ETV Bharat / entertainment

'ଜନ୍ମଦିନର ଶୁଭେଚ୍ଛା ପା-ଦାଦାଜୀ..' ଶ୍ୱଶୁର ଅମିତାଭ ବଚ୍ଚନଙ୍କୁ ବର୍ଥ ଡେ' ୱିସ୍ ଜଣାଇଲେ ଐଶ୍ୱର୍ଯ୍ୟା

ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ସୁପରଷ୍ଟାର ଶ୍ୱଶୁର ଅମିତାଭ ବଚ୍ଚନଙ୍କୁ ସ୍ୱତନ୍ତ୍ର ଉପାୟରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

aishwarya rai birthday wishes to father in law amitabh bachchan
aishwarya rai birthday wishes to father in law amitabh bachchan (ANI/IANS)
author img

By ETV Bharat Entertainment Team

Published : October 12, 2026 at 12:15 PM IST

1 Min Read
Choose ETV Bharat

ହାଇଦ୍ରାବାଦ: ବଲିଉଡ୍‌ ମେଗାଷ୍ଟାର୍ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ​​ତାରିଖରେ ୮୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ପ୍ରଶଂସକ ଏବଂ ସହ-କଳାକାରମାନଙ୍କ ଠାରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିୁଥିଲା । ଏହି ସ୍ୱତନ୍ତ୍ର ଦିନରେ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପକ୍ଷରେ, ରବିବାର ଦିନ ମୁମ୍ବାଇସ୍ଥିତ ବାସଭବନ ବାହାରେ ନିଜ ପ୍ରଶଂସକମାନଙ୍କୁ ଭେଟି ଅମିତାଭ ଏହି ଦିନଟିକୁ ପାଳନ କରିଛନ୍ତି ଏବଂ ନିଜର ଦୀର୍ଘଦିନର ପରମ୍ପରାକୁ ବଜାୟ ରଖିଛନ୍ତି ।

ଅକ୍ଟୋବର ୧୧ ​​ତାରିଖରେ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଶ୍ୱଶୁର ଏବଂ ଝିଅ ଆରାଧ୍ୟା ବଚ୍ଚନଙ୍କୁ ଏକାଠି ଦେଖିବାକୁ ମିଳିଛି । ଏହି ହୃଦୟସ୍ପର୍ଶୀ ଫଟୋ ସହିତ ଐଶ୍ୱର୍ଯ୍ୟା ଏକ ମଧୁର ଜନ୍ମଦିନ ବାର୍ତ୍ତା ଲେଖିଥିଲେ ଏବଂ ତାଙ୍କୁ "ପ୍ରିୟ ପା-ଦାଦାଜୀ" (Dearest Pa-Dadaji) ବୋଲି ସମ୍ବୋଧନ କରିଛନ୍ତି । କ୍ୟାପସନ୍‌ରେ ସେ ଲେଖିଛନ୍ତି, "ଜନ୍ମଦିନର ଶୁଭେଚ୍ଛା, ପ୍ରିୟ ପା-ଦାଦାଜୀ; ଆପଣଙ୍କ ଉପରେ ସର୍ବଦା ଈଶ୍ୱରଙ୍କ ଆଶୀର୍ବାଦ ରହୁ, ସେଥିପାଇଁ ଅନେକ ଭଲପାଇବା ଓ ପ୍ରାର୍ଥନା ଜଣାଉଛି ।"

ଫଟୋରେ ଅମିତାଭ ଏକ ଟ୍ରାକ୍‌ସୁଟ୍ ଏବଂ ବିନି କ୍ୟାପ୍ ପିନ୍ଧିଥିବାର ଦେଖାଯାଉଥିବା ବେଳେ, ଆରାଧ୍ୟା ଏକ କଳା ପୋଷାକ ଏବଂ ମେଳ ଖାଉଥିବା ହେଡ୍‌ବ୍ୟାଣ୍ଡ୍‌ରେ ବେଶ୍ ସୁନ୍ଦର ଦେଖାଯାଉନ୍ତି । 'ବିଗ୍ ବି' ନିଜ ନାତୁଣୀଙ୍କୁ ଆଦରର ସହ କୁଣ୍ଢାଇ ଧରି କ୍ୟାମେରା ପାଇଁ ପୋଜ୍ ଦେଉଥିବାର ନଜର ଆସିଛନ୍ତି । ଏହି ପୋଷ୍ଟ ମାଧ୍ୟମରେ ପ୍ରଶଂସକମାନେ ପରିବାରର ଘନିଷ୍ଠ ସମ୍ପର୍କର ଏକ ଝଲକ ଦେଖିବାକୁ ପାଇଛନ୍ତି । ଉଲ୍ଲେଖନୀୟ ଯେ, ଅମିତାଭଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇବା ପାଇଁ ଐଶ୍ୱର୍ଯ୍ୟା ରାୟ ପ୍ରତିବର୍ଷ ଆରାଧ୍ୟାଙ୍କ ସହ ତାଙ୍କର ଫଟୋ ସେୟାର କରିଥାନ୍ତି ।

ସଂଯୋଗବଶତଃ, ଅମିତାଭଙ୍କ ଜନ୍ମଦିନ ଏଥର ରବିବାର ଦିନ ପଡ଼ିଥିଲା—ଯେଉଁ ଦିନ ସେ ମୁମ୍ବାଇସ୍ଥିତ ନିଜ ବାସଭବନ ବାହାରେ ଲୋକଙ୍କୁ ଅଭିବାଦନ ଜଣାଇବାର ନିୟମିତ କାର୍ଯ୍ୟକ୍ରମ ପାଳନ କରନ୍ତି । ଏହି ଅବସରରେ 'ଜଲସା' ବାହାରେ ବହୁ ସଂଖ୍ୟାରେ ପ୍ରଶଂସକ ଏକାଠି ହୋଇଥିଲେ । ଏହି ବରିଷ୍ଠ ଅଭିନେତା ଜଣକ ଏକ ଗାଢ଼ ମାରୁନ୍ ରଙ୍ଗର କୁର୍ତ୍ତା ଏବଂ ବାଦାମୀ ରଙ୍ଗର କାଶ୍ମୀରୀ କାନି ପଶମିନା ଶାଲ୍ ପିନ୍ଧି ବାହାରକୁ ଆସିଥିଲେ ।

ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ଅମିତାଭ ବଚ୍ଚନ ବର୍ତ୍ତମାନ 'କୌନ୍ ବନେଗା କୋରଡ଼ପତି'ର ୧୮ତମ ସିଜିନ୍‌ର ସଞ୍ଚାଳନ କରୁଛନ୍ତି । ଏହା ବ୍ୟତୀତ, ଏହି ବରିଷ୍ଠ ଅଭିନେତା 'କଲ୍କି ୨୮୯୮ ଏଡି' ର ସିକ୍ୱେଲ୍‌ ଉପରେ ମଧ୍ୟ କାମ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:

କେବିସି 18 ସେଟରେ ଖସିପଡିଲେ ଅମିତାଭ ବଚ୍ଚନ; ଆଣ୍ଠୁରେ ଲାଗିଲା ଆଘାତ, ସ୍ୱାସ୍ଥ୍ୟାବସ୍ଥା ନେଇ ଦେଲେ ଅପଡେଟ୍

ଇଣ୍ଡଷ୍ଟ୍ରିରୁ ଅବସର ନେବେ କି ଅମିତାଭ ବଚ୍ଚନ ? ବ୍ଲଗରେ କଲେ ଖୁଲାସା

୮୩ବର୍ଷ ବୟସରେ ୨୪ ଘଣ୍ଟା କାମ କରନ୍ତି ବିଗ ବି, କାର୍ଯ୍ୟସୂଚୀ ନେଇ କହିଲେ 'Commitments Are Commitments'