ETV Bharat / entertainment

ଖୁବଶୀଘ୍ର ପରଦାକୁ ଆସିବ 'ଡେଞ୍ଜର ଦେବଦାସ'; ଖୁଙ୍କାର ଅବତାରରେ ଅମ୍ଲାନ, ସାମ୍ନାକୁ ଆସିଲା ପ୍ରଥମ ଝଲକ

'ଡେଞ୍ଜର ଦେବଦାସ' ସହ ପୁଣି ପରଦାରେ ଧମାକା କରିବେ ଅମ୍ଲାନ ଦାସ । ଫିଲ୍ମର ପ୍ରଥମ ଝଲକ ସାମ୍ନାକୁ ଆସିଛି । ଅମ୍ଲାନଙ୍କ ନୂଆ ଅବତାର ଦେଖି ଫିଦା ଦର୍ଶକ ।

ODIA FILM DANGER DEVDAS
ODIA FILM DANGER DEVDAS (poster)
author img

By ETV Bharat Entertainment Team

Published : August 29, 2026 at 10:29 AM IST

1 Min Read
Choose ETV Bharat

ହାଇଦ୍ରାବାଦ: ପରଦାରେ ପୁଣି ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ ଓଲିଉଡ ଅଭିନେତା ଅମ୍ଲାନ ଦାସ । ନିକଟରେ ତାଙ୍କ ନୂଆ ଫିଲ୍ମ 'ଡେଞ୍ଜର ଦେବଦାସ' ଘୋଷଣା ହୋଇଥିଲା । ଏହା ପରେ ଫ୍ୟାନ୍ସ ପ୍ରଥମ ଝଲକ ଦେଖିବାକୁ ଉତ୍ସାହିତ ଥିଲେ । ଏପରି ସମୟରେ ନିର୍ମାତା ଫିଲ୍ମର ପ୍ରଥମ ଝଲକ ଭିଡିଓ ରିଲିଜ କରିଛନ୍ତି । ଏଥିରେ ଖୁଙ୍କାର ଅବତାରରେ ଅମ୍ଲାନ ନଜର ଆସିଥିବା ବେଳେ ଦର୍ଶକଙ୍କ ମନ ଜିତିଛନ୍ତି । ଏଥିସହ ନିର୍ମାତା ଫିଲ୍ମର ରିଲିଜ ତାରିଖ ଖୁବଶୀଘ୍ର ପ୍ରକାଶ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

'ଡେଞ୍ଜର ଦେବଦାସ' ପ୍ରଥମ ଝଲକ

1.18 ସେକେଣ୍ଡର ଭିଡିଓରେ ଅମ୍ଲାନ ଦାସଙ୍କ ନୂଆ ଅବତାର ଦେଖିବାକୁ ମିଳିଛି । ପ୍ରଥମରେ ଅମ୍ଲାନଙ୍କ ଏଣ୍ଟ୍ରି ସିନ୍ ରହିଛି । ଏହି ସମୟରେ ପୃଷ୍ଠଭୂମିରେ ଶଦ୍ଦ ଶୁଣାଯାଏ, ତୁମ ନାଁ କଣରେ ବାବୁ ? ସେ କୁହନ୍ତି, ବାପା ଦେଇଥିଲେ ଦେବାନନ୍ଦ ଦାସ । ଲୋକେ ଡାକନ୍ତି ଦେବା । ମୋତେ ଭଲଲାଗେ ଦେବଦାସ । ଏହି ସମୟରେ ସେ ରକ୍ତ ଭିଜା ଚେହେରା ସହ ଖୁଙ୍କାର ଅବତାରରେ ନଜର ଆସନ୍ତି । ତାଙ୍କ ସହ ପୁରା ଟିମ୍ ମଧ୍ୟ ଦେଖାଯାଆନ୍ତି । ଏହା ପରେ କିଛି ଲୋକଙ୍କ ସହ ମାରପିଟ କରୁଥିବା ନଜର ଆସନ୍ତି । ସେ କୁହନ୍ତି ବାବାରେ ଆମ ରାସ୍ତା ୱାନୱେ ଟ୍ରାଫିକ । ଯାଇ ହୁଏ କିନ୍ତୁ.... ତାପରେ ସେ ହସନ୍ତି । ଏହି ପ୍ରଥମ ଝଲକ ଭିଡିଓକୁ ଲୋକେ ବେଶ ପସନ୍ଦ କରିଛନ୍ତି । ଅମ୍ଲାନକୁ ପ୍ରଶଂସାରେ ପୋତିଥିବା ବେଳେ ଫିଲ୍ମ ରିଲିଜକୁ ଉତ୍ସାହ ସହ ଅପେକ୍ଷା କରିଥିବା କହିଛନ୍ତି ।

ନିର୍ମାତା ଫିଲ୍ମର ଏକ ପୋଷ୍ଟର ସେୟାର କରି ଫିଲ୍ମର ରିଲିଜ ତାରିଖ ନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ''ଆମକୁ ରିଲିଜ୍ ପାଇଁ କୌଣସି ଉତ୍ସବର ଆବଶ୍ୟକତା ନାହିଁ । ଆମେ ଉତ୍ସବ ସୃଷ୍ଟି କରୁଛୁ । ବଡ଼ ସ୍କ୍ରିନ୍ କୁ ଏକ ଝଡ଼ ଆସୁଛି ! ପାଗଳାମି ପାଇଁ ପ୍ରସ୍ତୁତ ହୁଅ । ମହାସମାବେଶ ପାଇଁ ପ୍ରସ୍ତୁତ ହୁଅ । ରିଲିଜ୍ ତାରିଖ ଶୀଘ୍ର ପ୍ରକାଶ ପାଇବ ।''

'ଡେଞ୍ଜର ଦେବଦାସ' ଫିଲ୍ମ ବିଷୟରେ କହିବାକୁ ଗଲେ, ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ । ସାଇ ଲୁମ୍ବିନୀ ପ୍ରଡକ୍ସନ୍ ରେ ନିର୍ମିତ ଏହି ଫିଲ୍ମକୁ ଶୁଭ୍ର କମାର ପ୍ରଯୋଜନା କରୁଛନ୍ତି । ଏହି ଫିଲ୍ମରେ ଅମ୍ଲାନଙ୍କ ସମେତ ଜ୍ୟୋତିରଞ୍ଜନ ନାୟକ, ଏଲିନା ସାମନ୍ତରାୟ ଓ ଅନିଶା ମହାଙ୍କୁଡ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି । ଫିଲ୍ମ ଚଳିତ ବର୍ଷ ହିଁ ରିଲିଜ ହେବ ।

ଏହା ମଧ୍ୟ ପଢନ୍ତୁ: 'ଶିକାର' ପରେ ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଅମ୍ଲାନ, ନୂଆ ଫିଲ୍ମ 'Danger Devdas' ଘୋଷଣା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ