat Odisha)
author img

By ETV Bharat Entertainment Team

Published : July 6, 2026 at 6:07 PM IST

2 Min Read
Choose ETV Bharat

ହାଇଦ୍ରାବାଦ: 'ମନ୍ତ୍ର ମୁଗ୍ଧ' ଦମଦାର ସଫଳତା ପରେ ଅନୁପମ ପଟ୍ଟନାୟକ 'ଦାହeନ' ସହ ଫେରୁଛନ୍ତି । 'ମନ୍ତ୍ର ମୁଗ୍ଧ' ସଫଳତା ସେଲିବ୍ରେସନ ସମୟରେ ନୂଆ ଫିଲ୍ମ ନେଇ ଘୋଷଣା କରିଥିଲେ । ଯାହା ପରେ ଫିଲ୍ମ ଅପଡେଟ୍ ନେଇନ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ଅନୁପମ ପଟ୍ଟନାୟକ ଫିଲ୍ମକୁ ନେଇ ଅପଡେଟ୍ ସେୟାର କରିଛନ୍ତି । ସେ ଫିଲ୍ମର ରିଲିଜ ଡେଟ୍ ନେଇ ସୂଚନା ଦେଇଛନ୍ତି । ଫିଲ୍ମର ଅଫିସିଆଲ ଘୋଷଣା ସହ ରିଲିଜ ତାରିଖ କେବେ ଘୋଷଣା କରିବେ ତାହା ପ୍ରକାଶ କରିଛନ୍ତି ।

ଏହି ଦିନ ରିଲିଜ ଡେଟ୍ ଘୋଷଣା

ସେ ଇନଷ୍ଟାଗ୍ରାମରେ 'ଦାହାନ' ଅଫିସିଆଲ ଘୋଷଣା ସହ ରିଲିଜ ତାରିଖ ନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ''ତୁମେ 'ମନ୍ତ୍ର ମୁଗ୍ଧ' କୁ ଏକ ସ୍ମୃତି କରିଛ । ଯାହାକୁ ଆମେ ସବୁଦିନ ପାଇଁ ମନେ ରଖିବୁ । ବର୍ତ୍ତମାନ ଏକତ୍ର ଦୁଃସ୍ୱପ୍ନ ସୃଷ୍ଟି କରିବାର ସମୟ । ତୁମକୁ ହସିବା ଠାରୁ ଭୟରେ ଚିତ୍କାର କରିବା ପର୍ଯ୍ୟନ୍ତ । ଦାହାନ ଭିତରେ ଥିବା ଡର । 08.07.26 ରେ ରିଲିଜ ତାରିଖ ଘୋଷଣା । ପ୍ରସ୍ତୁତ ରୁହ । ଇଭିଲ୍ ଜାଗ୍ରତ ହେବାକୁ ଯାଉଛି ।'' ଏହାର ଅର୍ଥ 8 ତାରିଖରେ ଫିଲ୍ମର ରିଲିଜ ତାରିଖ ଘୋଷଣା ହେବ ।

'ଦାହାନ' ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅନୁପମ ପଟ୍ଟନାୟକ କହିଥିଲେ । ସେ କହିଥିଲେ, ''ଆଗାମୀ ଫିଲ୍ମ ଦାହନ ଆସିବାକୁ ଯାଉଛି । ମନ୍ତ୍ର ମୁଗ୍ଧର କାହାଣୀ ହରର୍ ସହ କମେଡି ଭରା ଥିଲା । କିନ୍ତୁ ଦାହନ ପୁରା ହରର୍ ରହିବ । ଏହି ଫିଲ୍ମ ଚଳିତ ବର୍ଷ ହିଁ ଆସିବାକୁ ଯାଉଛି । ଯେପରି ମନ୍ତ୍ର ମୁଗ୍ଧ ଲୋକଙ୍କ ମନ ଜିତିଛି । ସେପରି ଏହି ଫିଲ୍ମ ମଧ୍ୟ ଲୋକଙ୍କୁ ହୃଦୟକୁ ଛୁଇଁବ ।''

'ମନ୍ତ୍ର ମୁଗ୍ଧ' ଫିଲ୍ମ ବିଷୟରେ କହିବାକୁ ଗଲେ, ଫିଲ୍ମକୁ ଅନୁପମ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି । ପ୍ରଣବ ରଥ ସଂଳାପ ରଚନା କରିଛନ୍ତି । ଅତିରିକ୍ତ ଚିତ୍ରନାଟ୍ୟ ଓ ସଂଳାପ ରଚନାରେ ଦାୟିତ୍ଵ ନିର୍ବାହ କରିଛନ୍ତି ନିଶାନ୍ତ ମାଝିଠିଆ । 'ମନ୍ତ୍ରମୁଗ୍ଧ' ର ସଙ୍ଗୀତକୁ ସଜେଇଛନ୍ତି 5 ଜଣ ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ,ଅନୁରାଗ ପଟ୍ଟନାୟକ, ସଂଗୀତ ପଟ୍ଟନାୟକ, ଅନୁରାଗ ପଣ୍ଡା ଓ ରୌମ୍ୟ ରାଜ ପ୍ରଧାନ । ଏହି ଫିଲ୍ମରେ ଅଭିନେତ୍ରୀ ସୂର୍ଯ୍ୟମୟୀ, ସନୋଜ, ମନ୍ମୟ ଦେ, ସାର୍ଥକ ଭରଦ୍ୱାଜ, ଦ୍ଵିପାନ୍ଵିତ ଦାସ ମହାପାତ୍ର, ଭୂମିକାଙ୍କ ସମେତ ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମାଝିଠିଆ, ସୋମା ହୋତା ଓ ଭକ୍ତି ଦାସ, ପିହୁ ମହାପାତ୍ର ଓ ଡିଜିଟାଲ କ୍ରିଏଟର ମିଷ୍ଟର ରାଉତ ଅଭିନୟ କରିଛନ୍ତି ।'ମନ୍ତ୍ର ମୁଗ୍ଧ' ଚଳଚ୍ଚିତ୍ର ସହିତ ପ୍ରଥମ ଥର ପାଇଁ ଭୂମିକା ଦାଶ ପ୍ରଯୋଜନା ସଂସ୍ଥା ସହ ଯୋଡ଼ି ହୋଇଥିବା ବେଳେ ସୂର୍ଯ୍ୟମୟୀ, ସନୋଜ କୁମାର, ନିଶାନ୍ତ ମାଝିଠିଆ ଓ ମନ୍ମୟ ଦେ ଏହି ଫିଲ୍ମ ଜରିଆରେ ଅନୁପମଙ୍କ ସହ ଦ୍ୱିତୀୟ ଥର କାମ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

୫୦ଦିନ 'ମନ୍ତ୍ର ମୁଗ୍ଧ'; ଟିମର ସେଲିବ୍ରେସନ, ନୂଆ ଫିଲ୍ମ 'ଦାହନ' ଘୋଷଣା କଲେ ଅନୁପମ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ